Posted inଜାତୀୟ

ବିଧାୟକ ଦଳର ନେତାଭାବେ ଚନ୍ଦ୍ରାବାବୁଙ୍କ ନାମରେ ବାଜିବ ମୋହର, ସ୍ଥିର ହେବ ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ ନାମ

ଅମରାବତୀ,୧୧।୬: ଆନ୍ଧ୍ରପ୍ରଦେଶ ଏବଂ ଓଡ଼ିଶା ବିଧାନସଭା ନିର୍ବାଚନ ଶେଷ ହୋଇଛି। ଉଭୟ ରାଜ୍ୟରେ ସରକାରଙ୍କର ପରିବର୍ତ୍ତନ ହୋଇଛି। ଆନ୍ଧ୍ରପ୍ରଦେଶରେ ତେଲୁଗୁ ଦେଶମ ପାର୍ଟି ଜିତିଥିବାବେଳେ ବିଜେଡି ଗଡ଼ ଓଡ଼ିଶାରେ ସର୍ବାଧିକ ସଂଖ୍ୟକ ଆସନ ଜିତି ଭାଜପା ଏକ ନୂଆ ରେକର୍ଡ ସୃଷ୍ଟି କରିଛି। ମଙ୍ଗଳବାର ଆନ୍ଧ୍ରରେ ଟିଡିପି ବିଧାନସଭା ଦଳର ଏକ ବୈଠକ ହେବ ଯେଉଁଥିରେ ଦଳର ମୁଖ୍ୟ ଚନ୍ଦ୍ରାବାବୁ ନାଇଡୁ ଦଳର ନେତା ଭାବରେ ନିର୍ବାଚିତ ହେବେ। ଏଥି ସହ ମଙ୍ଗଳବାର ଓଡ଼ିଶାରେ ଭାଜପା ବିଧାନସଭା ପାର୍ଟି ବୈଠକ ଅନୁଷ୍ଠିତ ହେବ। ଏଥିରେ ଦଳର ନେତା ନିର୍ବାଚିତ ହେବେ। ଭାଜପା ବିଧାନସଭା ଦଳର ନେତା କିଏ ହେବେ ତାହା ଏପର୍ଯ୍ୟନ୍ତ ନିଶ୍ଚିତ ହୋଇନାହିଁ। ଦଳର ହାଇକମାଣ୍ଡ କେନ୍ଦ୍ର ମନ୍ତ୍ରୀ ରାଜନାଥ ସିଂ ଏବଂ ଭୁପେନ୍ଦ୍ର ଯାଦବଙ୍କୁ ନେତା ବାଛିବା ଦାୟିତ୍ୱ ଦେଇଛନ୍ତି।

ତେଲୁଗୁ ଦେଶମ ପାର୍ଟି (ଟିଡିପି) ବିଧାନସଭା ପାର୍ଟି ବୈଠକ ଜୁନ ୧୧ରେ ଅନୁଷ୍ଠିତ ହେବ ଯେଉଁଥିରେ ଏନ ଚନ୍ଦ୍ରାବାବୁ ନାଇଡୁ ନେତା ଭାବରେ ନିର୍ବାଚିତ ହେବେ। ଦଳର ମୁଖପାତ୍ର ଜ୍ୟୋତ୍ସ୍ନା ଥିରୁନାଗରୀ କହିଛନ୍ତି ଯେ ମଙ୍ଗଳବାର ବିଧାନସଭା ପାର୍ଟି ବୈଠକରେ ନାଇଡୁ ନେତା ଭାବରେ ନିର୍ବାଚିତ ହେବେ।
ନେତା ନିର୍ବାଚିତ ହେବା ପରେ ଟିଡିପି, ଭାଜପା ଏବଂ ଜନସେନା ମିଳିତ ମଞ୍ଚର ନେତାମାନେ ରାଜ୍ୟପାଳ ଏସ ଅବଦୁଲ ନାଜିରଙ୍କୁ ଭେଟି ସରକାର ଗଠନ ପାଇଁ ଦାବି କରିବେ। ଥିରୁନାଗରୀଙ୍କ ଅନୁଯାୟୀ ବୁଧବାର ନାଇଡୁଙ୍କ ସହ ଅଧିକ ନେତା ଶପଥ ନେଇପାରିବେ। ନାଇଡୁଙ୍କ ସହ ଶପଥ ଗ୍ରହଣ କରୁଥିବା ନେତାଙ୍କ ନାମ ମଙ୍ଗଳବାର ରାତିରେ ସ୍ଥିର ହୋଇପାରେ।
ଓଡ଼ିଶାରେ ନୂତନ ମୁଖ୍ୟମନ୍ତ୍ରୀ ଚୟନ ପାଇଁ ଭାଜପା ବରିଷ୍ଠ ନେତା ରାଜନାଥ ସିଂ ଏବଂ ଭୁପେନ୍ଦ୍ର ଯାଦବଙ୍କୁ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତ କରିଛନ୍ତି। ଭାଜପାର ଦାୟିତ୍ୱରେ ଥିବା ବିଜୟ ପାଲ ସିଂ ତୋମାରଙ୍କ ଅନୁଯାୟୀ ମଙ୍ଗଳବାର ପର୍ଯ୍ୟବେକ୍ଷକଙ୍କ ତତ୍ତ୍ୱାବଧାନରେ ବିଧାନସଭା ପାର୍ଟି ବୈଠକ ଅନୁଷ୍ଠିତ ହେବ ଏବଂ ଏଥିରେ କେବଳ ନେତା ନିର୍ବାଚିତ ହେବେ।
ଜୁନ ୧୨ରେ ନୂତନ ସରକାର ଶପଥ ଗ୍ରହଣ କରିବେ। ୧୪୭ ସଦସ୍ୟ ବିଶିଷ୍ଟ ଓଡିଶା ବିଧାନସଭାରେ ଭାଜପା ୭୮ ଟି ଆସନ ସହ ବହୁମତ ହାସଲ କରିଛି। ମୋଦି ସରକାରରେ ଯୋଗଦେବା ପରେ ବରିଷ୍ଠ ନେତା ଧର୍ମେନ୍ଦ୍ର ପ୍ରଧାନଙ୍କ ମୁଖ୍ୟମନ୍ତ୍ରୀ ପଦ ଗ୍ରହଣ କରିବାର ସମ୍ଭାବନା ପ୍ରାୟ ଶେଷ ହୋଇଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସାମ୍ନାକୁ ଆସିଲା ବଡ଼ ଘୋଟାଲା, କମିଶନ୍‌ ନେଇ ୨୦୦ କୋଟିର ନକଲି ବିଲ୍‌ ପାସ୍‌

ନୂଆଦିଲ୍ଲୀ, ୨୬।୦୭: କରୋନା ସମୟରେ ୨୦୦ କୋଟି ଟଙ୍କାର ଏକ ବଡ ଦୁର୍ନୀତିର ଖୁଲାସା କରିଛି ଦୁର୍ନୀତି ନିବାରଣ ବ୍ୟୁରୋ ବା ଏସିବି । ଏହି...

ପ୍ରକାଶ ପାଇଲା ନିଟ୍‌ର ସଂଶୋଧିତ ତାଲିକା, ୬୭ରୁ ୧୭କୁ ଖସିଲେ ଟପ୍ପର

ନୂଆଦିଲ୍ଲୀ, ୨୬।୦୭: ଗତ କିଛିଦିନ ଧରି ବିବାଦରେ ରହିଥିବା ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି ବା ଏନ୍‌ଟିଏ ମେଡିକାଲ୍‌ ପ୍ରବେଶିକା ପରୀକ୍ଷା ନିଟ୍‌-ୟୁଜିର ଫାଇନାଲ୍‌ ରେଜଲ୍ଟ ପ୍ରକାଶ...

୯୯ରେ ସାପ କାମୁଡ଼େ, କଂଗ୍ରେସକୁ ଏମିତି କହିଦେଲେ କେନ୍ଦ୍ରମନ୍ତ୍ରୀ

ନୂଆଦିଲ୍ଲୀ, ୨୬।୦୭: ବରିଷ୍ଠ ଜନତା ଦଳ ୟୁନାଇଟେଡ (ଜେଡିୟୁ) ନେତା ତଥା କେନ୍ଦ୍ର ମନ୍ତ୍ରୀ ରାଜୀବ ରଂଜନ (ଲଲନ ସିଂ) ଶୁକ୍ରବାର ଦିନ କଂଗ୍ରେସକୁ ଟାର୍ଗେଟ୍‌...

ମନୀଷ ସିସୋଦିଆଙ୍କୁ ପୁଣି କୋର୍ଟ ଝଟ୍‌କା, ବଢ଼ିଲା ନ୍ୟାୟିକ ହେପାଜତ ଅବଧି

ନୂଆଦିଲ୍ଲୀ, ୨୬।୦୭: ଦିଲ୍ଲୀ ମଦ ଦୁର୍ନୀତି ସହ ଜଡ଼ିତ ସିବିଆଇ ମାମଲାରେ ଆଜି ପୁଣିଥରେ କୋର୍ଟ ଶୁଣାଣି କରିଛନ୍ତି । ରାଉଜ ଆଭେନ୍ୟୁ କୋର୍ଟ ଦିଲ୍ଲୀର...

‘ଦିଲ୍ଲୀରୁ ଗୋଟିଚାଳନା ସରିଛି, ଉତ୍ତରପ୍ରଦେଶରେ କିଛି ବଡ଼ ହେବାକୁ ଯାଉଛି’

ନୂଆଦିଲ୍ଲୀ,୨୬।୭: ଆମ ଆଦମୀ ପାର୍ଟି(ଏଏପି)ର ଏମ୍‌ପି ସଞ୍ଜୟ ସିଂ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ନେଇ ଏକ ବଡ଼ ଦାବି କରିଛନ୍ତି। ସଞ୍ଜୟ ଶୁକ୍ରବାର କହିଛନ୍ତି...

ରାହୁଲ ଗାନ୍ଧୀଙ୍କ ନୂଆ ଠିକଣା: ବଙ୍ଗଳା ନମ୍ବର-୫, ସୁନ୍‌ହେରୀ ବାଗ୍‌ ରୋଡ…

ନୂଆଦିଲ୍ଲୀ,୨୬।୭: କଂଗ୍ରେସ ନେତା ଏବଂ ଲୋକ ସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ଠିକଣା ବଦଳିବାକୁ ଯାଉଛି। ସୁନ୍‌ହରୀ ବାଗ୍‌ ରୋଡ୍‌, ବଙ୍ଗଳା ନମ୍ବର-୫...

ଗୁଗୁଲ ସିଇଓ ସୁନ୍ଦର ପିଚାଇଙ୍କୁ ଭାରତରୁ ମିଳିଲା ବଡ଼ ଉପାଧି, କହିଲେ…

ନୂଆଦିଲ୍ଲୀ, ୨୬।୦୭: ଲୋକପ୍ରିୟ ସର୍ଚ୍ଚ ଇଞ୍ଜିନ୍‌ ଗୁଗୁଲର ସିଇଓ ସୁନ୍ଦର ପିଚାଇଙ୍କୁ ନିଜେ ପଢ଼ୁଥିବା ଅନୁଷ୍ଠାନରୁ ବଡ଼ ଉପାଧି ମିଳିଛି । ଆଇଆଇଟି ଖଡ଼ଗପୁରରୁ ସେ...

ଫିଟିଗଲା ଗୁମର, କଂଗ୍ରେସ ସହ ହୋଇଛି ଭିତିରି ମେଣ୍ଟ!

ନୂଆଦିଲ୍ଲୀ,୨୬।୭:ନିର୍ବାଚନରେ ହାରିବା ଏବଂ ମୁଖ୍ୟମନ୍ତ୍ରୀ ପଦ ହରାଇବା ପରେ ଜଗନମୋହନ ରେଡ୍ଡୀଙ୍କ ଅଡୁଆ ବଢିବାରେ ଲାଗିଛି। ଚନ୍ଦ୍ରବାବୁ ନାଇଡୁ ଆନ୍ଧ୍ରପ୍ରଦେଶର ସିଏମ ହୋଇଛନ୍ତି ଏବଂ ଦାୟିତ୍ୱ...

Advertisement
Mettle Meet 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri