ଦାନ ଧର୍ମ

ହରେକୃଷ୍ଣ ଦାସ

 

ପତ୍ନୀଙ୍କ ସହ ମନ୍ଦିର ଭିତରକୁ ଯାଇ ପୂଜା କରିବାକୁ ଅମଙ୍ଗ ହେବାରୁ ମୋର ବନ୍ଧୁଙ୍କୁ ତାଙ୍କ ପତ୍ନୀ ‘ବିଧର୍ମୀ କୋଉଠିକାର…’ କହିି ବନ୍ଧୁଙ୍କଠାରୁ କିଛି ଖୁଚୁରା ପଇସା ନେଇ ନିଜ ସ୍ବାମୀଙ୍କର ଦୀର୍ଘଜୀବନ କାମନା କରି ଯାଚିଥିବା ମାନସିକ ପୂଜା ପାଇଁ ମୁହଁ ଫଣଫଣ କରି ଏକୁଟିଆ ଚାଲିଗଲେ। କିଛି ଜବାବ ଦେଇପାରି ନ ଥିଲେ ବି ଅପମାନିତ ମନେକରି ବିଚରା ବନ୍ଧୁ ମୋର ଧାନ ଉଷୁଁଆ ହାଣ୍ଡିପରି ମୁହଁ କରି ଛିଡ଼ା ହୋଇ ରହିଲେ। ପରିସ୍ଥିତିକୁ ହାଲୁକା କରିବାକୁ ଚେଷ୍ଟା କରି ମୁଁ ମନ୍ଦିରମାନଙ୍କର ହୁଣ୍ଡିରେ ପଡୁଥିବା ଦାନ ସୂତ୍ରରୁ ହେଉଥିବା ଆୟର ପରିମାଣ ସମ୍ପର୍କରେ ଆଲୋଚନା ଆରମ୍ଭ କରିଦେଲି।
ଏ ପ୍ରସଙ୍ଗ ଶୁଣି ବନ୍ଧୁ କହିଲେ, ‘ଜାଣିଲ, ଏ ଦୁନିଆରେ ଅନେକ ବଦାନ୍ୟ ଲୋକ ଅଛନ୍ତି ଯୋଉମାନେ ଠାକୁରଙ୍କୁ ଦାନ କରି ପୁଣ୍ୟ ଅର୍ଜନ କରୁଛନ୍ତି।’ ଚଟ କରି ମୁଁ କହିଲି, ‘ତମେ ସେମିତି ଦାନ କରି ପୁଣ୍ୟ ଅର୍ଜନ କରୁନ? ତମର ତ ରୋଜଗାରରେ ଅଭାବ ନାହିଁ।’ ଏକଥା ଶୁଣି ବନ୍ଧୁ କହିଲେ, ‘ମାମଲା ରୋଜଗାରଠି ନାହିଁ, ନିଃସ୍ବାର୍ଥପର ହୋଇପାରିବା ବଡ଼ କଥା।’ ଏତକ ଶୁଣି ମୋ ଛୋଟ ଝିଅ କହିଲା, ‘ପାପା, ତମେ ଥରେ କହୁଥିଲ ଯେ ଆମର ଯାହା ସବୁ ଅଛି, ଏ ପୃଥିବୀରେ ଯାହା କିଛି ବି ଅଛି, ସେ ସବୁ ଠାକୁର ଆମକୁ ଦାନ କରିଛନ୍ତି।’ ତା’ହେଲେ, ଲୋକମାନେ ପୁଣି ଠାକୁରଙ୍କୁ କ’ଣ ଦାନ କରୁଛନ୍ତି? ମୁଁ କହିଲି, ‘ଠାକୁରଙ୍କୁ ଯାହା ଦିଆଯାଏ, ତାକୁ ଦାନ କୁହାଯିବା ଉଚିତ ନୁହଁ। ଯୋଉଟାକୁ ପ୍ରକୃତରେ ଦାନ କୁହାଯାଇପାରିବ, ସେ କାମ ଖୁବ୍‌ କମ ଲୋକ କରନ୍ତି।’ ଏତିକିରେ ମୋ ବନ୍ଧୁ କହିଲେ, ଏ କଥା ଭିତରେ ପୁଣି କି ତତ୍ତ୍ବ ଅଛି, ଖୋଲିକରି କୁହ।
ବନ୍ଧୁଙ୍କୁ କହିଲି, ‘ତୈତ୍ତିରୀୟ ଉପନିଷଦରେ ଦାନ ସମ୍ପର୍କରେ ଶ୍ଲୋକଟିଏ ଅଛି: ଶ୍ରଦ୍ଧୟା ଦେୟମ, ଅଶ୍ରଦ୍ଧୟା ଅଦେୟମ, ଶ୍ରୀୟା ଦେୟମ, ହ୍ରୀୟା ଦେୟମ, ଭୀୟା ଦେୟମ, ସଂବିଦା ଦେୟମ। ଅର୍ଥାତ୍‌, କାହାକୁ ଦାନ ଦେବାବେଳେ ମନ ଭିତରେ ଶ୍ରଦ୍ଧା ଭାବ ରଖିବା ଉଚିତ, ନିଜର ଅହଂକାର ବା ଧନର ଆଧିକ୍ୟ ଦେଖେଇ ହେବା ଅନୁଚିତ। ଯାହାକୁ ଦାନ କରାଯାଏ, ସେ ତାହା ଆବଶ୍ୟକ କରୁଥିବା ଉଚିତ। କୌଣସି ପ୍ରକାର ଅସୂୟାବୋଧ ରଖି କିମ୍ବା ବାଧ୍ୟବାଧକତାରେ ଦାନ କରାଯିବା ଅନୁଚିତ। ମନରେ ସଂକୋଚ ଭାବ ରଖି ଏମିତି ଭାବରେ ଦାନ କରାଯିବା ଉଚିତ, ଯେମିତି ତାହା ଗ୍ରହଣ କରୁଥିବା ଲୋକ ମନରେ ତା’ ନିଜ ପ୍ରତି ନୂ୍ୟନ ଭାବ ସୃଷ୍ଟି ନ ହୁଏ। ନିଜ ସାମର୍ଥ୍ୟ ଅନୁସାରେ ହିଁ ଦାନ କରିବା ଉଚିତ, କେବଳ ସାଙ୍କେତିକ ଭାବେ ନଗଣ୍ୟ ପରିମାଣର ଅର୍ଥ ବା ଦ୍ରବ୍ୟ ଦେଇ ଦାନ କରୁଥିବାର ଅହଂକାର ରଖିବା ଅନୁଚିତ। ନିଜ ଦାନ ବିଷୟରେ ଅନ୍ୟମାନଙ୍କ ପାଖରେ ଦେଖେଇହେବା ଉଚିତ ନୁହଁ। କେବଳ ଦାନ ଗ୍ରହୀତାକୁ ସାହାଯ୍ୟ କରିବାର ଭାବନା ବ୍ୟତିରେକ ଦାନ ଦ୍ୱାରା ନିଜର କୌଣସି ଗୋପନ ଅଭିଳାଷ ଚରିତାର୍ଥ କରିବାର ଭାବନା ରଖିବା ଉଚିତ ନୁହଁ କିମ୍ବା ଆତ୍ମଶ୍ଳାଘା ଆଣିବା ଉଚିତ ନୁହଁ। ନଚେତ ପୁଣ୍ୟ ବଦଳରେ ବିପରୀତ ଫଳ ଭୋଗିବାକୁ ପଡ଼ିପାରେ ବୋଲି ମନରେ ଭୟ ଭାବ ସହ ଦାନ ଦେବା ଉଚିତ। ପୁଣି, ଯାହାକୁ ଦାନ ଦିଆଯିବ ତା’ର ଆବଶ୍ୟକତା ବିଷୟରେ ସମ୍ୟକ୍‌ ଧାରଣା ଆଣି ସମ୍ବେଦନଶୀଳ ଭାବରେ ଦାନ ଦିଆଯିବା ଉଚିତ। ଦାନ ଗ୍ରହଣ କରୁଥିବା ଲୋକର ହାତ ନିଜ ହାତଠାରୁ ତଳେ ନ ରହୁ ବୋଲି କର୍ଣ୍ଣ କାଳେ ଦାନ ପଦାର୍ଥକୁ ଦୁଇ ପାପୁଲିରେ ତୋଳି ଧରୁଥିଲେ ଏବଂ ଗ୍ରହୀତା ମନରେ କିଛି ଲଜ୍ଜା ବୋଧ ନ ଆସୁ ବୋଲି କର୍ଣ୍ଣ ନିଜ ମୁହଁ ତଳକୁ କରି ରଖୁଥିଲେ।
ଏତକ କହିସାରି ବନ୍ଧୁଙ୍କୁ ପଚାରିଲି, ‘ଏଥର କୁହ, ତମେ କେତେଜଣ ଦାନୀଙ୍କୁ ଜାଣିଛ?’ ସେ କହିଲେ, ଯୋଉମାନଙ୍କୁ ଆମେ ଦାନୀ ବୋଲି ଭାବୁ ସେମାନେ ତ ଦେଲାବେଳେ ଆଗ ଫଟୋ ଉଠେଇବାକୁ ତତ୍ପର କେବଳ ପ୍ରଚାର ପାଇଁ। ଆମ ଘର ପାଖ ପଟେଲ ବାବୁ କାଲି କହୁଥିଲେ ଯେ, ସେ ତାଙ୍କ ଗାଆଁ ଠାକୁରାଣୀଙ୍କ ନଳକୂଅ ଚାରିପାଖ ଟଙ୍କା ଖର୍ଚ୍ଚ କରି ସିମେଣ୍ଟ ପ୍ଲାଷ୍ଟର କରେଇଦେଇଛନ୍ତି। ଏ କଥା ଉପରେ ତାଙ୍କ ସ୍ତ୍ରୀ କହିଲେ, ‘ଏମିତି ଦାନ ଧର୍ମ କଲେ କ’ଣ ଟଙ୍କା ସରିଯାଉଛି! ବରଂ ପୁଣ୍ୟ ହବ।’ ମୁଁ ଏବେ ବୁଝିପାରୁଛି ଯେ ରିଟାୟାରମେଣ୍ଟ ପରେ ଗାଆଁକୁ ଗଲେ ସେଠି ନେତାଗିରି କରିବେ ବୋଲି ପଟେଲ ବାବୁ ଯୋଉ ପ୍ଲାନ କରିଛନ୍ତି ବୋଲି ଥରେ ତାଙ୍କ ମୁହଁରୁ ବାହାରିପଡିଥିଲା, ଏସବୁ ପ୍ରକୃତରେ ତା’ର ପୂର୍ବ ପ୍ରସ୍ତୁତି; କୌଣସି ଦାନ କି ସାହାଯ୍ୟ ନୁହଁ। ସତକଥା, ଏଠି ପ୍ରକୃତରେ ଦାନ କରୁଥିବା ଲୋକଙ୍କ ସଂଖ୍ୟା ନଗଣ୍ୟ। ଅନ୍ୟର ତଣ୍ଟି ଚିପି, ଠକି, ଲାଞ୍ଚ ନେଇ ନିଜ ପାପ ଅର୍ଜିତ ଧନରୁ କିଛି ମନ୍ଦିର ହୁଣ୍ଡିରେ ପକେଇ, କିଛି ଅନ୍ୟକୁ ସାହାଯ୍ୟ କରିବାରେ ଲଗେଇ ନିଜ ପାପ ଛଡେଇବାକୁ ଯୋଉମାନେ ଏତେ ଫନ୍ଦି ଫିକର କରୁଛନ୍ତି, ତାଙ୍କୁ ଦାନୀ ବୋଲି ଭାବିବାଟା ସତରେ ଆମର ମୂର୍ଖତା।
ଆମର ଏତେ ସମୟର ଆଲୋଚନା ଭିତରେ ବନ୍ଧୁଙ୍କ ପତ୍ନୀ ମନ୍ଦିର କାମ ସାରି ଫେରିଆସି ତାଙ୍କ ସ୍ବାମୀଙ୍କୁ କହିଲେ, ମୁଁ ତମର ସବୁ ପଇସା ଖର୍ଚ୍ଚ କରି ତମକୁ ତଳିତଳାନ୍ତ କରିଦେଲି। ପାଞ୍ଚୁଟା ଟଙ୍କାର ଦୀପ ଲଗେଇଲି, ହୁଣ୍ଡିରେ ଠାକୁରଙ୍କୁ ପାଞ୍ଚ ଟଙ୍କା ଦାନ କଲି, ଦୁଆର ମୁହଁରେ ବସିଥିବା ସେ ଭିକାରୀଟାକୁ ଟଙ୍କା ପାଞ୍ଚୁଟା ଦାନ କଲି। ସ୍ତ୍ରୀର ଏମିତିଆ କଥା ଶୁଣି ବନ୍ଧୁ ଲଜ୍ଜାରେ ମୁହଁ ତଳକୁ କରିଦେଲେ। ୟା’ର ଅର୍ଥ ତାଙ୍କ ସ୍ତ୍ରୀ କ’ଣ ବୁଝିଲେ କେଜାଣି, ଚଟ୍‌ କରି କହିଲେ, ତମେ ଏମିତି ମନ ଦୁଃଖ କରନି ହେ! ବିଚରା ଗରିବ ଲୋକଟା ସେ। ତାକୁ ଦାନ କଲେ ଧର୍ମ ହବ, ପୁଣ୍ୟ ବଢ଼ିବ। ଝିଅ ମତେ ଆସ୍ତେ କରି କହିଲା ‘ପାପା, ଆଣ୍ଟି ବି ତା’ହେଲେ ଜଣେ ଦାନୀ! ଏତକ ମୋ ବନ୍ଧୁଙ୍କ କାନରେ ପଡ଼ିଯିବାରୁ ସେ ପୂରା କଳାକାଠ ପଡ଼ିଗଲେ। ମୁଁ କିଛି ଉତ୍ତର ନ ଦେଇ ବନ୍ଧୁଙ୍କୁ କେବଳ ହାତ ହଲେଇ ଦେଇ ଫେରିବାକୁ ଉଦ୍ୟତ ହେଲି।
ଅଧ୍ୟାପକ, ଇଂଲିଶ ବିଭାଗ, ନିଆଳି କଲେଜ, କଟକ
ମୋ:୯୮୬୧୩୪୫୬୫୮


Enter your email to get our daily news in your inbox.

All Right Reserved By Dharitri.Com

ସବୁ ଜଣାଇବ ‘ଫାଇବ୍ରୋ ସ୍କାନ୍‌’

ବର୍ଷାଋତୁରେ ଲିଭର ସମ୍ବନ୍ଧୀୟ ବଡ଼ ସମସ୍ୟା କାରକ ରୋଗଗୁଡ଼ିକ ହେଉଛି ‘ଜଣ୍ଡିସ୍‌’, ‘ଡେଙ୍ଗୁ’, ‘ଝାଡ଼ାବାନ୍ତି’ ଇତ୍ୟାଦି। ତେବେ ଏସବୁଠାରୁ ବଡ଼ ଗୁରୁତ୍ୱପୂର୍ଣ୍ଣ ହେଉଛି ଅନେକଙ୍କ କ୍ଷେତ୍ରରେ ପେଟ…

ଯେଉଁ ଅନ୍ଧକାରର ଅବସାନ ନାହିଁ

ଆମ ଦେଶରେ କେତେକ ଘଟଣା ବର୍ତ୍ତମାନର ପ୍ରବାହରେ ଘଟିଚାଲିଛି ଯାହାର ଅନ୍ତ ଘଟୁନାହିଁ। ଆମେ କାଳର ହିସାବ ରଖନ୍ତି ନାହିଁ। ଯେପରି ଆଜି ପରେ କାଲି, ବିଂଶଶତାବ୍ଦୀ…

ରୋଷେଇ ଘରେ ଇଥାନଲ

ମଣିଷ ଆଦିମ ଯୁଗରେ ପଥରକୁ ପଥରରେ ଘସି ନିଅଁା ବାହାର କରିଥିଲା। ସେବେଠାରୁ ତାହାର ଅନୁସନ୍ଧିତ୍ସୁ ମନ ବିକଳ୍ପ ବାହାର କରିବାରେ ଲାଗିରହିଛି। ବର୍ତ୍ତମାନର ସ୍ଥିତିକୁ ଦେଖିଲେ…

ଏଇ ଭାରତରେ

ଜଣେ ବ୍ୟକ୍ତିଙ୍କ ଦୃଢ଼ ଇଚ୍ଛାଶକ୍ତି ତାଙ୍କୁ ନୂତନତ୍ୱ ସନ୍ଧାନର ପଥ ଦେଖାଏ ଏବଂ ଲକ୍ଷ୍ୟ ହାସଲ କରିବାରେ ସହାୟକ ହୋଇଥାଏ। ଏମିତି ଜଣେ ବ୍ୟକ୍ତି ହେଉଛନ୍ତି ଗୁଜରାଟର…

ମଶାରି ମଶା

ମଣିଷ କୁଆଡେ ସମୟର ଦାସ। ଏ କଥା କହନ୍ତି ସଭିଏଁ। ବୋଧହୁଏ ସମୟ ସୁଅରେ ସେଇ ଉକ୍ତିରେ ସାମାନ୍ୟ ବ୍ୟତିକ୍ରମ ହେଲା ଭଳିଆ ଛୋଟିଆ ଅନୁଭବଟେ କାହିଁକି…

ଜୁଆଙ୍ଗ ଯୁବତୀଙ୍କ ଜଳନ୍ତା ଜୁଇ

କିଛିଦିନ ହେଲାଣି ଅରୁଚିକର ଖବରମାନଙ୍କର ଶୋଭାଯାତ୍ରାରେ ଓଡ଼ିଶାବାସୀ ବ୍ୟଥିତ-ଭାବପ୍ରବଣ ଓଡ଼ିଆଙ୍କ ପାଇଁ ଅନେକ ଚିନ୍ତାର କାରଣ ପାଲଟିଛି। ଜୁନ୍‌ ଏକୋଇଶରେ ତାମିଲନାଡୁର ଚିଙ୍ଗୁଡ଼ି ପ୍ରସ୍ତୁତୀକରଣ କାରଖାନାରେ ହୋଇଥିବା…

ଇସ୍ରୋ ସଙ୍କଟ

ଘରୋଇ ମହାକାଶ ଗବେଷଣା କ୍ଷେତ୍ରରେ ଭାରତକୁ ୧୮ ଜୁଲାଇରେ ବଡ଼ ସଫଳତା ମିଳିଛି । ହାଇଦ୍ରାବାଦର ବେସରକାରୀ ମହାକାଶ ସଂସ୍ଥା ସ୍କାଏରୁଟ୍‌ ଏରୋସ୍ପେସ୍‌ ଶ୍ରୀହରିକୋଟାସ୍ଥିତ ସତୀଶ ଧାବନ…

ଏଇ ଭାରତରେ

ଏମ୍‌. ନାଗରାଜୈହ ବେଙ୍ଗାଲୁରୁର ବସ୍ତିରେ ରହୁଥିବା ପିଲାଙ୍କ ଭବିଷ୍ୟତ ଗଢ଼ିବା ଲାଗି ଚେଷ୍ଟା ଜାରି ରଖିଛନ୍ତି। ସେ ଅଧାରୁ ପାଠ ଛାଡ଼ିଦେଇଥିବା ଏବଂ ଶିଶୁ ଶ୍ରମିକ ଭାବରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri