Posted inଖେଳ

କଟିବ ପାକିସ୍ତାନର ନାକ, ହାତରୁ ଚାଲିଯାଇପାରେ ଚାମ୍ପିଅନ୍ସ ଟ୍ରଫିର ଆୟୋଜକ କ୍ଷମତା…

ନୂଆଦିଲ୍ଲୀ,୮।୧: ଅଧାରେ ରହିପାରେ ପାକିସ୍ତାନ ଏବଂ ଏହାର କ୍ରିକେଟ ବୋର୍ଡ ପିସିବିର ଆଶା। କାରଣ ଦଳ ହାତରୁ ଚାମ୍ପିଅନ୍ସ ଟ୍ରଫି ଆୟୋଜକ ହେବାର କ୍ଷମତା ଚାଲିଯାଇପାରେ। କାରଣ ଏହାର ସ୍ଥାନ ନିର୍ଦ୍ଧାରିତ ହୋଇନାହିଁ। ଜାନୁଆରୀ ୧୯ରୁ ଚାମ୍ପିଅନ୍ସ ଟ୍ରଫି ଖେଳାଯିବ। ପ୍ରଥମ ମ୍ୟାଚ୍‌ ପାକିସ୍ତାନରେ ଖେଳାଯିବ। ଟୁର୍ନାମେଣ୍ଟର ମୁକାବିଲା ପାକିସ୍ତାନର ୩ ଷ୍ଟାଡିୟମ ଲାହୋର, ରାଓ୍ବଲପିଣ୍ଡି ଏବଂ କରାଚିରେ ହେବ। ହେଲେ ଏବେଯାଏ ଏହି ଷ୍ଟାଡିୟମକୁ ପ୍ରସ୍ତୁତ କରାଯାଇନାହିଁ।

ଚାମ୍ପିଅନ୍ସ ଟ୍ରଫି ଆରମ୍ଭ ହେବାକୁ ଏବେ ମାତ୍ର ୪୦ ଦିନ ଅଛି। ପାକିସ୍ତାନର ତିନୋଟି ଯାକ ଷ୍ଟାଡିୟମ୍‌ରେ ନିର୍ମାଣ କାର୍ଯ୍ୟ ଜାରି ରହିଛି। ଆସନ୍ତା ସପ୍ତାହରେ ଆଇସିସି ଅଧିକାରୀ ପାକିସ୍ତାନ ଯାଇ କରାଚି, ରାଓ୍ବଲପିଣ୍ଡି ଏବଂ ଲାହୋର ଷ୍ଟାଡିୟମ ପରିଦର୍ଶନ କରି ସ୍ଥିତି ପରଖିବେ। ପିସିବି ଯଦି ସେହି ଡେଡ୍‌ଲାଇନ୍‌ ଟପିଯାଏ ତେବେ ଟୁର୍ନାମେଣ୍ଟ ପାକିସ୍ତାନ ହାତରୁ ଚାଲିଯାଇପାରେ। ସେମିତିରେ ୟୁଏଇରେ ଚାମ୍ପିଅନ୍ସ ଟ୍ରଫି ଆୟୋଜିତ କରାଯାଇପାରେ।

କହିରଖୁଛୁ, ପାକିସ୍ତାନ କ୍ରିକେଟ ବୋର୍ଡ ଆଇସିସି ସହ ଭାରତୀୟ ଟିମ୍‌ ଖେଳିବାକୁ ନେଇ ବିତର୍କ ରଖିଥିଲା। ଟୁର୍ନାମେଣ୍ଟ ଖେଳିବାକୁ ଟିମ୍‌ ପଡ଼ୋଶୀ ଦେଶ ପାକିସ୍ତାନକୁ ଆସୁ ବୋଲିି ପିସିବି ଚାହୁଁଥିଲା। ହେଲେ ବିସିସିଆଇ ଖେଳାଳି ଟୁର୍ନାମେଣ୍ଟ ଲାଗି ପାକିସ୍ତାନ ଯିବେ ନାହିଁ ବୋଲି ମନା କରିଥିଲେ। ଶେଷରେ ହାଇବ୍ରିଡ୍‌ ମଡେଲ ଲାଗି ପିସିବି ରାଜି ହୋଇଛି। ଟିମ୍‌ ଇଣ୍ଡିଆ ଦୁବାଇରେ ନିଜର ମ୍ୟାଚ୍‌ ଖେଳିବ। ହେଲେ ଯଦି ସମ୍ପୂର୍ଣ୍ଣ ଟୁର୍ନାମେଣ୍ଟ ଦୁବାଇରେ ଖେଳାଯିବ ତେବେ ପାକିସ୍ତାନର ସମ୍ମାନ ଅନ୍ତର୍ଜାତୀୟ କ୍ରିକେଟସ୍ତରରେ ହ୍ରାସ ପାଇବ।


Enter your email to get our daily news in your inbox.

All Right Reserved By Dharitri.Com

ବଙ୍ଗରେ ଭାଜପା ସରକାର ଗଠନରେ ବାଧା ସୃଷ୍ଟି କରିବା ପାଇଁ ଏହି ଯୋଜନା କଲେ ମମତା, ଚିନ୍ତାରେ ପଡିଲା ଭାଜପା

କୋଲକାତା,୭।୫: ପଶ୍ଚିମବଙ୍ଗରେ ୨୦୭ ଆସନରେ ବିପୁଳ ବିଜୟ ପରେ, ଭାରତୀୟ ଜନତା ପାର୍ଟି (ଭାଜପା) ନୂତନ ସରକାର ଗଠନ ପାଇଁ ମେ ୯ ତାରିଖକୁ ତାରିଖ ଭାବରେ…

ବାଇକ୍‌ ଆରୋହୀଙ୍କୁ ଧକ୍କାଦେଇ ଓଲଟି ପଡ଼ିଲା ଟ୍ୟାଙ୍କର, ଚାଲିଗଲା ଜଣଙ୍କ ଜୀବନ

ସଇଁତଳା,୭ା୫(ରାଖାଲ ପ୍ରସାଦ ଶତପଥୀ): ବଲାଙ୍ଗୀର ଜିଲା ସଇଁତଳା ଦେଇ ଯାଇଥବା ବଲାଙ୍ଗୀର-ବୋରିଗୁମ୍ମା ୨୬ ନମ୍ବର ଜାତୀୟ ରାଜପଥ କେରମେଲି ଛକ ନିକଟରେ ଗୁରୁବାର ପୂର୍ବାହ୍ନରେ ଏକ ଟ୍ୟାଙ୍କର…

ଯାଜପୁର ନେତାଙ୍କୁ ଗୁରୁମନ୍ତ୍ର ଦେଲେ ନବୀନ, ଭାଜପା ସରକାର ବଡ଼ ବୋଝ….

ଭୁବନେଶ୍ବର,୭।୫: ଯାଜପୁର ଜିଲା ବିଜେଡି କାର୍ଯ୍ୟକାରିଣୀ ବୈଠକରେ ତାଗିଦ କଲେ ନବୀନ ପଟ୍ଟନାୟକ । ଭିଡିଓବାର୍ତ୍ତା ଜାରି କରି କହିଲେ, ମୁଁ ସବୁବେଳେ ଡିସିପ୍ଲିନ୍‌ ଉପରେ ଗୁରୁତ୍ବ…

ବାୟୁସେନା ଯବାନରୁ ଚନ୍ଦ୍ରନାଥ କେମିତି ହେଲେ ଶୁଭେନ୍ଦୁଙ୍କ ଡାହାଣ ହାତ? BJP  ପୂର୍ବରୁ TMC ସହ ଥିଲା ସମ୍ପର୍କ

କୋଲକାତା,୭।୫: ପଶ୍ଚିମବଙ୍ଗ ରାଜନୀତିରେ ପୁଣି ଏକ ବଡ଼ ଧରଣର ରକ୍ତପାତ ଦେଖିବାକୁ ମିଳିଛି। ବୁଧବାର ରାତିରେ ଭାଜପା ନେତା ତଥା ବିରୋଧୀ ଦଳ ନେତା ଶୁଭେନ୍ଦୁ ଅଧିକାରୀଙ୍କ…

ବଙ୍ଗରେ ପରାଜୟ ପରେ TMCରେ ଫାଟ! ବୈଠକ ଡାକିଲେ ଦିଦି, ଆସିଲେନି ୯ ବିଧାୟକ

କୋଲକାତା,୭।୫: ତୃଣମୂଳ କଂଗ୍ରେସ ମୁଖ୍ୟ ମମତା ବାନାର୍ଜୀ ସଦ୍ୟ ସମାପ୍ତ ବିଧାନସଭା ନିର୍ବାଚନରେ ଭାଜପା ଠାରୁ ହାରିବା ପରେ ଦଳୀୟ ଲୋକ ଅନ୍ତର୍ଘାତୀ କାମ କରିଥିବା ନେଇ…

‘ଏମାନେ ମୋ ପୁଅକୁ ହତ୍ୟା କରିଛନ୍ତି! ’, ପିଏ ମା’ଙ୍କ ଚାଞ୍ଚଲ୍ୟକାର ଖୁଲାସା

କୋଲକାତା,୭।୫: ଶୁଭେନ୍ଦୁ ଅଧିକାରୀଙ୍କ ଡାହାଣ ହାତ ବୋଲି ବିବେଚିତ ଚନ୍ଦ୍ରନାଥ ରଥଙ୍କ ହତ୍ୟା ବଙ୍ଗଳାର ଆଇନ ଶୃଙ୍ଖଳା ପରିସ୍ଥିତି ଉପରେ ଗମ୍ଭୀର ପ୍ରଶ୍ନ ଉଠାଇଛି। ଚନ୍ଦ୍ରନାଥଙ୍କ ମା’…

ଫସିଗଲେ ଥଲାପତି ବିଜୟ: ରାଜ୍ୟପାଳ ରଖିଲେ ବଡ଼ ସର୍ତ୍ତ, ଏବେ ହେବ କ’ଣ

ଚେନ୍ନାଇ,୭।୫: ତାମିଲନାଡୁ ବିଧାନସଭା ନିର୍ବାଚନର ଫଳାଫଳ ପରେ ମଧ୍ୟ ନୂତନ ସରକାର ଗଠନ ସମ୍ପର୍କିତ ଚିତ୍ର ଅସ୍ପଷ୍ଟ ରହିଛି। କଂଗ୍ରେସ ସମର୍ଥନରେ ସରକାର ଗଠନ ପାଇଁ ଦାବି…

LPG ବୁକ୍‌ କରିବା ହେଲା ଆହୁରି ସହଜ, ଏହି ଆପ୍‌ ଜରିଆରେ କେଇ ସେକେଣ୍ଡରେ ହୋଇଯିବ ବୁକିଂଠାରୁ ନେଇ ପେମେଣ୍ଟ…

ନୂଆଦିଲ୍ଲୀ,୭।୫: ଆଜିର ଅତ୍ୟାଧୁନିକ ଯୁଗରେ ଟେକ୍ନୋଲୋଜି ଆମ ଜୀବନଶୈଳୀକୁ ଅନେକ ସହଜ କରିଦେଇଛି। ପୂର୍ବରୁ ଗ୍ୟାସ ସିଲିଣ୍ଡର ବୁକିଂ ପାଇଁ ଗ୍ରାହକଙ୍କୁ ଗ୍ୟାସ ଏଜେନ୍ସିକୁ ଦୌଡ଼ିବାକୁ ପଡ଼ୁଥିଲା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri