ଚନ୍ଦ୍ରକାନ୍ତ ମୃତ୍ୟୁ ଘଟଣା: ନ୍ୟାୟ ଦାବିରେ ରାସ୍ତା ଅବରୋଧ

ଧୂଷୁରୀ, ୭।୭( ଦୀପ୍ତି ରଞ୍ଜନ ନାୟକ ) : ଧୂଷୁରୀ ଥାନା ଅଧୀନ ମଠଡିହ ବଜାରରେ ମଙ୍ଗଳବାର ପୂର୍ବାହ୍ନରେ ନିକଟସ୍ଥ ସାଠିବାଙ୍କୁଡା ଗ୍ରାମର ମହିଳା,ପୁରୁଷ,ଯୁବତୀ, ଯୁବକ ପ୍ଲାଏ କାର୍ଡ ଧରି ଏକ ହତ୍ୟାକାଣ୍ଡର ନ୍ୟାୟ ଦାବିରେ ଆଖଣ୍ଡଳମଣି – ଭଦ୍ରକ ରାସ୍ତା ଅବରୋଧ କରିଛନ୍ତି । ମୃତ ଚନ୍ଦ୍ରକାନ୍ତ ପରିବାରକୁ ନ୍ୟାୟ ନମିଳିବା ପର୍ଯ୍ୟନ୍ତ ରାସ୍ତା ଅବରୋଧ କରାଯିବ ବୋଲି ଗ୍ରାମର ଲୋକମାନେ କହିଛନ୍ତି । ଘଟଣାସ୍ଥଳରେ ଧୂଷୁରୀ ଓ ଆରଡି ପୋଲିସ ଉପସ୍ଥିତ ଅଛନ୍ତି । ସୂଚନା ଯୋଗ୍ୟ ଗତମାସ ୧୭ ତାରିଖରେ ଚନ୍ଦ୍ରକାନ୍ତ ମହାକୁଳ ( ୨୮ ) ନାମକ ଜଣେ ଯୁବକର ଝୁଲନ୍ତା ଶବ ଏନ.ଏଚ.୨୦ ରାସ୍ତା ପାଶର୍‌ବରେ ଥିବା ସତ୍ୟଜିତ ପଲାଇ ନାମକ ଜଣେ ବ୍ୟକ୍ତିଙ୍କ ବାଡିପଟେ ଝୁଲୁଥିବା ଦେଖିବାକୁ ମିଳିଥିଲା । ଏହାର ୭ ଦିନ ପରେ ଚନ୍ଦ୍ରକାନ୍ତଙ୍କୁ ସେହି ଗ୍ରାମର ୩ ଜଣ ହତ୍ୟା କରିଥିବା ଦର୍ଶାଇ ମୃତକଙ୍କ ପରିବାର ପକ୍ଷରୁ ଆରଡି ଫାଣ୍ଡିରେ ଏତାଲା ଦିଆଯାଇଥିଲା । ଧୂଷୁରୀ ଥାନାଧିକାରୀ, ଧାମନଗର ଏସଡିପିଓ, ଭଦ୍ରକ ଏସପି ଏହାର ତଦନ୍ତ କରିଥିଲେ । ତଦନ୍ତ ରିପୋର୍ଟ ତ୍ରୁଟି ଥିବା ଦର୍ଶାଇ ଏକ ନିର୍ଦ୍ଦିଷ୍ଟ ରାଜନୈତିକ ଦଳର ଚାପରେ ପୋଲିସ ହତ୍ୟାକାଣ୍ଡର ପର୍ଦ୍ଦାଫାଶ କରୁନଥିବା କହି ଏହି ରାସ୍ତାରୋକୋ କରାଯାଇଛି ।

Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଗ୍ରାମ୍ୟ ରାସ୍ତା ମରାମତି ପାଇଁ ସରପଞ୍ଚଙ୍କ ଦାବି: ଜିଲାପାଳଙ୍କୁ ସ୍ମାରକପତ୍ର 

ଦିଗପହଣ୍ଡି,୨୧|୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ କଇଠଖଣ୍ଡି ପଞ୍ଚାୟତ ସରପଞ୍ଚ ମନୋରଞ୍ଜନ ଗୌଡ଼ କଇଠଖଣ୍ଡି ଏବଂ ବୋରିପଦର ଗ୍ରାମ ଖାଲଖମା ରାସ୍ତା ଗୁଡ଼ିକୁ ତୁରନ୍ତ…

ଜନ୍ମଦିନରେ ଭାସିଯାଇ ଥିଲେ ଯୁବକ, ଦିନକ ପରେ ମିଳିଲା…

ସମ୍ବଲପୁର,୨୧ା୮(ପ୍ରମୋଦ ବହିଦାର): ସମ୍ବଲପୁର ଧନୁପାଲି ଥାନା ଅନ୍ତର୍ଗତ ମାନେଶ୍ୱରସ୍ଥିତ ମାଳତୀଯୋରରେ ଭାସିଯାଇ ନିଖୋଜ ପ୍ରବାସୀ ଶ୍ରମିକ ପ୍ରକାଶ ସରଣ(୨୧)ଙ୍କ ମୃତଦେହକୁ ମାନେଶ୍ୱରର ଅଗ୍ନିଶମ ବାହିନୀ ଶୁକ୍ରବାର ଉଦ୍ଧାର…

ସେପ୍ଟେମ୍ବରରୁ ବଦଳିଯିବ ନିୟମ! ଅଗଷ୍ଟ ଶେଷ ପୂର୍ବରୁ କରିନିଅନ୍ତୁ ଏହି ୪ କାମ…

ନୂଆଦିଲ୍ଲୀ,୨୧ା୮: ଅଗଷ୍ଟ ମାସ ଶେଷ ହେବାକୁ ଯାଉଛି। ଏହା ସହ କିଛି ଜରୁରୀ ଆର୍ଥିକ କାମର ସମୟସୀମା ମଧ୍ୟ ଶେଷ ହେଉଛି। ଯଦି ଆପଣ ଏହି କାମଗୁଡ଼ିକ…

ନଦୀରୁ ଦଳ କାଢ଼ିବା ବେଳେ ଅଘଟଣ, ଜଣେ ମୃତ, ଜଣେ ଗୁରୁତର

କେନ୍ଦ୍ରାପଡ଼ା, ୨୧।୮ (ଜଗନ୍ନାଥ ଧଳ): କେନ୍ଦ୍ରାପଡ଼ା ବ୍ଲକ ସଦର ଥାନା ଅନ୍ତର୍ଗତ ମାଲୁଅ ନିକଟସ୍ଥ ଗୋବରୀ ନଦୀରେ ଶୁକ୍ରବାର ଏକ ଅଘଟଣ ଘଟିଛି। ନଦୀରେ ବନ୍ୟାଜଳର ସ୍ରୋତ…

ତପ୍ତପାଣି ରେ ମା ‘ କନ୍ଧୁଣୀ ଦେବୀ ଙ୍କୁ ଦର୍ଶନ କଲେ ବିଧାନସଭା ଗୃହ କମିଟି

ଦିଗପହଣ୍ଡି,୨୧|୮(ଅଶେଷ ନାଥ ମିଶ୍ର): ରାଜ୍ୟ ବିଧାନସଭା ଗୃହ କମିଟି(ଉପସ୍ଥାପନ) ବ୍ରହ୍ମପୁର ଠାରୁ ଭାୟା ଦିଗପହଣ୍ଡି ଦେଇ ଶୁକ୍ରବାର ପୂର୍ବାହ୍ନ ପ୍ରାୟ ୧୧ ଟାରେ ଗଞ୍ଜାମ – ଗଜପତି…

ଏମ୍‌ପିଙ୍କ ପୁଅ ଗାଡ଼ି ଧକ୍କାରେ ଚାଲିଗଲା ଓଡ଼ିଆ ଯୁବତୀଙ୍କ ଜୀବନ

ହାଇଦ୍ରାବାଦ,୨୧।୮: ହାଇଦ୍ରାବାଦରେ ଏମ୍‌ପିଙ୍କ ପୁଅ ଗାଡ଼ି ଧକ୍କାରେ ଜଣେ ଓଡ଼ିଆ ଯୁବତୀଙ୍କ ମୃତ୍ୟୁ ଘଟିଛି। ରାସ୍ତା ପାର୍‌ ବେଳେ ଏମ୍‌ପି ପୁଅଙ୍କ ଏକ ବିଳାସପୂର୍ଣ୍ଣ କାର୍‌ ଯୁବତୀଙ୍କୁ…

ବନ୍ୟାରେ ବନ୍ୟଜନ୍ତୁ ଗାଁ ମୁହାଁ : ଦୁଇ ଜଣଙ୍କୁ ଆକ୍ରମଣ କଲା ବାରହା

ରାଜନଗର, ୨୧।୮ (ଭାସ୍କର ରାଉତରାୟ): ଭିତରକନିକା ଜଙ୍ଗଲରୁ ବନ୍ୟାଜଳରେ ଭାସି ଆସିଥିବା ଏକ ଜଙ୍ଗଲୀ ବାରହା ଶୁକ୍ରବାର ମଧ୍ୟାହ୍ନରେ ଓସ୍ତିଆ ପଞ୍ଚାୟତର ବନ୍ଧପଟଣା ଗାଁରେ ପଶି ଆତଙ୍କ…

ରାସନ କାର୍ଡ ପାଖରେ ନଥିଲେ ବି ମିଳିବ ରାସନ! ଜାଣନ୍ତୁ ସରକାରଙ୍କ ପୂରା ନିୟମ…

ନୂଆଦିଲ୍ଲୀ,୨୧ା୮: ସରକାର ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ଏବଂ ଅସହାୟ ଲୋକଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଯୋଜନା ଚଳାନ୍ତି। ଯଦି ଆପଣ ମଧ୍ୟ ସରକାରୀ ରାସନରୁ ଉପକୃତ ହେଉଛନ୍ତି, ତେବେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri