ଏହି ୫ କଥା ମନେ ରଖନ୍ତୁ, ଜୀବନରେ କେବେ ହେବେ ନାହିଁ ଦରିଦ୍ର

ମନୁଷ୍ୟ ଜୀବନରେ ଧନର ବିଶେଷ ମହତ୍ୱ ରହିଛି। କାରଣ ଏହାଦ୍ୱାରା ସମସ୍ତେ ନିଜର ଇଚ୍ଛା ଏବଂ ଆବଶ୍ୟକତାକୁ ପୂରଣ କରିଥାନ୍ତି। ଏହାକୁ ନେଇ ମହାନ ବିଦ୍ୱାନ ଆଚାର୍ଯ୍ୟ ଚାଣକ୍ୟଙ୍କ ନୀତି ଗ୍ରନ୍ଥରେ କୁହାଯାଇଛି ଯେ, ଧନ ହିଁ ବ୍ୟକ୍ତିର ପ୍ରକୃତ ମିତ୍ର। ଏଣୁ ସର୍ବଦା ଧନ ସଞ୍ଚୟ କରିବା ଆବଶ୍ୟକ। ଏହି ଧନ ସେତେବେଳେ କାମରେ ଆସେ, ଯେତେବେଳେ ସମସ୍ତେ ଆପଣଙ୍କଠାରୁ ଅଲଗା ହୋଇଯିବେ। ଏଣୁ ଯଦି ଜୀବନରେ କେବେ ବି ଧନକୁ ନେଇ ଅସୁବିଧାରେ ପଡ଼ିବାକୁ ଚାହାନ୍ତି ନାହିଁ ଏବଂ ଆପଣ ଧନୀ ହୁଅନ୍ତୁ, ତେବେ ଚାଣକ୍ୟ କହିଥିବା ଏସବୁ କଥାକୁ ସର୍ବଦା ମନେ ରଖନ୍ତୁ। ଶାସ୍ତ୍ର, ପୁରାଣ, ଗ୍ରନ୍ଥ ସହିତ ଚାଣକ୍ୟ ନୀତିରେ ଧନର ବିଶେଷ ମହତ୍ୱ ବିଷୟରେ କୁହାଯାଇଛି।

-ଚାଣକ୍ୟ କହିଛନ୍ତି ଧନର ରକ୍ଷା କରିବା ଲାଗି ରୋଜଗାରକୁ ଖର୍ଚ୍ଚ କରିବା ଉଚିତ। ଖର୍ଚ୍ଚର ଅର୍ଥ ଦାନ ଧର୍ମରେ। କାରଣ ଦାନ କରିବା ଦ୍ୱାରା ଧନ କମ୍‌ ହୁଏ ନାହିଁ, ବରଂ ଦୁଇଗୁଣା ହୋଇଥାଏ। ଏହାଛଡ଼ା ସଞ୍ଚୟ କରିବା ମଧ୍ୟ ଆବଶ୍ୟକ। ଫଳରେ ଭବିଷ୍ୟତରେ କେବେ କାହା ଆଗରେ ହାତପାତିବାକୁ ପଡ଼ି ନ ଥାଏ।

-ନୈତିକତା ଏବଂ ଭଲ କର୍ମରେ ଆୟ କରିଥିବା ଧନ ଦୀର୍ଘଦିନ ଧରି ମଣିଷ ସହ ରହିଥାଏ। ଆମଦାନୀ କମ୍‌ ହେଲେ ବି ଯଦି ପରିଶ୍ରମ କରିଥିବେ ତେବେ ଏହାର ଫଳ ନିଜ ସହ ପରିବାକୁ ମଧ୍ୟ ମିଳିଥାଏ। ଏଣୁ ପରିଶ୍ରମ ସହ ସୁଖଶାନ୍ତି ମଧ୍ୟ ବହୁତ ଜରୁରୀ। ଯେମିତି ମିଛର ବୟସ ଲମ୍ବା ନୁହେଁ। ସେମିତି ଅନୈତିକ ଉପାୟରେ କରିଥିବା ରୋଜଗାର ପାଖରେ ରୁହେ ନାହିଁ। ଏହାପରେ ସେ ନିଜେ ବୁଡ଼ି ଯାଇଥାନ୍ତି, ଏପରିକି ପରିବାର ମଧ୍ୟ ବାଦ୍‌ ପଡ଼ନ୍ତି ନାହିଁ। ଏଣୁ ସର୍ବଦା ପରିଶ୍ରମ ଏବଂ ସଚ୍ଚୋଟତା ସହ ରୋଜଗାର କରନ୍ତୁ।

-ଧନର ଦେବୀ ମହାଲକ୍ଷ୍ମୀ ଚଞ୍ଚଳା। ଏଣୁ ଯିଏ ବି ଧନର ଅହଂଙ୍କାର କରନ୍ତି ସେ କାଙ୍ଗାଳ ହୋଇଯାଇଥାନ୍ତି। ଏପରି କୁହାଯାଏ ଯେ ସଂସ୍କାରରୁ ସବୁକିଛି ଜିତିହୁଏ। ହେଲେ ଅହଙ୍କାରରୁ ଜିତିଥିବା ଧନ ମଧ୍ୟ ହାତରୁ ଚାଲିଯାଏ। ଏଣୁ ଧନର ସମ୍ମାନ କଲେ ଲକ୍ଷ୍ମୀଙ୍କ କୃପା ମିଳିଥାଏ।

-ଭୁଲ ଉପାୟରେ ଅର୍ଜିତ ଧନ ପାଖରେ ରହି ନଥାଏ। ଦିନ ଆସେ ତାହା ଅଡୁଆରେ ପକାଇଥାଏ। ଏଣୁ ଦୀର୍ଘ ସମୟ ଧରି କେବଳ ପରିଶ୍ରମର ଟଙ୍କା ପାଖରେ ରହିଥାଏ।

 


Enter your email to get our daily news in your inbox.

All Right Reserved By Dharitri.Com

ଏମ.ଏସ. ଧୋନିଙ୍କ ଯୋଗୁ ଟିମ ଇଣ୍ଡିଆ ତୃତୀୟ ଦିନିକିଆ ମ୍ୟାଚ ହାରିଗଲା; ଐତିହାସିକ ବିଜୟ ପରେ ଏକ ବଡ଼ ରହସ୍ୟ ଖୁଲାସା କଲେ…

ନୂଆଦିଲ୍ଲୀ,୪।୧୦: ଶନିବାର ନୂଆ ଚଣ୍ଡିଗଡ଼ରେ ଖେଳାଯାଇଥିବା ତୃତୀୟ ଦିନିକିଆ ମ୍ୟାଚରେ ଭାରତୀୟ କ୍ରିକେଟ ଦଳ ୱେଷ୍ଟଇଣ୍ଡିଜ ଠାରୁ ପରାଜିତ ହୋଇଛି। ଶାଇ ହୋପଙ୍କ ଚମତ୍କାର ଶତକ ବଳରେ…

IND vs WI:‘ବର୍ତ୍ତମାନ ପରୀକ୍ଷା-ନିରୀକ୍ଷା କରିବାର ସମୟ ନୁହେଁ’ ରୋହିତ ଶର୍ମା, ବିରାଟ କୋହଲିଙ୍କୁ ନେଇ ବଡ଼ କଥା କହିଲେ ଶୁବମନ ଗିଲ

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ ଦଳର ଦୁଇ ପ୍ରମୁଖ ଖେଳାଳି ରୋହିତ ଶର୍ମା ଏବଂ ବିରାଟ କୋହଲିଙ୍କୁ ନେଇ, ବିଶେଷକରି ଆସନ୍ତା ବର୍ଷ ହେବାକୁ ଥିବା ଦିନିକିଆ ବିଶ୍ୱକପରେ…

ଡବଲ ପର୍ସନାଲିଟିର ଶିକାର ହୋଇଛନ୍ତି ବୈଭବ ସୂର୍ଯ୍ୟବଂଶୀ! ଶ୍ରେୟସ ଆୟର ଖୋଲିଲେ ବିସ୍ଫୋରକ ବ୍ୟାଟରଙ୍କ ରାଜ

ନୂଆଦିଲ୍ଲୀ,୪।୧୦: ଯୁବ ଭାରତୀୟ ବ୍ୟାଟର ବୈଭବ ସୂର୍ଯ୍ୟବଂଶୀ ତାଙ୍କର ଧୂଆଁଧାର ବ୍ୟାଟିଂ ପାଇଁ ଜଣାଶୁଣା; ଯେତେବେଳେ ସେ ଲୟକୁ ଆସନ୍ତି, ସେତେବେଳେ ତାଙ୍କ ପ୍ରଭାବ ସାରା ବିଶ୍ୱରେ…

Chanakya Niti: ସ୍ତ୍ରୀଙ୍କ ପାଖରେ ସବୁବେଳେ ସ୍ବାମୀ ଏହି ୫ କଥା ଲୁଚାଇ ରଖିବା ଜରୁରୀ, ନଚେତ୍‌…

ସଫଳ ଏବଂ ସୁଖମୟ ଜୀବନ ବିତାଇବା ପାଇଁ ଆଚାର୍ଯ୍ୟ ଚାଣକ୍ୟଙ୍କ ନୀତି ଅତ୍ୟନ୍ତ ମାର୍ଗଦର୍ଶକ ସାବ୍ୟସ୍ତ ହୋଇଥାଏ। ନିଜର ଆତ୍ମସମ୍ମାନ, ସମ୍ପର୍କ ଏବଂ ସାମାଜିକ ପ୍ରତିଷ୍ଠାକୁ ବଜାୟ…

ବ୍ରହ୍ମପୁରରେ ପୁଣି ଏକ ମୁଣ୍ଡ ଗଡ଼ିଲା: ପେଶାଦାର ଅପରାଧୀଙ୍କୁ ହତ୍ୟା

ବ୍ରହ୍ମପୁର, ୪/୧୦ (ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁରରେ ପୁଣି ଏକ ମୁଣ୍ଡ ଗଡ଼ିଛି। ଘଟଣାଟି ନିମଖଣ୍ଡି ଗାଁ ମୁଣ୍ଡରେ ଘଟିଛି। ଜଣେ ପେଶାଦାର ଅଭିଯୁକ୍ତଙ୍କ ବେକ କାଟି…

ଶେଖ ହାସିନା କେବେ ବାଂଲାଦେଶ ଫେରିବେ? ଉତ୍ତର ଦେଲା ଭାରତ

ନୂଆଦିଲ୍ଲୀ/ଢାକା,୪।୧୦: ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହାସିନାଙ୍କ ପ୍ରତ୍ୟାବର୍ତ୍ତନ ସମ୍ବନ୍ଧୀୟ ପ୍ରଶ୍ନର ଉତ୍ତର ଦେଇ ଭାରତ କହିଛି ଯେ ତାଙ୍କ ଫେରିବା ପାଇଁ କୌଣସି ନିର୍ଦ୍ଦିଷ୍ଟ ସମୟସୀମା…

ମଶାଣି ଗୃହ ନଥିବାରୁ ହଟହଟା ଗ୍ରାମବାସୀ: ନିଜ ପାଇଁ ନିଜେ ଶ୍ମଶାନ ଜମି ସଫେଇ କଲା ଗ୍ରାମ୍ୟ କମିଟି

ଦାରିଙ୍ଗବାଡ଼ି, ୪/୧୦ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଗ୍ରୀନବାଡ଼ି ପଞ୍ଚାୟତର ଗ୍ରାମ୍ୟ କମିଟି ପକ୍ଷରୁ ନିଜ ଗାଁ ଶ୍ମଶାନ ଜମିକୁ ନିଜେ ସଫେଇ କରି…

କଣ୍ଟାପଡ଼ା ଯାତ୍ରା ଦେଖିବା ହେଲା ଶେଷ ଯାତ୍ରା: ଦୁର୍ଘଟଣାରେ ଏଲ୍‌ଆଣ୍ଡ୍‌ଟି କର୍ମଚାରୀଙ୍କ ମୃତ୍ୟୁ

ଭଞ୍ଜନଗର, ୪/୧୦ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ସୋରଡ଼ାର କଣ୍ଟାପଡ଼ା ଯାତ୍ରା ଦେଖି ଶନିବାର ମଧ୍ୟରାତ୍ରିରେ ଭଞ୍ଜନଗର ନିକଟସ୍ଥ ଡିହପଢ଼ାଳ ଗ୍ରାମସ୍ଥିତ ଘରକୁ ଫେରୁଥିବା ବେଳେ ଦୁର୍ଘଟଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?