Posted inଜାତୀୟ

ଚନ୍ଦ୍ର କକ୍ଷପଥରେ ସଫଳତାର ସହ ସ୍ଥାପିତ ହେଲା ଚନ୍ଦ୍ରାୟନ-୩…

ନୂଆଦିଲ୍ଲୀ,୫।୮ : ଚନ୍ଦ୍ରାୟନ-୩ ଚନ୍ଦ୍ର କକ୍ଷପଥରେ ସଫଳତାରେ ସହ ସ୍ଥାପିତ ହୋଇଛି। ଇସ୍ରୋ ପକ୍ଷରୁ ଏନେଇ ଟୁଇଟ କରି ସୂଚନା ପ୍ରଦାନ କରାଯାଇଛି। ଅଗଷ୍ଟ ୫ ଭାରତୀୟ ସମୟ ସନ୍ଧ୍ୟା ୭ଟାରେ ଏହା ଚନ୍ଦ୍ର କକ୍ଷବଥରେ ସ୍ଥାପିତ ହୋଇଛି। ଏହାପରେ ଅଗଷ୍ଟ ୬ରେ ରାତ୍ର ୧୧ରେ ଏହା ନିର୍ଦ୍ଧାରିିତ ଅପରେଶନରେ ସଂଯୁକ୍ତ ହେବ।

ଯଦି ସବୁକିଛି ଯୋଜନା ଅନୁଯାୟୀ ଚାଲେ ତେବେ ଲ୍ୟାଣ୍ଡର ବିକ୍ରମ ଅଗଷ୍ଟ ୨୩ ରେ ଅପରାହ୍ନ ୫ଟା ୪୭ ରେ ଚନ୍ଦ୍ରପୃଷ୍ଠରେ ଅବତରଣ କରିବେ। ଗତଥର ଚନ୍ଦ୍ରାୟନ-୨ ଚନ୍ଦ୍ରର ଦକ୍ଷିଣ ଭାଗରେ ସଠିକ ଭାବରେ ଅବତରଣ କରିପାରି ନ ଥିଲା ଏବଂ ଏହାର ସମ୍ପର୍କ ଇସ୍ରୋ ସହିତ ବିଚ୍ଛିନ୍ନ ହୋଇ ଯାଇଥିଲା। ଅଗଷ୍ଟ ୨୩ ଅପରାହ୍ନ ୫ଟା ୩୨ରେ ଇସ୍ରୋର କଣ୍ଟ୍ରୋଲ ସେଣ୍ଟର ଏବଂ ବିଶ୍ୱର ସ୍ପେସ ଷ୍ଟେଶନ ମାଧ୍ୟମରେ ଏହାକୁ ତଦାରଖ କରୁଥିବା ବୈଜ୍ଞାନିକମାନେ ଏହା ଉପରେ ନଜର ରଖିବେ। ଚନ୍ଦ୍ରର କକ୍ଷପଥରୁ ଲ୍ୟାଣ୍ଡର୍‌ ବିକ୍ରମକୁ ନିକଟତମ ପୃଷ୍ଠରେ ଅବତରଣ କରିବାକୁ ପଡିବ। ଏହି କାର୍ଯ୍ୟ ପ୍ରାୟ ୩୦ କିଲୋମିଟର ଉଚ୍ଚରୁ ଆରମ୍ଭ ହେବ। ଅବତରଣ ଆରମ୍ଭ ସମୟରେ ବିକ୍ରମର ଗତି ସେକେଣ୍ଡରେ ପ୍ରାୟ ୬ କିଲୋମିଟର ହେବ।
ଶେଷ ୧୫ ମିନିଟ ମଧ୍ୟରେ, ଲ୍ୟାଣ୍ଡରକୁ ଏହାର ବେଗରେ ଏକ ବଡ଼ ପରିବର୍ତ୍ତନ କରିବାକୁ ପଡିବ। ନିରାପଦ ସଫ୍ଟ ଲ୍ୟାଣ୍ଡିଂ ପାଇଁ ଏହାର ବେଗକୁ ସେକେଣ୍ଡରେ ୨ ମିଟର କିମ୍ବା ଘଣ୍ଟା ପ୍ରତି ୭ କିଲୋମିଟର ପର୍ଯ୍ୟନ୍ତ ଆଣିବାକୁ ପଡିବ। ଏହି ଗତିକୁ ମାତ୍ର ୧୫ ମିନିଟ ମଧ୍ୟରେ ହ୍ରାସ କରିବାକୁ ପଡ଼ିବ। ତା’ପରେ ଏହାକୁ ଆବଶ୍ୟକ ବେଗକୁ ଆଣିବା ବହୁତ ଆହ୍ବାନମୂଳକ ହେବ। ଲ୍ୟାଣ୍ଡରର ଗତି ହ୍ରାସ କରିବାକୁ, ଏଥିରେ ଥିବା ଥ୍ରଷ୍ଟରମାନେ ବ୍ରେକ ଭଳି କାର୍ଯ୍ୟ କରିବେ।
ଏହି ମିଶନରେ ଆମେରିକା, ରୁଷିଆ ଏବଂ ଚାଇନା ପରେ ଚନ୍ଦ୍ରରେ ପହଞ୍ଚିବାରେ ଭାରତ ଚତୁର୍ଥ ଦେଶ ହେବ।

 


Enter your email to get our daily news in your inbox.

All Right Reserved By Dharitri.Com

ବିରାଟ କୋହଲି ହଠାତ ଟେଷ୍ଟ କ୍ରିକେଟରୁ କାହିଁକି ନେଇଥିଲେ ସନ୍ନ୍ୟାସ? ହେଲା ବଡ଼ ଖୁଲାସା…

ନୂଆଦିଲ୍ଲୀ,୨୭।୬: ଭାରତୀୟ କ୍ରିକେଟର ‘ରନ ମେଶିନ’ ବିରାଟ କୋହଲି ଟେଷ୍ଟ କ୍ରିକେଟରୁ ଅବସର ନେବାକୁ ପ୍ରାୟ ବର୍ଷେରୁ ଅଧିକ ସମୟ ବିତିଗଲାଣି। ହେଲେ ଆଜି ବି ପ୍ରଶଂସକଙ୍କ…

ହର୍ମୁଜ ଦେଇ ଯାଉଥିବା ଜାହାଜଗୁଡ଼ିକୁ ଦେବାକୁ ପଡ଼ିବ ଟ୍ୟାକ୍ସ! ଇରାନ-ଆମେରିକା କଥାବାର୍ତ୍ତା ମଧ୍ୟରେ ଓମାନ କହିଲା…

ମସ୍କାଟ,୨୭ା୬: ଇରାନ-ଆମେରିକା କଥାବାର୍ତ୍ତା ମଧ୍ୟରେ ଓମାନ ହର୍ମୁଜ ପ୍ରଣାଳୀ ଆଉ ପୂର୍ବ ପରି ଚାଲିପାରିବ ନାହିଁ। ରଣନୈତିକ ସମୁଦ୍ର ପଥରେ ପରିବହନ କରୁଥିବା ଜାହାଜଗୁଡ଼ିକୁ ଭବିଷ୍ୟତରେ କୌଣସି…

ଆସିଲେ ନାହିଁ ଭାଜପା ଅତିଥି, ଏନ୍‌ଏସି ଅଧ୍ୟକ୍ଷ କଲେ ଗୋଷ୍ଠୀକେନ୍ଦ୍ର ଉଦ୍‌ଘାଟନ, ପୂରା ଘଟଣା ଜାଣିଲେ…

କେସିଙ୍ଗା,୨୭ା୬(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଏନ୍‌ଏସିର ବଗାଡ଼ ଓ୍ବାର୍ଡ ନଂ ୨ରେ ନବନିର୍ମିତ ଗୋଷ୍ଠୀ କେନ୍ଦ୍ରକୁ ନଗରପାଳ ନୃପରାଜ ଯାଦବଙ୍କ କରକମଳରେ ଶନିବାର ଉଦ୍‌ଘାଟିତ ହୋଇଛି।…

ଦେଶରେ ହାଇ ଆଲର୍ଟ: ମାଡ଼ିଆସୁଛି ୨ଟି ଭୟଙ୍କର ବାତ୍ୟା; ୩ ଦେଶକୁ କରିବ ଛାରଖାର!

ନୂଆଦିଲ୍ଲୀ,୨୭।୬: ପ୍ରଶାନ୍ତ ମହାସାଗରର ଉତ୍ତର-ପଶ୍ଚିମ ଭାଗରେ ସୃଷ୍ଟି ହୋଇଥିବା ଶକ୍ତିଶାଳୀ କ୍ରାନ୍ତୀୟ ବାତ୍ୟା (ଟାଇଫୁନ୍) ‘ମେଖଲା’ ଜାପାନ ଏବଂ ଏହାର ଆଖପାଖ ଦ୍ୱୀପପୁଞ୍ଜ ଆଡ଼କୁ ମାଡ଼ି ଚାଲିଛି।…

ବିଷ ବୋତଲ ଧରି ଧାରଣାରେ ଚାଷୀ, ଟୋକନ ନ ମିଳିଲେ ପିଇବାକୁ ଦେଲେ ଧମକ

ବରଗଡ଼,୨୭ା୬(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ରବି ଧାନ ସଂଗ୍ରହ ପ୍ରକ୍ରିୟା ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ହେଲେ ଜିଲାର ଅନେକ ଚାଷୀଙ୍କୁ ଏପର୍ଯ୍ୟନ୍ତ ଧାନବିକ୍ରି ଟୋକନ ମିଳିନାହିଁ। ଏହାକୁ…

ପୁଣି ଧକ୍କା ଦେଲା ଆମବସ୍‌, ରଙ୍ଗ୍‌ରୁଟ୍‌ରେ ଆସି ବାପ-ଝିଅଙ୍କୁ…

ଭୁବନେଶ୍ୱର,୨୭ା୬: ପୁଣି ଧକ୍କା ଦେଇଛି ଆମବସ୍‌। ପ୍ରତିଦିନ ଆମବସ୍‌ କେଉଁଠି ନା କେଉଁଠି ଦୁର୍ଘଟଣା ଘଟାଉଥିବା ଖବର ଆସୁଛି। ଶନିବାର ଭୁବନେଶ୍ୱରସ୍ଥିତ ମଞ୍ଚେଶ୍ୱର ଅଞ୍ଚଳରେ ବାପ-ଝିଅଙ୍କୁ ଧକ୍କାଦେଇଛି…

FIFA World Cup 2026ରେ ଇତିହାସ ରଚିଲା କେପ ଭର୍ଡେ: ନକ୍‌ଆଉଟ୍‌ ପହଞ୍ଚିବାରେ ବିଶ୍ୱର ସବୁଠୁ ଛୋଟ ଦେଶ

ଫିଲାଡେଲଫିଆ,୨୭।୬:୨୦୨୬ ଫିଫା ବିଶ୍ୱକପ୍‌ରେ ରାଉଣ୍ଡ ଅଫ ୩୨ ପୂର୍ବରୁ କେପ ଭର୍ଡେ ଏକ ଚମତ୍କାର ପ୍ରଦର୍ଶନ ସହିତ ଇତିହାସ ରଚିଛି। ପ୍ରାୟ ୫୫୦,୦୦୦ ଜନସଂଖ୍ୟା ବିଶିଷ୍ଟ ଆଫ୍ରିକାର…

ଆଧାର କାର୍ଡ଼ ଦେଖାଇଲେ ମିଳିବ କି ଫ୍ରି ଏସି? ଜାଣନ୍ତୁ ସତ…

ନୂଆଦିଲ୍ଲୀ,୨୭।୬: ଆଜିକାଲି ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି, ଯେଉଁଥିରେ ଦାବି କରାଯାଉଛି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନାଗରିକଙ୍କ ପାଇଁ “ମାଗଣା ଏସି ଯୋଜନା”…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri