ଭୂତାଣୁ ପୁଣି ଉପରମୁହଁ।

ନୂଆଦିଲ୍ଲୀ/ ମୁମ୍ବାଇ/ ଅମୃତସର,୨୦।୩: ନୂଆ ଧାରାରେ ଭିନ୍ନ ଅବତାର ନେଇ ଫେରିଛି କରୋନାର ଆଉ ଏକ ପ୍ରବାହ । ମହାମାରୀର ଲେଉଟାଣିକୁ ରୋକିବା ପାଇଁ ପୂର୍ବଭଳି ଲକ୍‌ଡାଉନ୍‌ ବା ଶଟ୍‌ଡାଉନ୍‌ ଜାରି କଲେ ଏଥିରୁ ଦେଶକୁ ଫାଇଦା ମିଳିବ ନାହିଁ ବୋଲି ଅନେକେ ମତ ଦେଉଛନ୍ତି। ଏହି ସ୍ଥଳେ କେତେକ ରାଜ୍ୟ ଆର୍ଥିକ ଦୃଷ୍ଟିରୁ ତାଲାବନ୍ଦ ଭଳି ସ୍ଥିତି ଏଡ଼ାଇବା ପାଇଁ କୋଭିଡ୍‌ ନିୟମାବଳୀକୁ କଡ଼ାକଡ଼ି କରୁଛନ୍ତି। ତେବେ ମହାରାଷ୍ଟ୍ର ଓ ପଞ୍ଜାବର ଅଣାୟତ୍ତ ପରିସ୍ଥିତି ସାରା ଦେଶ ପାଇଁ ଚିନ୍ତାବୃଦ୍ଧିର କାରଣ ସାଜିଛି । ଏଥିଯୋଗୁ ଉଦ୍ଧବ ଠାକ୍‌ରେ ଏବଂ ଅମରିନ୍ଦର ସିଂ ସରକାର କଠୋର ପଦକ୍ଷେପ ନେବାକୁ ପଛାଇ ନାହାନ୍ତି ।ପୁଣି ଉପରମୁହଁା ହେଲାଣି ଘାତକ ଭୂତାଣୁ କୋଭିଡ୍‌-୧୯। ପୂର୍ବରୁ ୩ ମାସ ଧରି ସଂକ୍ରମଣ ହାର ନିମ୍ନରେ ରହୁଥିଲା। ମାତ୍ର ଏବେ ୯ ଦିନ ହେଲା ପ୍ରତ୍ୟହ ନୂଆ ରେକର୍ଡ ଭାଙ୍ଗୁଛି ସଂକ୍ରମଣ। ଏହି ଘାତକ ଭୂତାଣୁ ୨୪ ଘଣ୍ଟାରେ ପ୍ରାୟ ୪୦ ହଜାର ନୂଆ ଲୋକଙ୍କୁ କବଳିତ କରିଛି। ୨୦୨୧ ବର୍ଷରେ ଏତେ ସଂକ୍ରମଣ ଦେଖିବାକୁ ମିଳି ନ ଥିଲା। ଶୁକ୍ରବାର ୩୯,୭୨୬ ନୂଆ ସଂକ୍ରମିତଙ୍କୁ ମିଶାଇ ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧ କୋଟି ୧୫ ଲକ୍ଷ ୧୫ ହଜାର ଛୁଇଁଛି। ସକ୍ରିୟ ମାମଲା ୨.୭୧ ଲକ୍ଷ ଟପିଯାଇଛି। ଫେବୃୟାରୀ ୧୧ରେ ଏହି ସଂଖ୍ୟା ୧.୩୩ ଲକ୍ଷ ଥିବାବେଳେ ଏବେ ଏଥିରେ ୧୦୩% ବୃଦ୍ଧି ଘଟିଥିବାରୁ କେନ୍ଦ୍ର ସରକାରଙ୍କ ଚିନ୍ତା ବଢ଼ିଯାଇଛି। ବିଶେଷକରି ୮ଟି ରାଜ୍ୟର ସ୍ଥିତି ଚିନ୍ତାଜନକ ରହିଛି। ଦେଶର ଦୈନିକ ନୂଆ ମାମଲା ମଧ୍ୟରୁ ୮୦%ରୁ ଅଧିକ କେବଳ ମହାରାଷ୍ଟ୍ର, ପଞ୍ଜାବ, କର୍ନାଟକ, ଗୁଜରାଟ ଓ ଚଣ୍ଡିଗଡ଼ରେ ଦେଖିବାକୁ ମିଳିଛି। ମହାରାଷ୍ଟ୍ରରେ ୨୪ ଘଣ୍ଟା ମଧ୍ୟରେ ୨୫,୮୩୩ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହା ହେଉଛି ଦୈନିକ ନୂଆ ମାମଲାରେ ୬୫% ବୃଦ୍ଧି। ମହାରାଷ୍ଟ୍ର ତଳକୁ ପଞ୍ଜାବରେ ୨,୩୬୯ ଏବଂ କେରଳରେ ୧,୮୯୯ ନୂଆ କୋଭିଡ୍‌ ପଜିଟିଭ୍‌ ସାମ୍ନାକୁ ଆସିଛନ୍ତି। ଏହି ଉଦ୍‌ବେଗଜନକ ସ୍ଥିତିକୁ ଦେଖି କେନ୍ଦ୍ର ସରକାର ଆର୍‌ଟିପିସିଆର୍‌ ଟେଷ୍ଟ ତ୍ୱରାନ୍ବିତ କରିବାକୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ପରାମର୍ଶ ଦେଇଛନ୍ତି।
ସଂକ୍ରମଣ ଅତ୍ୟଧିକ ବୃଦ୍ଧି ପାଇବାରୁ ମହାରାଷ୍ଟ୍ରରେ ପୁଣିଥରେ କଟକଣା ଲାଗୁ ହୋଇଛି। ରାଜ୍ୟର ସମସ୍ତ ଥିଏଟର, ପ୍ରେକ୍ଷାଳୟ ଓ କାର୍ଯ୍ୟାଳୟ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ୫୦ ପ୍ରତିଶତ ଲୋକରେ ଚଳାଇବାକୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି। ଜନସାଧାରଣ ସୁରକ୍ଷା ନିୟମ ନ ମାନିଲେ ପୁଣିଥରେ କଠୋର ଲକ୍‌ଡାଉନ ଲାଗୁ ହୋଇପାରେ ବୋଲି ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେ କିଛିଦିନ ପୂର୍ବରୁ ସତର୍କ କରାଇଥିଲେ। ରାଜ୍ୟରେ ଦୈନିକ ସଂକ୍ରମଣ ୨୫ ହଜାର ଉପରେ ରହୁଥିବାରୁ ଏହା ସରକାରଙ୍କ ପାଇଁ ଚିନ୍ତାର କାରଣ ହୋଇଛି। ସ୍ବାସ୍ଥ୍ୟ ଓ ଜରୁରୀ ସେବା ବ୍ୟତୀତ ଅନ୍ୟ ସମସ୍ତ ଘରୋଇ ଅଫିସ୍‌ ୫୦ ପ୍ରତିଶତ କର୍ମଚାରୀରେ ଚଳାଇବାକୁ କୁହାଯାଇଛି। ସରକାରୀ ଓ ଅର୍ଦ୍ଧସରକାରୀ କାର୍ଯ୍ୟାଳୟଗୁଡ଼ିକୁ ମଧ୍ୟ କର୍ମଚାରୀ ସଂଖ୍ୟା କମାଇବା ପାଇଁ ଅନୁମତି ଦିଆଯାଇଛି। ଏପରି କି ଉତ୍ପାଦନ ଶିଳ୍ପଗୁଡ଼ିକୁ କମ୍‌ କର୍ମଚାରୀରେ କାର୍ଯ୍ୟ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ସାମାଜିକ ଦୂରତ୍ୱ ନିୟମର ଉଲ୍ଲଂଘନ କଲେ କାରଖାନାକୁ ବନ୍ଦ କରିଦିଆଯିବ ବୋଲି ଚେତାବନୀ ଦିଆଯାଇଛି।
ସେହିପରି ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂ ଶନିବାରଠାରୁ ରାଜ୍ୟବ୍ୟାପୀ କଟକଣା ଲାଗୁ ପାଇଁ ଘୋଷଣା କରିଛନ୍ତି। ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ଶିକ୍ଷାନୁଷ୍ଠାନଗୁଡ଼ିକୁ ବନ୍ଦ ରଖିବା ଲାଗି ନିର୍ଦ୍ଦେଶ ଦିଆଯାଇଥିବାବେଳେ ସିନେମା ହଲ୍‌ ଓ ମଲ୍‌ରେ ଲୋକ ସଂଖ୍ୟା କମାଇବାକୁ କୁହାଯାଇଛି। ସିନେମା ହଲ୍‌ରେ ଧାରଣ କ୍ଷମତାର ୫୦ ପ୍ରତିଶତ ଦର୍ଶକଙ୍କୁ ଅନୁମତି ଦିଆଯାଇଛି। ମଲ୍‌ରେ ଏକକାଳୀନ ୧୦୦ରୁ ଅଧିକ ଲୋକଙ୍କୁ ଅନୁମତି ଦିଆଯିବ ନାହିଁ। ଆଗାମୀ ଦୁଇ ସପ୍ତାହ ପାଇଁ ଲୋକେ ଘରେ ରହି କାର୍ଯ୍ୟ କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ଅଧିକ ସଂକ୍ରମଣ ବ୍ୟାପିଥିବା ୧୧ ଜିଲାରେ ସାମାଜିକ ସମାବେଶକୁ ସମ୍ପୂର୍ଣ୍ଣ ବାରଣ କରାଯାଇଛି। ଅନ୍ତ୍ୟେଷ୍ଟି କ୍ରିୟା କିମ୍ବା ବିବାହ କାର୍ଯ୍ୟରେ ମାତ୍ର ୨୦ ଜଣ ଲୋକଙ୍କୁ ଯୋଗଦେବା ପାଇଁ ଅନୁମତି ମିଳିଛି। ରବିବାରଠାରୁ ଏହିସବୁ ଜିଲାରେ ରାତି ୯ରୁ ସକାଳ ୫ ପର୍ଯ୍ୟନ୍ତ ନାଇଟ୍‌ କର୍ଫ୍ୟୁ ଜାରି ହେବ। ରବିବାର ସିନେମା, ମଲ୍ଟିପ୍ଲେକ୍ସ, ରେଷ୍ଟୁରାଣ୍ଟ, ମଲ୍‌ ଇତ୍ୟାଦି ସମ୍ପୂର୍ଣ୍ଣ ବନ୍ଦ ରହିବ। ସର୍ବାଧିକ ସଂକ୍ରମିତ ଜିଲାଗୁଡ଼ିକ ହେଲେ ଲୁଧିଆନା, ଜଳନ୍ଧର, ପଟିଆଲା, ମୋହାଲି, ଅମୃତସର, ହୋସିଆରପୁର, କପୁରତାଲା, ଏସ୍‌ବିଏସ୍‌ ନଗର, ଫତେଗଡ଼ ସାହିବ, ରୋପାର ଏବଂ ମୋଗା।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?