Posted inଜାତୀୟ

ଅନ୍‌ଲାଇନରେ ଅଶ୍ଳୀଳ କଣ୍ଟେଣ୍ଟ ରୋକିବାକୁ କେନ୍ଦ୍ରକୁ ନିର୍ଦ୍ଦେଶ

ନୂଆଦିଲ୍ଲୀ,୧୯ା୨:ୟୁଟ୍ୟୁବ୍‌ ଏବଂ ଅନ୍ୟାନ୍ୟ ସୋସିଆଲ୍‌ ମିଡିଆ ପ୍ଲାଟ୍‌ଫର୍ମଗୁଡ଼ିକରେ ‘ଅଶ୍ଳୀଳ କଣ୍ଟେଣ୍ଟ’ ପୋଷ୍ଟ ହେଉଥିବାରୁ ସେଗୁଡ଼ିକୁ ନିୟନ୍ତ୍ରଣ କରିବା ପାଇଁ କେନ୍ଦ୍ର ସରକାର ବିଚାର କରନ୍ତୁ ବୋଲି ସୁପ୍ରିମକୋର୍ଟ ମଙ୍ଗଳବାର ଆହ୍ବାନ ଦେଇଛନ୍ତି। କେତେକ ଚ୍ୟାନେଲ୍‌ ଏହି ପ୍ଲାଟ୍‌ଫର୍ମଗୁଡ଼ିକର ଦୁରୁପଯୋଗ କରୁଥିବାରୁ ସର୍ବୋଚ୍ଚ ଅଦାଲତ ଉଦ୍‌ବେଗ ପ୍ରକାଶ କରିଛନ୍ତି। ଇଣ୍ଡିଆସ୍‌ ଗଟ୍‌ ଲାଟେଣ୍ଟ ଶୋ’ରେ ଅତିଥି ଭାବେ ଯୋଗଦେଇଥିବା ୟୁଟ୍ୟୁବର ତଥା ପଡ୍‌କାଷ୍ଟର ରଣବୀର ଆଲ୍ଲାହାବାଦିଆଙ୍କ ମନ୍ତବ୍ୟକୁ ନେଇ ବିବାଦ ସୃଷ୍ଟି ହୋଇଥିବାବେଳେ ସୁପ୍ରିମକୋର୍ଟ ଉପରୋକ୍ତ ମନ୍ତବ୍ୟ ଦେଇଛନ୍ତି।
ୟୁଟ୍ୟୁବ୍‌ରେ ଅଶ୍ଳୀଳ ମନ୍ତବ୍ୟ ସମ୍ପର୍କରେ ଅଦାଲତ କେନ୍ଦ୍ର ସରକାରଙ୍କୁ ଜବାବ ମାଗିଛନ୍ତି। ସୋସିଆଲ୍‌ ମିଡିଆରେ ବିବାଦୀୟ କଣ୍ଟେଣ୍ଟ ରୋକିବା ଦିଗରେ ସରକାର କିଛି କଲେ ଆମେ ଖୁସି ହେବୁ। ସରକାର ଆଇନ ନ ଆଣିଲେ, ତଥାକଥିତ ୟୁଟ୍ୟୁବ୍‌ ଚ୍ୟାନେଲ୍‌ ଏବଂ ୟୁଟ୍ୟୁବରମାନଙ୍କ ଦ୍ୱାରା ହେଉଥିବା ଦୁରୁପଯୋଗକୁ ଆମେ ଫାଙ୍କା ଛାଡ଼ିବାକୁ ଦେବୁନାହୁଁ ବୋଲି ଜଷ୍ଟିସ୍‌ ସୂର୍ଯ୍ୟକାନ୍ତ ଏବଂ ଏନ୍‌. କୋଟିଶ୍ୱର ସିଂଙ୍କ ଖଣ୍ଡପୀଠ କହିଛନ୍ତି। ଏଥିସହିତ ଖଣ୍ଡପୀଠ ଉକ୍ତ ମାମଲାରେ ଅତିରିକ୍ତ ସଲିସିଟର ଜେନେରାଲ ଐଶ୍ୱର୍ଯ୍ୟା ଭଟିଙ୍କ ସହଯୋଗ ଲୋଡ଼ିଛନ୍ତି।
ବିଅରବିସେପ୍ସ ଭାବେ ଲୋକପ୍ରିୟ ଆଲ୍ଲାହାବାଦିଆ ସମୟ ରାଇନାଙ୍କ ଦ୍ୱାରା ଆୟୋଜିତ ଶୋ’ରେ ଯୋଗଦେଇ ମାତାପିତା ଓ ଯୌନସମ୍ପର୍କ ଉପରେ ମନ୍ତବ୍ୟ ଦେଇଥିଲେ। ଏହି ବିବାଦୀୟ ମନ୍ତବ୍ୟ ତାଙ୍କୁ ଅଡ଼ୁଆରେ ପକାଇଛି। ତାଙ୍କ ବିରୋଧରେ ଅନେକ ଏତଲା ଦାଏର ହୋଇଥିବାବେଳେ ସେଗୁଡ଼ିକୁ ଏକାଠି ଗୋଟିଏ ଅଦାଲତରେ ଶୁଣାଣି କରାଇବା ପାଇଁ ସେ ସୁପ୍ରିମକୋର୍ଟରେ ଆବେଦନ କରିବା ସହ ଗିରଫରୁ ଅନ୍ତରୀଣ ମୁକ୍ତି ପାଇଁ ନିବେଦନ କରିଥିଲେ। ସର୍ବୋଚ୍ଚ ଅଦାଲତ ତାଙ୍କୁ ଗିରଫଦାରିରୁ ସୁରକ୍ଷା ପ୍ରଦାନ କରିଛନ୍ତି। ଏଥିସହିତ ତଦନ୍ତରେ ସହାୟତା କରିବାକୁ ତାଙ୍କୁ କୁହାଯାଇଛି। ଏକ ଏପିସୋଡ୍‌କୁ ନେଇ ଜାତୀୟ ପୁରସ୍କାରପ୍ରାପ୍ତ ଆଲ୍ଲାହାବାଦିଆଙ୍କ ବିରୋଧରେ ଅତିରିକ୍ତ ଏତଲା ଦାଏର ହେବା ଉଚିତ ନୁହେଁ। ପୋଲିସ ନିକଟରେ ପାସ୍‌ପୋର୍ଟ ସମର୍ପଣ କରିବା ପାଇଁ ତାଙ୍କୁ ନିର୍ଦ୍ଦେଶ ଦିଆଯିବା ସହ ଅଦାଲତଙ୍କ ବିନା ଅନୁମତିରେ ଦେଶ ଛାଡ଼ି ନ ଯିବାକୁ କୁହାଯାଇଛି। ଏଥିସହିତ ଆଲ୍ଲାବାଦିଆ ଓ ତାଙ୍କ ଦଳକୁ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ଶୋ’ ପ୍ରସାରଣ ନ କରିବାକୁ କୁହାଯାଇଛି।
ଶୋ’ରେ ଆଲ୍ଲାହାବାଦିଆଙ୍କ ମନ୍ତବ୍ୟକୁ ନେଇ ଖଣ୍ଡପୀଠ ଉଦ୍‌ବେଗ ପ୍ରକାଶ କରିବା ସହ ଭର୍ତ୍ସନା କରିଛନ୍ତି। ଅଶ୍ଳୀଳତାର ସୀମା ସମ୍ପର୍କରେ ଖଣ୍ଡପୀଠ ଆଲ୍ଲାହାବାଦିଆଙ୍କ ଓକିଲଙ୍କୁ ପ୍ରଶ୍ନ କରିଥିଲେ। ବାକ୍‌ ସ୍ବାଧୀନତା ନାମରେ ସାମାଜିକ ନିୟମ ବିରୋଧରେ ଯାହାକିଛି କହିବା ପାଇଁ କାହାକୁ ଲାଇସେନ୍ସ ଦିଆଯାଇ ନାହିଁ। ନିଜର ଅପରିଷ୍କାର ମାନସିକତାରେ ଯାହା କିଛି କହିପାରିବ କି ବୋଲି ଜଷ୍ଟିସ୍‌ ସୂର୍ଯ୍ୟକାନ୍ତ ୟୁଟ୍ୟୁବରଙ୍କୁ ପ୍ରଶ୍ନ କରିଛନ୍ତି। ଆପଣ ଯେଉଁ ଶବ୍ଦ ବ୍ୟବହାର କରିଛନ୍ତି, ସେଥିରେ ମାଆବାପା ଓ ଭଉଣୀ ଲଜ୍ଜିତ ହେବେ। ସମଗ୍ର ସମାଜ ଲଜ୍ଜା ଅନୁଭବ କରିବ। ଏହା ବିକୃତ ମାନସିକତା। ନ୍ୟାୟିକ ବ୍ୟବସ୍ଥାରେ ଆଇନରେ ଶାସନ ମଧ୍ୟରେ ଚାଲିବାକୁ ବାଧ୍ୟ। ଏଥିପ୍ରତି ବିପଦ ଦେଖାଦେଲେ ଆଇନ ତା’ ବାଟରେ ଯିବ ବୋଲି ଖଣ୍ଡପୀଠ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅମିତ ଶାହାଙ୍କୁ ଭେଟିଲେ ଗୌତମ ଗମ୍ଭୀର: ଦେଲେ ଏହି ବିଶେଷ ଉପହାର, ଚାରିଆଡେ ଚର୍ଚ୍ଚା

ନୂଆଦିଲ୍ଲୀ,୨୧।୯: ଭାରତୀୟ କ୍ରିକେଟ ଦଳର ମୁଖ୍ୟ କୋଚ ଗୌତମ ଗମ୍ଭୀର ସୋମବାର କେନ୍ଦ୍ରୀୟ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କୁ ସାକ୍ଷାତ କରିଛନ୍ତି। ଏହି ସାକ୍ଷାତକାରର ଫଟୋ ଗମ୍ଭୀର…

ଭଞ୍ଜନଗର ଉପଖଣ୍ଡର ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ: ୪୫୮୬ ନୂଆ ଯୋଡ଼ିହେଲେ, ୩୬୩୪୨ ପଡ଼ିଲେ ବାଦ୍‌

ଭଞ୍ଜନଗର,୨୧।୯(ବାବୁଲା ପ୍ରଧାନ):ଦୀର୍ଘ ସାଢ଼େ ତିନି ମାସ ଧରି ଚାଲିଥିବା ସ୍ବତନ୍ତ୍ର ସଘନ -୨୦୨୬ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ଶେଷ ହେବା ପରେ ସୋମବାର ଚୂଡ଼ାନ୍ତ ଭୋଟର…

ଗଭୀର ଅବପାତର ରୂପ ନେଲା ଲଘୁଚାପ, ସମ୍ଭାବ୍ୟ ବାତ୍ୟା ମୁକାବିଲା ପ୍ରସ୍ତୁତି ଆରମ୍ଭ

ଗଞ୍ଜାମ,୨୧।୯(ବିଦ୍ୟାଧର ସାହୁ ): ଉତ୍ତର ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଗଭୀର ଅବପାତର ରୂପ ନେଇ ବଙ୍ଗୋପସାଗର ଆଡ଼କୁ ଗତି କରିବା ନେଇ ଭାରତୀୟ ପାଣିପାଗ…

ବାତ୍ୟାକୁ ନେଇ ବଡ଼ ଅପଡେଟ୍‌ ଦେଲେ ମୁଖ୍ୟ ଶାସନ ସଚିବ: ୧୧ ଜିଲା ହେବ ପ୍ରଭାବିତ

ଭୁବନେଶ୍ୱର,୨୧।୯: ଉତ୍ତର ଆଣ୍ଡାମାନ ସାଗର ଏବଂ ସଂଲଗ୍ନ ଅଞ୍ଚଳ ଉପରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ଘନୀଭୂତ ହୋଇ ସୋମବାର ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ଉପରେ ଅବପାତ ରୂପ…

ବର୍ଷା, ପବନରେ ଓଲଟିଲା ପୂଜା ମଣ୍ଡପ: ଚାପି ହୋଇଗଲା କାର୍‌, ବାଇକ୍‌

ପାରାଦୀପ,୨୧।୯(ଶରତ ରାଉତ): ପାରାଦୀପର ପ୍ରସିଦ୍ଧ ବିଶ୍ବକର୍ମା ପୂଜା ମହୋତ୍ସବ ସୋମବାର ପଞ୍ଚମ ଦିନରେ ପହଞ୍ଚିଛି। ହେଲେ ଲଘୁଚାପ ଜନିତ ବର୍ଷା, ପବନ ଯୋଗୁ ପାରାଦୀପ ପୋର୍ଟ ଆଣ୍ଡ…

୨୦ ମାସର ଶିଶୁଙ୍କୁ ଘରୁ ଘୋଷାଡ଼ି ନେଲା କୁକୁର: ଆଉ ତା’ପରେ ଘଟିଲା…

ଶିମ୍‌ଲା,୨୧।୯: ହିମାଚଳ ପ୍ରଦେଶର ରାଜଧାନୀ ଶିମ୍‌ଲାର ଶାଙ୍କଲୀ ଅଞ୍ଚଳରେ ଏକ ହୃଦୟ ବିଦାରକ ଘଟଣା ଘଟିଛି। ଏଠାରେ ଜଣେ ୨୦ ମାସର ଶିଶୁ କନ୍ୟା ଉପରେ ଦୁଇଟି…

ଶନିଙ୍କ ଚାଲିବ ଦିଗ ବଦଳ: ୨୦୨୭ରେ କାହା ଉପରେ ଚଢ଼ିବ ସାଢେସାତୀ? କେଉଁ ରାଶି ପାଇବେ ମୁକ୍ତି, ପଢନ୍ତୁ…

ଭୁବନେଶ୍ୱର: ଜ୍ୟୋତିଷ ଶାସ୍ତ୍ରରେ ଶନିଙ୍କ ସାଢେସାତୀକୁ ଏକ କଠିନ ସମୟ ଭାବେ ବିବେଚନା କରାଯାଏ। ଜ୍ୟୋତିଷୀୟ ମାନ୍ୟତା ଅନୁଯାୟୀ, ଏହି ସମୟରେ ବ୍ୟକ୍ତିଙ୍କୁ ସ୍ବାସ୍ଥ୍ୟ, ବ୍ୟବସାୟ, ଚାକିରି…

ଯୁବକଙ୍କୁ ମୃତ ଘୋଷଣା କଲେ ଡାକ୍ତର; ଜୀବନ ବଞ୍ଚାଇବାକୁ ମେଡିକାଲରେ ଝଡ଼ାଫୁଙ୍କା କଲେ ଗୁଣିଆ, ତାପରେ…!

ଆନନ୍ଦପୁର,୨୧।୯(ସୁଶାନ୍ତ କୁମାର ସାହୁ ): ପୁଣି ଥରେ ଅନ୍ଧବିଶ୍ୱାସର ମାୟାଜାଲରେ ସଭ୍ୟ ସମାଜ । ବିଜ୍ଞାନ ଏତେ ଆଗେଇ ଯାଇଥିଲେ ମଧ୍ୟ ଆଜି ବି ଲୋକଙ୍କ ମନରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?