ରିପବ୍ଲିକାନ୍‌ ନେତା ଦୌଡ଼ରେ ଚଣ୍ଡିଗଡ଼ ଜନ୍ମିତ ହର୍‌ମିତ୍‌

ଓ୍ବାଶିଂଟନ,୭ା୧୨: ନିଜକୁ ପଞ୍ଜାବୀ ବୋଲି ଦାବି କରୁଥିବା ଚଣ୍ଡିଗଡ଼ ଜନ୍ମିତ ହର୍‌ମିତ୍‌ ଧିଲେଁା ଆମେରିକା ରିପବ୍ଲିକାନ୍‌ ପାର୍ଟିର ଶୀର୍ଷ ସାଂଗଠନିକ ନେତୃତ୍ୱ ଦୌଡ଼ରେ ସାମିଲ ହୋଇଛନ୍ତି। ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ସମର୍ଥକ ହର୍‌ମିତ୍‌ କାଲିଫର୍ନିଆରୁ ରିପବ୍ଲିକାନ୍‌ ନ୍ୟାଶନାଲ କମିଟି (ଆର୍‌ଏନ୍‌ସି) ଅଧ୍ୟକ୍ଷା ଅଛନ୍ତି। ସେ ଜାତୀୟ ସ୍ତରରେ ନେତୃତ୍ୱ ନେବା ଲାଗି ସୋମବାର ନିଜକୁ ପ୍ରାର୍ଥୀ ଘୋଷଣା କରିଛନ୍ତି। ରୋନ୍ନା ମାକ୍‌ଡେନିଏଲ୍‌ ୨୦୧୭ରୁ ରିପବ୍ଲିକାନ୍‌ ପାର୍ଟି ଅଧ୍ୟକ୍ଷା ରହିଛନ୍ତି। ଦଳ କ୍ରମାଗତ ନିର୍ବାଚନ ହାରୁଥିବାରୁ ଏଥିରେ ଅତିଷ୍ଠ ଥିବା ହର୍‌ମିତ୍‌ ଦଳକୁ ଆଧୁନିକୀକରଣ କରି ଡେମୋକ୍ରାଟ୍ସକୁ ଟକ୍କର ଦେବା ଲାଗି ଚାହାନ୍ତି। ମିଡ୍‌ଟର୍ମ ନିର୍ବାଚନଠାରୁ ରିପବ୍ଲିକାନ୍‌ ନେତୃତ୍ୱରେ ପରିବର୍ତ୍ତନ ଲାଗି ତୃଣମୂଳ ସ୍ତରର ନେତାଙ୍କଠାରୁ ଆରମ୍ଭ କରି ପାଣ୍ଠି ଯୋଗାଣକାରୀ ଏବଂ ଆର୍‌ଏନ୍‌ସି ସଦସ୍ୟମାନେ ତାଙ୍କୁ ଅନୁରୋଧ କରିଆସୁଛନ୍ତି। ୨୦୨୪ ରାଷ୍ଟ୍ରପତି ନିର୍ବାଚନ ଜିତିବାକୁ ହେଲେ ଦଳୀୟ ନେତୃତ୍ୱରେ ପରିବର୍ତ୍ତନ ଆବଶ୍ୟକ ବୋଲି ହର୍‌ମିତ୍‌ କହିଛନ୍ତି। ମାକ୍‌ଡେନିଏଲ୍‌ ତୃତୀୟ ଥର ପାଇଁ ଆର୍‌ଏନ୍‌ସି ଅଧ୍ୟକ୍ଷା ପଦ ପାଇଁ ଆଗ୍ରହୀ ବୋଲି ପୂର୍ବରୁ ଘୋଷଣା କରିଥିଲେ। କମିଟିର ୧୬୮ ସଦସ୍ୟଙ୍କ ସଂଖ୍ୟାଗରିଷ୍ଠ ଭୋଟ ଜରିଆରେ ନେତୃତ୍ୱ ଚୟନ କରାଯିବ। ଏହି ପଦବୀ ଲାଗି ଏକ ପିଲୋ କମ୍ପାନୀ ସିଇଓ ମାଇକ୍‌ ଲିଣ୍ଡେଲ୍‌ ମଧ୍ୟ ଦୌଡ଼ରେ ଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ସକାଳୁ ଥରିଲା ଆଫଗାନିସ୍ତାନ, ନୂଆ ଆତଙ୍କ ନେଇ ଆତଙ୍କିତ ଲୋକେ…

କାବୁଲ,୧୩।୨ : ସୋମବାର ସକାଳେ ଆଫଗାନିସ୍ତାନର କେତେକ ଅଞ୍ଚଳରେ ଭୂମିକମ୍ପ ଅନୁଭୂତ ହୋଇଥିଲା। ଭୂକମ୍ପ ଯୋଗୁଁ କୌଣସି କ୍ଷୟକ୍ଷତି କିମ୍ବା ସମ୍ପତ୍ତି ନଷ୍ଟ ହେବାର କୌଣସି...

କୋଭିଡ-୧୯: ଗୋଟିଏ ମାସ ପାଇଁ ସିଙ୍ଗାପୁର ଲକ୍‌ଡାଉନ୍‌

ସିଙ୍ଗାପୁର,୩।୪: କରୋନା ଭାଇରସ ଏବେ ସାରା ବିଶ୍ୱକୁ ତା’ କବଳକୁ ନେବାକୁ ଲାଗି ପଡିଛି। କରୋନା ଭୟରେ ଏବେ ବିଶ୍ୱ ଯେମିତି ଏକ ପ୍ରକାର ଠପ୍‌...

କୋଭିଶିଲ୍ଡକୁ ବ୍ରିଟେନରେ ମଞ୍ଜୁରୀ

ଲଣ୍ଡନ,୩୦।୧୨: ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟ ଏବଂ ଆଷ୍ଟ୍ରାଜେନିକା ଦ୍ୱାରା ପ୍ରସ୍ତୁତ ହୋଇଥିବା କରୋନା ପ୍ରତିଷେଧକ ଟିକା କୋଭିଶିଲ୍ଡକୁ ବ୍ରିଟେନ୍‌ରେ ମଞ୍ଜୁରୀ ମିଳିଛି। ଏଣିକି ବ୍ରିଟେନରେ ଜରୁରୀକାଳୀନ ପରିସ୍ଥିତିରେ...

‘ପୁଣିଥରେ ନ ହେଉ ବେଲୁନ ଉଡାଇବା ଭୁଲ’, ଚାଇନାକୁ ଚେତାବନୀ ଦେଲା ଆମେରିକା

ୱାଶିଂଟନ,୧୯ ।୨: ଆମେରିକା ଓ ଚାଇନା ମଧ୍ୟରେ ସ୍ପାଇ ବେଲୁନକୁ ନେଇ ବିବାଦ ଥମିବାର ନାଁ ନେଉନି । ଆମେରିକା ସ୍ପାଇ ବେଲୁନକୁ ନେଇ ଚାଇନାକୁ...

ରୁଷିଆର ୧୭ ଶିବିର ଉପରେ ଆକ୍ରମଣ…

କ୍ୱିଭ୍‌/ମସ୍କୋ,୯।୧୧ : ୟୁକ୍ରେନର ପୂର୍ବ ଅଞ୍ଚଳରେ ଥିବା ରୁଷିଆର ୧୭ଟି ଶିବିର ଉପରେ ଆକ୍ରମଣ ହୋଇଛି। ୟୁକ୍ରେନ୍‌ ସେନାଙ୍କ ଦ୍ୱାରା ହୋଇଥିବା ଏହି ଆକ୍ରମଣରେ ରୁଷିଆର...

ଏବେ ଗର୍ଭଧାରଣ କରନାହିଁ

ବ୍ରାସିଲିଆ, ୧୯।୪: ବ୍ରାଜିଲରେ କରୋନା ସଂକ୍ରମଣ ଅତ୍ୟଧିକ ବୃଦ୍ଧି ପାଉଥିବାରୁ ସେଠାକାର ମହିଳାମାନଙ୍କୁ ଗର୍ଭଧାରଣ ଯୋଜନା ସ୍ଥଗିତ ରଖିବା ଲାଗି ସରକାର ପରାମର୍ଶ ଦେଇଛନ୍ତି। ବ୍ରାଜିଲରେ...

ଆକ୍ରମଣ କଲେ ପରିଣାମ ଭୋଗିବ

ଓ୍ବାଶିଂଟନ/ନ୍ୟୁୟର୍କ,୧୨ା୯ (ଏଏଫ୍‌ପି): ଆତଙ୍କବାଦୀମାନେ ଆମେରିକା ଉପରେ ଆକ୍ରମଣ କଲେ ସାଂଘାତିକ ପରିଣାମ ଭୋଗିବେ। ସେହିପରି ତାଲିବାନ ଉପରେ ସବୁଠୁ ବଡ଼ ଆକ୍ରମଣ କରାଯିବ ବୋଲି ଆମେରିକା...

ଆଫଗାନିସ୍ତାନ ବିସ୍ଫୋରଣ: ୩ ଆହତ

କାବୁଲ,୮।୧୨: ଆଫନିସ୍ତାନର ଉତ୍ତରରେ ଥିବା କୁଣ୍ଡୁଜ ଅଞ୍ଚଳରେ ରବିବାର ରାସ୍ତା କଡରେ ଲଗାଯାଇଥିବା ଏକ ବୋମା ବିସ୍ଫୋରଣରେ ଅତି କମ୍‌ରେ ୩ ଜଣ ଆହତ ହୋଇଥିବା...

Advertisement
Archives

Model This Week