କେନ୍ଦ୍ରୀୟ ଯୁଗ୍ମ ସଚିବଙ୍କ ଦାରିଙ୍ଗବାଡି ଗସ୍ତ: ସମସ୍ୟା ଜଣାଇଲେ ମାଣ୍ଡିଆ ଚାଷୀ-ଏସଏଚଜି ମହିଳା ଗ୍ରୁପ

ଦାରିଙ୍ଗବାଡି,୨୯।୧୧(ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଅଞ୍ଚଳକୁ ଗୃହ ଏବଂ ସହରାଞ୍ଚଳ ବ୍ୟାପାର ମନ୍ତ୍ରଣାଳୟର ଯୁଗ୍ମ ସଚିବ ରୁପା ମିଶ୍ର ଗସ୍ତ କରିଥିଲେ। ସେ ଦାରିଙ୍ଗବାଡିର ବିଭିନ୍ନ ପ୍ରକଳ୍ପ ତଥା ପର୍ଯ୍ୟଟନ କ୍ଷେତ୍ର କଫି ବଗିଚା, ଦାସିଙ୍ଗବାଡି ପଞ୍ଚାୟତ ଟେକାଙ୍ଗିଆ ଯାଇ ମକାଚାଷୀଙ୍କୁ ଦେଖା କରିବା ସହ ଇକୋ ରିଟ୍ରିଟ ପରିଦର୍ଶନ କରିଥିଲେ। ପରେ ଶ୍ରାନିକେତା ପଞ୍ଚାୟତ ସୁଲୁମାହା ଗ୍ରାମରେ ପହଞ୍ଚି ସେଠାରେ ମହିଳା ସ୍ବୟଂ ସହାୟକ ଗୋଷ୍ଠୀଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ। ଏହି ସମୟରେ ଶାମୁକା ଏସଏଚଜି ସମେତ ଦିପ୍ତିମତି ଏସଏଚଜି, ଗୁରୁଶୀକ୍ଷା, କଲ୍ୟାଣୀ, ଗ୍ରେସ, ଜୀବନଜ୍ୟୋତି ଏବଂ ଆଶାସର ଏସଏଚଜି ମହିଳାମାନଙ୍କ ସହ ତାଙ୍କ ସୁବିଧା ଓ ଅସୁବିଧା ସମ୍ପର୍କରେ ଆଲୋଚନା କରିଥିଲେ।

ଏହି ସମୟରେ ମହିଳାମାନଙ୍କ ବିକାଶ ପାଇଁ ଅଧିକା ଅନୁଦାନ ସହାୟତା ସମେତ ପ୍ରସ୍ତୁତୀ କରଣ ପାଇଁ ବିଭିନ୍ନ ମେଶିନ ବସାଯାଇ ବିଦ୍ୟୁତ ସଂଯୋଗ ପାଇଁ ରାଜସ୍ବ ଡିପୋଜିଟ ପରେ ମଧ୍ୟ ବିଦ୍ୟୁତ ସଂଯୋଗ ଦିଆଯାଇନଥିବା ଆଦି ଅନେକ ସମସ୍ୟା ସମ୍ପର୍କରେ ଜଣାଇଥିଲେ ସେମାନଙ୍କୁ ସହଯୋଗ କରିବାକୁ ଯୁଗ୍ମ ସଚିବ ରୁପା ମିଶ୍ର କନ୍ଧମାଳ ଜିଲ୍ଲାପାଳ ବେଦ ଭୂଷଣଙ୍କୁ ନିର୍ଦ୍ଦେଶ ଦେଇଥିଲେ। ସେହିପରି ସେଠାରେ ୩୦ ଜଣ ମାଣ୍ଡିଆ ଅନ୍ୟାନ୍ୟ କ୍ଷୁଦ୍ରଦାନା ଚାଷୀ ଯୁଗ୍ମ ସଚିବଙ୍କୁ ଭେଟିଥିଲେ। ସେମାନଙ୍କ ମଧ୍ୟରେ ୨୮ ମହିଳା ଓ ୨ ପୁରୁଷ ମାଣ୍ଡିଆ ଚାଷୀ ରହିଥିଲେ। ସେମାନେ ଅମଳ ସାମଗ୍ରୀ ଉଚିତ ଦରରେ ବିକ୍ରି କରିପାରୁଥିବା କହିଥିଲେ। ହେଲେ ଜଳସେଚନ ବ୍ୟବସ୍ଥା ନ ଥିବା ହେତୁ ଚାଷୀମାନେ ତାଙ୍କ ଚାଷକୁ ବଢ଼ାଇ ପାରୁ ନ ଥିବା ଜଣାଇଥିଲେ। ବିଭିନ୍ନ ସମସ୍ୟା ରହିଥିବାରୁ ମାଣ୍ଡିଆ ଓ କ୍ଷୁଦ୍ରଦାନା ଚାଷ କରିବାକୁ ଇଚ୍ଛା ରହିଥିଲେ ମଧ୍ୟ ସେଚନ ଜମି, ଓ ନିଜର ଜମି ନ ଥିବାରୁ ଅନେକ ଚାଷୀ ଏହି ଚାଷ କାର୍ଯ୍ୟରୁ ବଞ୍ଚିତ ହେଉଥିବା କହିଥିଲେ। ଯୁଗ୍ମ ସଚିବଙ୍କ ଗସ୍ତ ସମୟରେ କନ୍ଧମାଳ ଜିଲାପାଳ ବେଦ ଭୂଷଣ, ଜିଲା ମୁଖ୍ୟ କୃଷି ଅଧିକାରୀ ଚିତ୍ତରଞ୍ଜନ ସତପଥୀ,ବିଡ଼ିଓ ପ୍ରୀତିରଞ୍ଜନ ରଥ,ତହସିଲଦାର ଧୀରୋଜ ପାତ୍ର ଏବଂ ଜାଗୃତି ସମ୍ପାଦକ କୈଳାଶ ଚନ୍ଦ୍ର ଦଣ୍ଡପାଟ ଅନ୍ୟାନ୍ୟ ଅଧିକାରୀ ଉପସ୍ଥିତ ରହିଥିଲେ।

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ଦୁଲୀପ ଟ୍ରଫି ଖେଳିବାର ୩ ଦିନ ମଧ୍ୟରେ ଟି୨୦ ଖେଳିବା ଚାଲେଞ୍ଜିଂ ହେବ: ଇଶାନ

ଚେନ୍ନାଇ,୫ା୯: ଦୁଲୀପ ଟ୍ରଫି ଫାଇନାଲ ଶେଷ ହେବାର ୩ ଦିନ ମଧ୍ୟରେ ଭାରତୀୟ ଦଳ ପାଇଁ ଟି୨୦ ଖେଳିବା ଚାଲେଞ୍ଜିଂ ହେବ ବୋଲି ତିଲକ ବର୍ମା ଏବଂ…

ଆଖି ବୁଜିଛନ୍ତି ଗୁରୁ, ହେଲେ ଆଦର୍ଶକୁ ଭୁଲିନାହାନ୍ତି ଶିଷ୍ୟ: ପ୍ରତିମୂର୍ତ୍ତୀ ଗଢ଼ି ଗୁରୁଦିବସ ପାଳିଲା…

ପୁରୁଷୋତ୍ତମପୁର,୫।୯ (ସବିତା ମିଶ୍ର): ଗୁରୁଙ୍କ ଶରୀର ନ ଥାଇପାରେ, କିନ୍ତୁ ତାଙ୍କ ଆଦର୍ଶ ଆଜି ବି ଜୀବନ୍ତ। ଏହି ବାକ୍ୟକୁ ସତ୍ୟରେ ପରିଣତ କରିଛନ୍ତି ଗଞ୍ଜାମ ଜିଲା…

ଶନିଙ୍କ ନକ୍ଷତ୍ରରେ ମଙ୍ଗଳ ଗୋଚର: ୪ ରାଶିଙ୍କୁ ବଡ଼ ଡିଲ୍‌ ଅଫର୍‌, ଧନଲାଭ ଯୋଗ

ପୁଷ୍ୟା ନକ୍ଷତ୍ର ହେଉଛି ଶନିଦେବଙ୍କ ନକ୍ଷତ୍ର। ଶନିଙ୍କ ନକ୍ଷତ୍ରରେ ମଙ୍ଗଳଙ୍କ ପ୍ରବେଶ ବିଭିନ୍ନ ରାଶିର ଲୋକଙ୍କ ଜୀବନ ଉପରେ ପ୍ରଭାବ ପକାଇବ। ସୂଚନାଯୋଗ୍ୟ ଯେ, ମଙ୍ଗଳଙ୍କ ଏହି…

ଗୁରୁଦିବସରେ ଶିକ୍ଷା,ଶିକ୍ଷକ ଓ ଶିକ୍ଷାୟତନ

ଦିଗପହଣ୍ଡି,୫|୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ପୁଞ୍ଜିକଂୟା ଛକ ସ୍ଥିତ ନନ୍ଦିଘୋଷ କଲ୍ୟାଣ ମଣ୍ଡପ ସଭାଗୃହରେ ସ୍ଥାନୀୟ ଗଣ ଅଧିକାର ଓ ଆଇନ ସୁରକ୍ଷା ମଞ୍ଚ…

ନେପାଳ ମାଗିବ ‘Climate Justice’: ବନ୍ୟା କ୍ଷୟକ୍ଷତି ପରେ UN ଯିବେ ପ୍ରଧାନମନ୍ତ୍ରୀ ବାଲେନ ଶାହ

କାଠମାଣ୍ଡୁ,୫।୯: ନେପାଳର ପ୍ରଧାନମନ୍ତ୍ରୀ ବାଲେନ ଶାହ ଚଳିତ ମାସ ଶେଷ ଭାଗରେ ମିଳିତ ଜାତିସଂଘ ସାଧାରଣ ପରିଷଦ (UNGA)ର 81ତମ ଅଧିବେଶନରେ ଉଦବୋଧନ ଦେବା ପାଇଁ ଆମେରିକା…

‘ଝିଅଙ୍କୁ ସ୍କର୍ଟ ପିନ୍ଧାଇ ସ୍କୁଲ ଛାଡନ୍ତୁନି’… ସ୍ୱାସ୍ଥ୍ୟମନ୍ତ୍ରୀ ଦେଲେ ଏମିତି ବୟାନ, ହେଉଛି ଚର୍ଚ୍ଚା

କୋଲକାତା,୫।୯: ପଶ୍ଚିମବଙ୍ଗର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ଶରଦ୍ୱତ ମୁଖାର୍ଜୀ ରାଜ୍ୟର ସମସ୍ତ ସ୍କୁଲକୁ ପରାମର୍ଶ ଦେଇଛନ୍ତି ଯେ, ଡେଙ୍ଗୁ ଋତୁରେ ସ୍କୁଲ ଛାତ୍ରଛାତ୍ରୀଙ୍କୁ ହାତ-ଗୋଡ଼ ସମ୍ପୂର୍ଣ୍ଣ ଘୋଡ଼ାଇ ହୋଇ…

ବଞ୍ଜାରା ଗ୍ୟାଙ୍ଗର ୫ ମହିଳାଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୫।୯: ନୟାପଲ୍ଲୀ ପୋଲିସ ଶନିବାର ବଞ୍ଜାରା ଲୁଟେରା ଗ୍ୟାଙ୍ଗର ୫ଜଣ ମହିଳାଙ୍କୁ ଧରିବାରେ ସକ୍ଷମ ହୋଇଛି। ଗରଫ ସମସ୍ତ ମହିଳା ମହାରାଷ୍ଟ୍ରର ବୋଲି ସୂଚନା ମିଳିଛି। ପୋଲିସ…

୫ ଦିନ ହେଲା ‘ଆଜି ନୁହେଁ, କାଲି ଦେବୁ’ କହି ଭଣ୍ଡାଉଛନ୍ତି ଗ୍ୟାସ ବିତରକ: ସିଲିଣ୍ଡର ରଖି ଗ୍ରାହକଙ୍କ ରାସ୍ତାରୋକ

ରାଜନଗର, ୫।୯(ଭାସ୍କର ରାଉତରାୟ): ଦୀର୍ଘଦିନ ଧରି ରାଜନଗର ଅଞ୍ଚଳରେ ଗ୍ୟାସ ଯୋଗାଣକୁ ନେଇ ଗ୍ରାହକମାନେ ନାନା ସମସ୍ୟାର ସମ୍ମୁଖୀନ ହେଉଥିବା ଅଭିଯୋଗ ହୋଇଛି। ଗ୍ୟାସ ବିତରକମାନେ ବିଭିନ୍ନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri