ଆଶୁତୋଷ ପରିଡ଼ାଙ୍କୁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର

ଭୁବନେଶ୍ୱର,୨୦ା୧୨(ଶର୍ମିଷ୍ଠା ପାଣିଗ୍ରାହୀ): କେନ୍ଦ୍ର ସାହିତ୍ୟ ଏକାଡେମୀ ୨୦୨୩ ପୁରସ୍କାର ପାଇବେ ବିଶିଷ୍ଟ କବି ଆଶୁତୋଷ ପରିଡ଼ା। ସ୍ବରଚିତ କବିତା ସଙ୍କଳନ ‘ଅପ୍ରସ୍ତୁତ ମୃତ୍ୟୁ’ ପାଇଁ ସେ ଏହି ପୁରସ୍କାର ପାଇବେ। ବୁଧବାର କେନ୍ଦ୍ର ସାହିତ୍ୟ ଏକାଡେମୀ ପକ୍ଷରୁ ଏ ନେଇ ଘୋଷଣା କରାଯାଇଛି। ପୁରସ୍କାର ବାବଦରେ ୧ଲକ୍ଷ ଟଙ୍କାର ଅର୍ଥରାଶି ସହ ମାନପତ୍ର ପ୍ରଦାନ କରାଯିବ। ଏକାଡେମୀ ପୁରସ୍କାର ପାଇବା ନେଇ ପରିଡ଼ା ନିଜର ପ୍ରତିକ୍ରିୟା ରଖିଛନ୍ତି ଯେ, ମୋର କାବ୍ୟକୁ ସ୍ବୀକୃତି ମିଳିଛି। ଖୁସି ହେବା ସ୍ବାଭାବିକ। ଏହି ପୁରସ୍କାର ଏକ ପ୍ରେରଣା। ମୃତ୍ୟୁ କାହିଁକି ଅପ୍ରସ୍ତୁତ। ବଞ୍ଚି ରହିବା ପାଇଁ ସଂଘର୍ଷ ଓ ଦ୍ୱନ୍ଦ୍ୱ ଭିତରେ ରହି ମଣିଷ ଚେଷ୍ଟା କରିଥାଏ। ମୃତ୍ୟୁ ବାରମ୍ବାର ପରାସ୍ତ ହୁଏ। ମଣିଷର ଜିଜୀବିଷା ଆଗରେ ମୃତ୍ୟୁ ଅପ୍ରସ୍ତୁତ ହୋଇପଡ଼େ। ମୃତ୍ୟୁକୁ ଅତିକ୍ରମ କରି ମଣିଷ ବଞ୍ଚିବାକୁ ଚାହେଁ। ମାନବବାଦୀ ଭାବନା ଓ ମୃତ୍ୟୁ ସମ୍ପର୍କିତ କବିତାଗୁଡ଼ିକ ଏହି ପୁସ୍ତକରେ ରହିଛି। ପୁସ୍ତକଟି ୨୦୨୦ ମସିହାରେ ପ୍ରକାଶିତ ହୋଇଥିଲା। ଏକାଡେମୀ ପକ୍ଷରୁ ୨୪ଟି ଭାଷାରେ ପୁରସ୍କାର ଘୋଷଣା କରାଯାଇଛି। ସେଥିମଧ୍ୟରୁ ୯ଟି କବିତା ପୁସ୍ତକ, ୬ଟି ଉପନ୍ୟାସ, ୫ଟି କ୍ଷୁଦ୍ରଗଳ୍ପ, ୩ଟି ପ୍ରବନ୍ଧ ଓ ଗୋଟିଏ ଲିଟେରାରୀ ଷ୍ଟଡି ରହିଛି। ଆଞ୍ଚଳିକ ଭାଷା ଓଡ଼ିଆରେ ଜୁରୀ ସଦସ୍ୟ ଭାବେ ବିଶିଷ୍ଟ ସାହିତି୍ୟକ ହରପ୍ରସାଦ ଦାସ, ପ୍ରଫେସର କାଳିଦାସ ମିଶ୍ର ଓ ରାଜେନ୍ଦ୍ର କିଶୋର ପଣ୍ଡା ରହିଥିଲେ। ଆସନ୍ତା ବର୍ଷ ମାର୍ଚ୍ଚ ୧୨ରେ ନୂଆଦିଲ୍ଲୀସ୍ଥିତ କମନ ଅଡିଟୋରିୟମ୍‌ରେ ଏହି ପୁରସ୍କାର ପ୍ରାଦନ କରାଯିବ।

ଆଶୁତୋଷ ପରିଡ଼ା ୧୯୪୬ ଫେବୃୟାରୀରେ କେନ୍ଦ୍ରାପଡ଼ା ଜିଲାରେ ଜନ୍ମଗ୍ରହଣ କରିଥିଲେ। ସେ ରାଉରକେଲାର ଆରଇସିରେ ଇଞ୍ଜିନିୟରିଂରେ ସ୍ନାତକ ହାସଲ କରିଥିଲେ। ଏହାପରେ ସେ ଆଇଆଇଟି ଖଡ଼ଗପୁରରେ ଆବର୍ତ୍ତ ପୃଥକୀକରଣ ଯନ୍ତ୍ରର ପ୍ରସ୍ତୁତି ନେଇ ଗବେଷଣା କରିଥିଲେ। ପରେ ପରିଡ଼ା ଭୁବନେଶ୍ବର ଆଞ୍ଚଳିକ ଗବେଷଣା କେନ୍ଦ୍ରରେ ବେଜ୍ଞାନିକ ଭାବେ କାର୍ଯ୍ୟ କରିଥିଲେ। କେବଳ ଜଣେ ବରିଷ୍ଠ ବୈଜ୍ଞାନିକ ନୁହନ୍ତି, କବି ଭାବେ ମଧ୍ୟ ସେ ସୁପ୍ରତିଷ୍ଠିତ। ସେ ଯୁକ୍ତ ଯାତନା, ଇପ୍‌ସିତ କ୍ରୋଧ, ଚଣ୍ଡାଳ, ଶବ୍ଦଭେଦୀ ଭଳି କବିତା ପୁସ୍ତକ ରଚନା କରିଛନ୍ତି। କବିତା ସଙ୍କଳନ ଇପ୍‌ସିତ କ୍ରୋଧ ପାଇଁ ୧୯୯୦ରେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ଲାଭ କରିଥିଲେ। ତାଙ୍କର ବହୁ କବିତା ହିନ୍ଦୀ, ଇଂରାଜୀ ଓ ବଙ୍ଗଳା ଭାଷାରେ ଅନୁବାଦିତ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଚିତାବାଘ, ଭାଲୁ ସହ ଜଙ୍ଗଲୀ କୁକୁରର ଭୟ…, ଏହାକୁ ଖାତିର ନକରି ଦୁଇ ଭଉଣୀଙ୍କୁ ପାଠ ପଢ଼ାଇବା ପାଇଁ ଜଙ୍ଗଲ ମଧ୍ୟରେ ୫ କିଲୋମିଟର ଚାଲି ଚାଲି ଯାଉଛନ୍ତି ଶିକ୍ଷକ

ମୁମ୍ବାଇ,୪।୯: ଜଣେ ଶିକ୍ଷକଙ୍କ ଶିକ୍ଷା ପ୍ରତି ଆଗ୍ରହ ଏବଂ ପିଲାମାନଙ୍କ ଭବିଷ୍ୟତ ଗଠନ ପ୍ରତି ତାଙ୍କର ଉତ୍ସର୍ଗତାର ଏକ ପ୍ରେରଣାଦାୟକ ଉଦାହରଣ ମହାରାଷ୍ଟ୍ରର କୋହ୍ଲାପୁର ଜିଲାରୁ ସାମ୍ନାକୁ…

‘ମୁଁ ଆପଣଙ୍କ ଛାତ୍ର, ମୋତେ…’, ଶିକ୍ଷକଙ୍କ ସହ PM ମୋଦିଙ୍କ ରୋଚକ କଥାବାର୍ତ୍ତା

ନୂଆଦିଲ୍ଲୀ,୫।୯: ଶିକ୍ଷକ ଦିବସ ଅବସରରେ ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କିଛି ବିଶେଷ ଶିକ୍ଷକଙ୍କୁ ଭେଟିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ଆବାସରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ…

ଆଜି ଭାରତ-ପାକିସ୍ତାନ ମ୍ୟାଚ: କିଏ ଜିତିବ ବାଜି

ଦୁବାଇ, ୫।୯ (ପି.ଟି.):ଚଳିତ ଏସିଆ କପ୍‌ ମହିଳା କ୍ରିକେଟରେ ପ୍ରତୀକ୍ଷିତ ଭାରତ-ପାକିସ୍ତାନ ମ୍ୟାଚ ଶନିବାର ଅନୁଷ୍ଠିତ ହେବ। ପ୍ରଥମ ଦୁଇ ମ୍ୟାଚରେ ବିଜୟୀ ହୋଇ ସେମିଫାଇନାଲରେ ପ୍ରବେଶ…

ହଠାତ୍‌ ମୋଚିରାମଙ୍କୁ କାମୁଡ଼ିଲା ସାପ: ତା’ପରେ ଏମିତି କାମ କଲେ ଡାକ୍ତର ଆଶ୍ଚର୍ଯ୍ୟ

ଉଦଳା,୫।୯(ସନ୍ତୋଷ ବାଛିନୀ): ଅଚାନକ କାମୁଡିଲା ସାପ, ଆଉ ସାପକୁ ମାରି ତାକୁ ଧରି ମେଡିକାଲରେ ପହଁଚିଲେ ଯୁବକ। ଏଭଳି ଘଟଣା ଦେଖିବାକୁ ମିଳିଛି ମୟୁରଭଞ୍ଜ ଜିଲା ଉଦଳା…

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇବେ ମୀନାକ୍ଷୀରାଣୀ: ଛୁଟୁଛି ଶୁଭେଚ୍ଛାର ସୁଅ

ଲୋଇସିଂହା,୫।୯(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଲୋଇସିଂହା ହରେକୃଷ୍ଣ ମହତାବ ହାଇସ୍କୁଲର କଳା ଶିକ୍ଷୟିତ୍ରୀ ତଥା ଗାଳ୍ପିକା ମୀନାକ୍ଷୀରାଣୀ ମିଶ୍ର ଜିଲାର ଏକମାତ୍ର ଶିକ୍ଷୟିତ୍ରୀ ଭାବେ ରାଜ୍ୟସ୍ତରୀୟ ମୁଖ୍ୟମନ୍ତ୍ରୀ ଶିକ୍ଷା…

କେରଳରେ ଭୟଙ୍କର ସଡ଼କ ଦୁର୍ଘଟଣା: ଟ୍ରକ୍‌କୁ ପିଟିଲା କାର୍‌; ୮ ଛାତ୍ରଙ୍କ ମୃତ୍ୟୁ

ତ୍ରିଶୂର ,୫।୯: କେରଳର ତ୍ରିଶୂର ଜିଲାରେ ଶୁକ୍ରବାର ବିଳମ୍ବିତ ରାତିରେ ଘଟିଛି ଭୟଙ୍କର ସଡ଼କ ଦୁର୍ଘଟଣା। ଏକ ଟ୍ରକ୍‌କୁ କାର୍‌ ଧକ୍କା ଦେବା ଫଳରେ କାର୍‌ରେ ଥିବା…

ମନ୍ଦିର ବୁଲାଣିରେ ଅଘଟଣ, ବାଇକ୍‌କୁ ଧକ୍କା ଦେଲା ବାଇକ୍‌: ଆଉ ତା’ପରେ…

ବରଗଡ଼,୫ା୯(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ଭଟ୍‌ଲି ଥାନା ଅନ୍ତର୍ଗତ ମେଣ୍ଢାପାଲି ବନଦୁର୍ଗା ମନ୍ଦିର ନିକଟସ୍ଥ ବୁଲାଣିରେ ଏକ ପିକ୍‌ଅପ ଭ୍ୟାନ (ନଂ-ଓଡି ୧୫ଏଡି ୭୮୯୨) ଅନ୍ୟ ଏକ ବାଇକକୁ…

ନାମ, କାରଣ ଖୋଜୁଛି ଜିଲାପାଳଙ୍କ ମୋବାଇଲ: ଗୁରୁତର ସମସ୍ୟାରେ ବନ୍ୟାଞ୍ଚଳବାସୀ

ଯାଜପୁର,୫ା୯(ହର୍ଷବର୍ଦ୍ଧନ ବେହେରା):ସରକାରୀ ସେବାକୁ ସାଧାରଣ ଲୋକଙ୍କ ପାଖରେ ସହଜରେ ପହଞ୍ଚାଇବା ପାଇଁ ରାଜ୍ୟ ସରକାର ‘ଲୋକଙ୍କ ସରକାର’ କାର୍ଯ୍ୟକ୍ରମ ମାଧ୍ୟମରେ ବ୍ୟାପକ ପ୍ରୟାସ କରୁଛନ୍ତି। ଜିଲା ପ୍ରଶାସନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri