Posted inଜାତୀୟ

ଗୃହରେ ବିଶୃଙ୍ଖଳିତ ଆଚରଣ ଅକ୍ଷମଣୀୟ

ନୂଆଦିଲ୍ଲୀ, ୬।୭ (ଆଇଏଏନ୍‌ଏସ୍‌): ପାର୍ଲାମେଣ୍ଟ ଏବଂ ବିଧାନସଭା ଭିତରେ ଆଇନ ପ୍ରଣେତାଙ୍କ ବିଶୃଙ୍ଖଳିତ ଆଚରଣକୁ କ୍ଷମା କରାଯାଇପାରିବ ନାହିଁ ବୋଲି ସୋମବାର ସୁପ୍ରିମକୋର୍ଟ କହିଛନ୍ତି। ଗୃହ ମଧ୍ୟରେ ସର୍ବସାଧାରଣ ସମ୍ପତ୍ତି ନଷ୍ଟ କରିବା ଅଭିଯୋଗରେ ସେମାନଙ୍କୁ ବିଚାରର ସମ୍ମୁଖୀନ ହେବାକୁ ପଡ଼ିବ ବୋଲି ଜଷ୍ଟିସ୍‌ ଡି.ଓ୍ବାଇ. ଚନ୍ଦ୍ରଚୂଡ଼ ଏବଂ ଏମ୍‌.ଆର୍‌. ଶାହାଙ୍କୁ ନେଇ ଗଠିତ ଖଣ୍ଡପୀଠ ମତ ଦେଇଛନ୍ତି। କେରଳ ସରକାରଙ୍କ ପକ୍ଷରୁ ଉପସ୍ଥିତ ବରିଷ୍ଠ ଆଇନଜୀବୀ ରଞ୍ଜିତ୍‌ କୁମାରଙ୍କୁ ଖଣ୍ଡପୀଠ କହିଥିଲେ, ବିଧାନସଭାରେ ବିଧେୟକ ଉପସ୍ଥାପନ ହେଉଥିବାବେଳେ ମାଇକ ଫୋପାଡିବା ଓ ସର୍ବସାଧାରଣ ସମ୍ପତ୍ତି ନଷ୍ଟ କରିବା ଭଳି ଆଚରଣ ଦେଖାଇଥିବା ବିଧାୟକଙ୍କୁ ଆମେ କ୍ଷମା ଦେଇପାରିବୁ ନାହିଁ। ପାର୍ଲାମେଣ୍ଟ ଓ ବିଧାନସଭାରେ ଉତ୍ତମ ବ୍ୟବହାର ଦେଖାଇବାକୁ ପଡ଼ିବ ବୋଲି ଖଣ୍ଡପୀଠ କହିଥିଲେ। ଜନସାଧାରଣଙ୍କୁ ଆପଣମାନେ କିପରି ବ୍ୟବହାର ଦେଖାଉଛନ୍ତି ବୋଲି ଜଷ୍ଟିସ୍‌ ଶାହା ପ୍ରଶ୍ନ କରିଥିଲେ। ଗୃହରେ ଅର୍ଥ ବିଲ୍‌ ଉପସ୍ଥାପନ ସବୁଠୁ ଗୁରୁତ୍ୱପୂର୍ଣ୍ଣ। ଏହି ସମୟରେ ଜଣେ ବିଧାୟକ ଗୃହରେ ବିଶୃଙ୍ଖଳା ସୃଷ୍ଟି କରିବା ଦ୍ୱାରା କେଉଁ ବୃହତ୍ତର ଜନସ୍ବାର୍ଥ ପୂରଣ ହେଉଛି ବୋଲି ଜଷ୍ଟିସ୍‌ ଚନ୍ଦ୍ରଚୂଡ଼ ଜାଣିବାକୁ ଚାହିଁଥିଲେ। ଆଇନ ପ୍ରଣେତା ବିଧାନସଭାରେ ବଜେଟକୁ ଅଟକାଇବା ଘଟଣାରେ ଖଣ୍ଡପୀଠ ଜବାବ ଚାହିଁବାରୁ ସମ୍ପୃକ୍ତ ବିଧାୟକଙ୍କୁ ନିଲମ୍ବନ କରାଯାଇଥିବା ଆଇନଜୀବୀ ରଞ୍ଜିତ କହିଥିଲେ ଏବଂ କେରଳ ହାଇକୋର୍ଟଙ୍କ ରାୟକୁ ଦର୍ଶାଇଥିଲେ। କେରଳ ସରକାରଙ୍କ ପକ୍ଷରୁ ଆଇନଜୀବୀ ଅଧିକ ସମୟ ମାଗିବାରୁ ପରବର୍ତ୍ତୀ ଶୁଣାଣି ଜୁଲାଇ ୧୫କୁ ଧାର୍ଯ୍ୟ କରାଯାଇଛି।
୨୦୧୫ରେ କେରଳ ବିଧାନସଭାରେ ତତ୍କାଳୀନ ବିରୋଧୀ ଦଳ ସିପିଆଇ-ଏମ୍‌ ନେତା ଭି. ସିଭାକୁଟ୍ଟି ଓ ଅନ୍ୟମାନେ ଭଙ୍ଗାରୁଜା କରିଥିଲେ। ସେମାନଙ୍କ ବିରୋଧରେ ଚାଲିଥିବା ମାମଲା ପ୍ରତ୍ୟାହାର ପାଇଁ ବର୍ତ୍ତମାନ କ୍ଷମତାରେ ଥିବା ବାମଦଳ ସରକାର ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଗତ ମାର୍ଚ୍ଚ ୧୨ରେ କେରଳ ହାଇକୋର୍ଟ ମାମଲା ପ୍ରତ୍ୟାହାର ପାଇଁ ଅନୁମତି ଦେବାକୁ ମନା କରିଦେଇଥିଲେ।

 

ମହାରାଷ୍ଟ୍ର ବିଧାନସଭାରୁ ୧୨ ଭାଜପା ବିଧାୟକ ନିଲମ୍ବିତ

ମହାରାଷ୍ଟ୍ର ବିଧାନସଭାର ମୌସୁମୀ ଅଧିବେଶନ ସୋମବାର ଆରମ୍ଭ ହୋଇଥିବାବେଳେ ପ୍ରଥମରୁ ଗୃହରେ ଉତ୍ତେଜନା ଲାଗି ରହିଥିଲା। ଏହି ସମୟରେ ଗୃହରେ ବାଚସ୍ପତି ଦାୟିତ୍ୱ ତୁଲାଉଥିବା ବରିଷ୍ଠ ନେତା ଭାସ୍କର ଯାଦବଙ୍କୁ ଗାଳିଦେବା ଓ ଠେଲାପେଲା କରିବା ଅଭିଯୋଗରେ ବିରୋଧୀ ଦଳ ଭାଜପାର ୧୨ ଜଣ ବିଧାୟକଙ୍କୁ ବର୍ଷକ ପାଇଁ ଗୃହରୁ ନିଲମ୍ବନ କରାଯାଇଛି। ତେବେ ମିଛ ଅଭିଯୋଗ ଅଣାଯାଇ ବିଧାୟକମାନଙ୍କୁ ନିଲମ୍ବିନ କରାଯାଇଛି ବୋଲି ଧସ୍ତାଧସ୍ତି ବେଳେ ଉପସ୍ଥିତ ଥିବା ବିରୋଧୀ ଦଳ ନେତା ଦେବେନ୍ଦ୍ର ଫଡ୍‌ନବିସ୍‌ କହିଛନ୍ତି। ଭାଜପାରୁ କେହି ବାଚସ୍ପତିଙ୍କୁ ଗାଳି କରିନାହାନ୍ତି। ସମ୍ପୂର୍ଣ୍ଣ କାହାଣୀ ସୃଷ୍ଟି କରାଯାଇଛି। ଅନ୍ୟାନ୍ୟ ପଛୁଆବର୍ଗ (ଓବିସି) ସ୍ଥାନ ସଂରକ୍ଷଣ ଲାଗି ଆମେ ୧୨ରୁ ଅଧିକ ବିଧାୟକଙ୍କୁ ତ୍ୟାଗ କରିବାକୁ ପ୍ରସ୍ତୁତ ଅଛୁ ବୋଲି ଫଡ୍‌ନବିସ୍‌ କହିଥିଲେ।
ମୌସୁମୀ ଅଧିବେଶନରେ ଓବିସିକୁ ମୁଖ୍ୟ ପ୍ରସଙ୍ଗ ଭାବେ ଉପସ୍ଥାପନ କରି ଭାଜପା ଗୃହରେ ହଟ୍ଟଗୋଳ କରିଥିଲା। ଏହା ଉପରେ କହିବା ପାଇଁ ଗୃହରେ ଅଧ୍ୟକ୍ଷତା କରୁଥିବା ବାଚସ୍ପତି ଯଥେଷ୍ଟ ସମୟ ଦେଲେ ନାହିଁ ବୋଲି ଭାଜପା କହିଛି। ଗୃହକୁ ମୁଲତବୀ ଘୋଷଣା କରାଯିବାରୁ ଉତ୍ତେଜନା ବୃଦ୍ଧି ପାଇଥିଲା। ବିରୋଧୀ ଦଳ ନେତାମାନେ ତାଙ୍କ କ୍ୟାବିନକୁ ଆସି ବରିଷ୍ଠ ନେତା ଦେବେନ୍ଦ୍ର ଫଡ୍‌ନବିସ୍‌ ଏବଂ ଚନ୍ଦ୍ରକାନ୍ତ ପାଟିଲଙ୍କ ଉପସ୍ଥିିତିରେ ଅସାମ୍ବିଧାନିକ ଭାଷାରେ ଗାଳିଗୁଲଜ କରିବା ସହ ଠେଲାପେଲା କରିଥିଲେ ବୋଲି ଯାଦବ ଗଣମାଧ୍ୟମକୁ କହିଛନ୍ତି। ଅନ୍ୟପକ୍ଷରେ ବିରୋଧୀ ଦଳଙ୍କ କହିବା ଅନୁଯାୟୀ ଭେଟିବାକୁ ଯାଇଥିବା ନେତାଙ୍କୁ ବାଚସ୍ପତି ଦାୟିତ୍ୱ ତୁଲାଉଥିବା ଯାଦବ ପ୍ରଥମେ ଗାଳିଗୁଲଜ କରିଥିଲେ। ଘଟଣାର ତଦନ୍ତ ପାଇଁ ଯାଦବ ରାଜ୍ୟ ସଂସଦୀୟ ବ୍ୟାପାର ମନ୍ତ୍ରୀଙ୍କୁ କହିଛନ୍ତି। ୧୨ ଭାଜପା ବିଧାୟକଙ୍କୁ ବର୍ଷେ ନିଲମ୍ବିନ କରିବା ନେଇ ପ୍ରସ୍ତାବ ଅଣାଯାଇଥିଲା। ମହାରାଷ୍ଟ୍ରର ଉଦ୍ଧବ ଠାକ୍‌ରେ ସରକାର ତାଲିବାନ ଭଳି କାର୍ଯ୍ୟ କରୁଛି। ଭାସ୍କର ଯାଦବଙ୍କୁ କୌଣସି ବିଧାୟକ ଗାଳି କରି ନ ଥିବା ଭାଜପା ବିଧାୟକ ଆଶିଷ ଶେଲାର କହିଛନ୍ତି। ପୂର୍ବତନ ବାଚସ୍ପତି ନାନା ପାଟୋଲ ଇସ୍ତଫା ଦେଇ କଂଗ୍ରେସ ରାଜ୍ୟ ସଭାପତି ଦାୟିତ୍ୱ ନେଇଥିବାବେଳେ ନୂଆ ବାଚସ୍ପତି ନିର୍ବାଚନ ହୋଇ ନାହିଁ। ବାଚସ୍ପତି ନିର୍ବାଚନ କରିବାରେ ଶାସକ ଦଳ ମହାରାଷ୍ଟ୍ର ବିକାଶ ଅଘାଡ଼ି(ଏମ୍‌ଭିଏ)ର ସାମର୍ଥ୍ୟ ରହିଥିବାବେଳେ ଭାଜପା ଏହି ପଦ ପାଇଁ ପ୍ରାର୍ଥୀ ଦେବାକୁ ଚାହୁଁଛି।


Enter your email to get our daily news in your inbox.

All Right Reserved By Dharitri.Com

ସାମ୍ନାକୁ ଆସିଲା ବଡ଼ ଘୋଟାଲା, କମିଶନ୍‌ ନେଇ ୨୦୦ କୋଟିର ନକଲି ବିଲ୍‌ ପାସ୍‌

ନୂଆଦିଲ୍ଲୀ, ୨୬।୦୭: କରୋନା ସମୟରେ ୨୦୦ କୋଟି ଟଙ୍କାର ଏକ ବଡ ଦୁର୍ନୀତିର ଖୁଲାସା କରିଛି ଦୁର୍ନୀତି ନିବାରଣ ବ୍ୟୁରୋ ବା ଏସିବି । ଏହି...

ପ୍ରକାଶ ପାଇଲା ନିଟ୍‌ର ସଂଶୋଧିତ ତାଲିକା, ୬୭ରୁ ୧୭କୁ ଖସିଲେ ଟପ୍ପର

ନୂଆଦିଲ୍ଲୀ, ୨୬।୦୭: ଗତ କିଛିଦିନ ଧରି ବିବାଦରେ ରହିଥିବା ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି ବା ଏନ୍‌ଟିଏ ମେଡିକାଲ୍‌ ପ୍ରବେଶିକା ପରୀକ୍ଷା ନିଟ୍‌-ୟୁଜିର ଫାଇନାଲ୍‌ ରେଜଲ୍ଟ ପ୍ରକାଶ...

୯୯ରେ ସାପ କାମୁଡ଼େ, କଂଗ୍ରେସକୁ ଏମିତି କହିଦେଲେ କେନ୍ଦ୍ରମନ୍ତ୍ରୀ

ନୂଆଦିଲ୍ଲୀ, ୨୬।୦୭: ବରିଷ୍ଠ ଜନତା ଦଳ ୟୁନାଇଟେଡ (ଜେଡିୟୁ) ନେତା ତଥା କେନ୍ଦ୍ର ମନ୍ତ୍ରୀ ରାଜୀବ ରଂଜନ (ଲଲନ ସିଂ) ଶୁକ୍ରବାର ଦିନ କଂଗ୍ରେସକୁ ଟାର୍ଗେଟ୍‌...

ମନୀଷ ସିସୋଦିଆଙ୍କୁ ପୁଣି କୋର୍ଟ ଝଟ୍‌କା, ବଢ଼ିଲା ନ୍ୟାୟିକ ହେପାଜତ ଅବଧି

ନୂଆଦିଲ୍ଲୀ, ୨୬।୦୭: ଦିଲ୍ଲୀ ମଦ ଦୁର୍ନୀତି ସହ ଜଡ଼ିତ ସିବିଆଇ ମାମଲାରେ ଆଜି ପୁଣିଥରେ କୋର୍ଟ ଶୁଣାଣି କରିଛନ୍ତି । ରାଉଜ ଆଭେନ୍ୟୁ କୋର୍ଟ ଦିଲ୍ଲୀର...

‘ଦିଲ୍ଲୀରୁ ଗୋଟିଚାଳନା ସରିଛି, ଉତ୍ତରପ୍ରଦେଶରେ କିଛି ବଡ଼ ହେବାକୁ ଯାଉଛି’

ନୂଆଦିଲ୍ଲୀ,୨୬।୭: ଆମ ଆଦମୀ ପାର୍ଟି(ଏଏପି)ର ଏମ୍‌ପି ସଞ୍ଜୟ ସିଂ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ନେଇ ଏକ ବଡ଼ ଦାବି କରିଛନ୍ତି। ସଞ୍ଜୟ ଶୁକ୍ରବାର କହିଛନ୍ତି...

ରାହୁଲ ଗାନ୍ଧୀଙ୍କ ନୂଆ ଠିକଣା: ବଙ୍ଗଳା ନମ୍ବର-୫, ସୁନ୍‌ହେରୀ ବାଗ୍‌ ରୋଡ…

ନୂଆଦିଲ୍ଲୀ,୨୬।୭: କଂଗ୍ରେସ ନେତା ଏବଂ ଲୋକ ସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ଠିକଣା ବଦଳିବାକୁ ଯାଉଛି। ସୁନ୍‌ହରୀ ବାଗ୍‌ ରୋଡ୍‌, ବଙ୍ଗଳା ନମ୍ବର-୫...

ଗୁଗୁଲ ସିଇଓ ସୁନ୍ଦର ପିଚାଇଙ୍କୁ ଭାରତରୁ ମିଳିଲା ବଡ଼ ଉପାଧି, କହିଲେ…

ନୂଆଦିଲ୍ଲୀ, ୨୬।୦୭: ଲୋକପ୍ରିୟ ସର୍ଚ୍ଚ ଇଞ୍ଜିନ୍‌ ଗୁଗୁଲର ସିଇଓ ସୁନ୍ଦର ପିଚାଇଙ୍କୁ ନିଜେ ପଢ଼ୁଥିବା ଅନୁଷ୍ଠାନରୁ ବଡ଼ ଉପାଧି ମିଳିଛି । ଆଇଆଇଟି ଖଡ଼ଗପୁରରୁ ସେ...

ଫିଟିଗଲା ଗୁମର, କଂଗ୍ରେସ ସହ ହୋଇଛି ଭିତିରି ମେଣ୍ଟ!

ନୂଆଦିଲ୍ଲୀ,୨୬।୭:ନିର୍ବାଚନରେ ହାରିବା ଏବଂ ମୁଖ୍ୟମନ୍ତ୍ରୀ ପଦ ହରାଇବା ପରେ ଜଗନମୋହନ ରେଡ୍ଡୀଙ୍କ ଅଡୁଆ ବଢିବାରେ ଲାଗିଛି। ଚନ୍ଦ୍ରବାବୁ ନାଇଡୁ ଆନ୍ଧ୍ରପ୍ରଦେଶର ସିଏମ ହୋଇଛନ୍ତି ଏବଂ ଦାୟିତ୍ୱ...

Advertisement
Mettle Meet 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri