Posted inଜାତୀୟ

ସିବିଏସ୍‌ଇ ପାଠ୍ୟକ୍ରମରେ ପରିବର୍ତ୍ତନ, ଇସଲାମ୍‌ ସାମ୍ରାଜ୍ୟ-ଶୀତଳଯୁଦ୍ଧ ଅଧ୍ୟାୟ ହଟିଲା..

ନୂଆଦିଲ୍ଲୀ, ୨୩।୪ : ସେଣ୍ଟ୍ରାଲ ବୋର୍ଡ ଅଫ ସେକେଣ୍ଡାରୀ ଏଜୁକେସନ (ସିବିଏସ୍‌ଇ) ପକ୍ଷରୁ ଏହାର ପାଠ୍ୟକ୍ରମରେ କେତେକ ପରିବର୍ତ୍ତନ କରାଯାଇଛି। ଗୋଷ୍ଠୀ ନିରପେକ୍ଷ ଆନ୍ଦୋଳନ, ଶୀତଳ ଯୁଦ୍ଧ ଯୁଗ, ଆଫ୍ରୋ-ଏସୀୟ ଅଞ୍ଚଳରେ ଇସଲାମ ସାମ୍ରାଜ୍ୟର ଅଭ୍ୟୁଦୟ, ମୋଗଲ କୋର୍ଟର ଇତିହାସ ଏବଂ ଶିଳ୍ପ ବିପ୍ଳବ ଇତିହାସ ଆଦି ଅଧ୍ୟାୟକୁ ଏକାଦଶ ଏବଂ ଦ୍ୱାଦଶ ଶ୍ରେଣୀର ରାଜନୀତି ବିଜ୍ଞାନ ପାଠ୍ୟକ୍ରମରୁ ହଟାଇ ଦିଆଯାଇଛିି।

ସେହିଭଳି, କୃଷି ଉପରେ ଜଗତୀକରଣର ପ୍ରଭାବକୁ ମଧ୍ୟ ଦଶମ ଶ୍ରେଣୀ ପାଠ୍ୟକ୍ରମର ଖାଦ୍ୟ ସୁରକ୍ଷା ଅଧ୍ୟାୟରୁ ହଟାଯାଇଛି। ଏହା ସହିତ, ’ଧର୍ମ, ସାମ୍ପ୍ରଦାୟିକତା ଏବଂ ରାଜନୀତି-ସାମ୍ପ୍ରଦାୟିକ ଧର୍ମନିରପେକ୍ଷ ରାଜ୍ୟ’ ବିଭାଗରୁ ଫୈଜ ଅହମ୍ମଦ ଫୈଜଙ୍କ ଦୁଇଟି ଉର୍ଦ୍ଦୁ କବିତାର ଅନୁବାଦିତ ଉଦ୍ଧୃତିକୁ ମଧ୍ୟ ବାଦ ଦିଆଯାଇଛି।

ସିବିଏସ୍‌ଇ ପାଠ୍ୟକ୍ରମରୁ ଗଣତନ୍ତ୍ର ଏବଂ ବିବିଧତା ଅଧ୍ୟାୟ ମଧ୍ୟ ହଟାଇ ଦିଆଯାଇଛି। ବିଷୟ କିମ୍ବା ଅଧ୍ୟାୟ ହଟାଯିବା ବିଷୟରେ ପଚରାଯିବାରୁ ଅଧିକାରୀମାନେ କହିଛନ୍ତି ଯେ ଏହି ପରିବର୍ତ୍ତନ ପାଠ୍ୟକ୍ରମର ଯୁକ୍ତିଯୁକ୍ତ ଅଂଶ ଅଟେ ଏବଂ ଏହା ନ୍ୟାଶନାଲ କାଉନସିଲ ଅଫ ଏଜୁକେଶନାଲ ରିସର୍ଚ୍ଚ ଆଣ୍ଡ ଟ୍ରେନିଂ (ଏନସିଇଆରଟି) ର ସୁପାରିଶ ଅନୁଯାୟୀ କରାଯାଇଛି।

ଚଳିତ ବର୍ଷ ଏକାଦଶ ଶ୍ରେଣୀ ଇତିହାସ ପାଠ୍ୟକ୍ରମରୁ ସେଣ୍ଟ୍ରାଲ ଇସଲାମିକ ଲାଣ୍ଡସ’ ଅଧ୍ୟାୟ ଆଫ୍ରୋ-ଏସୀୟ ଅଞ୍ଚଳରେ ଇସଲାମ ସାମ୍ରାଜ୍ୟର ଉତ୍ଥାନ ଏବଂ ଏହାର ଅର୍ଥନୀତି ତଥା ସମାଜ ଉପରେ ଏହାର ପ୍ରଭାବ ବିଷୟକୁ ହଟାଇ ଦିଆଯାଇଛି।

ସେହିଭଳି, ଦ୍ୱାଦଶ ଶ୍ରେଣୀ ଇତିହାସ ପାଠ୍ୟକ୍ରମରେ ମୋଗଲ କୋର୍ଟ: ରିକନଷ୍ଟ୍ରକ୍ଟିଂ ହୀଷ୍ଟ୍ରଜ୍‌ ଥ୍ରୁ କୋନିକଲ୍ସ୍‌’ ଶୀର୍ଷକ ଅଧ୍ୟାୟରେ ମୋଗଲମାନଙ୍କର ସାମାଜିକ, ଧାର୍ମିକ ଏବଂ ସାଂସ୍କୃତିକ ଇତିହାସର ପୁନର୍ନିମାଣ ସମ୍ବନ୍ଧରେ ମୋଗଲ କୋର୍ଟର ଇତିହାସ ସମ୍ପର୍କରେ ବର୍ଣ୍ଣନା କରୁଥିବା ବିଷୟକୁ ୨୦୨୨-୨୩ ଏକାଡେମିକ ବର୍ଷ ହଟାଯାଇଛି। ପ୍ରକାଶ ଥାଉକି, କୋଭିଡ ମହାମାରୀକୁ ଦୃଷ୍ଟିରେ ରଖି ଦୁଇଟି ଭାଗରେ ପରୀକ୍ଷା ପରିଚାଳନା କରିବାର ବ୍ୟବସ୍ଥା ଏକକାଳୀନ ସ୍ବତନ୍ତ୍ର ପଦକ୍ଷେପ ଭାବେ ଘୋଷଣା କରାଯାଇଥିଲା। ପରିସ୍ଥିତିକୁ ଦୃଷ୍ଟିରେ ରଖି ଚୂଡ଼ାନ୍ତ ପଦକ୍ଷେପ ଠିକ ସମୟରେ ନିଆଯିବ ବୋଲି ବୋର୍ଡ ଅଧିକାରୀମାନେ ଗତ ସପ୍ତାହରେ କହିଥିଲେ। ବୋର୍ଡର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ସିବିଏସଇ ନବମରୁ ଦ୍ୱାଦଶ ଶ୍ରେଣୀ ପାଇଁ ବାର୍ଷିକ ପାଠ୍ୟକ୍ରମରେ ଏକାଡେମିକ ସାମଗ୍ରୀ, ପରୀକ୍ଷା ଫଳାଫଳ ସହିତ ଶିକ୍ଷଣ ଫଳାଫଳ, ଶିକ୍ଷାଗତ ଯୋଗ୍ୟତା ଏବଂ ମୂଲ୍ୟାଙ୍କନ ନିର୍ଦ୍ଦେଶାବଳୀ ଅନ୍ତର୍ଭୁକ୍ତ ହୋଇଥାଏ। ଶିକ୍ଷାର୍ଥୀ ଏବଂ ଅନ୍ୟାନ୍ୟ ବିଦ୍ୟମାନ ଅବସ୍ଥାକୁ ଦୃଷ୍ଟିରେ ରଖି ବୋର୍ଡ ଏକାଡେମିକ ଅଧିବେଶନ ୨୦୨୨-୨୩ ଶେଷରେ ବାର୍ଷିକ ମୂଲ୍ୟାଙ୍କନ ଯୋଜନା କରିବା ସପକ୍ଷରେ ଅଛି ଏବଂ ସେହି ଅନୁଯାୟୀ ସିଲାବସ ଡିଜାଇନ କରାଯାଇଛି।

ଅବଶ୍ୟ, ଏହା ପ୍ରଥମ ଘଟଣା ନୁହେଁ ଯେ ବୋର୍ଡ କିଛି ଅଧ୍ୟାୟକୁ ହଟାଇ ଦେଇଛି ଯାହା ଦଶନ୍ଧି ଧରି ସିଲାବସର ଏକ ଅଂଶ ହୋଇଆସୁଛି। ସିଲାବସ୍‌କୁ ଯୁକ୍ତିଯୁକ୍ତ କରିବାର ନିଷ୍ପତ୍ତିର ଏକ ଅଂଶ ଭାବରେ, ସିବିଏସଇ ୨୦୨୦ରେ ଘୋଷଣା କରିଥିଲା ଯେ ଏକାଦଶ ଶ୍ରେଣୀ ଛାତ୍ରୀଛାତ୍ରଙ୍କ ମୂଲ୍ୟାଙ୍କନ କରିବା ସମୟରେ ରାଜନୀତି ବିଜ୍ଞାନ ପାଠ୍ୟପୁସ୍ତକର ସଂଘବାଦ, ନାଗରିକତା, ରାଷ୍ଟ୍ରବାଦ ଏବଂ ଧର୍ମନିରପେକ୍ଷତା ଉପରେ ଅଧ୍ୟାୟ ବିଚାର କରାଯିବ ନାହିଁ। ଏହି ବିଷୟଗୁଡିକ ୨୦୨୧-୨୨ ଏକାଡେମିକ ବର୍ଷରେ ସଂଯୁକ୍ତ କରାଯାଇଥିଲା ଏବଂ ପାଠ୍ୟକ୍ରମର ଏକ ଅଂଶ ଭାବରେ ଜାରି ରହିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ମୁଖତାରଙ୍କ ୧୨ଶହ କୋଟି ଟଙ୍କାର ସମ୍ପତ୍ତି

ଲକ୍ଷ୍ନୌ,୨୮।୩: ମୁଖତାର ଅନସାରୀଙ୍କ ନାମ କିଏ ବା ନ ଶୁଣିଛି। ଯଦି ଆମେ ପୂର୍ବାଞ୍ଚଳ ବିଷୟରେ କଥା ହେବା, ସେଠାରେ ଥିବା ସମସ୍ତେ ନିଶ୍ଚୟ ତାଙ୍କ...

ମାଫିଆ ମୁଖତାର ଅନସାରୀଙ୍କ ମୃତ୍ୟୁ, ହସ୍ପିଟାଲରେ ପୋଲିସ ଛାଉଣି, ୧୪୪ ଧାରା ଜାରି

ବାନ୍ଦା,୨୮।୩: ଉତ୍ତର ପ୍ରଦେଶର ବାନ୍ଦା ହସ୍ପିଟାଲରେ ଶୁକ୍ରବାର ରାତିରେ ମାଫିଆରୁ ରାଜନେତା ହୋଇଥିବା ମୁଖତାର ଅନସାରୀଙ୍କ ମୃତ୍ୟୁ ହୋଇଛି। ବାନ୍ଦା ଜେଲରେ ହାର୍ଟ ଆଟାକ ପରେ...

ଇଡି ଜବତ କରୁଥିବା ସମ୍ପତ୍ତି ହୁଏ କ’ଣ, ଯାହାକୁ ଗରିବଙ୍କ ମଧ୍ୟରେ ବାଣ୍ଟି ଦେଉଥିବା କହୁଛନ୍ତି ମୋଦି?

ନୂଆଦିଲ୍ଲୀ,୨୮।୩: ନିର୍ବାଚନ ଋତୁରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୁଣି ଥରେ ଏକ ବଡ଼ ଦାବି କରିଛନ୍ତି। ପଶ୍ଚିମବଙ୍ଗର କୃଷ୍ଣନଗର ଲୋକ ସଭା ଆସନରୁ ଭାଜପା ପ୍ରାର୍ଥୀ...

ଜେଲରୁ ପ୍ରଚାର କରିବେ ଆଜମ ଖାଁ? ଷ୍ଟାର ପ୍ରଚାରକ ଲିଷ୍ଟରେ ରହିଛି ନାମ

ଲକ୍ଷ୍ନୌ,୨୮।୩: ଲୋକସଭା ନିର୍ବାଚନ ୨୦୨୪ ପାଇଁ ବିଗୁଲ ବାଜି ସାରିଛି ଏବଂ ଉତ୍ତରପ୍ରଦେଶର ୮୦ଟି ଆସନରେ ୭ଟି ପର୍ଯ୍ୟାୟରେ ନିର୍ବାଚନ ଅନୁଷ୍ଠିତ ହେବ। ୟୁପିରେ ପ୍ରଥମ...

ମୁଖତାର ଅନସାରୀ ଗୁରୁତର, ହସ୍ପିଟାଲରେ ଭର୍ତ୍ତି

ନୂଆଦିଲ୍ଲୀ,୨୮।୩: ବାହୁବଳୀ ନେତା ମୁଖତାର ଅନସାରୀ ଗୁରୁତର ହୋଇପଡିଛନ୍ତି। ବାନ୍ଦା ଜେଲରେ ଥିବା ବେଳେ ତାଙ୍କର ସ୍ବାସ୍ଥ୍ୟ ବିଗିଡି ଯାଇଛି। ଏହା ପରେ ତାଙ୍କୁ ବାନ୍ଦା...

କେଜ୍‌ରିଓ୍ବାଲଙ୍କ ଗିରଫଦାରୀକୁ ନେଇ ଆମେରିକା ଦେଇଥିବା ମନ୍ତବ୍ୟ ଉପରେ କଡ଼ା ଜବାବ ଦେଲା ଭାରତ

ନୂଆଦିଲ୍ଲୀ,୨୮।୩ : ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲଙ୍କ ଗିରଫଦାରୀ ଏବଂ କଂଗ୍ରେସର ବ୍ୟାଙ୍କ ଆକାଉଣ୍ଟକୁ ଅଚଳ କରାଯିବା ଘଟଣା ଉପରେ ଆମେରିକାର ମନ୍ତବ୍ୟ ଅବାଞ୍ଛିତ ବୋଲି...

ଭାଜପା ସହ ହେଲା ନାହିଁ ମେଣ୍ଟ ତ ନବୀନ ଖେଳିଲେ ନୂଆ ଗେମ! ପୁରୁଷଙ୍କ ଟିକେଟ କାଟି ପତ୍ନୀମାନଙ୍କୁ କଲେ ପ୍ରାର୍ଥୀ

ନୂଆଦିଲ୍ଲୀ/ଭୁବନେଶ୍ୱର,୨୮।୩: ଓଡ଼ିଶାରେ ଶାସକ ବିଜୁ ଜନତା ଦଳ (ବିଜେଡି) ଆଗାମୀ ବିଧାନସଭା ନିର୍ବାଚନ ପାଇଁ ୪ ମହିଳାଙ୍କୁ ସେମାନଙ୍କ ସ୍ବାମୀଙ୍କ ସ୍ଥାନରେ ପ୍ରାର୍ଥୀ କରିଛି। ଏହି...

୧୪ ବର୍ଷର ବନବାସ ଶେଷ କରି କାହିଁକି ରାଜନୀତିକୁ ଫେରିଲେ ଛୋଟେ ମିଆଁ

ମୁମ୍ବାଇ,୨୮।୩: ବଲିଉଡ଼ ଅଭିନେତା ତଥା ପୂର୍ବତନ ଏମପି ଗୋବିନ୍ଦା ଗୁରୁବାର ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେଙ୍କ ନେତୃତ୍ୱରେ ଶିବସେନାରେ ଯୋଗ ଦେଇଛନ୍ତି। ମୁମ୍ବାଇ ଉତ୍ତର ପଶ୍ଚିମରେ ଶିବସେନାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri