ଅନିଶ୍ଚିତତାରେ ଚଣ୍ଡିଆପଲ୍ଲୀ-ମହାକାଳପଡ଼ା ଗୋବରୀ ସେତୁ

ମହାକାଳପଡ଼ା, ୩ା୧ (ଡି.ଏନ୍‌.ଏ.):କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ନିକଟ ଗୋବରୀ ନଦୀ ଉପରେ ସେତୁ ନିର୍ମାଣକୁ ନେଇ ଅନିଶ୍ଚିତତା ଲାଗି ରହିଛି ବୋଲି କୁହାଯାଇଛି। ଏହି ସେତୁ ରାଜ୍ୟ ପୂର୍ତ୍ତ ବିଭାଗ ପକ୍ଷରୁ ନିର୍ମାଣ କରାଯାଉଥିଲେ ମଧ୍ୟ ଦାୟିତ୍ୱ ନିର୍ବାହ କରୁଥିବା ଠିକାଦାର (ପଢ଼ିଆରୀ କନ୍‌ଷ୍ଟ୍ରକଶନ) ସେତୁ ନିର୍ମାଣ ଅଧା କରି ସ୍ଥାନ ଛାଡ଼ି ନିଜର ସରଞ୍ଜାମ ନେଇଯାଇଛି। ଏହି ଚଣ୍ଡିଆପଲ୍ଲୀ-ମହାକାଳପଡ଼ା ଗୋବରୀ ସେତୁ ହୋଇଥିଲେ ବ୍ଲକ ମୁଖ୍ୟ କାର୍ଯ୍ୟାଳୟରୁ ଦେଉଳିପଡ଼ା, ବିଜୟନଗର, ବଡିଢ଼ି, ଗୋଗୁଆ, ସୁନିତି, ନାଞ୍ଜୁରା, ଜମ୍ବୁ ଓ କେବିଦାଣ୍ଡୁଆ ପଞ୍ଚାୟତର ଶତାଧିକ ଜନସାଧାରଣ ସିଧାସଳଖ ଯାତାୟାତର ବାଟ ଖୋଲିଥାନ୍ତା।
ସୂଚନାଯୋଗ୍ୟ, ଗୋବରୀ ନଦୀ ଉପରେ ୧୯୮୮ରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକ କିୟାରବାଙ୍କ ହାଟଠାରେ ଗୋବରୀ ସେତୁ ନିର୍ମାଣ ପାଇଁ ଶିଳାନ୍ୟାସ କରିଥିଲେ। ପରେ ଗୋବରୀ ନଦୀ ଉପରେ ସେତୁ ନିର୍ମାଣ ହୋଇଥିଲା। ଅଧା ପିଲାର ନିର୍ମାଣ ହୋଇଛି ଓ ଅନିଶ୍ଚିତତା ମଧ୍ୟରେ ଏହା ରହିଛି। ତେବେ ପ୍ରକଳ୍ପ ବନ୍ଦ ହେବା ପରେ ପରବର୍ତ୍ତୀ ସମୟରେ ବିଭାଗ କି ପଦକ୍ଷେପ ଗ୍ରହଣ କରିବେ ସ୍ଥାନୀୟ ଲୋକମାନଙ୍କ ମନରେ ସନ୍ଦେହ ପ୍ରକାଶ ପାଇଥିଲା। ପରବର୍ତ୍ତୀ ସମୟରେ ଲୋକମାନଙ୍କ ଯାତାୟାତ ପାଇଁ ଚଣ୍ଡିଆପଲ୍ଲୀ-ମହାକାଳପଡ଼ା ଗୋବରୀ ସେତୁ ନିର୍ମାଣ ନିମନ୍ତେ ୨୦୧୬ ନଭେମ୍ବର ୮ରେ ସ୍ଥାନୀୟ ବାୟାବାବା କଲେଜ ପଡ଼ିଆରେ ଅନୁଷ୍ଠିତ ଏକ ସାଧାରଣ ସଭାରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୋବରୀ ସେତୁ ନିର୍ମାଣ ପାଇଁ ଶିଳାନ୍ୟାସ କରିଥିଲେ। ଏହି ପ୍ରକଳ୍ପ ପାଇଁ ପ୍ରଥମ ପର୍ଯ୍ୟାୟରେ ୨୨ କୋଟି ଟଙ୍କା ମଞ୍ଜୁର ହୋଇଥିଲା। ସେତୁ ନିର୍ମାଣ କାମ ଚାଲିଥିଲା। ଏହି ସେତୁ ନିର୍ମାଣରେ ଗୋବରୀ ନଦୀର ଦୁଇପାର୍ଶ୍ୱରେ ଦୁଇଟି ପିଲର ନିର୍ମାଣ କାମ ସାରି ଦେଇ ୨୦୨୨ ଡିସେମ୍ବର ଶେଷ ସପ୍ତାହରେ ଠିକାଦାର ପଳାୟନ କରିଛନ୍ତି। ସେତୁ ନିର୍ମାଣ ଅଧା ଛାଡ଼ି କାହିଁକି ଠିକାଦାର କାମ ବନ୍ଦ କଲେ ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏ ସମ୍ପର୍କରେ କେନ୍ଦ୍ରାପଡ଼ା ପୂର୍ତ୍ତ ବିଭାଗ ଅଧୀକ୍ଷଣ ଯନ୍ତ୍ରୀ ସରୋଜ କୁମାର ନାୟକଙ୍କୁ ପଚାରିବାରେ ଉକ୍ତ ସେତୁ ନିର୍ମାଣ ପାଇଁ ପୁନର୍ବାର ଟେଣ୍ଡର କରାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲର୍‌ଙ୍କ ଘର ବାହାରେ ବ୍ଲାଙ୍କ ଫାୟାରିଂ ଅଭିଯୋଗ

ଖଲ୍ଲିକୋଟ,୨୬।୪(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲରଙ୍କ ଘରେ ପଶି ମାର୍‌ପିଟ ସହ ବ୍ଲାଙ୍କ ଫାୟାରିଂ କରାଯାଇଥିବା ଅଭିଯୋଗ ହୋଇଛି। ଖବର ପାଇ...

ଓଏଚ୍‌ଆର୍‌ସିରେ କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣ ମାମଲା: ଏନ୍‌ଏଚ୍‌ଏଆଇକୁ ରିପୋର୍ଟ ତଲବ

କଟକ,୨୬ା୪ (କାର୍ତ୍ତିକ ସାହୁ)- କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣରେ ଅହେତୁକ ବିଳମ୍ବ ହେତୁ ଦୁର୍ଘଟଣା ବଢ଼ିଚାଲିଛି। ଏହି ରାଜପଥର ନିର୍ମାଣ କାର୍ଯ୍ୟ ଦୀର୍ଘ ୧୨ ବର୍ଷ...

କଂଗ୍ରେସରେ ମିଶିଲେ ବିଜେଡିର ପୁରୁଖା ନେତ୍ରୀ

ଭୁବନେଶ୍ୱର,୨୬।୪: ବିଜେଡିର ପୁରୁଖା ନେତ୍ରୀ ବୈଜୟନ୍ତୀମାଳା ମହାନ୍ତି ଆଜି ହାତ ଧରିଛନ୍ତି। ସେ ଶୁକ୍ରବାର ବିଧିବଦ୍ଧ ଭାବେ କଂଗ୍ରେସରେ ସାମିଲ ହୋଇଛନ୍ତି । ନୟାଗଡ ଜିଲା...

ଭଦ୍ରକ-ଯାଜପୁର ଜେଲ୍‌ରେ କ୍ଷମତାଠାରୁ ଅଧିକ କଏଦୀ: ଭିଡ ହଟାଇବାକୁ ପଦକ୍ଷେପ ନେଇ ଜଣାଇବାକୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ

କଟକ,୨୬ା୪ (କାର୍ତ୍ତିକ ସାହୁ)- ଭଦ୍ରକ ଓ ଯାଜପୁର ଜିଲା ଜେଲରୁ ଭିଡ଼ ହଟାଇବାକୁ କି ପଦକ୍ଷେପ ନେଇଛ ଜଣାଅ ବୋଲି ରାଜ୍ୟ ସରକାରଙ୍କୁ ହାଇକୋର୍ଟ ଶୁକ୍ରବାର...

ଗୋଟିଏ ଜୁଇରେ ଜଳିଲା ଦୁଇ ଭଉଣୀଙ୍କ ମୃତଦେହ

ଗୋପ,୨୬ା୪(ଭାରତୀ ଭୂଷଣ ଉପାଧ୍ୟାୟ): ଗାଁ ଶଶ୍ନାନର ଗୋଟିଏ ଜୁଇରେ ଦୁଇ ଭଉଣୀଙ୍କ ମୃତଦେହ ଦାହ କରାଯାଇଛି। ଗୁରୁବାର ବିଳମ୍ବିତ ରାତିରେ ଏହି ଦାହ ସମୟରେ ଡଭାର...

ପୁଣି ପ୍ରାର୍ଥୀ ବଦଳାଇବ ଭାଜପା, ପର୍ଶୁରାମ ଧଡାଙ୍କ ଘର ବାହୁଡା ପରେ ଜୋର ଧରିଲା ଚର୍ଚ୍ଚା

ଭୁବନେଶ୍ୱର,୨୬।୪: ପୁଣିଥରେ ପ୍ରାର୍ଥୀ ବଦଳାଇପାରେ ଭାରତୀୟ ଜନତା ପାର୍ଟି । ସୋର ବିଧାୟକ ପର୍ଶୁରାମ ଧଡା ଭାଜପାରେ ସାମିଲ ହେବା ପରେ ପ୍ରାର୍ଥୀ ପରିବର୍ତନ ନେଇ...

ଜାତୀୟ ରାଜପଥ କଡ଼ରେ କୁଆଁ କୁଆଁ ଶବ୍ଦ: ନବଜାତ ଶିଶୁପୁତ୍ରକୁ ଛାଡ଼ି ମା’ ଫେରାର

ଛତ୍ରପୁର,୨୬।୪(ଦିଲ୍ଲୀପ ସାମଲ): ରାସ୍ତାକଡ଼ରେ ନବଜାତକକୁ ଛାଡ଼ି ମା’ ଫେରାର। ଛତ୍ରପୁରରୁ ଏଭଳି ଏକ ଖବର ସାମ୍ନାକୁ ଆସିଛି। ଶୁକ୍ରବାର ରାତିରେ ଜାତୀୟ ରାଜପଥ କଡ଼ରେ ଶିଶୁପୁତ୍ରଟିଏ...

ମଇଦାନକୁ ଓହ୍ଲାଇବେ ମୋକିମଙ୍କ ଝିଅ ସୋଫିଆ, ବିରୋଧୀ ଛାନିଆ

କଟକ,୨୬।୪: ବିଧାୟକ ମହମ୍ମଦ ମୋକିମଙ୍କ ଝିଅ ସୋଫିଆ ଫିରଦୋସ୍‌ ଏଥର ବାରବାଟୀ-କଟକ ଆସନରୁ ଲଢ଼ିବା ପ୍ରାୟତଃ ନିଶ୍ଚିତ । କେବଳ ଏଆଇସିସିର ଘୋଷଣାକୁ ବାକି ରହିଛି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri