ଚନ୍ଦକାରେ ହେବ ହସ୍ତୀ ଥଇଥାନ କେନ୍ଦ୍ର

ଭୁବନେଶ୍ୱର,୧୬।୯(ବ୍ୟୁରୋ): ଚନ୍ଦକା-ଡମପଡ଼ା ବନ୍ୟପ୍ରାଣୀ ଅଭୟାରଣ୍ୟର କୁମାରଖୁଣ୍ଟିଠାରେ ହସ୍ତୀ ଥଇଥାନ କେନ୍ଦ୍ର ସ୍ଥାପନ ହେବ। ସାଢ଼େ ଦଶ ହେକ୍ଟର ପରିମିତ ସ୍ଥାନରେ ପ୍ରାୟ ୬ କୋଟି ଟଙ୍କା ବ୍ୟୟରେ ଏହି କେନ୍ଦ୍ର ନିର୍ମାଣ କରାଯିବ। ଆବଶ୍ୟକସ୍ଥଳେ ଏହିଭଳି ୪ଟି ଅସ୍ଥାୟୀ ହାତୀ ଆଶ୍ରୟସ୍ଥଳ କରାଯିବ। ଉଦ୍ଧାର କରାଯାଇଥିବା ହାତୀଙ୍କୁ ଏଠାରେ ଆଶ୍ରୟ ଦେଇ ସେବା ଶୁଶ୍ରୁଷା ଓ ଚିକିତ୍ସା କରାଯିବ। ମା’ଠାରୁ ପୃଥକ ହୋଇଯାଇଥିବା ହାତୀଶାବକଙ୍କୁ ମଧ୍ୟ ଏଠାରେ ରଖାଯିବ। ଅଭିଜ୍ଞ ମାହୁନ୍ତମାନେ ସେମାନଙ୍କ ଦାୟିତ୍ୱରେ ରହିବେ। ହାତୀ ଚିକିତ୍ସା କ୍ଷେତ୍ରରେ ଅଭିଜ୍ଞତା ଅର୍ଜନ କରିଥିବା ଅବସରପ୍ରାପ୍ତ ପ୍ରାଣୀ ଚିକିତ୍ସକଙ୍କୁ ନିୟୋଜିତ କରାଯାଇ ହାତୀ ଚିକିତ୍ସାକୁ ତ୍ୱରାନ୍ବିତ କରାଯିବ। ସେଠାରେ ମାହୁନ୍ତଙ୍କ ରହିବା ପାଇଁ ଘର, ପ୍ରାଣୀ ଚିକିତ୍ସା ପ୍ରୟୋଗ ଶାଳା, ରନ୍ଧନ ଶାଳା ଆଦିର ବ୍ୟବସ୍ଥା ରହିବ। ହାତୀଙ୍କ ଖାଇବା ପାଇଁ ଘାସ, ଗଛପତ୍ର ଆଦିର ସ୍ବତନ୍ତ୍ର ଓ ପର୍ଯ୍ୟାପ୍ତ ବ୍ୟବସ୍ଥା କରାଯିବ। ଏଥିପାଇଁ କେନ୍ଦ୍ର ସରକାରଙ୍କ ମଞ୍ଜୁରୀ ମିଳି ସାରିଥିବାବେଳେ ମଙ୍ଗଳବାର ଜଙ୍ଗଲ ଓ ପରିବେଶ ଏବଂ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମକେଶରୀ ଆରୁଖ ଏହି କେନ୍ଦ୍ରର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ପ୍ରାୟ ତିନିମାସ ମଧ୍ୟରେ ଏହାର ନିର୍ମାଣ କାର୍ଯ୍ୟ ସାରିବାକୁ ଲକ୍ଷ୍ୟ ରହିଛି। ସୂଚନାଯୋଗ୍ୟ, ଓଡ଼ିଶା ଭଳି ସାରା ଦେଶରେ ହାତୀ ସୁରକ୍ଷା ବଡ଼ ପ୍ରସଙ୍ଗ ହୋଇଛି। ବିଶେଷକରି ହାତୀ ଜନବସତି ମଧ୍ୟରେ ପ୍ରବେଶ କରି କ୍ଷତି ଘଟାଇବା ଓ ହାତୀ-ମଣିଷ ଲଢ଼େଇରେ ଅନେକ ସମୟରେ ଉଭୟଙ୍କ ଜୀବନ ଯାଉଛି। ଏଭଳି ସମସ୍ୟାର ସମାଧାନ ପାଇଁ କେନ୍ଦ୍ର ସରକାର ବିସ୍ତୃତ ମାର୍ଗଦର୍ଶିକା ଜାରି କରିଛନ୍ତି। ଏଥିସହ ‘ପ୍ରକଳ୍ପ ହାତୀ’ ସମଗ୍ର ଦେଶରେ କାର୍ଯ୍ୟକାରୀ କରାଯାଉଛି। ଏହି ଯୋଜନାରେ ହାତୀ ଉଦ୍ଧାର ଓ ପୁନର୍ବାସ କେନ୍ଦ୍ର ପ୍ରତିଷ୍ଠା ଅନ୍ୟତମ ରହିଛି। ଗତ ହାତୀଗଣନା ଅନୁଯାୟୀ, ଓଡ଼ିଶାରେ ପ୍ରାୟ ୨ହଜାର ହାତୀ ରହିଛନ୍ତି। ମଣିଷ-ହାତୀ ସଂଘର୍ଷରେ ପ୍ରତିବର୍ଷ ପ୍ରାୟ ୮୦ ହାତୀ ମୃତ୍ୟୁମୁଖରେ ପଡ଼ୁଥିବାବେଳେ ପ୍ରାୟ ୧୦୦ ଲୋକଙ୍କ ଜୀବନ ଯାଉଛି। ଏହାବ୍ୟତୀତ ବନ କର୍ମଚାରୀ ଓ ଅନ୍ୟ ସାଧାରଣ ଲୋକଙ୍କ ଧନଜୀବନ ହାନି ଘୁଟଛି। ନିକଟ ଅତୀତରେ ଯାଜପୁର, ଢେଙ୍କାନାଳ ଓ ଖୋର୍ଦ୍ଧା ବନଖଣ୍ଡରେ ଏହିଭଳି ଘଟଣା ଘଟିଛି। ତେଣୁ ଜଙ୍ଗଲ ଅଞ୍ଚଳରେ ବ୍ୟାପକ ଭିତ୍ତିଭୂମିର ବିକାଶ, ଜନବସତି ବୃଦ୍ଧି ଓ ଜଙ୍ଗଲ ଜମିର ପରିବର୍ତ୍ତନ ଯୋଗୁ ହାତୀ ଆଶ୍ରୟସ୍ଥଳ କମିଯିବା ଏହି ସମସ୍ୟାର ମୂଳ କାରଣ ବୋଲି କୁହାଯାଉଛି। ତେଣୁ ଏହାର ସମାଧାନ ଅତ୍ୟନ୍ତ ଆବଶ୍ୟକ ହୋଇଥିବାବେଳେ ଏହି ଥଇଥାନ କେନ୍ଦ୍ର ବା ଅସ୍ଥାୟୀ ଆଶ୍ରୟସ୍ଥଳ ପ୍ରତିଷ୍ଠା ହାତୀଉଦ୍ଧାର ଓ ପୁନର୍ବାସ କ୍ଷେତ୍ରରେ ଏକ ନୂତନ ମାଇଲଖୁଣ୍ଟ ପାଲଟିବ। ‘ପ୍ରକଳ୍ପହାତୀ’ ଯୋଜନାକୁ ସମୁଚିତ ଭାବେ ରୂପାୟନ କରାଯିବ ବୋଲି ମନ୍ତ୍ରୀ ଆରୁଖ କହିଛନ୍ତି। ଭିତ୍ତିପ୍ରସ୍ତର କାର୍ଯ୍ୟକ୍ରମରେ ବିଭାଗୀୟ ଅତିରିକ୍ତ ଶାସନ ସଚିବ ମୋନାଶର୍ମା, ପିସିସିଏଫ୍‌(ବନ୍ୟପ୍ରାଣୀ) ତଥା ମୁଖ୍ୟ ବନ୍ୟପ୍ରାଣୀ ତତ୍ତ୍ୱାବଧାରକ ହରିଶଙ୍କର ଉପାଧ୍ୟାୟ ଓ ବିଭାଗୀୟ ଉଚ୍ଚ ପଦାଧିକାରୀ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆଜି ରାଜ୍ୟରୁ ୩୦୩୧ କରୋନା ଆକ୍ରାନ୍ତ ଚିହ୍ନଟ, ଖୋର୍ଦ୍ଧାରୁ ସର୍ବାଧିକ

ଭୁବନେଶ୍ୱର,୨୧।୬(ବ୍ୟୁରୋ): ସୋମବାର ରାଜ୍ୟରୁ ୩୦୩୧ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ବର୍ତ୍ତମାନ ମୋଟ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮,୮୦,୫୩୩ରେ ପହଞ୍ଚିଥିବା ରାଜ୍ୟ ସୂଚନା...

ଜିଲା ସ୍ବତନ୍ତ୍ର ଉନ୍ନୟନ ପରିଷଦ ପକ୍ଷରୁ କ୍ରୀଡ଼ା ସାମଗ୍ରୀ ବଣ୍ଟନ

କୁଆଁରମୁଣ୍ଡା, ୧୧।୧୨(ଡି.ଏନ.ଏ.)-ବୁଧବାର କୁଆଁରମୁଣ୍ଡା ବ୍ଲକ ଭାଟିଟୋଲି ପଡିଆରେ ଜିଲା ସ୍ବତନ୍ତ୍ର ଉନ୍ନୟନ ପରିଷଦ ପକ୍ଷରୁ ପାନପୋଷ ଉପଖଣ୍ଡର କୁଆଁରମୁଣ୍ଡା ଓ ନୂଆଗାଁ ବ୍ଲକର ୧୮ଟି ଲେଖାଏଁ...

ଗଞ୍ଜାମରେ ଆରମ୍ଭ ହେଲା ପ୍ଲାଜ୍‌ମା ଥେରାପି

ବ୍ରହ୍ମପୁର ଅଫିସ,୨୧।୭: ଓଡ଼ିଶାରେ ମହାମାରୀ କରୋନା ଦିନକୁ ଦିନ କାୟା ବିସ୍ତାର କରିବାରେ ଲାଗିଛି। ବର୍ତ୍ତମାନ ପର୍ଯ୍ୟନ୍ତ କରୋନା ଯୋଗୁ ୧୦୦ରୁ ଊର୍ଦ୍ଧ୍ୱ ଜଣଙ୍କ ମୃତ୍ୟୁ...

ବିଶ୍ୱସ୍ତରୀୟ ଚିଡ଼ିଆଖାନା ସ୍ଵପ୍ନ

ଲିଙ୍ଗରାଜ ରାଉତ ବାରଙ୍ଗ,୪।୬(ଡି.ଏନ୍‌.ଏ.): ଦେଶର ପ୍ରମୁଖ ଚିଡ଼ିଆଖାନା ମଧ୍ୟରେ ନନ୍ଦନକାନନ ଅନ୍ୟତମ। ହେଲେ ବିଗତ କିଛି ବର୍ଷ ମଧ୍ୟରେ ନାନା ପ୍ରସଙ୍ଗକୁ ନେଇ ଏହି ପ୍ରାଣୀ...

କଟକରେ ବଢ଼ୁଛି କରୋନା କାୟା: ଚିହ୍ନଟ ହେଲେ ନୂଆ ୧୧ ଆକ୍ରାନ୍ତ

କଟକ ଅଫିସ,୯।୭: କଟକ ସହରରେ ଶୁକ୍ରବାର ୧୧ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୪ ଇନ୍‌ଷ୍ଟିଚ୍ୟୁଶନାଲ କ୍ୱାରାଣ୍ଟାଇନ୍‌ କେସ୍‌, ୪ ହୋମ୍‌...

ଦୁର୍ନୀତି ପ୍ରହାର: ୫ ଅଧିକାରୀ ବିଦା

ଭୁବନେଶ୍ୱର,୫ା୧୦(ବ୍ୟୁରୋ): ଦୁର୍ନୀତି ମାମଲାରେ ଜଡିତ ୫ଜଣ ଅଧିକାରୀଙ୍କ ବିରୋଧରେ ରାଜ୍ୟ ସରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ଶୁକ୍ରବାର ସେମାନଙ୍କ ମଧ୍ୟରୁ ୪ ଜଣଙ୍କୁ ଚାକିରିରୁ ଆଗୁଆ...

ହସ୍ପିଟାଲରେ ବନ୍ଧା ପଡ଼ିଛନ୍ତି ହାତୀ ଆକ୍ରମଣରେ ଆହତ ମହିଳା

ଭୁବନେଶ୍ୱର, ୮।୩(ବ୍ୟୁରୋ): ଗତମାସ ୨୩ ତାରିଖରେ ପୁରୀ ଜିଲାର ପିପିଲି ଓ ବଳଙ୍ଗା ଏବଂ ଭୁବନେଶ୍ୱର ଉପକଣ୍ଠରେ ଏକ ଦନ୍ତା ହାତୀ ଆତଙ୍କ ରଚାଇଥିଲା। ୪ଜଣଙ୍କ...

ଚୋରା ଶାଳ ଗଣ୍ଡି ସହ ଶଗଡ଼ ଜବତ, ୨ ଗିରଫ

ପରଜଙ୍ଗ,୧୮।୧୨(ଡି.ଏନ.ଏ.): ଢେଙ୍କାନାଳ ବନଖଣ୍ଡ ମହାବିରୋଡ଼ ରେଞ୍ଜ ଦଦରାଘାଟି ଫରେଷ୍ଟ ସେକ୍ସନ ଅଧିନ ଜାତୀୟ ରାଜପଥଠାରୁ କୁଲେଇ ଯାଇଥିବା ରାସ୍ତାର କୁଲେଇ ଗ୍ରାମ ନିକଟ ଆମ୍ବ ତୋଟା...

Advertisement
Archives

Model This Week