ଏହି ୪ ଜିନିଷ ଯେତେ ଥିଲେ ବି ଲାଗେ କମ୍‌

ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ନୀତି ଶ୍ଲୋକ ମାଧ୍ୟମାର ମନୁଷ୍ୟ ଜୀବନ ସହ ଜଡିତ ବିଭିନ୍ନ ସମସ୍ୟା ଓ ତାର ସମାଧାନ ବିଷୟରେ ବର୍ଣ୍ଣନା କରିଛନ୍ତି। ଯାହାକୁ ଗ୍ରହଣକରି ଜଣେ ଖୁସିରେ ଜୀବନ ଅତିବାହିତ କରିପାରିବ।
ସେ ତାଙ୍କର ଏକ ନୀତି ଶ୍ଲୋକରେ ୪ଟି ଜିନିଷ ବିଷୟରେ କହିଛନ୍ତି। ଏହି ୪ ଜିନିଷ ଯେତେ ଥିଲେ ବି କମ୍‌ ମନେ ହୋଇଥାଏ। ଜାଣିବା ସେ ବିଷୟରେ…
୧. ଧନ: ଜଣେ ବ୍ୟକ୍ତି ପାଖରେ ଯେତେ ଧନ ଥାଉନା କାହିଁକି ସେଥିରେ ସେ କେବେ ହେଲେ ସନ୍ତୁଷ୍ଟ ହୋଇ ନ ଥାଏ। ପର୍ଯ୍ୟାପ୍ତ ଧନ ଥିବା ସତ୍ତ୍ୱେ ମଧ୍ୟ ଆହୁରି ଅଧିକ ଧନ ପାଇଁ ସେ ଲୋଭ କରିଥାଏ। ଏହି ଲୋଭ ବ୍ୟକ୍ତିକୁ ବେଳ ବେଳେ ଭୁଲ ରାସ୍ତାକୁ ମଧ୍ୟ ନେଇଯାଇଥାଏ। ତେଣୁ ପାଖରେ ଯେତିକି ଧନ ଅଛି ସେତିକିରେ ସନ୍ତୁଷ୍ଟ ହେବା ଉଚିତ୍‌ ବୋଲି ଚାଣକ୍ୟ କହିଛନ୍ତି।
୨. ଜୀବନ: ପ୍ରତ୍ୟେକ ବ୍ୟକ୍ତିର ମୃତ୍ୟୁ ଶୁନିଶ୍ଚିତ। ଏ କଥା ସମସ୍ତେ ଜାଣିଛନ୍ତି। ଏହା ସତ୍ତ୍ୱେ ମଧ୍ୟ ଜୀନବ ପ୍ରତି ମନୁଷ୍ୟର ଲୋଭ କମ୍‌ ହୋଇ ନ ଥାଏ। ପ୍ରତ୍ୟେକ ବ୍ୟକ୍ତି ଅଧିକ ଦିନ ପର୍ଯ୍ୟନ୍ତ ବଞ୍ଚି ରହିବାକୁ ଚାହିଁଥାଏ।
୩. ସ୍ତ୍ରୀ: ଅଧିକାଂଶ ଲୋକ ନାରୀ ଲୋଭି ହୋଇଥାନ୍ତି। ଅର୍ଥାତ୍‌ ଗୋଟିଏ ସ୍ତ୍ରୀରେ ସେମାନେ ସନ୍ତୁଷ୍ଟ ହୋଇ ନ ଥାନ୍ତି। ଫଳରେ ସେମାନେ ଅନ୍ୟ ନାରୀ ପ୍ରତି ଆସକ୍ତ ହୋଇ ଭୁଲ କାମ କରିବାକୁ ପଛାନ୍ତି ନାହିଁ। ତେବେ ଅନେକ ମହିଳାଙ୍କ ସହ ସମ୍ପର୍କ ସମସ୍ୟା ସୃଷ୍ଟି କରିଥାଏ।
୪. ସ୍ବାଦିଷ୍ଟ ଭୋଜନ: ଜଣେ ବ୍ୟକ୍ତି ଯେତିକି ହଜମ କରିପାରିବ ସେତିକି ଖାଇବା ଉଚିତ୍‌। ଏହା ଦ୍ୱାରା କିଛି କ୍ଷତି ହୋଇ ନ ଥାଏ। ମାତ୍ର ଏମିତି କିଛି ଲୋକ ଅଛନ୍ତି, ଯିଏକି ଖାଇବା ପାଇଁ ବଞ୍ଚିଥାନ୍ତି। ପ୍ରତିଦିନ ନୂଆ ନୂଆ ଖାଦ୍ୟ ଖାଇଲେ ମଧ୍ୟ ତାଙ୍କର ମନ ସନ୍ତୁଷ୍ଟ ହୋଇ ନ ଥାଏ। ଭବିଷ୍ୟତରେ ଏହି ଲୋକମାନେ ଅନେକ ପ୍ରକାର ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏସବୁ ଖାଇଲେ ଖୁବ୍‌ଶୀଘ୍ର ବଢ଼ିବ ପିଲାଙ୍କ ଉଚ୍ଚତା

ପିଲାଙ୍କ ଉଚ୍ଚତା ବଢ଼ିବା ନେଇ ଅନେକ ମା’ ବାପା ଚିନ୍ତାରେ ଥାନ୍ତି। ଏଥିପାଇଁ କ’ଣ ଖାଇବା ପିଇବାକୁ ଦେବେ ଦ୍ୱନ୍ଦ୍ୱରେ ପଡ଼ିଥାନ୍ତି। ତେବେ ପିଲାଙ୍କୁ ପ୍ରତିଦିନ...

ରୋଗ ଚିହ୍ନଟ କରିବାର ନୂଆ ଉପାୟ

ଦିନକୁ ଦିନ ଚିକିତ୍ସା ବିଜ୍ଞାନ ଉନ୍ନତ ହେବାରେ ଲାଗିଛି। ବିଶେଷଜ୍ଞମାନେ ନୂଆ ନୂଆ ଚିକିତ୍ସା ପ୍ରଣାଳୀ ଉଦ୍ଭାବନ କରୁଛନ୍ତି। ତାହାକୁ ଅନୁସରଣ କରି କେତେକ ରୋଗର...

ନବଜାତ ଶିଶୁ ଇସାରାରେ କହିଥାନ୍ତି ନିଜ ସମସ୍ୟା

ନବଜାତ ଶିଶୁ କଥା କହିପାରି ନ ଥାନ୍ତି। ମାତ୍ର ସେମାନେ ନିଜର ଖୁସି ତଥା କଷ୍ଟକୁ ଇସାରାରେ ପ୍ରକାଶ କରିଥାନ୍ତି। ଶିଶୁ କାନ୍ଦିବାଠାରୁ ଆରମ୍ଭକରି ହାକୁଟିମାରିବା,...

ସ୍ତ୍ରୀ-ସ୍ବାମୀ ସମ୍ପର୍କ ସଫଳ ପାଇଁ ଚାଣକ୍ୟ କହିଛନ୍ତି କିଛି ଏପରି ଉପାୟ, ଜାଣନ୍ତୁ ସେ ସବୁ କ’ଣ

ଆଚାର୍ଯ୍ୟ ଚାଣକ୍ୟ ଧନ, ପ୍ରଗତି ଏବଂ ବୈବାହିକ ଜୀବନ ସମେତ ସମସ୍ତ ଦିଗ ଉପରେ ଗଭୀର ଅଧ୍ୟୟନ କରିଛନ୍ତି। ତାହା ସହ ଜଡିତ ସମସ୍ୟାର ସମାଧାନ...

‘ଭିଟାମିନ୍‌-ସି’ ଅଭାବରୁ ସୃଷ୍ଟି ହୁଏ ଏସବୁ ସମସ୍ୟା

ଭିଟାମିନ୍‌-ସି’ ଶରୀର ଲାଗି ଜରୁରୀ। ଏଥିରୁ ଜରୁରୀ ପୋଷକତତ୍ତ୍ୱ ମିଳିଥାଏ। ମାତ୍ର ଅନେକ ଏହି ଭିଟାମିନ କମ୍‌ ଥିବା ସମସ୍ୟାରେ ଜଡିତ ହୋଇଥାନ୍ତି। ତେବେ ଶରୀରକୁ...

ତରଭୁଜର ଉପକାରିତା

ଖରାଦିନ ପାଇଁ ସବୁଠି ସ୍ବାଦିଷ୍ଟ ଆଉ ସ୍ବାସ୍ଥ୍ୟପଯୋଗୀ ଫଳ ହେଉଛି ତରଭୁଜ। କାରଣ ଏହାକୁ ଖାଇଲେ ଶୋଷ ମେଣ୍ଟିବା ସହ ପେଟର ଭୋକ ବି ନିମିଷକେ...

ଖର୍ଚ୍ଚକାଟରୁ ସଞ୍ଚୟ

ଖର୍ଚ୍ଚକାଟ କରି ସମସ୍ତଙ୍କ ଅଜାଣତରେ ସଞ୍ଚୟ କରିବା ହେଉଛି ଏକ କଳା। ଆଉ ଏହି କଳାରେ ବେଶ୍‌ ପାରଙ୍ଗମ ଗୃହିଣୀମାନେ। ପରିବାରର ନିହାତି ଦରକାର ବେଳରେ...

ବିଶ୍ୱ ଜଳ ଦିବସ: ଜଳର ମହତ୍ତ୍ୱ

ଜଳ ସମସ୍ୟା ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଓ ସମସ୍ୟାର ସମାଧାନ ନିମନ୍ତେ ବିହିତ ପଦକ୍ଷେପ ଗ୍ରହଣ କରିବା ଲକ୍ଷ୍ୟ ନେଇ ୧୯୯୩ ମସିହାଠାରୁ ପ୍ରତିବର୍ଷ...

Advertisement
Archives

Model This Week