ଭାକ୍ସିନ ମିଶ୍ରଣକୁ କେନ୍ଦ୍ରର ନା

ନୂଆଦିଲ୍ଲୀ,୨ା୬: କୋଭିଡ୍‌-୧୯ ନିରାକରଣ ପାଇଁ ଦୁଇ ପ୍ରକାର ଭାକ୍ସିନର ମିଶ୍ରଣକୁ ନେଇ ନାନା ମତ ପ୍ରକାଶ ପାଉଥିବାବେଳେ ମଙ୍ଗଳବାର କେନ୍ଦ୍ର ସରକାର ଏପରି ନ କରିବାକୁ ପରାମର୍ଶ ଦେଇଛନ୍ତି। ଅଧିକ ଅପ୍‌ଡେଟ୍‌ ନ ଆସିବା ପର୍ଯ୍ୟନ୍ତ ଭାକ୍ସିନଗୁଡ଼ିକୁ ମିଶାଇବା ଏକ ପ୍ରୋଟୋକଲ ନୁହେଁ। କୋଭିଶିଲ୍ଡ ଓ କୋଭାକ୍ସିନ ଟିକାର ଦୁଇ ଡୋଜ୍‌ ସମୟ ସୀମାରେ କିଛି ପରିବର୍ତ୍ତନ କରାଯାଇ ନାହିଁ ବୋଲି କେନ୍ଦ୍ର କହିଛି।
ଦେଶର କରୋନା ସ୍ଥିତିକୁ ନେଇ ମଙ୍ଗଳବାର ନୀତି ଆୟୋଗ ସଦସ୍ୟ ଡ. ଭି.କେ. ପଲ୍‌ ଏକ ଖବରଦାତା ସମ୍ମିଳନୀରେ କହିଛନ୍ତି, ଟିକାକରଣ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଜ୍ୟୁର (ଏସ୍‌ଓପି) ଅନୁସାରେ ହିଁ କରାଯିବା ଆବଶ୍ୟକ। ଜଣେ ବ୍ୟକ୍ତିଙ୍କୁ ଦୁଇ ପ୍ରକାର ଟିକା ଦେବା ପ୍ରୋଟୋକଲ ନୁହେଁ। ଦୁଇ ପ୍ରକାର ଟିକା ମିଶାଇ ଦିଆଗଲେ ସକାରାମତ୍କ ପ୍ରଭାବ ପଡ଼ିପାରେ। ତେବେ ଏହାର ନକାରାମତ୍କ ପ୍ରତିକ୍ରିୟାକୁ ମଧ୍ୟ ଏଡ଼ାଇ ଦିଆଯାଇ ନ ପାରେ। କାରଣ ଅନ୍ତର୍ଜାତୀୟ ସ୍ତରରେ ଏନେଇ ବୈଜ୍ଞାନିକମାନେ ଗବେଷଣା ଜାରି ରଖିଛନ୍ତି। ଏହା ଏକ ଅମୀମାଂସିତ ବୈଜ୍ଞାନିକ ପ୍ରଶ୍ନ। ବିଜ୍ଞାନ ଏହାର ସମାଧାନ ବାହାର କରିବ।
ଅନ୍ୟପକ୍ଷରେ ଆସନ୍ତା ଜୁଲାଇ ଶେଷ କିମ୍ବା ଅଗଷ୍ଟ ମାସ ଆରମ୍ଭ ବେଳକୁ ଦିନକୁ ୧ କୋଟି ଲୋକଙ୍କୁ କୋଭିଡ୍‌ ଟିକା ଦିଆଯିବ ବୋଲି ମଙ୍ଗଳବାର କେନ୍ଦ୍ର ସରକାରଙ୍କ ପକ୍ଷରୁ ସ୍ପଷ୍ଟ କରାଯାଇଛି। ଇଣ୍ଡିଆନ୍‌ କାଉନ୍‌ସିଲ୍‌ ଅଫ୍‌ ମେଡିକାଲ୍‌ ରିସର୍ଚ୍ଚ (ଆଇସିଏମ୍‌ଆର୍‌) ଅଧ୍ୟକ୍ଷ ଡ. ବଳରାମ ଭାର୍ଗବ କହିଛନ୍ତି, ନମୁନା ଟେଷ୍ଟିଂର ପରିମାଣ ବୃଦ୍ଧି ଏବଂ କଟକଣା ଯୋଗୁ କରୋନାର ଦ୍ୱିତୀୟ ଲହରକୁ କିଛି ପରିମାଣରେ ରୋକାଯାଇ ପାରିଛି। କିନ୍ତୁ ଏପରି ପଦକ୍ଷେପ ଏକ ନିରନ୍ତର ସମାଧାନ ନୁହେଁ ବୋଲି ସେ ଚେତାଇ ଦେଇଛନ୍ତି। ଭାର୍ଗବ ମଙ୍ଗଳବାର ଏକ ଖବରଦାତା ସମ୍ମିଳନୀରେ କହିଛନ୍ତି, ଚଳିତ ବର୍ଷରେ ଦେଶର ପ୍ରାୟ ୧୦୮ କୋଟି ଲୋକଙ୍କୁ ଟିକା ଦେବା ପାଇଁ ଲକ୍ଷ୍ୟ ରଖାଯାଇଛି। ଏହାକୁ ଦୃଷ୍ଟିରେ ରଖି ଜୁଲାଇ ମଧ୍ୟଭାଗ କିମ୍ବା ଅଗଷ୍ଟ ପହିଲା ଆଡ଼କୁ ଦୈନିକ କୋଟିଏ ଡୋଜ୍‌ ଟିକା ଉପଲବ୍ଧ ହେବ। ବର୍ତ୍ତମାନ ଭାକ୍ସିନ ପ୍ରସ୍ତୁତ କରୁଥିବା କମ୍ପାନୀଗୁଡ଼ିକ ନିଜ ଉତ୍ପାଦନ କ୍ଷମତା ବଢ଼ାଇବା ଆବଶ୍ୟକ। ଏପରି କରାଗଲେ ଭବିଷ୍ୟତରେ ଟିକା ଅଭାବ ରହିବ ନାହିଁ। ବର୍ତ୍ତମାନ ଟିକା ଅଭାବ ପରିଲକ୍ଷିତ ହେଉଥିଲେ ମଧ୍ୟ ଭାକ୍ସିନ ନିଅଣ୍ଟ ହେଉନାହିଁ। ଲୋକଙ୍କୁ ଜୁଳାଇ ମଧ୍ୟଭାଗ କିମ୍ବା ଅଗଷ୍ଟ ଆରମ୍ଭ ପର୍ଯ୍ୟନ୍ତ ଧୈର୍ଯ୍ୟ ଧରିବାକୁ ପଡ଼ିବ। ସେତେବେଳେ ଆମ ପାଖରେ ପର୍ଯ୍ୟାପ୍ତ ଟିକା ଉପଲବ୍ଧ ହେବ, ଯାହାର ପରିମାଣ ଦୈନିକ କୋଟିଏ ଡୋଜ୍‌ ହେବ। ଡିସେମ୍ବର ସୁଦ୍ଧା ସାରା ଦେଶରେ ଟିକାକରଣ ହୋଇଯାଇଥିବା ନେଇ ଆମେ ଆଶା କରୁଛୁ ବୋଲି ଭାର୍ଗବ କହିଛନ୍ତି।
ଜିଲାଗୁଡ଼ିକୁ ଖୋଲିବା ଲାଗି ଥିବା ନିୟମ ସମ୍ପର୍କର କେନ୍ଦ୍ର କହିଛି ଯେ, କୋଭିଡ୍‌ ପଜିଟିଭ୍‌ ହାର ସପ୍ତାହେ ଧରି ୫% ତଳକୁ ରହିବା ଉଚିତ। ୭୦%ରୁ ଅଧିକ ଦୁର୍ବଳ ଶ୍ରେଣୀର ବ୍ୟକ୍ତିଙ୍କୁ ଟିକା ଦିଆଯିବା ଉଚିତ। କୋଭିଡ୍‌ର ଉପଯୁକ୍ତ ବ୍ୟବହାର କାର୍ଯ୍ୟକାରୀ କରାଇବା ଲାଗି ଗୋଷ୍ଠୀଗତ ଉଦ୍ୟମ ହେବା ଜରୁରୀ। ପ୍ରକାଶ ଯେ, ଦେଶର ୩୩୪ ଜିଲାରେ ପଜିଟିଭ୍‌ ହାର ୫%ରୁ କମ୍‌ ରହିଛି। ଗତ ସପ୍ତାହରୁ ୩୦ ରାଜ୍ୟରେ ସକ୍ରିୟ ମାମଲା କମ୍‌ ରହୁଥିବା ଜଣାପଡ଼ିଛି। ସେହିପରି ମେ’ ୭ରେ କୋଭିଡ୍‌-୧୯ର ଦ୍ୱିତୀୟ ଲହର ଶୀର୍ଷକୁ ଛୁଇଁଥିବା ରେକର୍ଡ କରାଯାଇଥିବାବେଳେ ବର୍ତ୍ତମାନ ଏଥିରେ ପ୍ରାୟ ୬୯% ହ୍ରାସ ଘଟିଥିବା ଜଣାପଡ଼ିଛି ବୋଲି କେନ୍ଦ୍ର ପକ୍ଷରୁ କୁହାଯାଇଛି।

୨୩ କୋଟି ଡୋଜ୍‌ ଦିଆସରିଲାଣି
ଭାକ୍ସିନ ଯୋଗାଣକୁ ନେଇ କେନ୍ଦ୍ର ସହ ଅନେକ ରାଜ୍ୟ ମୁହଁ।ମୁହିଁ ଅବସ୍ଥାରେ ରହିଛନ୍ତି। ରାଜ୍ୟଗୁଡ଼ିକ ପାଖରେ ପର୍ଯ୍ୟାପ୍ତ ଟିକା ନ ଥିବାରୁ ଅନେକ ସ୍ଥାନରେ ଟିକାକରଣ କେନ୍ଦ୍ର ବନ୍ଦ ହୋଇଯାଇଛି। ବିଶେଷକରି ୧୮ରୁ ୪୪ ବର୍ଷୀୟଙ୍କୁ ଦେବା ପାଇଁ ଉଦ୍ଦିଷ୍ଟ ଟିକା ପ୍ରାୟ ସବୁଠି ଅଭାବ ରହୁଛି। ଦିଲ୍ଲୀ ଓ ତାମିଲନାଡୁ ଭଳି କେତେକ ରାଜ୍ୟକୁ ଟିକାକରଣ ବନ୍ଦ କରିବାକୁ ପଡ଼ିଥିବାବେଳେ ଭାଜପା ଶାସିତ ଉତ୍ତରପ୍ରଦେଶ ବିଦେଶରୁ ଭାକ୍ସିନ ଆମଦାନୀ କରିବା ପାଇଁ ଗ୍ଲୋବଲ ଟେଣ୍ଡର ଆହ୍ବାନ କରିଛି। ଅନ୍ୟପକ୍ଷରେ ରାଜ୍ୟଗୁଡ଼ିକ ନିକଟରେ ପର୍ଯ୍ୟାପ୍ତ ଟିକା ମହଜୁଦ ଥିବା କେନ୍ଦ୍ର ସରକାର କହୁଛନ୍ତି। ମଙ୍ଗଳବାର ସୁଦ୍ଧା ଦେଶରେ ୨୩ କୋଟି ଡୋଜ୍‌ ଟିକା ଯୋଗାଇ ଦିଆଯାଇଛି। ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକ ପାଖରେ ବର୍ତ୍ତମାନ ୧.୫୭ କୋଟି ଡୋଜ୍‌ ଟିକା ମହଜୁଦ ରହିଛି। ପ୍ରକାଶ ଯେ, ସୁପ୍ରିମକୋର୍ଟଙ୍କୁ ସୋମବାର କେନ୍ଦ୍ର ସରକାରଙ୍କ ପକ୍ଷରୁ ମଧ୍ୟ ଏହି ପ୍ରତିଶ୍ରୁତି ଦିଆଯାଇଛି। ଦେଶରେ ବର୍ତ୍ତମାନ ଦୈନିକ ୨୮.୩୩ ଲକ୍ଷ ହିସାବରେ ମାସକୁ ୮.୫ କୋଟି ଡୋଜ୍‌ ଟିକା ଉତ୍ପାଦନ ହେଉଥିବା ନେଇ ଗତ ସପ୍ତାହରେ କେରଳ ହାଇକୋର୍ଟଙ୍କୁ କେନ୍ଦ୍ର ସରକାର ଅବଗତ କରାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପୁଷ୍ଟିହୀନ ଶିଶୁଙ୍କ ସନ୍ଧାନରେ ଯିବେ ୬୦୦୦ ଏନଏସଏସ ଛାତ୍ରୀ: ଦୁଇଜଣିଆ ଟିମ କରିବେ ସର୍ଭେ

ଭଞ୍ଜନଗର,୩୧।୮(ବାବୁଲା ପ୍ରଧାନ): ସୁପୋଷିତ ଓଡ଼ିଶା ମିଶନ ଅଧୀନରେ ପୁଷ୍ଟିହୀନ ଶିଶୁଙ୍କ ସର୍ଭେ କାର୍ଯ୍ୟରେ ସାମିଲ ହେବାକୁ ଥିବା ଜାତୀୟ ସେବା ଯୋଜନା (ଏନଏସଏସ) ସ୍ବେଚ୍ଛାସେବୀଙ୍କୁ ନେଇ ସୋମବାର…

ବୈଭବଙ୍କ ବୋଲିଂ ଆକ୍ସନ ଦେଖି ଯୁବରାଜଙ୍କ ମଜାଦାର କମେଣ୍ଟ, କହିଲେ ଏମିତି…ପଡିଗଲା ଚହଳ

ନୂଆଦିଲ୍ଲୀ, ୩୧।୮: ଭାରତୀୟ କ୍ରିକେଟର ଯୁବ ତାରକା ବୈଭବ ସୂର୍ଯ୍ୟବଂଶୀ ଏବେ ୨୦୨୬ ଦୁଲୀପ ଟ୍ରଫିରେ ନିଜ ପ୍ରତିଭାର ଝଲକ ଦେଖାଉଛନ୍ତି। ମାତ୍ର ୧୫ ବର୍ଷ ବୟସର…

ରାତିରେ ହେଲା ସ୍ବାମୀ-ସ୍ତ୍ରୀ ପାଟିତୁଣ୍ଡ: ସକାଳୁ ମିଳିଲା…

ଲାଞ୍ଜିଗଡ, ୩୧।୮(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଲାଞ୍ଜିଗଡ ଥାନା ଅନ୍ତର୍ଗତ ଭାଟଗୁଡ଼ା ଗ୍ରାମରେ ଏକ ଘରୁ ମହିଳାଙ୍କ ମୃତଦେହ ଉଦ୍ଧାର କରାଯାଇଥିବାବେଳେ ମୃତ୍ୟୁର…

ଝିଆରୀଙ୍କୁ ଲିଫ୍ଟ ଦେଇ ବଳାତ୍କାର ଉଦ୍ୟମ କଲେ ଦାଦା: ବାନ୍ଧିଲା ପୋଲିସ

ପାଟଣା,୩୧।୮(ବୀର କିଶୋର ଦାଶ): ଯୁକ୍ତ୨ ପଢୁଥିବା ଜଣେ ୧୬ ବର୍ଷୀୟା ନାବାଳିକାଙ୍କୁ ସମ୍ପର୍କୀୟ ଦାଦା ବଳାତ୍କାର ଉଦ୍ୟମ କରିଥିବା ଅଭିଯୋଗ ହୋଇଛି। ସୋମବାର ପାଟଣା ପୋଲିସ ଦାଦାଙ୍କୁ…

ପୁଟିନ- ମୋଦିଙ୍କ ମଧ୍ୟରେ ବୈଠକ: ଆଲୋଚନା ଭିତରେ ଆସିଲା ବଡ଼ ଖବର

ନୂଆଦିଲ୍ଲୀ, ୩୧।୮: ଦୁଇ ଦିନିଆ କିର୍ଗିଜସ୍ତାନ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଶକେକ୍‌ରେ ପହଞ୍ଚିବା ପରେ ସୋମବାର ସାଂଘାଇ ସହଯୋଗ ସଂଗଠନ (SCO) ବୈଠକରେ ଯୋଗଦେଇଛନ୍ତି।…

ଭଞ୍ଜନଗର ସହରର ବିକାଶ ଉପରେ ଗୁରୁତ୍ୱ: ବିଧାୟକ କହିଲେ, ମିଳିତ ପ୍ରୟାସ ଆବଶ୍ୟକ

ଭଞ୍ଜନଗର,୩୧।୮(ବାବୁଲା ପ୍ରଧାନ): ଭଞ୍ଜନଗର ମ୍ୟୁନିସିପାଲିଟି ପକ୍ଷରୁ ସୋମବାର ସ୍ବାୟତ୍ତ ଶାସନ ଦିବସ ଉତ୍ସାହ ଓ ଉଦ୍ଦୀପନାର ସହ ପାଳିତ ହୋଇଛି। ଏହି ଅବସରରେ ମ୍ୟୁନିସିପାଲିଟି କାର୍ଯ୍ୟାଳୟ ପରିସରରେ…

ପ୍ରକାଶ ପାଇଲା ଚିଠା ଭୋଟର ତାଲିକା: ଦିଲ୍ଲୀରେ ବାଦ୍‌ ପଡିଛନ୍ତି ୪୭ ଲକ୍ଷରୁ ଊର୍ଦ୍ଧ୍ୱ ଭୋଟର

ନୂଆଦିଲ୍ଲୀ,୩୧ା୮: ଦିଲ୍ଲୀରେ ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ (ଏସ୍‌ଆଇଆର୍‌) ଚାଲିଥିବାବେଳେ ଚିଠା ଭୋଟର ତାଲିକା ପ୍ରକାଶ ପାଇଛି। ଏହି ତାଲିକାରେ ଦିଲ୍ଲୀର ମୋଟ ୧.୪୫ କୋଟି…

ମହଙ୍ଗା ମଧ୍ୟରେ ବଡ଼ ଆଶ୍ୱସ୍ତି: କମିଲା ଚିନି ଦର, ଜାଣନ୍ତୁ କେତେ…

ନୂଆଦିଲ୍ଲୀ, ୩୧।୮: ବଢ଼ୁଥିବା ମହଙ୍ଗା ମଧ୍ୟରେ ଚିନି ଦରକୁ ନେଇ ଚିନ୍ତିତ ଥିବା ଲୋକଙ୍କ ପାଇଁ ଆସିଛି ଆଶ୍ୱସ୍ତିର ଖବର। ମିଲ୍‌ରୁ ବାହାରୁଥିବା ଚିନିର ଦାମ ଅର୍ଥାତ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri