Posted inଜାତୀୟ

‘ପାକ୍‌ ସହ ଆଲୋଚନା କରୁ କେନ୍ଦ୍ର’

ନୂଆଦିଲ୍ଲୀ/ଶ୍ରୀନଗର,୨୩ା୬: ଯୁଦ୍ଧ ପ୍ରଭାବିତ ଆଫଗାନିସ୍ତାନକୁ ଶାନ୍ତି ଫେରାଇ ଆଣିବା ପାଇଁ ଯଦି ଭାରତୀୟ ଅଧିକାରୀମାନେ ଦୋହା ଯାଇ ତାଲିବାନ ଆତଙ୍କବାଦୀଙ୍କ ସହ ଆଲୋଚନା କରିପାରୁଛନ୍ତି ତେବେ କଶ୍ମୀରରେ ଶାନ୍ତି ପ୍ରତିଷ୍ଠା ଲାଗି ପାକିସ୍ତାନ ସହ କଥା ହେଲେ ଅସୁବିଧା କ’ଣ? ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ଡାକିଥିବା ସର୍ବଦଳୀୟ ବୈଠକ ପୂର୍ବରୁ ଏଭଳି ପ୍ରଶ୍ନ କରିଛନ୍ତି ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପିପୁଲ୍ଡ ଡେମୋକ୍ରାଟିକ୍‌ ପାର୍ଟି (ପିଡିପି) ଅଧ୍ୟକ୍ଷା ମେହବୁବା ମୁଫ୍‌ତି। ପ୍ରଧାନମନ୍ତ୍ରୀ ମୋଦି ଆସନ୍ତା ୨୪ ତାରିଖରେ ଜମ୍ମୁ-କଶ୍ମୀରର ୧୪ ନେତାଙ୍କୁ ଆମନ୍ତ୍ରଣ କରିଛନ୍ତି। ମଙ୍ଗଳବାର ଫାରୁକ୍‌ଙ୍କ ଶ୍ରୀନଗରସ୍ଥିତ ଗୁପ୍‌କାର ରୋଡ୍‌ ବାସଭବନରେ ଅନୁଷ୍ଠିତ ବୈଠକରେ ଗୁପ୍‌କାର ମେଣ୍ଟର ନେତାମାନେ କେନ୍ଦ୍ରର ଆମନ୍ତ୍ରଣକୁ ଗ୍ରହଣ କରିଛନ୍ତି। ଉକ୍ତ ବୈଠକରେ ପିପୁଲ୍ସ ଆଲାଏନ୍ସ ଫର୍‌ ଗୁପ୍‌କାର ଡିକ୍ଲାରେଶନ(ପିଏଜିଡି) ସାମିଲ ହେବ ବୋଲି ଏହାର ଅଧ୍ୟକ୍ଷ ଫାରୁକ୍‌ ଅବ୍‌ଦୁଲ୍ଲା ମଙ୍ଗଳବାର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ସର୍ବଦଳୀୟ ବୈଠକରେ କେଉଁ ବିଷୟରେ ଆଲୋଚନା ହେବ ତାହା ସ୍ପଷ୍ଟ ହୋଇ ନ ଥିଲେ ବି କଶ୍ମୀରକୁ ସ୍ବାୟତ୍ତତା ଫେରାଇବା ଉପରେ ମେଣ୍ଟ ଜୋର୍‌ ଦେବ ବୋଲି କୁହାଯାଇଛି। ଫାରୁକ୍‌ କହିଛନ୍ତି, କେନ୍ଦ୍ରଶାସିତ ଅଞ୍ଚଳ ଜମ୍ମୁ-କଶ୍ମୀରର ଭବିଷ୍ୟତ କାର୍ଯ୍ୟପନ୍ଥା ନେଇ ବୈଠକରେ ଆଲୋଚନା ହୋଇଛି। ପ୍ରଧାନମନ୍ତ୍ରୀ ଓ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ୍‌ ଶାହାଙ୍କ ସହ ଆଲୋଚନା ବେଳେ କଶ୍ମୀରର ପକ୍ଷ ରଖାଯିବ। ୨୦୧୯ ଅଗଷ୍ଟ ୫ରେ କେନ୍ଦ୍ର ସରକାର କଶ୍ମୀରକୁ ସ୍ବତନ୍ତ୍ର ମାନ୍ୟତା ପ୍ରଦାନକାରୀ ସମ୍ବିଧାନର ଅନୁଚ୍ଛେଦ ୩୭୦ ହଟାଇବା ପରେ ଏହା ହେବ ଏହି ଧରଣର ପ୍ରଥମ ବୈଠକ। ତେଣୁ ଉକ୍ତ ବୈଠକରେ ଗୁପ୍‌କାର ମେଣ୍ଟର ୬ ଦଳ କଶ୍ମୀରକୁ ସ୍ବାୟତ୍ତତା ଫେରାଇବା ନେଇ ଦାବି କରିବେ ବୋଲି ଜଣାପଡ଼ିଛି। ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା କହିଛନ୍ତି, କଶ୍ମୀର ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ମୋଦି ପାକିସ୍ତାନ ସହ ମଧ୍ୟ ଆଲୋଚନା କରିବା ଉଚିତ। ସେମାନେ ଯଦି ତାଲିବାନ ସହ ଆଲୋଚନା କରିବାକୁ ଦୋହାକୁ ଯାଇପାରୁଛନ୍ତି, ସହମତି ପାଇଁ ପାକିସ୍ତାନ ସହ ଆଲୋଚନା କରିବାରେ କିଛି ଅସୁବିଧା ନାହିଁ। ବେଆଇନ ଓ ଅସାମ୍ବିଧାନିକ ଭାବେ ଛଡ଼ାଇ ନିଆଯାଇଥିବା ସ୍ବତନ୍ତ୍ର ରାଜ୍ୟ ପାହ୍ୟା ଜମ୍ମୁ-କଶ୍ମୀରକୁ ନ ଫେରାଇବା ଯାଏ ଉପତ୍ୟକାରେ ଶାନ୍ତି ଫେରିବ ନାହିଁ। ମୋଦି ଡାକିଥିବା ବୈଠକରେ କଶ୍ମୀରକୁ ରାଜ୍ୟ ମାନ୍ୟତା ଫେରାଇଦେବା ନେଇ ଆମେ ଦାବି ରଖିବୁ ବୋଲି ମେହବୁବା କହିଛନ୍ତି। ସେପଟେ ନୂଆଦିଲ୍ଲୀରେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଛି। ଉକ୍ତ ବୈଠକରେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ ସମେତ ଦଳର ବରିଷ୍ଠ ନେତା ପି. ଚିଦାମ୍ବରମ୍‌, ଗୁଲାମନବୀ ଆଜାଦ, ରଜନୀ ପାଟିଲ, ଜି.ଏ. ମୀର ଓ ତାରିକ୍‌ ହମିଦ୍‌ କରା ଯୋଗଦେଇଥିଲେ। ପ୍ରଧାନମନ୍ତ୍ରୀଙ୍କ ବୈଠକରେ କଂଗ୍ରେସ ସାମିଲ ହେବ ବୋଲି ନିଷ୍ପତ୍ତି ହୋଇଥିବା ଉକ୍ତ ବୈଠକ ପରେ ଦଳର ଜମ୍ମୁ-କଶ୍ମୀର ଶାଖା ମୁଖପାତ୍ର ରବୀନ୍ଦର ଶର୍ମା ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କୁଟ୍ରିଛାପର ପଞ୍ଚାୟତରେ ବିକାଶମୂଳକ କାର୍ଯ୍ୟର ଶୁଭାରମ୍ଭ କଲେ ବିଧାୟକ, କହିଲେ ଆହୁରି…

ଝରିଗାଁ,୨୨ା୮(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ଅନ୍ତର୍ଗତ କୁଟ୍ରିଛାପର ପଞ୍ଚାୟତରେ ୬୪ ଲକ୍ଷ ଟଙ୍କା ବ୍ୟୟରେ ବିଭିନ୍ନ ବିକାଶମୂଳକ କାର୍ଯ୍ୟର ଶୁଭାରମ୍ଭ କରାଯାଇଛି। ବିକଶିତ…

ଚାଉଳ ବୋଝେଇ ଟ୍ରକ ପଛରେ ପିଟି ହେଲା ବାଇକ୍‌, ଆଉ ତା’ପରେ…

ଡୁଙ୍ଗୁରିପାଲି,୨୨।୮(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ସ୍ଥିତ ୨୬ ନମ୍ବର ଜାତୀୟ ରାଜପଥ ଏଫ୍‌ସିଆଇ ଛକ ନିକଟରେ ଛିଡା ହୋଇଥିବା ଏକ ଚାଉଳ ବୋଝେଇ ଟ୍ରକର ପଛରେ…

ଚାଷୀ ପଞ୍ଜୀକରଣ କେନ୍ଦ୍ରରେ ଅଧିକାରୀଙ୍କୁ ତାଲା ପକାଇଲେ ଚାଷୀ

ଝାରବନ୍ଧ,୨୨ା୮(ଦେବେନ୍ଦ୍ର ସାହୁ): ବରଗଡ଼ ଜିଲା ଝାରବନ୍ଧ ବ୍ଲକ ଡଭା ପ୍ୟାକ୍ସ ଅନ୍ତର୍ଗତ ବିଳାସପୁର ଧାନ ପଞ୍ଜୀକରଣ କେନ୍ଦ୍ରରେ ତାଲା ପକାଇ ଦେଇଛନ୍ତି ଚାଷୀ। ଚାଷୀଙ୍କ ଦାବି ଅନୁସାରେ…

୨ ଜଣଙ୍କୁ ଧକ୍କାଦେଲା କାର୍‌, ଗୋଡ଼ାଇ ଗୋଡ଼ାଇ ଧରି ପୋଲିସକୁ ଜିମାଦେଲେ ଲୋକେ

ଦାରିଙ୍ଗବାଡ଼ି,୨୨ା୮(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବିଦ୍ୟୁତ୍‌ କାର୍ଯ୍ୟାଳୟ ନିକଟରେ ଘଟିଯାଇଛି ଅଭାବନୀୟ ଘଟଣା। ଜଣେ କାର୍‌ ଚାଳକ ନିଶାସକ୍ତ ଅବସ୍ଥାରେ ୨ ଜଣଙ୍କୁ ଧକ୍କା ଦେବା…

ଲକ୍ଷାଧିକ ଟଙ୍କାର ବ୍ରାଉନସୁଗାର ସହ ଗଞ୍ଜେଇ ଜବତ, କିଙ୍ଗ୍‌ପିନ୍‌ଙ୍କୁ ଗିରଫ କରି ପୋଲିସ…

ବାଲିଗୁଡ଼ା,୨୨ା୮(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ପୋଲିସ ପକ୍ଷରୁ ଚାଲିଛି ନିଶାମୁକ୍ତ ସମଗ୍ର କନ୍ଧମାଳ। ଏହି ପରିପ୍ରେକ୍ଷୀରେ ବାଲିଗୁଡ଼ା ପୋଲିସକୁ ମିଳିଛି ଏକ ବଡ଼ ସଫଳତା। ବ୍ରାଉନ ସୁଗାର…

ସ୍ବାମୀଙ୍କ ସହ ବାଇକ୍‌ରେ ଯିବାବେଳେ ଓଢ଼ଣୀ ନେଲା ସ୍ତ୍ରୀଙ୍କ ଜୀବନ

ଝରିଗାଁ,୨୨ା୮(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକରେ ଏକ ଦୁଃଖଦ ଘଟଣା ଘଟିଛି। ବାଇକ୍‌ ଚକାରେ ଓଢ଼ଣୀ ଫସିଯିବା ଯୋଗୁ ତଳେ ପଡ଼ି ଜଣେ ମହିଳାଙ୍କ…

ହାଫିଜ ସୟିଦଙ୍କୁ ସମନ ଜାରି କରିବ NIA

ଜମ୍ମୁ-କଶ୍ମୀର,୨୨।୮: ୨୦୨୫ ପହଲଗାମ ଆକ୍ରମଣ ଘଟଣାରେ ଜାତୀୟ ତଦନ୍ତକାରୀ ସଂସ୍ଥା(NIA) ପକ୍ଷରୁ ପାକିସ୍ତାନୀ ଆତଙ୍କବାଦୀ ହାଫିଜ ସୟିଦଙ୍କୁ ସମନ ଜାରି କରାଯିବ। ବୈଦେଶିକ ମନ୍ତ୍ରଣାଳୟ ଜରିଆରେ ପାକିସ୍ତାନକୁ…

ବ୍ରହ୍ମପୁରରେ ଚାଞ୍ଚଲ୍ୟ, ରେଳଧାରଣରୁ ମିଳିଲା ୨ ମୃତଦେହ

ବ୍ରହ୍ମପୁର,୨୧।୮( ସୁବାସ ଚନ୍ଦ୍ର ପାଢ଼ୀ ): ଜିଆର୍‌ପି ପୋଲିସ ଗୋଶାଣିନୂଆଗାଁ ବ୍ରିଜ ତଳ ଦେଇ ଯାଇଥିବା ରେଳଧାରଣ ନିକଟରୁ ଶନିବାର ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri