Posted inଜାତୀୟ

‘କେନ୍ଦ୍ର ସତ୍ୟପାଠ ସନ୍ତୋଷଜନକ ନୁହେଁ’

ନୂଆଦିଲ୍ଲୀ, ୧୮ା୮: ସୁପ୍ରିମକୋର୍ଟଙ୍କ ତତ୍ତ୍ୱାବଧାନରେ ପେଗାସସ୍‌ ଗୁପ୍ତଚରଗିରି ଅଭିଯୋଗର ତଦନ୍ତ କରାଯିବା ପାଇଁ ଦାଖଲ ପିଟିଶନ ଆଧାରରେ କେନ୍ଦ୍ର ସରକାରଙ୍କୁ ଜବାବ ମାଗିଛନ୍ତି ସର୍ବୋଚ୍ଚ ଅଦାଲତ। ୧୦ ଦିନ ମଧ୍ୟରେ ଏହାର ଉତ୍ତର ରଖିବାକୁ ଭାରତର ପ୍ରଧାନ ବିଚାରପତି (ସିଜେଆଇ) ଏନ୍‌. ଭି. ରମାନାଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ କେନ୍ଦ୍ରକୁ ମଙ୍ଗଳବାର ନୋଟିସ୍‌ ଜାରି କରିଛନ୍ତି। ଏ ନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ୨ ପୃଷ୍ଠା ସମ୍ବଳିତ ସୀମିତ ସତ୍ୟପାଠ ଦାଖଲ କରାଯାଇଥିଲା। ତେବେ ଦାଖଲ ବିଭିନ୍ନ ପିଟିଶନ ମାଧ୍ୟମରେ ଉଠିଥିବା ପ୍ରସଙ୍ଗ ବାବାଦରେ ଏହି ସତ୍ୟପାଠ ଯଥେଷ୍ଟ ସନ୍ତୋଷଜନକ ନୁହେଁ ବୋଲି ଖଣ୍ଡପୀଠରେ ଥିବା ଜଷ୍ଟିସ୍‌ ସୂର୍ଯ୍ୟ କାନ୍ତ ଏବଂ ଅନିରୁଦ୍ଧ ବୋଷ ଦର୍ଶାଇଥିଲେ। ଏହି ପ୍ରସଙ୍ଗ ଜାତୀୟ ନିରାପତ୍ତା ସମ୍ବନ୍ଧିତ ହୋଇଥିବାରୁ ସବୁକିଛି ସତ୍ୟପାଠରେ ଦର୍ଶାଯାଇପାରିବ ନାହିଁ ବୋଲି ଶୁଣାଣିବେଳେ କେନ୍ଦ୍ର ପକ୍ଷରୁ କୁହାଯାଇଥିଲା। ସରକାର କେଉଁ ସଫ୍ଟଓ୍ବେର ବ୍ୟବହାର କରୁଛନ୍ତି କି ନାହିଁ ତାହା ସର୍ବସାଧାରଣରେ ପ୍ରକାଶ କରିବା ପରିବର୍ତ୍ତେ ସ୍ବାଧୀନ ଓ ନିରପେକ୍ଷ ତଦନ୍ତ କରୁଥିବା ଏକ ବୈଷୟିକ କମିଟିକୁ ସମ୍ପୂର୍ଣ୍ଣ ବିବରଣୀ ଦେବାକୁ କେନ୍ଦ୍ର ପ୍ରସ୍ତୁତ ଥିବା ସଲିସିଟର ଜେନେରାଲ ତୁଷାର ମେହଟା କହିଥିଲେ। ଜାତୀୟ ନିରାପତ୍ତା କିମ୍ବା ପ୍ରତିରକ୍ଷା ବ୍ୟବସ୍ଥାକୁ କ୍ଷତି ପହଞ୍ଚାଉଥିବା ଭଳି କୌଣସି ବିବରଣୀ ଅଦାଲତ ଚାହଁାନ୍ତି ନାହିଁ ବୋଲି ଖଣ୍ଡପୀଠ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଅଗଷ୍ଟ ୧୫ ପୂର୍ବରୁ ଶ୍ରୀନଗରରେ ଆତଙ୍କବାଦୀ ଆକ୍ରମଣ

ଶ୍ରୀନଗର,୧୪।୮: ଜମ୍ମୁ-କଶ୍ମୀରରେ ଅଗଷ୍ଟ ୧୫ ପୂର୍ବରୁ ଆତଙ୍କବାଦୀ ଆକ୍ରମଣ କରିଛନ୍ତି। ଶ୍ରୀନଗର ଉପକଣ୍ଠ ନୋଗାମରେ ପୋଲିସ ଟିମ୍‌ ଉପରେ ଶୁକ୍ରବାର ସକାଳେ ଆତଙ୍କବାଦୀମାନେ ଆକ୍ରମଣ କରିଥିବା...

୨୪ ଘଣ୍ଟା ମଧ୍ୟରେ ହଟାଇବାକୁ ପଡ଼ିବ ଆପତ୍ତିଜନକ କଣ୍ଟେ‌ଣ୍ଟ

ନୂଆଦିଲ୍ଲୀ,୨୫।୨: ଅଭିଯୋଗ ମିଳିବାର ୨୪ ଘଣ୍ଟା ମଧ୍ୟରେ ସୋସିଆଲ ମିଡ଼ିଆରୁ ଆପତ୍ତିଜନକ କଣ୍ଟେଟ୍‌ ହଟାଇବାକୁ ପଡ଼ିବ। ଏନେଇ ଭାରତ ସରକାରଙ୍କ ପକ୍ଷରୁ ସୋସିଆଲ ମିଡ଼ିଆ ଏବଂ...

‘ଜିଦି ଛାଡ଼ନ୍ତୁ କୃଷକ’

ନୂଆଦିଲ୍ଲୀ, ୧୮।୧: ନୂଆ କୃଷି ଆଇନ ପ୍ରତ୍ୟାହାର ନ କରିବା ଆଭିମୁଖ୍ୟକୁ କେନ୍ଦ୍ର ସରକାର ରବିବାର ପୁଣିଥରେ ଦୋହରାଇଛନ୍ତି। କୃଷକମାନେ ଆଇନ ପ୍ରତ୍ୟାହାର ଜିଦି ଛାଡନ୍ତୁ...

ଦିଲ୍ଲୀରେ ଏସ୍‌ଆଇ ପରିବାର କରୋନା ସଂକ୍ରମିତ: ପୋଲିସ କଲୋନୀର ୩ ବ୍ଲକ ସିଲ୍‌

ନୂଆଦିଲ୍ଲୀ,୧୬।୪: ମହାମାରୀ କରୋନା ଭାଇରସ୍‌ ସାରା ଦେଶରେ କାୟା ବିସ୍ତାର କରି ଚାଲିଛି। କରୋନା ବିରୋଧରେ ଲଢ଼େଇରେ ଜାରି ରଖିଥିବା ଯୋଦ୍ଧା ଏଥିରୁ ବର୍ତ୍ତି ପାରୁ...

ବିଚାରପତିଙ୍କ ସାମ୍ନାରେ ନିଷ୍ପାପ ଶିଶୁର ଗୁହାରି: ମୋ ହାତ ପାଦ ଫେରାଇ ଦିଅ ମୁଁ ଦୌଡିବାକୁ ଚାହେଁ

ଚଣ୍ଡିଗଡ଼,୨୬।୬: ହରିୟାଣାର ପାନିପଥ ନିବାସୀ ୧୧ ବର୍ଷର ଶିଶୁ ରମନ ହାଇକୋର୍ଟ ବିଚାରପତିଙ୍କ ନିକଟରେ ଏମିତି ଗୁହାରି କରିଛନ୍ତି ଯାହା ଶୁଣିବା ପରେ ସମସ୍ତଙ୍କ ଆଖି...

ନୈତିକ ଦୃଷ୍ଟିରୁ ଗ୍ରହଣୀୟ ନୁହେଁ ଲିଭ୍‌-ଇନ୍‌ ସମ୍ପର୍କ

ଚଣ୍ଡିଗଡ଼,୧୯ା୫: ଲିଭ୍‌-ଇନ୍‌ ରିଲେଶନଶିପ୍‌ ନୈତିକ ତଥା ସାମାଜିକ ଦୃଷ୍ଟିରୁ ଗ୍ରହଣୀୟ ନୁହେଁ ବୋଲି ପଞ୍ଜାବ ଓ ହରିୟାଣା ହାଇକୋର୍ଟ ବିଚିତ୍ର ଟିପ୍ପଣୀ ଦେଇଛନ୍ତି। ଏହାସହ ଆବେଦନକାରୀ...

ପୂର୍ବାଞ୍ଚଳର ବିକାଶରେ ଦେଶ ଆଗେଇବ

ନୂଆଦିଲ୍ଲୀ,୧ା୬(ପି.ଟି.): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ତାଙ୍କର ମାସିକ ରେଡିଓ କାର୍ଯ୍ୟକ୍ରମ ‘ମନ୍‌ କୀ ବାତ୍‌’ର ୬୫ତମ ସଂସ୍କରଣରେ ଦେଶବାସୀଙ୍କୁ ନିଜ ମନର କଥା କହିଛନ୍ତି।...

୭୦୦ ଚାଷୀ ଶହୀଦ୍‌ ହୋଇଛନ୍ତି, ସରକାର କ୍ଷମା ମାଗିଛନ୍ତି କି, ରାହୁଲଙ୍କ ପ୍ରଶ୍ନ…

ନୂଆଦିଲ୍ଲୀ,୭।୧୨: ସଂସଦର ଶୀତ ଅଧିବେଶନରେ ବିରୋଧୀଙ୍କ ହଟ୍ଟଗୋଳ ଜାରି ରହିଛି। ମଙ୍ଗଳବାର କଂଗ୍ରେସ ପକ୍ଷରୁ ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରିଛନ୍ତି। ରାହୁଲ...

Advertisement
Archives

Model This Week