ସେରମ୍‌ର ସିଇଓଙ୍କୁ ଧମକ, ଟୁଇଟ୍‌ କରି ଦେଲେ ସୂଚନା

ଲଣ୍ଡନ,୨।୫: ସେରମ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଇଣ୍ଡିଆର ସିଇଓ ଅଦାର ପୁନାଓ୍ବାଲାଙ୍କୁ ଟିକା ଯୋଗାଣ ନେଇ ଧମକ ମିଳୁଥିବା ଟୁଇଟ୍‌ କରି ସୂଚନା ଦେଇଛନ୍ତି। ଏହି ଟୁଇଟ୍‌ରେ ସେ ଲେଖିଛନ୍ତି, ଟଙ୍କାଧାରୀ ଏବଂ ଶକ୍ତିଶାଳୀ ଲୋକଙ୍କଠାରୁ ତାଙ୍କୁ ଧମକପୂର୍ଣ୍ଣ କଲ୍‌ ଆସୁଛି। ସମସ୍ତେ ତୁରନ୍ତ ଏହି ଟିକା ଚାହୁଁଛନ୍ତି। ସେମାନେ ବୁଝି ପାରୁନାହାନ୍ତି ପୂରା ଚାପ ମୋ’ କାନ୍ଧରେ ଅଛି। ମୁଁ ଏକାକୀ ସବୁକିଛି କରିପାରିବି ନାହିଁ। ମୋ’ ଉପରେ କେତେ ଚାପ ରହିଛି ତାହା ମୁଁ ପ୍ରକାଶ କରିପାରିବି ନାହିଁ। ଯାହାକି ଅତ୍ୟନ୍ତ ବିରକ୍ତିକର। ଆଶା ଏବଂ ଆକ୍ରୋଶର ସ୍ତର ଅସହ୍ୟ। ସେ ତାଙ୍କ ସ୍ତ୍ରୀ ପଲାଙ୍କ ସହ ରହିବା ପାଇଁ ଲଣ୍ଡନ ଆସିଛନ୍ତି। ଧମକପୂର୍ଣ୍ଣ କଲ୍‌ରୁ ନିସ୍ତାର ପାଇବା ପାଇଁ ସବୁକିଛି ଏଡ଼ାଇ ଯାଇଛନ୍ତି। ଭାରତୀୟ ନାଗରିକଙ୍କ ଉପରେ ପ୍ରତିବନ୍ଧକ ଲଗାଯିବାର ୮ ଦିନ ପୂର୍ବରୁ ସେ ବ୍ରିଟେନରେ ପହଞ୍ଚିଥିଲେ।

ଆସନ୍ତା କିଛିଦିନ ମଧ୍ୟରେ ସେ ଭାରତ ଫେରିଆସିବେ ବୋଲି ଟୁଇଟ୍‌ ଯୋଗେ ସୂଚନା ଦେଇଛନ୍ତି। ପୁଣେରେ କୋଭିସିଲ୍ଡର ଉତ୍ପାଦନ ଜୋର୍‌ସୋରରେ ଚାଲିଛି। ସେ ଭାରତ ଫେରିବା ପରେ ଏନେଇ ସମୀକ୍ଷା କରାଯିବ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜନଗଣନା କାର୍ଯ୍ୟ କରୁଥିଲେ ପ୍ରଧାନଶିକ୍ଷକ, ଚାଲିଗଲା ଜୀବନ, ଅଂଶୁଘାତ ଅଭିଯୋଗ ଆଣି ସ୍ତ୍ରୀ…

ଅମରପାଲି,୨୦ା୪(ପୀତାମ୍ବର ସାହୁ): ଜନଗଣନା କାର୍ଯ୍ୟ କରୁଥିବାବେଳେ ଜଣେ ପ୍ରଧାନଶିକ୍ଷକଙ୍କ ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ ସୁବର୍ଣ୍ଣପୁର ଜିଲା ଉଲୁଣ୍ଡା ବ୍ଲକ ଅନ୍ତର୍ଗତ କୋଟସମଲାଇ କ୍ଲଷ୍ଟର ସୁନାପାଲି…

ଆୟାତୋଲ୍ଲା ଖାମେନେଇଙ୍କୁ ଏଯାଏ କବର ଦିଆଯାଇନାହିଁ

ବିରୁଧୁନଗର,୨୦ା୪: ଗତ ଫେବୃଆରୀ ୨୮ରେ ଆମେରିକା ଏବଂ ଇସ୍ରାଏଲୀ ସେନାର ମିଳିତ ଆକ୍ରମଣରେ ଇରାନର ତତ୍କାଳୀନ ସୁପ୍ରିମ ଲିଡର ୮୬ ବର୍ଷୀୟ ଆୟାତୋଲ୍ଲା ଅଲି ଖାମେନେଇଙ୍କ ମୃତ୍ୟୁ…

୧୨ କଲରାପତରିଆ ‘ନରଖାଦକ’ ଅଭିଯୋଗମୁକ୍ତ

ଡେରାଡୁନ୍‌,୨୦ା୪: ଉତ୍ତରାଖଣ୍ଡ ବନ ବିଭାଗ ୧୨ କଲରାପତରିଆ ବାଘଙ୍କୁ ‘ନରଖାଦକ’ ଅଭିଯୋଗରୁ ମୁକ୍ତ କରିଛି। ମଣିଷ ମାରି ଖାଇଥିବା ଅଭିଯୋଗ ପରେ ବାଘଗୁଡ଼ିକୁ ବର୍ଷେ ହେଲା ପିଞ୍ଜରାରେ…

୨ ଯାଆଁଳା ଝିଅଙ୍କୁ ଗଳାକାଟି ହତ୍ୟା, ଧରାଦେଲେ ବାପା

କାନପୁର,୨୦ା୪: ଉତ୍ତରପ୍ରଦେଶର କାନପୁରରେ ଜଣେ ୪୮ ବର୍ଷୀୟ ବ୍ୟକ୍ତି ତାଙ୍କ ୧୧ ବର୍ଷର ୨ ଯମଜ ଝିଅଙ୍କ ଗଳାକାଟି ହତ୍ୟା କରିବା ପରେ ପୋଲିସ ନିକଟରେ ଆତ୍ମସମର୍ପଣ…

ହର୍ମୁଜ୍‌ରେ ଅଚଳାବସ୍ଥା, ପାକ୍‌ରେ ଶାନ୍ତି ପ୍ରସ୍ତୁତି

ଦୁବାଇ/ଓ୍ବାଶିଂଟନ୍‌/ଇସ୍‌ଲାମାବାଦ,୨୦ା୪(ଏ.ପି./ରଏଟର୍ସ): ଆମେରିକା-ଇରାନ୍‌ ଅସ୍ତ୍ରବିରତି ଅବଧି ଶେଷ ହେବାକୁ ବସିଲାଣି। ତେଣୁ ଇସ୍‌ଲାମାବାଦରେ ଦ୍ୱିତୀୟ ପର୍ଯ୍ୟାୟ ଶାନ୍ତି ଆଲୋଚନା ପାଇଁ ପାକିସ୍ତାନ ପକ୍ଷରୁ ପ୍ରସ୍ତୁତି ଚାଲିଛି। ଆଲୋଚନା କେବେ…

ଡିଲ୍‌ ନ କଲେ ପାଓ୍ବାର ପ୍ଲାଣ୍ଟ ଉଡ଼ାଇଦେବୁ: ଟ୍ରମ୍ପ୍‌

ଓ୍ବାଶିଂଟନ୍‌/ ଇସ୍‌ଲାମାବାଦ,୨୦ା୪ (ଏ.ପି./ରଏଟର୍ସ): ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ପ୍ରତିନିଧିମାନେ ଇରାନ୍‌ ସହ ଶାନ୍ତି ଆଲୋଚନାରେ ଯୋଗଦେବା ପାଇଁ ସୋମବାର ଇସ୍‌ଲାମାବାଦ ଯିବେ। ସେମାନେ ସନ୍ଧ୍ୟା ସୁଦ୍ଧା…

ଆମେରିକାର ଲୁଇସିଆନାରେ ହୃଦୟ ବିଦାରକ ଘଟଣା, ୮ ଛୁଆଙ୍କୁ ହତ୍ୟା

ଓ୍ବାଶିଂଟନ,୧୯ା୪: ଆମେରିକାର ଲୁଇସିଆନାରେ ଘରୋଇ ହିଂସା ସହିତ ଜଡିତ ଏକ ଭୟଙ୍କର ଗୁଳିକାଣ୍ଡ ଘଟଣାରେ ଅତି କମରେ ଆଠ ଜଣ ପିଲାଙ୍କ ମୃତ୍ୟୁ ହୋଇଛି । ସ୍ଥାନୀୟ…

ରୋଷେଇ ବେଳେ ବିସ୍ଫୋରଣ ହେଲା ଗ୍ଯାସ ସିଲିଣ୍ଡର, ହୁତୁହୁତୁ ହୋଇ ଜଳିଗଲା ୩…

ଦିଗପହଣ୍ଡି,୧୯ା୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଭୀଷ୍ମଗିରି ଗ୍ରାମ ଦଳିତ ସାହିରେ ଭୟାବହ ଅଗ୍ନିକାଣ୍ଡ ହୋଇଛି । ରବିବାର  ସନ୍ଧ୍ୟାରେ ରୋଷେଇ ଗ୍ଯାସ ସିଲିଣ୍ଡର ଲିକ୍ ହୋଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri