ଆଜି ସକାଳୁ ବୃଷ ରାଶିରେ ପ୍ରବେଶ କଲେ ଚନ୍ଦ୍ର: ମେଷ ସମେତ ୪ ରାଶିଙ୍କ ଜୀବନରେ ଆସିବ ବଡ଼ ଖବର, ପଢନ୍ତୁ କ’ଣ ଘଟିବ…

ଜ୍ୟୋତିଷ ଶାସ୍ତ୍ରରେ ଚନ୍ଦ୍ରଦେବଙ୍କୁ ମନ, ମାତା ଓ ଅର୍ଥର କାରକ ଭାବେ ବିବେଚନା କରାଯାଏ। ୩ ସେପ୍ଟେମ୍ବର ୨୦୨୬ରେ ଚନ୍ଦ୍ରମା ମେଷ ରାଶିରୁ ବାହାରି ନିଜର ଉଚ୍ଚ ରାଶି ବୃଷରେ ପ୍ରବେଶ କରିଛନ୍ତି। ଏହି ଗୋଚର ସକାଳ ୭ଟା ୨୬ ମିନିଟରେ ହୋଇଛି। ଚନ୍ଦ୍ରମା ନିଜର ଉଚ୍ଚ ରାଶିରେ ପ୍ରବେଶ କରିବାରୁ ତାଙ୍କ ପ୍ରଭାବ ଅଧିକ ଶକ୍ତିଶାଳୀ ହେବ ବୋଲି ଜ୍ୟୋତିଷୀୟ ମତ ରହିଛି।
ଏହି ଗୋଚରର ପ୍ରଭାବ ସମସ୍ତ ରାଶି ଉପରେ ସମାନ ରହିବ ନାହିଁ। ଜ୍ୟୋତିଷୀୟ ଆକଳନ ଅନୁସାରେ, ୪ଟି ରାଶି ପାଇଁ ଏହି ସମୟ ବିଶେଷ ଭାବେ ଶୁଭ ରହିପାରେ।

୧. ମେଷ ରାଶି:
ମେଷ ରାଶିର ଲୋକଙ୍କ ଦ୍ୱିତୀୟ ଭାବରେ ଚନ୍ଦ୍ରଙ୍କ ଗୋଚର ହେବ। ଏହାର ପ୍ରଭାବରେ ଧନ-ଧାନ୍ୟରେ ବୃଦ୍ଧି ହେବାର ସମ୍ଭାବନା ରହିଛି। ପରିବାର ସହ ଭଲ ସମୟ ବିତାଇବାର ସୁଯୋଗ ମିଳିପାରେ।
ରାଜନୀତି କ୍ଷେତ୍ରରେ ଥିବା ଲୋକଙ୍କ ପ୍ରଭାବ ବଢ଼ିପାରେ ଏବଂ ନିଜ କଥାବାର୍ତ୍ତା ମାଧ୍ୟମରେ ଲୋକଙ୍କୁ ପ୍ରଭାବିତ କରିପାରନ୍ତି। ଲେଖା, ଗୀତ କିମ୍ବା ବାଦ୍ୟ ସଙ୍ଗୀତ ସହ ଜଡ଼ିତ ବ୍ୟକ୍ତିଙ୍କ କୌଣସି ସୃଜନ ଲୋକପ୍ରିୟତା ହାସଲ କରିପାରେ।

୨. ବୃଷ ରାଶି
ଚନ୍ଦ୍ରମା ସିଧାସଳଖ ବୃଷ ରାଶିରେ ପ୍ରବେଶ କରିବେ। ଏହା ଫଳରେ ଏହି ରାଶିର ଲୋକଙ୍କ ଆତ୍ମବିଶ୍ୱାସ ବଢ଼ିପାରେ। ମାନସିକ ଭାବେ ଆପଣ ଅଧିକ ଶକ୍ତିଶାଳୀ ଅନୁଭବ କରିବେ ଏବଂ ସଠିକ ସମୟରେ ଭଲ ନିଷ୍ପତ୍ତି ନେଇପାରିବେ।
ପରିବାରରେ ଖୁସିର ପରିବେଶ ରହିପାରେ। ପରିବାରର କୌଣସି ସଦସ୍ୟଙ୍କଠାରୁ ଶୁଭ ଖବର ମିଳିପାରେ। ବ୍ୟବସାୟୀଙ୍କ ଯୋଜନା ସଫଳ ହେବା ସହ ଚାକିରିଆଙ୍କୁ କର୍ମକ୍ଷେତ୍ରରେ ସକାରାତ୍ମକ ପରିବର୍ତ୍ତନ ମିଳିପାରେ। ଦାମ୍ପତ୍ୟ ଜୀବନରେ ମଧ୍ୟ ମଧୁରତା ବଢ଼ିପାରେ।

କର୍କଟ ରାଶି:
ଚନ୍ଦ୍ରମା କର୍କଟ ରାଶିର ସ୍ବାମୀ ଏବଂ ବୃଷ ରାଶିରେ ଗୋଚର ସମୟରେ ଆପଣଙ୍କ ଏକାଦଶ ଭାବରେ ରହିବେ। ଜ୍ୟୋତିଷରେ ଏକାଦଶ ଭାବକୁ ଲାଭର ଭାବ ବୋଲି କୁହାଯାଏ। ତେଣୁ ଏହି ସମୟରେ ବିଭିନ୍ନ କ୍ଷେତ୍ରରୁ ଲାଭ ମିଳିବାର ସମ୍ଭାବନା ରହିଛି।
ନିବେଶ କରିଥିବା ଟଙ୍କାରୁ ଭଲ ରିଟର୍ନ ମିଳିପାରେ। ବିଦେଶ ସହ ଜଡ଼ିତ ବ୍ୟବସାୟ କରୁଥିବା ଲୋକଙ୍କୁ ଭଲ ଡିଲ ମିଳିପାରେ। ପରିବାର ଓ ସାମାଜିକ ଜୀବନରେ ମଧ୍ୟ ସକାରାତ୍ମକ ପରିବର୍ତ୍ତନ ଦେଖାଯାଇପାରେ।

୪. କନ୍ୟା ରାଶି:
ଚନ୍ଦ୍ରଙ୍କ ଏହି ଗୋଚର ଫଳରେ କନ୍ୟା ରାଶିର ନବମ ଭାବ ସକ୍ରିୟ ହେବ। ନବମ ଭାବକୁ ଭାଗ୍ୟର ଭାବ ବୋଲି ମନେ କରାଯାଏ। ତେଣୁ ଅଧୁରା ରହିଥିବା କାମଗୁଡ଼ିକ ପୂରଣ ହେବା ସହ ଭାଗ୍ୟର ପୂର୍ଣ୍ଣ ସହଯୋଗ ମିଳିପାରେ।
କିଛି ଚାକିରିଆଙ୍କୁ ଅଚାନକ ପଦୋନ୍ନତି ମିଳିବାର ଯୋଗ ରହିଛି। ଛାତ୍ରୀଛାତ୍ରଙ୍କ ପାଇଁ ମଧ୍ୟ ଏହି ସମୟ ଭଲ ରହିପାରେ। ପାଠପଢ଼ାରେ ଏକାଗ୍ରତା ବଢ଼ିବା ସହ ଶିକ୍ଷା କ୍ଷେତ୍ରରେ ସୁଖଦ ପରିବର୍ତ୍ତନ ଦେଖାଯାଇପାରେ।

 

Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?