ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଆଶଙ୍କା

ଗାଜା ସିଟି,୧୩ା୫: ଜେରୁଜେଲମ୍‌କୁ ନେଇ ଇସ୍ରାଏଲ୍‌ ଓ ପାଲେଷ୍ଟାଇନ୍‌ର ହମାସ୍‌ ଚରମପନ୍ଥୀଙ୍କ ମଧ୍ୟରେ ସଂଘର୍ଷ ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଆଶଙ୍କା ସୃଷ୍ଟି କରିଛି। ପାଲେଷ୍ଟାଇନ୍‌ ଚରମପନ୍ଥୀମାନେ ୧ ହଜାରରୁ ଊର୍ଦ୍ଧ୍ୱ ରକେଟ ମାଡ଼ କରିଛନ୍ତି। ଆକାଶମାର୍ଗରୁ ଇସ୍ରାଏଲର ଆକ୍ରମଣରେ ଗାଜାର ଦୁଇଟି ଟାଓ୍ବାର ବ୍ଲକ୍‌ ଧ୍ୱସ୍ତବିଧ୍ୱସ୍ତ ହୋଇଯାଇଛି। ଇତିମଧ୍ୟରେ ଇସ୍ରାଏଲ୍‌ର ଅନେକ ସହରରେ ହିଂସାମତ୍କ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ତେଲ୍‌ ଆବିଭ ନିକଟ ଲଡ୍‌ ସହରରେ ଜରୁରିକାଳୀନ ପରିସ୍ଥିତି ଘୋଷଣା କରାଯାଇଛି। ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେରେସ୍‌ ଏହି ହିଂସାକୁ ନେଇ ଚିନ୍ତାବ୍ୟକ୍ତ କରିଛନ୍ତି।
ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ, ସୋମବାର ହୋଇଥିବା ଆକ୍ରମଣରେ ୪୩ ପାଲେଷ୍ଟାଇନ୍‌ ନାଗରିକଙ୍କ ମୃତ୍ୟୁ ଘଟିଛି। ସେମାନଙ୍କ ମଧ୍ୟରେ ୧୩ ଶିଶୁ ଅଛନ୍ତି। ଏଥିରେ ୬ ଇସ୍ରାଏଲ୍‌ ନାଗରିକଙ୍କ ଜୀବନ ମଧ୍ୟ ଯାଇଛି। ଏହି ସମସ୍ତ ହିଂସା ପୂର୍ବ ଜେରୁଜେଲମ୍‌ ସ୍ଥିତ ଅଲ୍‌ ଅକ୍ସା ମସ୍‌ଜିଦ ହିଂସା ପରେ ଦେଖିବାକୁ ମିଳିଛି। ଅଲ୍‌ ଅକ୍ସା ମସ୍‌ଜିଦକୁ ଉଭୟ ମୁସଲମାନ ଓ ଇହୁଦୀ ପବିତ୍ର ସ୍ଥଳ ମନେକରନ୍ତି। ଇସ୍ରାଏଲ୍‌ ସେନା କହିଛି ଯେ, ଗାଜା ପକ୍ଷରୁ ୧୫୦୦ ରକେଟ ଓ ମୋର୍ଟାର ସେଲ୍‌ ଛଡ଼ାଯାଇଛି। ଏଥିରୁ ୮୫୦ ଇସ୍ରାଏଲ୍‌ରେ ପଡ଼ିଛି। ୨୦୦କୁ ଇସ୍ରାଏଲ୍‌ର ଡୋମ୍‌ ଏୟାର ଡିଫେନ୍ସ ସିଷ୍ଟମ୍‌ ନିଷ୍କ୍ରିୟ କରିଦେଇଛି। ସ୍ଥିତି ବାହାରକୁ ଚାଲିଯିବା ଆଶଙ୍କା ବ୍ୟକ୍ତ କରି ଅନ୍ତର୍ଜାତୀୟ ସମୁଦାୟ ଉଭୟ ପକ୍ଷଙ୍କୁ ଉତ୍ତେଜନା ହ୍ରାସ ପାଇଁ ପରାମର୍ଶ ଦେଇଛି। ଜାତିସଂଘର ମଧ୍ୟପୂର୍ବ ଶାନ୍ତି ରାଷ୍ଟ୍ରଦୂତ ଟୋର ବେନେସ୍‌ଲେଣ୍ଡ କହିଛନ୍ତି, ଉଭୟ ପକ୍ଷ ଏହାକୁ ବ୍ୟାପକ ଯୁଦ୍ଧ ଆଡ଼କୁ ଟାଣିନେଉଛନ୍ତି। ଇତିମଧ୍ୟରେ ଇସ୍ରାଏଲ୍‌ର ଲଡ୍‌ ସହରରେ ଇସ୍ରାଏଲୀ ଆରବୀୟମାନେ ବିକ୍ଷୋଭ ପ୍ରଦର୍ଶନ କରି ପୋଲିସ ଉପରକୁ ଟେକାମାଡ଼ କରିଛନ୍ତି। ପୋଲିସ ସେମାନଙ୍କୁ ଘଉଡ଼ାଇବାକୁ ଯାଇ ଗ୍ରେନେଡ୍‌ ମାଡ଼ କରିଛି। ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍‌ ନେତନ୍ୟାହୁ ଲଡ୍‌ରେ ଏମର୍ଜେନ୍ସି ଘୋଷଣା କରିଛନ୍ତି। ୧୯୬୬ ପରେ ସରକାର ଆରବ ସମୁଦାୟ ବିରୋଧରେ ଜରୁରିକାଳୀନ ଅଧିକାରୀଙ୍କୁ ପ୍ରଥମ ଥର ପାଇଁ ବ୍ୟବହାର କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଇସ୍ତଫାର ରାଜନୈତିକ ରଙ୍ଗ

ଆଇଏଏସ୍‌ ଅଫିସର ଦିବ୍ୟା ମିତ୍ତଲ ୧୩ ବର୍ଷ ଚାକିରି କରିବା ପରେ ଉତ୍ତର ପ୍ରଦେଶର ଆଗାମୀ ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଦେଇଥିବା ଇସ୍ତଫାକୁ ନେଇ…

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇବେ ମୀନାକ୍ଷୀରାଣୀ: ଛୁଟୁଛି ଶୁଭେଚ୍ଛାର ସୁଅ

ଲୋଇସିଂହା,୫।୯(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଲୋଇସିଂହା ହରେକୃଷ୍ଣ ମହତାବ ହାଇସ୍କୁଲର କଳା ଶିକ୍ଷୟିତ୍ରୀ ତଥା ଗାଳ୍ପିକା ମୀନାକ୍ଷୀରାଣୀ ମିଶ୍ର ଜିଲାର ଏକମାତ୍ର ଶିକ୍ଷୟିତ୍ରୀ ଭାବେ ରାଜ୍ୟସ୍ତରୀୟ ମୁଖ୍ୟମନ୍ତ୍ରୀ ଶିକ୍ଷା…

କେରଳରେ ଭୟଙ୍କର ସଡ଼କ ଦୁର୍ଘଟଣା: ଟ୍ରକ୍‌କୁ ପିଟିଲା କାର୍‌; ୮ ଛାତ୍ରଙ୍କ ମୃତ୍ୟୁ

ତ୍ରିଶୂର ,୫।୯: କେରଳର ତ୍ରିଶୂର ଜିଲାରେ ଶୁକ୍ରବାର ବିଳମ୍ବିତ ରାତିରେ ଘଟିଛି ଭୟଙ୍କର ସଡ଼କ ଦୁର୍ଘଟଣା। ଏକ ଟ୍ରକ୍‌କୁ କାର୍‌ ଧକ୍କା ଦେବା ଫଳରେ କାର୍‌ରେ ଥିବା…

‘ମୋ ପତ୍ନୀ ମଧ୍ୟ…’, ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ଏମିତି କାହିଁକି କହିଲେ ପୂର୍ବତନ ଭାରତୀୟ କ୍ରିକେଟର, ବଢିଲା ଚର୍ଚ୍ଚା

ନୂଆଦିଲ୍ଲୀ,୫।୯: ମାତ୍ର ୧୫ ବର୍ଷ ବୟସରେ କ୍ରିକେଟ ଜଗତରେ ନିଜର ଗଭୀର ଛାପ ଛାଡ଼ିଛନ୍ତି ବୈଭବ ସୂର୍ଯ୍ୟବଂଶୀ। ଏହି ଯୁବ କ୍ରିକେଟରଙ୍କ ପ୍ରତିଭାକୁ ନେଇ ଏବେ ପୂର୍ବତନ…

ମୋଦିଙ୍କ ପାଇଁ ଚକୋଲେଟ୍‌ର ‘ଇଣ୍ଡିଆ ଗେଟ୍‌’ ଆଣିଥିଲେ ବେଲଜିୟମ ପ୍ରଧାନମନ୍ତ୍ରୀ, ଭାରତରେ ପହଞ୍ଚିବା ପରେ ଘଟିଲା ଏମିତି କିଛି!

ନୂଆଦିଲ୍ଲୀ,୫।୯: ଭାରତ ଗସ୍ତରେ ଆସିଥିବା ବେଲଜିୟମ ପ୍ରଧାନମନ୍ତ୍ରୀ ବାର୍ଟ ଡି ୱେଭର୍‌ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପାଇଁ ଆଣିଥିଲେ ଏକ ଅତ୍ୟନ୍ତ ନିଆରା ଉପହାର। ଭାରତର ପ୍ରସିଦ୍ଧ…

ମନ୍ଦିର ବୁଲାଣିରେ ଅଘଟଣ, ବାଇକ୍‌କୁ ଧକ୍କା ଦେଲା ବାଇକ୍‌: ଆଉ ତା’ପରେ…

ବରଗଡ଼,୫ା୯(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ଭଟ୍‌ଲି ଥାନା ଅନ୍ତର୍ଗତ ମେଣ୍ଢାପାଲି ବନଦୁର୍ଗା ମନ୍ଦିର ନିକଟସ୍ଥ ବୁଲାଣିରେ ଏକ ପିକ୍‌ଅପ ଭ୍ୟାନ (ନଂ-ଓଡି ୧୫ଏଡି ୭୮୯୨) ଅନ୍ୟ ଏକ ବାଇକକୁ…

ବୈଦେଶିକ ମୁଦ୍ରାଭଣ୍ଡାରରେ ୧୧ ବିଲିୟନ ଡଲାର ବୃଦ୍ଧି

ନୂଆଦିଲ୍ଲୀ,୫ା୯: ଅଗଷ୍ଟ ୨୮ ସୁଦ୍ଧା ଶେଷ ହୋଇଥିବା ସପ୍ତାହରେ ଭାରତର ବୈଦେଶିକ ମୁଦ୍ରାଭଣ୍ଡାର ପରିମାଣରେ ୧୧.୪୭୫ ବିଲିୟନ ଡଲାର ବୃଦ୍ଧି ଘଟିବା ସହ ମୋଟ ଭଣ୍ଡାର ପରିମାଣ…

୧.୮୫ କୋଟି ଗ୍ରାହକଙ୍କ ସହ ଜିଓ ଓଡ଼ିଶାରେ ଅଗ୍ରଣୀ

ଭୁବନେଶ୍ୱର, ୫ା୯: ସାରା ଦେଶ ସହ ଓଡ଼ିଶାରେ ମଧ୍ୟ ରିଲାଏନ୍ସ ଜିଓ ୫ ସେପ୍ଟେମ୍ବର ୨୦୧୬ରେ ବ୍ୟବସାୟିକ ଟେଲିସେବା ଆରମ୍ଭ କରିଥିଲା। ୧୦ ବର୍ଷ ମଧ୍ୟରେ ଜିଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri