Posted inଜାତୀୟ

ସିବିଏସ୍‌ଇ ପାଠ୍ୟକ୍ରମରେ ପରିବର୍ତ୍ତନ, ଇସଲାମ୍‌ ସାମ୍ରାଜ୍ୟ-ଶୀତଳଯୁଦ୍ଧ ଅଧ୍ୟାୟ ହଟିଲା..

ନୂଆଦିଲ୍ଲୀ, ୨୩।୪ : ସେଣ୍ଟ୍ରାଲ ବୋର୍ଡ ଅଫ ସେକେଣ୍ଡାରୀ ଏଜୁକେସନ (ସିବିଏସ୍‌ଇ) ପକ୍ଷରୁ ଏହାର ପାଠ୍ୟକ୍ରମରେ କେତେକ ପରିବର୍ତ୍ତନ କରାଯାଇଛି। ଗୋଷ୍ଠୀ ନିରପେକ୍ଷ ଆନ୍ଦୋଳନ, ଶୀତଳ ଯୁଦ୍ଧ ଯୁଗ, ଆଫ୍ରୋ-ଏସୀୟ ଅଞ୍ଚଳରେ ଇସଲାମ ସାମ୍ରାଜ୍ୟର ଅଭ୍ୟୁଦୟ, ମୋଗଲ କୋର୍ଟର ଇତିହାସ ଏବଂ ଶିଳ୍ପ ବିପ୍ଳବ ଇତିହାସ ଆଦି ଅଧ୍ୟାୟକୁ ଏକାଦଶ ଏବଂ ଦ୍ୱାଦଶ ଶ୍ରେଣୀର ରାଜନୀତି ବିଜ୍ଞାନ ପାଠ୍ୟକ୍ରମରୁ ହଟାଇ ଦିଆଯାଇଛିି।

ସେହିଭଳି, କୃଷି ଉପରେ ଜଗତୀକରଣର ପ୍ରଭାବକୁ ମଧ୍ୟ ଦଶମ ଶ୍ରେଣୀ ପାଠ୍ୟକ୍ରମର ଖାଦ୍ୟ ସୁରକ୍ଷା ଅଧ୍ୟାୟରୁ ହଟାଯାଇଛି। ଏହା ସହିତ, ’ଧର୍ମ, ସାମ୍ପ୍ରଦାୟିକତା ଏବଂ ରାଜନୀତି-ସାମ୍ପ୍ରଦାୟିକ ଧର୍ମନିରପେକ୍ଷ ରାଜ୍ୟ’ ବିଭାଗରୁ ଫୈଜ ଅହମ୍ମଦ ଫୈଜଙ୍କ ଦୁଇଟି ଉର୍ଦ୍ଦୁ କବିତାର ଅନୁବାଦିତ ଉଦ୍ଧୃତିକୁ ମଧ୍ୟ ବାଦ ଦିଆଯାଇଛି।

ସିବିଏସ୍‌ଇ ପାଠ୍ୟକ୍ରମରୁ ଗଣତନ୍ତ୍ର ଏବଂ ବିବିଧତା ଅଧ୍ୟାୟ ମଧ୍ୟ ହଟାଇ ଦିଆଯାଇଛି। ବିଷୟ କିମ୍ବା ଅଧ୍ୟାୟ ହଟାଯିବା ବିଷୟରେ ପଚରାଯିବାରୁ ଅଧିକାରୀମାନେ କହିଛନ୍ତି ଯେ ଏହି ପରିବର୍ତ୍ତନ ପାଠ୍ୟକ୍ରମର ଯୁକ୍ତିଯୁକ୍ତ ଅଂଶ ଅଟେ ଏବଂ ଏହା ନ୍ୟାଶନାଲ କାଉନସିଲ ଅଫ ଏଜୁକେଶନାଲ ରିସର୍ଚ୍ଚ ଆଣ୍ଡ ଟ୍ରେନିଂ (ଏନସିଇଆରଟି) ର ସୁପାରିଶ ଅନୁଯାୟୀ କରାଯାଇଛି।

ଚଳିତ ବର୍ଷ ଏକାଦଶ ଶ୍ରେଣୀ ଇତିହାସ ପାଠ୍ୟକ୍ରମରୁ ସେଣ୍ଟ୍ରାଲ ଇସଲାମିକ ଲାଣ୍ଡସ’ ଅଧ୍ୟାୟ ଆଫ୍ରୋ-ଏସୀୟ ଅଞ୍ଚଳରେ ଇସଲାମ ସାମ୍ରାଜ୍ୟର ଉତ୍ଥାନ ଏବଂ ଏହାର ଅର୍ଥନୀତି ତଥା ସମାଜ ଉପରେ ଏହାର ପ୍ରଭାବ ବିଷୟକୁ ହଟାଇ ଦିଆଯାଇଛି।

ସେହିଭଳି, ଦ୍ୱାଦଶ ଶ୍ରେଣୀ ଇତିହାସ ପାଠ୍ୟକ୍ରମରେ ମୋଗଲ କୋର୍ଟ: ରିକନଷ୍ଟ୍ରକ୍ଟିଂ ହୀଷ୍ଟ୍ରଜ୍‌ ଥ୍ରୁ କୋନିକଲ୍ସ୍‌’ ଶୀର୍ଷକ ଅଧ୍ୟାୟରେ ମୋଗଲମାନଙ୍କର ସାମାଜିକ, ଧାର୍ମିକ ଏବଂ ସାଂସ୍କୃତିକ ଇତିହାସର ପୁନର୍ନିମାଣ ସମ୍ବନ୍ଧରେ ମୋଗଲ କୋର୍ଟର ଇତିହାସ ସମ୍ପର୍କରେ ବର୍ଣ୍ଣନା କରୁଥିବା ବିଷୟକୁ ୨୦୨୨-୨୩ ଏକାଡେମିକ ବର୍ଷ ହଟାଯାଇଛି। ପ୍ରକାଶ ଥାଉକି, କୋଭିଡ ମହାମାରୀକୁ ଦୃଷ୍ଟିରେ ରଖି ଦୁଇଟି ଭାଗରେ ପରୀକ୍ଷା ପରିଚାଳନା କରିବାର ବ୍ୟବସ୍ଥା ଏକକାଳୀନ ସ୍ବତନ୍ତ୍ର ପଦକ୍ଷେପ ଭାବେ ଘୋଷଣା କରାଯାଇଥିଲା। ପରିସ୍ଥିତିକୁ ଦୃଷ୍ଟିରେ ରଖି ଚୂଡ଼ାନ୍ତ ପଦକ୍ଷେପ ଠିକ ସମୟରେ ନିଆଯିବ ବୋଲି ବୋର୍ଡ ଅଧିକାରୀମାନେ ଗତ ସପ୍ତାହରେ କହିଥିଲେ। ବୋର୍ଡର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ସିବିଏସଇ ନବମରୁ ଦ୍ୱାଦଶ ଶ୍ରେଣୀ ପାଇଁ ବାର୍ଷିକ ପାଠ୍ୟକ୍ରମରେ ଏକାଡେମିକ ସାମଗ୍ରୀ, ପରୀକ୍ଷା ଫଳାଫଳ ସହିତ ଶିକ୍ଷଣ ଫଳାଫଳ, ଶିକ୍ଷାଗତ ଯୋଗ୍ୟତା ଏବଂ ମୂଲ୍ୟାଙ୍କନ ନିର୍ଦ୍ଦେଶାବଳୀ ଅନ୍ତର୍ଭୁକ୍ତ ହୋଇଥାଏ। ଶିକ୍ଷାର୍ଥୀ ଏବଂ ଅନ୍ୟାନ୍ୟ ବିଦ୍ୟମାନ ଅବସ୍ଥାକୁ ଦୃଷ୍ଟିରେ ରଖି ବୋର୍ଡ ଏକାଡେମିକ ଅଧିବେଶନ ୨୦୨୨-୨୩ ଶେଷରେ ବାର୍ଷିକ ମୂଲ୍ୟାଙ୍କନ ଯୋଜନା କରିବା ସପକ୍ଷରେ ଅଛି ଏବଂ ସେହି ଅନୁଯାୟୀ ସିଲାବସ ଡିଜାଇନ କରାଯାଇଛି।

ଅବଶ୍ୟ, ଏହା ପ୍ରଥମ ଘଟଣା ନୁହେଁ ଯେ ବୋର୍ଡ କିଛି ଅଧ୍ୟାୟକୁ ହଟାଇ ଦେଇଛି ଯାହା ଦଶନ୍ଧି ଧରି ସିଲାବସର ଏକ ଅଂଶ ହୋଇଆସୁଛି। ସିଲାବସ୍‌କୁ ଯୁକ୍ତିଯୁକ୍ତ କରିବାର ନିଷ୍ପତ୍ତିର ଏକ ଅଂଶ ଭାବରେ, ସିବିଏସଇ ୨୦୨୦ରେ ଘୋଷଣା କରିଥିଲା ଯେ ଏକାଦଶ ଶ୍ରେଣୀ ଛାତ୍ରୀଛାତ୍ରଙ୍କ ମୂଲ୍ୟାଙ୍କନ କରିବା ସମୟରେ ରାଜନୀତି ବିଜ୍ଞାନ ପାଠ୍ୟପୁସ୍ତକର ସଂଘବାଦ, ନାଗରିକତା, ରାଷ୍ଟ୍ରବାଦ ଏବଂ ଧର୍ମନିରପେକ୍ଷତା ଉପରେ ଅଧ୍ୟାୟ ବିଚାର କରାଯିବ ନାହିଁ। ଏହି ବିଷୟଗୁଡିକ ୨୦୨୧-୨୨ ଏକାଡେମିକ ବର୍ଷରେ ସଂଯୁକ୍ତ କରାଯାଇଥିଲା ଏବଂ ପାଠ୍ୟକ୍ରମର ଏକ ଅଂଶ ଭାବରେ ଜାରି ରହିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

୨୦ଟଙ୍କା ଲାଞ୍ଚ ପାଇଁ ୩୦ ବର୍ଷର ଆଇନଗତ ଲଢ଼େଇ

ନୂଆଦିଲ୍ଲୀ, ୨୦।୮: ମାତ୍ର ୨୦ଟଙ୍କା ଲାଞ୍ଚ ମାମଲାରେ ୩ ଦଶନ୍ଧି ଧରି ଚାଳିଥିବା ଆଇନଗତ ଲଢ଼େଇର ଅନ୍ତ ଘଟିଛି। ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ ଉଜ୍ଜଳ ଭୂୟାଁ ଏବଂ…

୨୮ରେ ରାଜ୍ୟ କ୍ୟାବିନେଟ୍‌: ୭ ପ୍ରସ୍ତାବକୁ ମିଳିପାରେ ଅନୁମୋଦନ

ଭୁବନେଶ୍ୱର,୨୦।୮(ରବିନାରାୟଣ ଜେନା):ରାଜ୍ୟ ସରକାରଙ୍କ ପକ୍ଷରୁ ଅଗଷ୍ଟ ୨୮ତାରିଖରେ ରାଜ୍ୟ କ୍ୟାବିନେଟ୍‌ ବୈଠକ ଅନୁଷ୍ଠିତ ହେବାକୁ ରହିଛି। ଏ ସଂକ୍ରାନ୍ତରେ ସଂସଦୀୟ ବ୍ୟାପାର ବିଭାଗ ପକ୍ଷରୁ ମନ୍ତ୍ରିମଣ୍ଡଳର ସଦସ୍ୟମାନଙ୍କୁ…

ଆଉ ଏକ ଲଘୁଚାପ: ୨୨ରୁ ପୁଣି ବର୍ଷା, ୧୫ ଜିଲାକୁ ୟେଲୋ ୱାର୍ନିଂ

ଭୁବନେଶ୍ୱର,୧୯ା୮(ସୌମ୍ୟରଞ୍ଜନ ରାଉତ) – ପଛକୁ ପଛ ଲଘୁଚାପ ଯୋଗୁ ପ୍ରବଳ ବର୍ଷା ହେବାରୁ ରାଜ୍ୟରେ ବନ୍ୟା ଦୁର୍ଦ୍ଦଶା ବଢ଼ି ଚାଲିଛି। ଏପରି ସ୍ଥିତିରେ ଆସୁଛି ଆଉ ଏକ…

ଜାତୀୟ ରାଜପଥରେ ପିକ୍‌ଅପ୍‌ ଭ୍ୟାନ୍‌ ଅଟକାଇ ଲୁଟ୍‌ ଘଟଣାର ପର୍ଦ୍ଦାଫାଶ: ଜେଲ ଗଲେ ୩ ଅଭିଯୁକ୍ତ,୪ ନାବାଳକ…

ଦିଗପହଣ୍ଡି,୧୯।୮(ଅଶେଷ ନାଥ ମିଶ୍ର): ପାଟପୁର ପୋଲିସ ଏକ ବଡ଼ଧରଣର ଡକାୟତି ଘଟଣାର ପର୍ଦ୍ଦାଫାସ କରିଛି। ବ୍ରହ୍ମପୁର-ରାୟଗଡ଼ା ୩୨୬ ନଂ ଜାତୀୟ ରାଜପଥର ମାର୍ଥାପୁର ନିକଟରେ ପିକ୍‌ଅପ୍‌ ଭ୍ୟାନ୍‌…

ରାଜ୍ୟର ଅଧିକାର ଛଡ଼ାଇ ନେବ ଏମ୍‌ଏମ୍‌ଡିଆର୍‌ ବିଲ୍‌: ଚେତାଇଲେ ନବୀନ, BJPକୁ ଟାର୍ଗେଟ୍ କରି…

ଭୁବନେଶ୍ୱର,୧୯।୮(ସୁନିତ୍‌ ମିଶ୍ର): ୨୦୦୦ ମସିହାରେ ଯେତେବେଳେ ବିଜେଡି ଶାସନ କ୍ଷମତାକୁ ଆସିଲା, ସେତେବେଳକୁ ଓଡ଼ିଶାର ଅର୍ଥନୀତି ବହୁ ଖରାପ ଅବସ୍ଥାରେ ଥିଲା। ସରକାର ଓଭରଡ୍ରାଫ୍ଟ ଉପରେ ନିର୍ଭର…

Facebookରେ ଲାଇଭ୍‌ ଆସିଲେ,ବେକରେ ରଶି ଲଗାଇ ଝୁଲି ପଡ଼ିଲେ…ସ୍ତ୍ରୀଙ୍କ ସହ ବିବାଦ ପରେ…

ବରେଲୀ,୧୯।୮: ଉତ୍ତରପ୍ରଦେଶର ବରେଲୀ ଜିଲାରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି, ଯେଉଁଠାରେ ପାରିବାରିକ ବିବାଦକୁ କେନ୍ଦ୍ର କରି ଜଣେ ଯୁବକ ଫେସବୁକ୍‌ରେ ଲାଇଭ୍ ଆସି ଆତ୍ମହତ୍ୟା…

କେବେ ବାନ୍ଧିବେ ରାକ୍ଷୀ? ୨୭ ନା ୨୮, ଜାଣନ୍ତୁ ତାରିଖ

ରାକ୍ଷୀ ପୂର୍ଣ୍ଣିମା ଏକ ଲୋକପ୍ରିୟ ପାରମ୍ପରିକ ହିନ୍ଦୁ ପର୍ବ । ଏହି ପର୍ବ ଭାଇ ଓ ଭଉଣୀଙ୍କ ମଧ୍ୟରେ ବନ୍ଧୁତ୍ୱକୁ ଦୃଢ଼ କରିଥାଏ । ଏହି ଦିନ…

ଦୁଇ ଭାରତୀୟ ଡାକ୍ତରଙ୍କୁ ସମ୍ମାନିତ କରିବ ପାକିସ୍ତାନ, କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଇସଲାମାବାଦ,୧୯।୮: ପାକିସ୍ତାନ ସରକାର ମହମ୍ମଦ ଅଲୀ ଜିନ୍ନାଙ୍କ ଗୁରୁତର ଅସୁସ୍ଥତାକୁ ଗୋପନ ରଖିବା ଏବଂ ତାଙ୍କର ଚିକିତ୍ସା କରିଥିବା ଦୁଇ ଭାରତୀୟ ଡାକ୍ତରଙ୍କୁ ସମ୍ମାନ ଦେବାକୁ ଘୋଷଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri