Posted inଜାତୀୟ

ଅଭିଯୁକ୍ତ ଭାଷା ନ ବୁଝିଲେ ବି ଚାର୍ଜଶିଟ ବେଆଇନ ନୁହେଁ: ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ…

ନୂଆଦିଲ୍ଲୀ,୨୬।୮ : ସୁପ୍ରିମକୋର୍ଟ କହିଛନ୍ତି ଅପରାଧିକ ପ୍ରକ୍ରିୟା (ସିଆରପିସି) ଅନୁଯାୟୀ କୌଣସି ବ୍ୟବସ୍ଥା ନାହିଁ ଯେଉଁଥିରେ କୁହାଯାଇଛି ଯେ ଅନୁସନ୍ଧାନକାରୀ ସଂସ୍ଥା ଚାର୍ଜଶୀଟ କୋର୍ଟର ଭାଷାରେ ଦାଖଲ କରିବେ। ସିଆରପିସିର ଧାରା ୨୭୨ ଅନୁଯାୟୀ, ରାଜ୍ୟ ସରକାର ହାଇକୋର୍ଟ ଏବଂ ଅନ୍ୟାନ୍ୟ ନିମ୍ନ ଅଦାଲତର ଭାଷା ସ୍ଥିର କରିପାରିବେ।

ଜଷ୍ଟିସ ଅଭୟ ଏସ ଓକା ଏବଂ ଜଷ୍ଟିସ ରାଜେଶ ବିନ୍ଦଲଙ୍କ ଏକ ବେଞ୍ଚ ସିବିଆଇର ଆବେଦନ ଉପରେ ଏହି ନିର୍ଦ୍ଦେଶ ଦେଇଛନ୍ତି। ସିବିଆଇ ମଧ୍ୟପ୍ରଦେଶ ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ଚ୍ୟାଲେଞ୍ଜ କରିଛନ୍ତି। ଯେଉଁଥିରେ ହାଇକୋର୍ଟ ତଦନ୍ତକାରୀ ସଂସ୍ଥାକୁ ବ୍ୟାପମ ସ୍କାମରେ ଅଭିଯୁକ୍ତ ଦୁଇଜଣଙ୍କୁ ହିନ୍ଦୀରେ ଚାର୍ଜଶିଟ ପ୍ରଦାନ କରିବାକୁ କହିଥିଲେ। ସୁପ୍ରିମକୋର୍ଟ କହିଛନ୍ତି କୋର୍ଟର ଭାଷାରେ କିମ୍ବା ଅଭିଯୁକ୍ତ ବୁଝୁ ନ ଥିବା ଭାଷା ଛାଡ଼ି ଅନ୍ୟ ଏକ ଭାଷାରେ ଦାଖଲ ହୋଇଥିବା ଚାର୍ଜଶିଟ ବେଆଇନ ନୁହେଁ।

କୋର୍ଟ କହିଛନ୍ତି ସିଆରପିସିର ଧାରା ୨୭୨ ଅନୁଯାୟୀ ରାଜ୍ୟ ସରକାର ହାଇକୋର୍ଟ ଏବଂ ଅନ୍ୟାନ୍ୟ ନିମ୍ନ ଅଦାଲତର ଭାଷା ସ୍ଥିର କରିପାରିବେ, କିନ୍ତୁ ଅନୁସନ୍ଧାନକାରୀ ସଂସ୍ଥା କିମ୍ବା ପୋଲିସର ଭାଷା ସ୍ଥିର କରିବାର ଧାରା ଅନୁଯାୟୀ ଏହାର କ୍ଷମତା ନାହିଁ। ସିଆପିସିର ଧାରା ୨୦୭ ଅନୁଯାୟୀ ଜୁଡିସିଆଲ ମାଜିଷ୍ଟ୍ରେଟଙ୍କୁ ଅଭିଯୁକ୍ତଙ୍କୁ ଚାର୍ଜଶିଟର କପି ଏବଂ ଅନ୍ୟାନ୍ୟ ଦଲିଲ ପ୍ରଦାନ କରିବାକୁ ପଡିବ।

ସୁପ୍ରିମକୋର୍ଟ କହିଛନ୍ତି ଯଦି ଅଭିଯୁକ୍ତ ତାଙ୍କୁ ଦିଆଯାଇଥିବା ଚାର୍ଜଶିଟର ଭାଷା ଏବଂ ଅନ୍ୟାନ୍ୟ ଦଲିଲଗୁଡ଼ିକୁ ବୁଝିପାରୁନାହାଁନ୍ତି, ତେବେ ସେ ଶୀଘ୍ର କୋର୍ଟରେ ଆପତ୍ତି ଉଠାଇବା ଉଚିତ। ତା’ହେଲେ ଅନୁବାଦିତ ଦଲିଲ ତାଙ୍କୁ ପ୍ରଦାନ କରାଯାଇପାରିବ। ଏଥିସହ, ଯଦି ଅଭିଯୁକ୍ତଙ୍କ ଆଇନଜୀବୀ ଚାର୍ଜଶିଟ ଭାଷା ବୁଝନ୍ତି, ତେବେ ସେ ଏହାକୁ ନିଜ ମହକିଲଙ୍କୁ ବୁଝାଇ ପାରିବେ ଏବଂ ସେହି କ୍ଷେତ୍ରରେ ଅଭିଯୁକ୍ତ ଅନୁବାଦିତ ଦଲିଲଗୁଡ଼ିକର ଆବଶ୍ୟକତା ନାହିଁ। କୋର୍ଟ କହିଛନ୍ତି ଚାର୍ଜଶିଟର ଭାଷା ଅଭିଯୁକ୍ତଙ୍କଦ୍ୱାରା ବୁଝି ହେଉ ନ ଥିଲେ ମଧ୍ୟ ଏହା ବେଆଇନ ନୁହେଁ ଏବଂ ଏହି କାରଣରୁ ଜାମିନ ଆବେଦନ କରାଯାଇପାରିବ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଚିନ୍ତାରୁ ମୁକ୍ତି ପାଇବାକୁ ହେଲେ…

ଆଜିକାଲି ଅତ୍ୟଧିକ କାମର ଚାପ ହେଉ ଅବା କେତେକ କାରଣରୁ ଅନେକେ ଚିନ୍ତାଗ୍ରସ୍ତ ହେଉଛନ୍ତି। ତେବେ ଏଥିରୁ କେତେକାଂଶରେ ମୁକୁଳିବାର ଏକ ସହଜ ଉପାୟ ରହିଛି। ତାହା…

କାରମେଲ ସିନିୟର ସେକେଣ୍ଡାରୀ ସ୍କୁଲରେ ଥ୍ରୋ ବଲ ପ୍ରତିଯୋଗିତା ଅନୁଷ୍ଠିତ

ଛତ୍ରପୁର, ୧୦।୮ (ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ) : ଛତ୍ରପୁର ସ୍ଥିତ କାରମେଲ ସିନିୟର ସେକେଣ୍ଡାରୀ ସ୍କୁଲ ପକ୍ଷରୁ ସିଆଇସିଏସଇ ସ୍ପୋଟର୍‌ସ ଏଣ୍ଡ ଗେମ୍ସ ପକ୍ଷରୁ ଦିନିକିଆ ଆଞ୍ଚଳିକ…

ଚାଷଜମିକୁ ଜଳସେଚନର ହେବ ସୁବିଧା : ଖୋଲିଲା ଜୟ ମଙ୍ଗଳ ଓ ଋଷିକୂଳ୍ୟାର ୧୫ ନମ୍ବର କେନାଲ

ଛତ୍ରପୁର,୧୦।୮, (ଦିଲ୍ଲୀପି ସାମଲ/ଦ୍ୱାରିକା ପଟ୍ଟନାୟକ) : ଚଳିତ ଖରିଫ ଚାଷ ଋତୁରେ ଚାଷୀଙ୍କୁ ଆବଶ୍ୟକ ଜଳସେଚନ ସୁବିଧା ଯୋଗାଇବା ଉଦ୍ଦେଶ୍ୟରେ ଜୟ ମଙ୍ଗଳ କେନାଲରେ ଜଳ ଛଡ଼ାଯାଇଛି।…

ଶଶ୍ମାନ, ଠାକୁରାଣୀ ଶାଳରୁ ଜବରଦଖଲ ଉଚ୍ଛେଦ ଦାବି

ପାଟଣା,୧୦ା୮(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ବୁଢ଼ୀ କାପୁଡ଼ି ଗାଁ ତେନ୍ତେଳା ଗ୍ରାମର ଶ୍ମଶାନ ଓ ଠାକୁରାଣୀ ଶାଳରେ ଉକ୍ତ ଗ୍ରାମର ସୁଦାମ ମହାନ୍ତ ଓ…

ଝାଡୁ ଧରିଲେ ମହାବିଦ୍ୟାଳୟର ଛାତ୍ରୀଛାତ୍ର, ଲକ୍ଷ୍ୟ ପୂରଣ ପାଇଁ ସମସ୍ତେ ଏକାଠି ହୋଇ…

ଭଞ୍ଜନଗର,୧୦ା୮(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗରସ୍ଥିତ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟରେ ସୋମବାର ସ୍ବଚ୍ଛତା ପଖଓ୍ବାଡ଼ା ଅବସରରେ ଜାତୀୟ ସେବା ଯୋଜନା (NSS) କୋ-ୟୁନିଟ୍‌ ଓ…

ବିଦେଶୀ ମଦ ଦୋକାନ ବନ୍ଦ ଦାବି: ଉପଜିଲାପାଳ କାର୍ଯ୍ୟାଳୟ ଘେରାଉ

ବୀରମହାରାଜପୁର, ୧୦/୯ (ଯୁଗଳ କିଶୋର ମିଶ୍ର): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ସୁବଳୟା ଥାନା ନୁଆଁପଡ଼ାଠାରେ ଥିବା ବିଦେଶୀ ମଦ ଦୋକାନ ବନ୍ଦ ଦାବିରେ ମହିଳାମାନେ…

ଚାଷୀମାରଣ ନୀତିକୁ ବିରୋଧ, ଜେଲ୍‌ଭରୋ ଆନ୍ଦୋଳନକୁ ଓହ୍ଲାଇଲେ ଚାଷୀ

ବରଗଡ଼,୧୦ା୮(ପ୍ରେମାନନ୍ଦ ଖମାରୀ): କୃଷିକ୍ଷେତ୍ରରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପ୍ରଣୀତ ବିଭିନ୍ନ ନୀତିକୁ ନେଇ ଚାଷୀ ଅସନ୍ତୋଷ ତେଜି ଉଠିଛି । ଏହି କ୍ରମରେ ସୋମବାର ବରଗଡ଼…

ଓଲଟିଲା କୋଇଲା ବୋଝେଇ ଟ୍ରକ୍‌, ଓଡ଼ିଶା-ଆନ୍ଧ୍ର ରାସ୍ତା ଜାମ୍‌

ଗୁଣପୁର,୧୦ା୮(ସୁଜାତା ପାଢ଼ୀ): କୋଇଲା ବୋଝେଇ ଟ୍ରକ୍‌ ଓଲଟିଯିବା ଫଳରେ ଓଡ଼ିଶା ଆନ୍ଧ୍ର ରାସ୍ତା ଦୀର୍ଘ ୬ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ଧରି ଜାମ ହୋଇ ରହିଛି। ରବିବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri