ଏଭଳି ପୁଅ ବଞ୍ଚି ରହିବା ଅପେକ୍ଷା ମରିଯିବା…

ଆଚାର୍ଯ୍ୟ ଚାଣକ୍ୟଙ୍କ ଉପଦେଶକୁ ଅନେକ ମାନନ୍ତି। ଜଣେ ବୁଦ୍ଧିମାନ ବ୍ୟକ୍ତି, ତର୍କରେ ପ୍ରବୀଣ ଏବଂ ତାଙ୍କର ନୀତିଗତ ନିଷ୍ପତ୍ତି ନେଉଥିବା ବ୍ୟକ୍ତିଭାବେ ତାଙ୍କୁ ଗଣାଯାଏ। ସେ ନିଜର ନୀତିଶାସ୍ତ୍ରରେ ମନୁଷ୍ୟ ଜୀବନ ସହ ଜଡ଼ିତ ଅନେକ ଦିଗ ବିଷୟରେ ବର୍ଣ୍ଣନା କରିଛନ୍ତି। ବିଶେଷକରି ଧନ, ପଦୋନ୍ନତି, ବ୍ୟବସାୟ, ଚାକିରି, ପରିବାର ଏବଂ ବୈବାହିକ ଜୀବନ ସହ ଜଡ଼ିତ ସମସ୍ୟା ଓ ତାର ସମାଧାନକୁ ନେଇ ନୀତିଶାସ୍ତ୍ରରେ ଚାଣକ୍ୟ ଅନେକ କିଛି ବର୍ଣ୍ଣନା କରିଛନ୍ତି। ଏକ ଶ୍ଲୋକରେ ଚାଣକ୍ୟ ପୁଅଙ୍କ ସଦ୍‌ଗୁଣ ଏବଂ ଦୁର୍ଗୁଣ ବିଷୟରେ କହିଛନ୍ତି।

-ଚାଣକ୍ୟ କୁହନ୍ତି ଶହେପୁଅ ଅପେକ୍ଷା ଜଣେ ଯୋଗ୍ୟ ତଥା ବୁଦ୍ଧିମାନ ପୁଅ ଭଲ। ଏଭଳି ସନ୍ତାନ ପିତାମାତାଙ୍କୁ ସୁଖ ଦିଅନ୍ତି ଏବଂ ତାଙ୍କର ଦୁଃଖକୁ ନିଜ ଦୁଃଖ ବୋଲି ଭାବନ୍ତି।

-ଦୁର୍ଗୁଣ ବିଷୟରେ ଚାଣକ୍ୟ କୁହନ୍ତି, ଯଦି ପୁଅର ଖରାପ ଅଭ୍ୟାସ ରହିଛି ଅଥବା ସେ ଅଜ୍ଞ ତେବେ ଏଭଳି ପୁଅ ବଞ୍ଚିରହିବା ଅପେକ୍ଷା ମରିଯିବା ଭଲ। ଏଭଳି ପୁଅର ମୃତ୍ୟୁରେ ପିତାମାତା କିଛି ସମୟ ପାଇଁ ଦୁଃଖ ପାଇପାରନ୍ତି। ହେଲେ ଯଦି ପୁଅ ଦୀର୍ଘଦିନ ଧରି ଜୀବିତ ରୁହେ ତେବେ ସେମାନେ ସାରାଜୀବନ ଦୁଃଖୀ ହେବେ।

-ଏକ ଉଦାହରଣ ଦେଇ ଚାଣକ୍ୟ କହିଛନ୍ତି, କ୍ଷୀର ଦେଉ ନ ଥିବା ତଥା ବାଛୁରୀ ଜନ୍ମ କରୁ ନ ଥିବା ଗାଈର ମୂଲ୍ୟ ନ ଥାଏ। ସେହିଭଳି ମୁର୍ଖ ନଚେତ ମା’ବାପାଙ୍କ ପ୍ରତି ଶ୍ରଦ୍ଧାଭାବ, ସମ୍ମାନ ନ ଥିବା ପୁଅ/ସନ୍ତାନର କୌଣସି ଲାଭ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଘରୋଇ ଉପଚାର ଦ୍ୱାରା ରୂପଚର୍ଯ୍ୟା

ଗ୍ରୀକ୍‌, ଇଜିପ୍ଟରେ ବହୁ ବର୍ଷ ପୂର୍ବେ ସୌନ୍ଦର୍ଯ୍ୟକୁ ନେଇ ମଧ୍ୟ ଲୋକେ ବେଶ୍‌ ସଜାଗ ରହୁଥିଲେ ବୋଲି ଇତିହାସରେ ବର୍ଣ୍ଣନା କରା ଯାଇଛି । ଜାଣନ୍ତୁ...

ଅନେକ ରୋଗର ମହୋଷଧି ରସୁଣ

ରସୁଣ ଖାଇବାର ଲାଭ ଅନେକ। ଆୟୁର୍ବେଦରେ ରସୁଣକୁ ମହୌଷଧି ଭାବେ ବିବେଚିତ କରାଯାଇଛି। କୁହାଯାଏ, କୌଣସି ନା କୌଣସି ରୂପରେ ରସୁଣକୁ ଡାଏଟ ପ୍ଲାନରେ ସାମିଲ...

ପେଟ କମାଏ ଗୋଲମରିଚ

ଆମ ରୋଷେଇ ଘରେ ମିଳୁଥିବା ଅନେକ ପ୍ରକାରର ମସଲା ଆମକୁ ନିରୋଗ ରଖିବାରେ ସହାୟ ହୋଇଥାଏ। ହେଲେ ଏହାର ବ୍ୟବହାର ସମ୍ପର୍କରେ ଅନେକ ସମୟରେ ଆମେ...

କିଡ୍‌ନୀ ଟ୍ରାନ୍ସପ୍ଲାଣ୍ଟ

ମଣିଷ ଶରୀରରୁ ବିଷାକ୍ତ ପଦାର୍ଥକୁ ମୁତ୍ର ଆକାରରେ ବାହାର କରିବା ଏବଂ ରକ୍ତକୁ ପରିସ୍କାର କରିବାରେ ମୁଖ୍ୟ ଭୂମିକା ବହନ କରିଥାଏ ବୃକକ୍‌ ବା କିଡ୍‌ନୀ।...

ଅସ୍ଥିକୁ ଶକ୍ତ କରେ ଖଜୁରି

ଖଜୁରିରେ ଅନେକ ପ୍ରକାର ସ୍ବାସ୍ଥ୍ୟୋପକାରୀ ଗୁଣ ଭରି ରହିଛି। ଏକ ସଦ୍ୟତମ ସର୍ଭେରୁ ଜଣାପଡ଼ିଛି ଯେ ଯଦି ଜଣେ ବ୍ୟକ୍ତି ନିୟମିତ ଖଜୁରି ଖାଆନ୍ତି ତେବେ...

ଯକ୍ଷ୍ମାକୁ ନିର୍ମୂଳ କରିବା ସମ୍ଭବ

ଯକ୍ଷ୍ମା ରୋଗ ବା ଟ୍ୟୁବରକ୍ୟୁଲୋସିସ (ଟିବି) ଗୋଟିଏ ଅତି ସଂକ୍ରାମକ ରୋଗ। ପୃଥିବୀର ପ୍ରଥମ ୧୦ଟି ମାରକ ରୋଗ ମଧ୍ୟରେ ଯକ୍ଷ୍ମା ଅନ୍ୟତମ। ଏହି ରୋଗଟି...

ବାସିଭାତ ଖାଇଲେ ଶରୀରକୁ କ’ଣ ମିଳିଥାଏ? ଜାଣି ରଖନ୍ତୁ…

ପ୍ରତ୍ୟେକ ଭାରତୀୟଙ୍କ ଘରେ ସାଧାରଣତଃ ବାସିଭାତ ଖିଆଯାଇଥାଏ। ତଥାପି ଏହାକୁ ଖାଇବାର ଲାଭ ଏବଂ କ୍ଷତି ଉଭୟ ହୋଇପାରେ। ଏହା ଭାତକୁ କିପରି ଏବଂ କେତେ...

ଭୁଲ୍‌ରେ ବି କାହାଠାରୁ ଉଧାର ମାଗି ବ୍ୟବହାର କରନ୍ତୁ ନାହିଁ ଏସବୁ, ହୋଇଯିବେ ଦରିଦ୍ର…

ହିନ୍ଦୁ ଧର୍ମରେ ବାସ୍ତୁ ଶାସ୍ତ୍ରର ବହୁତ ଗୁରୁତ୍ୱ ଅଛି। ବାସ୍ତୁ ଶାସ୍ତ୍ରରେ, କେବଳ ଦିଗନିର୍ଦ୍ଦେଶର ଗୁରୁତ୍ୱକୁ ବିସ୍ତାରିତ ଭାବରେ ବୁଝାଯାଇ ନାହିଁ, ବରଂ ବ୍ୟକ୍ତିର ଦୈନନ୍ଦିନ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri