Posted inଜାତୀୟ

ଓ୍ବାଇଏସଆର କଂଗ୍ରେସ କାର୍ଯ୍ୟାଳୟରେ ଚାଲିଲା ବୁଲଡୋଜର, ଚୁରମାର ହୋଇଗଲା ବିରୋଧୀଙ୍କ…

ନୂଆଦିଲ୍ଲୀ,୨୨।୬: ଆନ୍ଧ୍ରପ୍ରଦେଶରେ କ୍ଷମତା ପରିବର୍ତ୍ତନ ହୋଇଛି। ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀଙ୍କୁ କ୍ଷମତାଚ୍ୟୁତ କରି ଟିଡିପି ମୁଖ୍ୟ ଚନ୍ଦ୍ରବାବୁ ନାଇଡୁ ମୁଖ୍ୟମନ୍ତ୍ରୀ ପଦ ହାତେଇଛନ୍ତି। ବିରୋଧୀ ଦଳରେ ବସିଥିବା ତେଲୁଗୁ ଦେଶମ ପାର୍ଟି (ଟିଡିପି) ଏବେ କ୍ଷମତାକୁ ଫେରିଛି। ଆନ୍ଧ୍ରପ୍ରଦେଶରେ କ୍ଷମତା ପରିବର୍ତ୍ତନ ହୋଇଛି କିନ୍ତୁ ପ୍ରତିଶୋଧର ରାଜନୀତି ଜାରି ରହିଛି। ଶନିବାର ପୂର୍ବାହ୍ନରେ ବିଜୟୱାଡାର ତାଡେପାଲ ଜିଲାରେ ଓ୍ବାଇଏସଆର କଂଗ୍ରେସ ପାର୍ଟି (YSRCP)ର କାର୍ଯ୍ୟାଳୟରେ ବୁଲଡୋଜର ଚଲାଇ ଭାଙ୍ଗି ଦିଆଯାଇଛି। ଓ୍ବାଇଏସଆର କଂଗ୍ରେସ ଏହାକୁ ପ୍ରତିଶୋଧର ରାଜନୀତି ବୋଲି କହିଛି ।

ଏକ ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ, ଏହି ଓ୍ବାଇଏସଆର କଂଗ୍ରେସର କାର୍ଯ୍ୟାଳୟ ଗୁଣ୍ଟୁର ଜିଲାର ତୋଡପଲ୍ଲୀ ମଣ୍ଡଳର ସୀତାନଗରମ ପରିସରରେ ରହିଛି। ଓ୍ବାଇଏସଆର ୮୭୦.୪୦ ବର୍ଗ ମିଟର ଜମି ବେଆଇନ ଭାବେ କବଜା କରି ରଖିଥିବା ଅଭିଯୋଗ ହୋଇଛି।

YSRCP ଏବେ ହାଇକୋର୍ଟର ଦ୍ୱାରସ୍ଥ ହୋଇଛି। ତଥାପି କାର୍ଯ୍ୟାଳୟକୁ ଭାଙ୍ଗି ଦିଆଯାଇଛି। କୋର୍ଟ ଭାଙ୍ଗିବା ଉପରେ ରୋକ୍‌ ଳଗାଇଥିଲେ ମଧ୍ୟ ଅଫିସକୁ ଭାଙ୍ଗି ଚୁରମାର କରି ଦିଆଯାଏ। ରାଜ୍ୟ ଇତିହାସରେ ଏକ ପାର୍ଟି ଅଫିସ ଭାଙ୍ଗିବାର ଏହା ପ୍ରଥମ ଉଦାହରଣ।

ସୂଚନାଥାଉ କି, ୨୦୨୧ ନଭେମ୍ବର ୧୯ ତାରିଖରେ ମହିଳା ସଶକ୍ତିକରଣ ଉପରେ ବିଧାନସଭାରେ ଆଲୋଚନା ଚାଲିଥିଲା । ଏହି ସମୟରେ YSR କଂଗ୍ରେସ ପାର୍ଟିର କିଛି ବିଧାୟକ ଚନ୍ଦ୍ରବାବୁ ନାଇଡୁଙ୍କ ସ୍ତ୍ରୀଙ୍କ ଉପରେ କିଛି ଅଶାଳୀନ ମନ୍ତବ୍ୟ ଦେଇଥିଲେ । ଏଭଳି ମନ୍ତବ୍ୟ ନ ଦେବାକୁ ଗୃହ ମଧ୍ୟରେ ହାତଯୋଡ଼ି କାନ୍ଦି କାନ୍ଦି ଅନୁରୋଧ କରିଥିଲେ ନାଇଡୁ । କିନ୍ତୁ YSR କଂଗ୍ରେସ ପାର୍ଟିର ବିଧାୟକମାନେ ତାହା ଶୁଣି ନ ଥିଲେ । ଯେଉଁଥିପାଇଁ କାନ୍ଦି କାନ୍ଦି ଗୃହ ଛାଡ଼ିଥିଲେ ସେ । ଆଉ ଯିବା ବେଳେ କହିଥିଲେ, ଯଦି କେବେ ବିଧାନସଭାକୁ ସେ ଫେରିବେ, କେବଳ ମୁଖ୍ୟମନ୍ତ୍ରୀ ଭାବେ ଫେରିବେ । ଆଉ ସତକୁ ସତ ସେୟା ହୋଇଛି । ୧୭୫ ଆସନ ବିଶିଷ୍ଟ ଆନ୍ଧ୍ରପ୍ରଦେଶ ବିଧାନସଭାରେ ଏଥର ନାଇଡୁଙ୍କ ତେଲୁଗୁ ଦେଶମ ପାର୍ଟି ୧୩୫ ଆସନ ହାସଲ କରିଥିବା ବେଳେ ସହଯୋଗୀ ଜନସେନାକୁ ୨୧ ଏବଂ ବିଜେପିକୁ ୮ଟି ଆସନ ମିଳିଛି । ଶୁକ୍ରବାର ନବ ନିର୍ବାଚିତ ବିଧାୟକମାନେ ବିଧାନସଭାରେ ଶପଥ ନେଇଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଜୁନ୍‌ରେ ଅବସରପ୍ରାପ୍ତ ଶିକ୍ଷକଙ୍କ ଘରୁ ଚୋରି କରିଥିଲେ ଲକ୍ଷାଧିକ ଟଙ୍କାର ସୁନାଗହଣା: ୨ ଜଣଙ୍କୁ ଧରି…

ଝରିଗାଁ,୫ା୯(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ପୋଲିସକୁ ମିଳିଛି ବଡ଼ ସଫଳତା। ଝରିଗାଁ ଥାନା ଅଞ୍ଚଳରେ ଗତ ଜୁନ୍‌ ମାସରେ ଲକ୍ଷାଧିକ ଟଙ୍କା ସହ ସୁନା…

‘ଆମେରିକା-ଭାରତ ମଧ୍ୟରେ ଥିବା ଦୃଢ଼ ସମ୍ପର୍କକୁ ନେଇ ବିଶ୍ୱ ଈର୍ଷା କରୁଛି,’ ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରଶଂସା କରି ଆମେରିକୀୟ ରାଷ୍ଟ୍ରଦୂତ କହିଲେ..

ନୂଆଦିଲ୍ଲୀ,୫।୯: ଭାରତରେ ଅବସ୍ଥାପିତ ଆମେରିକୀୟ ରାଷ୍ଟ୍ରଦୂତ ସର୍ଗିଓ ଗୋର୍‌ ଭାରତ ଏବଂ ଆମେରିକା ମଧ୍ୟରେ ସହଭାଗୀତାର ଶକ୍ତି ଉପରେ ଗୁରୁତ୍ୱାରୋପ କରିଛନ୍ତି। ସେ ନୂଆଦିଲ୍ଲୀ ଏବଂ ୱାଶିଂଟନ…

ନେପାଳ ବନ୍ୟା: ମୃତ୍ୟୁ ସଂଖ୍ୟା ୧୩୦୦ ଅତିକ୍ରମ କଲା, ଉଦ୍ଧାର ହୋଇଛନ୍ତି ୧୬୯ ଭାରତୀୟ

କାଠମାଣ୍ଡୁ,୫।୯: ନେପାଳରେ ବନ୍ୟାରେ ମୃତ୍ୟୁ ସଂଖ୍ୟା ପ୍ରାୟ ୧୩୦୦କୁ ବୃଦ୍ଧି ପାଇଛି। ଏହି ପ୍ରାକୃତିକ ବିପର୍ଯ୍ୟୟର ଆଜି ୧୧ତମ ଦିନ। ଉଲ୍ଲେଖନୀୟ ଯେ ୨୬ ଅଗଷ୍ଟ ସକାଳେ…

ସିମନବାଡ଼ି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଗୁରୁଦିବସ: ବର୍ଷୀୟାନ ଶିକ୍ଷକଙ୍କୁ…

ଦାରିଙ୍ଗବାଡ଼ି,୫ା୯(ଅରୁଣ ସାହୁ): ସର୍ବପଲ୍ଲୀ ରାଧାକ୍ରିଷ୍ଣନ୍‌ଙ୍କ ଜନ୍ମଦିବସ ତଥା ପବିତ୍ର ଗୁରୁଦିବସ ବିଭିନ୍ନ ସରକାରୀ ଓ ବେସରକାରୀ ଅନୁଷ୍ଠାନରେ ପାଳିତ ହୋଇଯାଇଛି। ଏହି ଅବସରରେ କନ୍ଧମାଳ ଜିଲା ଦାରିଙ୍ଗବାଡ଼ି…

ମିଳିଲାନି ଝଡ଼ବର୍ଷା କ୍ଷତିପୂରଣ: ରାଜରାସ୍ତାକୁ ଓହ୍ଲାଇଲେ କ୍ଷତିଗ୍ରସ୍ତ

ବରଗଡ଼,୫ା୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାର ଚକରକେନ୍ଦ ଗ୍ରାମରେ ଗତ ଜୁଲାଇ ୨୮ ତାରିଖ ସାରେ ହୋଇଥିବା ଝଡ଼ବର୍ଷାରେ ବ୍ୟାପକ କ୍ଷୟକ୍ଷତି ହୋଇଥିଲା। ଘରଦ୍ୱାର ଭାଙ୍ଗିବା ସହିତ ଚାଷଜମି…

କଳଙ୍କିତ ଘଟଣା: ୭ ବର୍ଷର ଝିଆରୀଙ୍କୁ ବଡ଼ବାପାଙ୍କ ଯୌନ ନିର୍ଯାତନା, ପୋଲିସ ଆଗରେ ସବୁ କଥା ପ୍ରକାଶ କରିବା ପରେ…

ମହାକାଳପଡ଼ା,୫ା୯( ପ୍ରତାପ ଚନ୍ଦ୍ର ସ୍ବାଇଁ ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅନ୍ତର୍ଗତ ତନ୍ତିଆପାଳ ସାମୁଦ୍ରିକ ଥାନା ଅଞ୍ଚଳରେ ଏକ ଅତ୍ୟନ୍ତ ସମ୍ବେଦନଶୀଳ ତଥା ହୃଦୟବିଦାରକ ଘଟଣା…

ଚିତାବାଘ, ଭାଲୁ ସହ ଜଙ୍ଗଲୀ କୁକୁରର ଭୟ…, ଏହାକୁ ଖାତିର ନକରି ଦୁଇ ଭଉଣୀଙ୍କୁ ପାଠ ପଢ଼ାଇବା ପାଇଁ ଜଙ୍ଗଲ ମଧ୍ୟରେ ୫ କିଲୋମିଟର ଚାଲି ଚାଲି ଯାଉଛନ୍ତି ଶିକ୍ଷକ

ମୁମ୍ବାଇ,୪।୯: ଜଣେ ଶିକ୍ଷକଙ୍କ ଶିକ୍ଷା ପ୍ରତି ଆଗ୍ରହ ଏବଂ ପିଲାମାନଙ୍କ ଭବିଷ୍ୟତ ଗଠନ ପ୍ରତି ତାଙ୍କର ଉତ୍ସର୍ଗତାର ଏକ ପ୍ରେରଣାଦାୟକ ଉଦାହରଣ ମହାରାଷ୍ଟ୍ରର କୋହ୍ଲାପୁର ଜିଲାରୁ ସାମ୍ନାକୁ…

‘ମୁଁ ଆପଣଙ୍କ ଛାତ୍ର, ମୋତେ…’, ଶିକ୍ଷକଙ୍କ ସହ PM ମୋଦିଙ୍କ ରୋଚକ କଥାବାର୍ତ୍ତା

ନୂଆଦିଲ୍ଲୀ,୫।୯: ଶିକ୍ଷକ ଦିବସ ଅବସରରେ ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କିଛି ବିଶେଷ ଶିକ୍ଷକଙ୍କୁ ଭେଟିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ଆବାସରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri