Posted inଜାତୀୟ

କେନ୍ଦ୍ରକୁ ମିଳିବ ଖଣି ନିଲାମ କ୍ଷମତା

ନୂଆଦିଲ୍ଲୀ,୨୦।୩: ଖଣି ଓ ଖଣିଜ (ବିକାଶ ଓ ନିୟନ୍ତ୍ରଣ) ସଂଶୋଧନ ବିଲ୍‌, ୨୦୨୧ ଶୁକ୍ରବାର ଲୋକ ସଭାରେ ଗୃହୀତ ହୋଇଯାଇଛି। ଏହା ଆଇନରେ ପରିଣତ ହେଲେ ଖଣି ନିଲାମ ପାଇଁ ତଥା ଜିଲା ଖଣିଜ ପାଣ୍ଠି (ଡିଏମ୍‌ଏଫ୍‌)ର ବିନିଯୋଗ ନିମନ୍ତେ ନିର୍ଦ୍ଦେଶ ଦେବା ଲାଗି କେନ୍ଦ୍ର ସରକାରଙ୍କୁ କ୍ଷମତା ମିଳିବ। ଦେଶରେ ନିୟମିତ ଭିତ୍ତିରେ କ୍ରମାଗତ ଖଣିଜ ଯୋଗାଣ ଲାଗି ଅଧିକ ସଂଖ୍ୟାରେ ଖଣି ନିଲାମ କରିବା କିମ୍ବା ଉକ୍ତ ଅଞ୍ଚଳ ଉପରେ ବିଜ୍ଞପ୍ତି ପ୍ରକାଶ କରିବାରେ ରାଜ୍ୟ ସରକାର ବିଫଳ ହେଲେ କେନ୍ଦ୍ର ସରକାର ଖଣି ଅଞ୍ଚଳ ଲାଗି ବିଜ୍ଞପ୍ତି ପ୍ରକାଶ କରିବା ସହ ନିଲାମ କରିପାରିବେ। ଉକ୍ତ ବିଲ୍‌ ଅନୁଯାୟୀ ନିଜସ୍ବ ବ୍ୟବହାର ପାଇଁ କୋଇଲା ଖଣି ସମେତ ଅନ୍ୟାନ୍ୟ ଖଣି ନିଲାମ ନେଇଥିବା କମ୍ପାନୀ ଆବଶ୍ୟକତା ପୂରଣ ପରେ ରାଜ୍ୟ ସରକାରଙ୍କୁ ଅତିରିକ୍ତ ଅର୍ଥ ପୈଠ କରି ଉକ୍ତ ଖଣିର ୫୦ ପ୍ରତିଶତ ବିକ୍ରି କରିପାରିବେ। ବର୍ତ୍ତମାନର ଆଇନ ଅନୁଯାୟୀ ନିଜସ୍ବ ବ୍ୟବହାର ପାଇଁ କୋଇଲା ଓ ଅନ୍ୟ ଖଣି ନେଇଥିବା କମ୍ପାନୀଗୁଡ଼ିକ ଉତ୍ତୋଳନ କରୁଥିତ୍ବା ଖଣିଜକୁ କେବଳ ନିଜ ଶିଳ୍ପରେ ବ୍ୟବହାର କରିବା ଲାଗି ଅନୁମତି ପାଉଥିଲେ।
ଲୋକ ସଭାରେ କେନ୍ଦ୍ର କୋଇଲା ଓ ଖଣିମନ୍ତ୍ରୀ ପ୍ରହଲ୍ଲାଦ ଜୋଷୀ ଉପରୋକ୍ତ ବିଲ୍‌ ଆଗତ କରିବା ଅବସରରେ କହିଥିଲେ, ଦକ୍ଷିଣ ଆଫ୍ରିକା ଓ ଅଷ୍ଟ୍ରେଲିଆ ଭଳି ଭାରତରେ ପର୍ଯ୍ୟାପ୍ତ ସୁନା ଓ କୋଇଲା ରହିଥିଲେ ହେଁ ଆମକୁ ବିଦେଶରୁ ଆମଦାନି କରିବାକୁ ପଡ଼ୁଛି। ଖଣି ସେକ୍ଟରରେ ସଂସ୍କାର ୫୫ ଲକ୍ଷ ପ୍ରତ୍ୟକ୍ଷ ଓ ପରୋକ୍ଷ ନିଯୁକ୍ତି ସୃଷ୍ଟି କରିବ। ଖଣିଜ ଉତ୍ତୋଳନ ବଢ଼ାଇବା ଲାଗି ଉନ୍ନତ ପ୍ରଯୁକ୍ତି ଉପଯୋଗ କରୁଥିବା ଘରୋଇ ସେକ୍ଟରକୁ ଅନୁମତି ଦିଆଯିବ। ଲିଜ୍‌ ସମୟସୀମା ଶେଷ ହେବା ପରେ ପରବର୍ତ୍ତୀ ବିଡରକୁ ମଞ୍ଜୁରୀ ସ୍ଥାନାନ୍ତର କରାଯାଇପାରିବ। କୌଣସି କମ୍ପାନୀ ଖଣି ଲିଜ୍‌ ପାଇବା ପରେ ସେଥିରୁ ଖଣିଜ ପଦାର୍ଥ ଉତ୍ତୋଳନ ଆରମ୍ଭ କରିବା ପାଇଁ ପାଖାପାଖି ୨୩ଟି ମଞ୍ଜୁରୀ ଆବଶ୍ୟକ କରିଥାଏ। ଏହିସବୁ ଅନୁମୋଦନ ସଂଗ୍ରହ କରିବା ଲାଗି ବହୁବର୍ଷ ଲାଗିଯାଇଥାଏ। ନୂଆ ଆଇନରେ ଅନ୍ୟ ଭିତ୍ତିଭୂମି ପ୍ରକଳ୍ପ ଭଳି ନୂଆ ମାଲିକଙ୍କୁ ଖଣି ହସ୍ତାନ୍ତର ବେଳେ ମଞ୍ଜୁରୀ ସ୍ବାଭାବିକ ଭାବେ ସ୍ଥାନାନ୍ତର ହୋଇଯିବ ବୋଲି ମନ୍ତ୍ରୀ ଜୋଷୀ କହିଥିଲେ।
ଖଣି ନିଲାମରେ ଓଡ଼ିଶା ସରକାରଙ୍କ ପ୍ରଦର୍ଶନ ଲାଗି ଜୋଷୀ ଅଭିନନ୍ଦନ ଜଣାଇଥିଲେ। ଓଡ଼ିଶା ସରକାର ଦେଇଥିବା ଅନେକ ପ୍ରସ୍ତାବକୁ ସଂଶୋଧନ ବିଲ୍‌ରେ ସ୍ଥାନିତ କରାଯାଇଥିବା ସେ କହିଥିଲେ। ତେବେ ଡିଏମ୍‌ଏଫ୍‌ ପାଣ୍ଠିର ବିନିଯୋଗ ନେଇ କେନ୍ଦ୍ର ସରକାର ନିର୍ଦ୍ଦେଶ ଜାରି କରିବା ଏବଂ ରାଜ୍ୟ ସରକାର ଖଣି ନିଲାମ କରି ନ ପାରିଲେ, କେନ୍ଦ୍ର ସରକାର ନିଲାମ ପ୍ରକ୍ରିୟା ହାତକୁ ନେବା କ୍ଷମତା ଉପରେ ବିଜେଡି ପ୍ରତିବାଦ ଜଣାଇଥିଲା। କେନ୍ଦ୍ର ସରକାରଙ୍କୁ ଅତ୍ୟଧିକ କ୍ଷମତା ପ୍ରଦାନ କରିବା ଏହି ବିଲ୍‌ର ଉଦ୍ଦେଶ୍ୟ ବୋଲି ଲୋକ ସଭାରେ ବିଜେଡି ସଂସଦୀୟ ଦଳ ନେତା ପିନାକୀ ମିଶ୍ର ମତ ରଖିଥିଲେ। ଖଣି ନିଲାମରେ କେନ୍ଦ୍ର ସରକାର କ୍ଷମତା ପ୍ରୟୋଗ କରିବାରେ ସଂଯମୀ ହେବା ଆବଶ୍ୟକ ଓ ତାହା କେବଳ ଅସାଧାରଣ କ୍ଷେତ୍ରରେ ହେବା ଉଚିତ ବୋଲି ପିନାକୀ କହିଥିଲେ। କେନ୍ଦ୍ର ସରକାର କ୍ରମାଗତ ଭାବେ ଖଣି ସେକ୍ଟରରେ କ୍ଷମତାର ଉପଯୋଗ କରିବା ଏବଂ ସମ୍ବିଧାନ ଅନୁଯାୟୀ ରାଜ୍ୟ ସରକାର ପାଇଥିବା କ୍ଷମତାକୁ ଦୁର୍ବଳ କରିବା ଗ୍ରହଣୀୟ ହୋଇପାରିବ ନାହିଁ ବୋଲି ସେ ମତ ଦେଇଥିଲେ।
ସେହିପରି ସଂଶୋଧନ ବିଲ୍‌ର ଧାରା ୯ବି ଉପରେ ମଧ୍ୟ ବିଜେଡି ନେତା ପ୍ରତିବାଦ ଉଠାଇଥିଲେ। ଡିଏମ୍‌ଏଫ୍‌ ପାଣ୍ଠି ବିନିଯୋଗ ଲାଗି ନିର୍ଦ୍ଦେଶ ଜାରି କରିବା ନିମନ୍ତେ ଉକ୍ତ ଧାରା କେନ୍ଦ୍ର ସରକାରଙ୍କୁ କ୍ଷମତା ଦେଇଛି। ଏହାଦ୍ୱାରା ରାଜ୍ୟ କ୍ଷମତା ହ୍ରାସ ପାଇବ। ପୂର୍ବରୁ ଡିଏମ୍‌ଏଫ୍‌ ପାଣ୍ଠି ବିନିଯୋଗ ସମ୍ପର୍କରେ ରାଜ୍ୟ ସରକାର ନିଷ୍ପତ୍ତି ନେଉଥିଲେ। ଉପରୋକ୍ତ ଧାରାକୁ ନେଇ ପ୍ରତିବାଦ କରିବା ସତ୍ତ୍ୱେ ବିଜେଡି ସଂଶୋଧନ ବିଲ୍‌କୁ ସମର୍ଥନ ଜଣାଇଥିଲା ଏବଂ ପ୍ରସ୍ତାବକୁ ବିଚାରକୁ ନେବା ଲାଗି କେନ୍ଦ୍ରମନ୍ତ୍ରୀଙ୍କୁ ଅନୁରୋଧ କରିଥିଲା।
ଓଡ଼ିଶାର ଖଣି ବହୁଳ ଜିଲାର ସ୍ଥିତିକୁ ନେଇ କୋରାପୁଟର କଂଗ୍ରେସ ଏମ୍‌ପି ସପ୍ତଗିରି ଉଲାକା ପ୍ରଶ୍ନ ଉଠାଇଥିଲେ। ପ୍ରଚୁର ଖଣିଜ ସମ୍ବଳ ସତ୍ତ୍ୱେ କୋରାପୁଟ ଓ କେନ୍ଦୁଝର ଜିଲାରେ ଯଥାକ୍ରମେ ୭୯ ଓ ୬୨ ପ୍ରତିଶତ ଜନସାଧାରଣ ଦାରିଦ୍ର୍ୟ ସୀମାରେଖା ତଳେ ରହିଛନ୍ତି। ଖଣିଜ ଅଞ୍ଚଳର ଅଧିକାଂଶ ଲୋକ ଆଦିବାସୀ ଓ ଅଣକୁଶଳୀ। ଖଣି କମ୍ପାନୀଗୁଡ଼ିକ ସେମାନଙ୍କୁ କାମ ନ ଯୋଗାଇ ଦେଶର ଅନ୍ୟ ଭାଗରୁ କୁଶଳୀ ଲୋକଙ୍କୁ ନିୟୋଜିତ କରୁଥିବା ଉଲାକା କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

‘କେଜ୍‌ରିଓ୍ବାଲଙ୍କୁ ଧୀର ମୃତ୍ୟୁ ଦିଆଯାଉଛି’

ନୂଆଦିଲ୍ଲୀ,୨୦।୪: ମଦ ଦୁର୍ନୀତି ମାମଲାରେ ତିହାର ଜେଲରେ ଥିବା ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲଙ୍କ ଦେହରେ ମଧୁମେହ ସ୍ତର ବୃଦ୍ଧି ନେଇ ରାଜନୀତି ସରଗରମ ରହିଛି। ଗୋଟିଏ...

କଂଗ୍ରେସକୁ ବଡ଼ ଝଟ୍‌କା, ହାତ ଛାଡି ପଦ୍ମ ଧରିଲେ ପ୍ରିୟଙ୍କା ଗାନ୍ଧୀଙ୍କ ଘନିଷ୍ଠ

ନୂଆଦିଲ୍ଲୀ, ନିର୍ବାଚନ ପୂର୍ବରୁ କଂଗ୍ରେସକୁ ପୁଣି ଲାଗିଲା ବଡ ଝଟକା। ହାତ ଛାଡିଲେ ପ୍ରିୟଙ୍କା ଗାନ୍ଧୀଙ୍କ ଘନିଷ୍ଠ ସହଯୋଗୀ। ହାତ ଛାଡିଛନ୍ତି ହିମାଚଳ ପ୍ରଦେଶ କଂଗ୍ରେସ...

Featured Video Play Icon

ମାର୍କେଟକୁ ଆସିଲା ଏସି ହେଲମେଟ୍‌, ଦାମ୍‌ ମାତ୍ର ଏତିକି…

ନୂଆଦିଲ୍ଲୀ,୨୦।୪: କେବଳ ରାଜ୍ୟରେ ନୁହେଁ ସାରା ଦେଶରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଅସହ୍ୟ ତାତିକୁ ନିଆଁବର୍ଷା ଲୋକଙ୍କୁ ଅସ୍ତବ୍ୟସ୍ତ କରିଦେଉଛି। ବାହାରେ ହେଉ କି...

‘ଯେମିତି କଂଗ୍ରେସ ରାଜକୁମାର ଆମେଠି ଛାଡ଼ିଛନ୍ତି, ଓ୍ବାୟନାଡ ବି ଛାଡ଼ିବେ’

ନୂଆଦିଲ୍ଲୀ,୨୦।୪: ମହାରାଷ୍ଟ୍ରର ନନ୍ଦେଡ଼ରେ ନିର୍ବାଚନ ରାଲିକୁ ସମ୍ବୋଧିତ କରିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ କରିଛନ୍ତି। କଂଗ୍ରେସର ରାଜକୁମାରଙ୍କୁ ଓ୍ବାୟନାଡ଼ରେ ବିପଦ...

କଂଗ୍ରେସକୁ ବଡ଼ ଝଟ୍‌କା: ଭାଜପାରେ ସାମିଲ ହେବେ ପ୍ରିୟଙ୍କା ଗାନ୍ଧୀଙ୍କ ପାଖଲୋକ କୁହାଯାଉଥିବା ନେତା ତାଜିନ୍ଦର ସିଂ

ସିମ୍‌ଲା,୨୦।୪: ହିମାଚଳ ପ୍ରଦେଶରେ କଂଗ୍ରେସକୁ ଲାଗିଛି ବଡ଼ ଝଟ୍‌କା। ରାଜ୍ୟ ପ୍ରଭାରୀ ସଚିବ ତଥା ପ୍ରିୟଙ୍କା ଗାନ୍ଧୀଙ୍କ ପାଖଲୋକ କୁହାଯାଉଥିବା ତାଜିନ୍ଦର ସିଂ ବିଟ୍ଟୁ ଦଳରୁ...

ମସ୍କଙ୍କ ଭାରତ ଗସ୍ତ ସ୍ଥଗିତ

ନୁୟର୍କ/ନୂଆଦିଲ୍ଲୀ,୨୦।୪: ଟେସଲା ସିଇଓ ଏଲନ ମସ୍କଙ୍କ ଭାରତ ଗସ୍ତକୁ ସ୍ଥଗିତ ରଖାଯାଇଛି। ୨୧-୨୨ ଏପ୍ରିଲରେ ଦୁଇ ଦିନ ପାଇଁ ମସ୍କ ଭାରତ ଗସ୍ତ କରିବାର କାର୍ଯ୍ୟକ୍ରମ...

ଅମିତ ଶାହାଙ୍କ ବଡ଼ ବୟାନ: ବିରୋଧୀଙ୍କୁ ବି ମିଳିଛି ଇଲେକ୍ଟୋରାଲ ବଣ୍ଡ…

ନୂଆଦିଲ୍ଲୀ,୨୦।୪: ଇଲେକ୍ଟୋରାଲ ବଣ୍ଡକୁ ନେଇ ଦେଶରେ ଉତ୍ତେଜନା ଦେଖାଦେଇଛି। ବିରୋଧୀ ଏହି ପ୍ରସଙ୍ଗରେ ସରକାରଙ୍କ ଉପରେ କ୍ରମାଗତ ପ୍ରଶ୍ନ ଉଠାଉଛନ୍ତି। ବର୍ତ୍ତମାନ ବିରୋଧୀଙ୍କ ଅଭିଯୋଗକୁ ବିରୋଧ...

‘୪୦୦ ପାର୍‌ ସଙ୍କଳ୍ପ ମୁସ୍କିଲ’, ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ଭାଜପାର ବରିଷ୍ଠ ନେତା

ନୂଆଦିଲ୍ଲୀ,୨୦।୪: ଲୋକ ସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମତଦାନ ଶେଷ ହୋଇଛି। ଚତୁର୍ଥ ପର୍ଯ୍ୟାୟରେ କାନପୁର ଲୋକ ସଭା ଆସନରେ ଭୋଟିଂ ଅନୁଷ୍ଠିତ ହେବ, କିନ୍ତୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri