Posted inଜାତୀୟ

ଚାରିଧାମ ଯାତ୍ରା: ସପ୍ତାହକରେ ୨୬ ଯାତ୍ରୀଙ୍କ ମୃତ୍ୟୁକୁ ନେଇ ଉଠିଲା ପ୍ରଶ୍ନ

ଡେରାଡୁନ,୧୩ ।୫: ଉତ୍ତରାଖଣ୍ଡର ଚାରିଧାମ ଯାତ୍ରା ପ୍ରାୟ ଏକ ସପ୍ତାହ ହେବ ଆରମ୍ଭ ହୋଇଯାଇଛି । ଆଉ ଏହି ସପ୍ତାହକ ମଧ୍ୟରେ ପାଖାପାଖି ୨୬ ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇସାରିଲାଣି । ଯାହାକୁ ନେଇ ଏବେ ପ୍ରଶ୍ନ ଉଠୁଛି । କେବଳ କେଦାରନାଥ ଯିବା ସମୟରେ ୧୦ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ତେବେ କେଦାରନାଥ ଧାମ ଦର୍ଶନ କରିବା ପାଇଁ ପାଖାପାଖି ୩ କିଲୋମିଟର ପର୍ଯ୍ୟନ୍ତ ଯାତ୍ରୀଙ୍କ ଲମ୍ବା ଲାଇନ ଲାଗିଛି । ଲାଗୁଛି ସତେ ଯେମିତି ମଣିଷଙ୍କ ଟ୍ରାଫିକ ଜାମ ହୋଇଯାଇଛି ।
ସୂଚନାଯୋଗ୍ୟ, ଏଥର କେଦାରନାଥଙ୍କ ଦର୍ଶନ କରିବାକୁ ଯେମିତି ଶ୍ରଦ୍ଧାଳୁ ପାଗଳ ହୋଇଯାଇଛନ୍ତି । ୨୦୧୯ ଅର୍ଥାତ୍ କରୋନା ମହାମାରୀ ପୂର୍ବରୁ କେଦାରନାଥରେ ୬ମାସରେ ୯ଲକ୍ଷ ୨୬ ହଜାର ଲୋକ ଦର୍ଶନ କରିଥିବା ବେଳେ ୨୦୨୦ କରୋନା ସମୟରେ ମାତ୍ର ୨ ଲକ୍ଷ ୨୦ ହଜାର ଲୋକ କେଦାରନାଥ ଦର୍ଶନ ପାଇଁ ଯାଇଥିଲେ । ସେହିପରି ୨୦୨୧ରେ ୨ ଲକ୍ଷ ୪୨ ହଜାର ଲୋକ ଦର୍ଶନ କରିଥିଲେ । ହେଲେ ଏଥର ମାତ୍ର ୭ ଦିନରେ ୧ଲକ୍ଷ ୩୨ ହଜାର ଲୋକ କେଦାରନାଥଙ୍କ ଦର୍ଶନ କରି ସାରିଲେଣି । ହେଲେ ଏଠାକାର ଅବ୍ୟବ୍ୟସ୍ଥା ଯୋଗୁ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ହେଉଥିବା କୁହାଯାଉଛି ।
ଏବେ ଏହାକୁ ଦୃଷ୍ଟିରେ ରଖି କିଛି ବ୍ୟବସ୍ଥା କରାଯାଉଥିବା ସୂଚନା ମିଳିଛି । ଯେମିତିକି ବିନା ରେଜିଷ୍ଟ୍ରେଶନରେ କେହି କେଦାରନାଥ ଯାତ୍ରା କରିପାରିବେ ନାହିଁ । ରାତିରେ ମନ୍ଦିର ଖୋଲିବାର ସମୟକୁ ବଢାଇ ଦିଆଯାଇଛି । ରାତି ୧୦ଟା ପରେ ବି କେଦାରନାଥଙ୍କ ଦର୍ଶନ କରିହେବ । ଭିଡକୁ ରୋକିବାକୁ ଲୋକଙ୍କୁ ପୂର୍ବରୁ ଅଟକାଇ ଦିଆଯାଉଛି । ଭକ୍ତଙ୍କୁ ସୋନପ୍ରୟାଗ, ଗୌରିକୁଣ୍ଡ, ଗୁପ୍ତକାଶୀ, ରୁଦ୍ରପ୍ରୟାଗ ଭଳି ସ୍ଥାନରେ ଅଟକାଇ ଦିଆଯାଉଛି ।


Enter your email to get our daily news in your inbox.

All Right Reserved By Dharitri.Com

ମହାନଦୀରୁ ମୃତଦେହ ଉଦ୍ଧାର ଘଟଣା: ମିଳିଲା ଜଣଙ୍କର ପରିଚୟ, ଅନ୍ୟଜଣଙ୍କ ଅନ୍ତିମ ସଂସ୍କାର କଲା ପୋଲିସ

ଅମରପାଲି,୨୭।୯(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ଉପଖଣ୍ଡ ଅନ୍ତର୍ଗତ ସୁବଳୟା ମହାନଦୀ ଫେରିଘାଟ ନିକଟରୁ ମଙ୍ଗଳବାର ଉଦ୍ଧାର ହୋଇଥିବା ୨ ଅଜଣା ମୃତଦେହ ମଧ୍ୟରୁ ଜଣଙ୍କର ପରିଚୟ…

ଗୁଣିଗାରେଡ଼ି ସନ୍ଦେହରେ ମୋହନାରେ ବିଭତ୍ସ ହତ୍ୟାକାଣ୍ଡ: ପାହାଡ଼ ଉପରେ କୁଡ଼ିଆରେ ହାଣି ପୋଡ଼ିଦେଲେ!

ମୋହନା,୨୭।୯( ମନ୍ମଥ ମିଶ୍ର ): ଗୁଣିଗାରେଡ଼ି ସନ୍ଦେହରେ ଗାଁଠାରୁ ଅଢ଼େଇ କିଲୋମିଟର ଦୂର ପାହାଡ଼ ଉପରେ କୁଡ଼ିଆ ଘରେ ରହୁଥିବା ଜଣେ ବ୍ୟକ୍ତିଙ୍କୁ ଧାରୁଆ ଅସ୍ତ୍ରରେ ହତ୍ୟା…

ଚିଖିଲିକୁ ପଶିଲା ଜଳଭଣ୍ଡାରର ବନ୍ୟା ପାଣି, ଶହ ଶହ ଏକର ଚାଷଜମି ଜଳମଗ୍ନ

ବରଗଡ଼,୨୭।୯(ପ୍ରେମାନନ୍ଦ ଖମାରୀ): ଛତିଶଗଡ଼ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଲଗାଣ ବର୍ଷା ହୋଇଛି। ଏହାର ପ୍ରଭାବ ସୀମାବର୍ତ୍ତୀ ବରଗଡ଼ ଜିଲାର ଅମ୍ବାଭୋନା ବ୍ଲକ ଅଞ୍ଚଳରେ ଦେଖିବାକୁ ମିଳିଛି। ଉପରମୁଣ୍ଡରେ…

ପିକ୍‌ଅପ୍‌ ଧକ୍କାରେ ଶିଶୁ ମୃତ୍ୟୁ ଘଟଣା: ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ପୁରୁଷୋତ୍ତମପୁର,୨୭।୯(ସବିତା ମିଶ୍ର): ଏକ ପିକ୍‌ଅପ୍‌ ଭ୍ୟାନ୍‌ ଧକ୍କାରେ ୪ ବର୍ଷର ଶିଶୁର ମୃତ୍ୟୁ ଘଟିଥିଲା। ଏନେଇ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ସହରରେ ରବିବାର ସନ୍ଧ୍ୟାରେ ଉତ୍ତେଜନା ପରିସ୍ଥିତି…

ବଳାତ୍କାର ଅଭିଯୋଗକୁ ନେଇ ତାତିଲେ ଛାତ୍ରୀଛାତ୍ର, କ୍ୟାମ୍ପସ୍‌ରେ ଭଙ୍ଗାରୁଜା

ଫଗଓ୍ବାରା,୨୭ା୯: ପଞ୍ଜାବର ଫଗଓ୍ବାରାସ୍ଥିତ ଲଭ୍‌ଲି ପ୍ରଫେସନାଲ ୟୁନିଭର୍ସିଟି (ଏଲ୍‌ପିୟୁ)ର ଜଣେ ଛାତ୍ରୀଙ୍କୁ କ୍ୟାମ୍ପସ୍‌ ଭିତରେ ଜଣେ ବାହାର ଲୋକ ବଳାତ୍କାର କରିଥିବା ଅଭିଯୋଗ ହୋଇଛି । ଏହାକୁ…

କ୍ୟାଣ୍ଡଲ ଜାଳି ଶିକ୍ଷକ ସୁନୀଲଙ୍କୁ ଶ୍ରଦ୍ଧାଞ୍ଜଳି

ଗଞ୍ଜାମ,୨୭।୯(ଅନାଥ ତରାଇ): ଗଞ୍ଜାମ ସହରର ଜଣାଶୁଣା ଶିକ୍ଷକ ସ୍ବର୍ଗତ ସୁନୀଲ ସାମଲଙ୍କ ଦ୍ୱାଦଶ ଅବସରରେ ରବିବାର କ୍ୟାଣ୍ଡଲ ଯାତ୍ରା ସହ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି। ଜୟଶ୍ରୀ…

ସଚିନଙ୍କ ବଡ଼ ରେକର୍ଡ ଭାଙ୍ଗିଲେ ବିରାଟ କୋହଲି, ଦିନିକିଆ କ୍ରିକେଟରେ କଲେ….

ତିରୁଭାନନ୍ତପୁରମ,୨୭।୯: ବିରାଟ କୋହଲି ଦିନିକିଆ କ୍ରିକେଟ୍‌ରେ ଆଉ ଏକ ବଡ଼ କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ବିରାଟ କୋହଲି ଦିନିକିଆ ଆନ୍ତର୍ଜାତୀୟ କ୍ରିକେଟରେ ୧୫,୦୦୦ ରନ୍ ପୂରଣ କରିଛନ୍ତି।ଏହା…

ସ୍କୁଟିକୁ ଧକ୍କା ଦେଲା ଟ୍ରକ: ଚାଲିଗଲା ମତ୍ସ୍ୟଜୀବୀଙ୍କ ଜୀବନ, ଉତ୍ତେଜନା

ଛତ୍ରପୁର,୨୭।୯:(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଛତ୍ରପୁର ପୌରପରିଷଦ ଅନ୍ତର୍ଗତ ଡିଆର୍‌ଡିଏ ଛକ ନିକଟ ୧୬ ନମ୍ବର ଜାତୀୟ ରାଜପଥରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?