ସଫଳ ପୁରୁଷ ନିକଟରେ ରହିଥାଏ ଏହି ୪ ଗୁଣ, ସୁଖସମୃଦ୍ଧି ପାଦ ଚୁମେ…

ଆଚାର୍ଯ୍ୟ ଚାଣକ୍ୟ ନିଜର ନୀତିଶାସ୍ତ୍ରରେ ଜୀବନରେ ସଫଳତାର ସ୍ବାଦ ଚାଖିବା ଲାଗି ଅନେକ ଉପାୟ ବିଷୟରେ ବର୍ଣ୍ଣନା କରିଛନ୍ତି। ସେଥିରେ ସଫଳ ପୁରୁଷଙ୍କ ନିକଟରେ ଥିବା ୪ ଗୁଣ ବିଷୟରେ କୁହାଯାଇଛି। ଏହି ଗୁଣ ଥିବା ବ୍ୟକ୍ତି କେବେହେଲେ ବିଫଳତାର ସ୍ବାଦ ଚାଖି ନ ଥାଏ, ସଫଳତାର ଶିଢୀ ଚଢ଼ିଥାଏ ବୋଲି ଚାଣକ୍ୟ କହିଛନ୍ତି।

ଚାଣକ୍ୟ କୁହନ୍ତି ଯେଉଁଭଳି ସୁନାର ମୂଲ୍ୟ ଜାଣିବାକୁ ଘଷିବା, କାଟିବା, ନିଆଁରେ ତତାଇବା, ଛେଚିବା ଆଦି ଉପାୟ ଆପଣାଯାଇଥାଏ। ସେହିଭଳି ମଣିଷର ପରିଚୟ ଉକ୍ତ ଗୁଣ ଜରିଆରେ କରିହୁଏ। ଶ୍ରେଷ୍ଠ ମଣିଷ ଜାଣିବାକୁ ହେଲେ ତାର ସଚ୍ଚୋଟତା, ଚରିତ୍ର, ଭଲ ଗୁଣ ଏବଂ ତାର ଆଚରଣ ଦେଖାଯାଇଥାଏ। ଏହି ଗୁଣରୁ ବ୍ୟକ୍ତିଜଣଙ୍କ ଖାଣ୍ଟି ସୁନା କି ନା ତାହା ଜାଣିହୁଏ।

ଯେଉଁ ପୁରୁଷ ସଚ୍ଚୋଟ, ତାର ଚରିତ୍ର ଭଲ, ସମସ୍ତ ଅଭ୍ୟାସ ଭଲ ଏବଂ ଆଚରଣ-ବ୍ୟବହାର ମଧ୍ୟ ଭଲ, ଏମିତିରେ ତାର ସଫଳତାକୁ କେହି ରୋକି ପାରନ୍ତି ନାହିଁ। ଏମିତି ବ୍ୟକ୍ତି ସମାଜରେ ନିଜର ମାନ ସମ୍ମାନ ବଢ଼ାଇଥାନ୍ତି। ପରିବାର ପକ୍ଷରୁ ସେ ବହୁତ ସୁଖୀ ରହିଥାନ୍ତି। ଏପରିକି ତାଙ୍କ ଜୀବନରେ ସର୍ବଦା ଶାନ୍ତି ରହିଥାଏ।

ହେଲେ ଯାହା ପାଖରେ ଏଥିରୁ ଗୋଟିଏ ନ ଥାଏ ସେ ସର୍ବଦା ଚିନ୍ତିତ ଥାଏ। କୌଣସି ନା କୌଣସି ଅସୁବିଧାରେ ଫସିଯାଇଥାଏ। ଚାଣକ୍ୟଙ୍କ ମୁତାବକ ସଫଳତା ପାଇବାକୁ ଥିଲେ, ମଣିଷକୁ ନିଜର ଆଚରଣ ସର୍ବଦା ଭଲ ହେବା ଉଚିତ। ଏଥିସହ ଚରିତ୍ରକୁ ନେଇ ମଧ୍ୟ ସଜାଗ ରୁହନ୍ତୁ। କାରଣ ସଫଳତା ପାଉଥିବା ବ୍ୟକ୍ତି ମଧ୍ୟରେ ଭଲ ଗୁଣ ଥାଏ ଏବଂ ସେ ସଚ୍ଚୋଟ ରହୁଥିବା ଯୋଗୁ ଭଲ ମଣିଷ ହୋଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଚାଣକ୍ୟ କୁହନ୍ତି ଏସବୁ ଖାଦ୍ୟ ଖାଇଲେ ମିଳିବ ୧୦ଗୁଣା ଅଧିକ ଶକ୍ତି, ବୃଦ୍ଧାବସ୍ଥାରେ ରୋଗ ପାଖ ମାଡ଼ିବନି…

ହିନ୍ଦୁ ଧର୍ମରେ ଅନେକ ଜିନିଷ ଅଛି ଯାହାକୁ ଖାଇବା ସମ୍ପୂର୍ଣ୍ଣ ନିଷେଧ ଏବଂ କିଛି ଜିନିଷ ଅଛି ଯାହାକୁ ଖାଇଲେ ୧୦ ଗୁଣ ଅଧିକ ଶକ୍ତି...

ଅଂଶୁଘାତ ସମୟରେ କେମିତି ନେବେ ପ୍ରାଣୀଙ୍କ ଯତ୍ନ

ଅଂଶୁଘାତ ପାଇଁ  ସତର୍କ ଓ ସାବଧାନ ରୁହନ୍ତୁ । ପ୍ରଚୁର ଥଣ୍ଡା ପାଣି ପିଇବାକୁ ଦିଅନ୍ତୁ। ଗୁହାଳକୁ ଥଣ୍ଡା ରଖିବା ସହ ସଙ୍କର ଜାତୀୟ ଗାଈ...

ଖରାଦିନେ ଗର୍ଭବତୀ ମହିଳା ଏମିତି ନିଅନ୍ତୁ ଯତ୍ନ

ଖରାଦିନେ ଗର୍ଭବତୀ ମହିଳାଙ୍କୁ ଅଧିକ ସତର୍କ ରହିବାକୁ ହେବ। ଏହି ଦିନେ ଗ୍ରୀଷ୍ମତାପରୁ ରକ୍ଷାପାଇବା ପାଇଁ ଜାଣିରଖନ୍ତୁ କିଛି ଉପାୟ। ଖରାଦିନେ ପ୍ରଚୁର ପାଣି ତ...

ସିଙ୍ଗଲ୍‌ ଚାଇଲ୍ଡ ଥିଲେ.. ଏମିତି ନିଅନ୍ତୁ ଯତ୍ନ

ଆଜିକାଲି ଅନେକଙ୍କର ପସନ୍ଦ ସିଙ୍ଗଲ ଚାଇଲ୍ଡ। କ୍ୟାରିୟର ପାଇଁ ହେଉ ବା ଆର୍ଥିକ ଚାପ ଅବା ଲାଳନପାଳନର ଅସୁବିଧା ଯୋଗୁ ସେମାନେ ଏମିତି ପସନ୍ଦ ବାଛି...

ଅବସାଦ ଦୂର ପାଇଁ ଆପଣାନ୍ତୁ ଏହି ଟିପ୍ସ

ଶରୀରକୁ ସୁସ୍ଥ ଓ ମଜଭୁତ ରଖିବାରେ ଉତ୍ତମ ଖାଦ୍ୟର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଆମେ କେତେ ରୋଗମୁକ୍ତ ଓ ସୁସ୍ଥ ଜୀବନ ବିତାଉଛେ, ତାହା ଅନେକାଂଶରେ ନିର୍ଭର...

ପାଣି ପିଅନ୍ତୁ କି ନ ପିଅନ୍ତୁ ଘରେ ରଖନ୍ତୁ ସୁରେଇ, ଆଣିବ ସୌଭାଗ୍ୟ…

ଖରାଦିନେ ମାଠିଆ ହେଉ ଅଥବା ସୁରେଇର ପାଣି ପିଇବାକୁ ଯେମିତି ଥଣ୍ଡା ଲାଗେ ସେମିତି ସ୍ବାସ୍ଥ୍ୟପ୍ରଦ ବି ହୋଇଥାଏ। ସେଥିପାଇଁ ପୂର୍ବେ ଘରେ ଘରେ ମାଠିଆ,...

ବାସ୍ତୁ ଅନୁଯାୟୀ ଘରର ମୁଖ୍ୟ ପ୍ରବେଶ ଦ୍ୱାର କିପରି ହେବା ଦରକାର…ଜାଣନ୍ତୁ

ଘରର ଭିତର ପାର୍ଶ୍ୱ କେତେ ସୁନ୍ଦର ଓ ସୁବ୍ୟବସ୍ଥିତ; ତାହାର ଅନୁମାନ ଘରର ମୁଖ୍ୟ ପ୍ରବେଶ ଦ୍ୱାରକୁ ଦେଖିଲେ ହିଁ ଜଣାପଡିଯାଏ। ତେଣୁ ଘରର ମୁଖ୍ୟ...

ଶରୀର ପାଇଁ ଉପକାରୀ ଜିରା: ଏମିତି କରନ୍ତୁ ସେବନ

ଆମେ ସାଧାରଣତଃ ଅଧିକାଂଶ ଖାଦ୍ୟ ପ୍ରସ୍ତୁତ କରିବା ବେଳେ ଜିରା ବ୍ୟବହାର କରିଥାଉ। ଏହାର ସୁଗନ୍ଧ କେବଳ ଭଲ ନୁହେଁ ବରଂ ଏଥିରେ ଭରି ରହିଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri