ଓଡ଼ିଶାର ଆକ୍ସନ ପ୍ଲାନ୍‌କୁ କେନ୍ଦ୍ରର ମଞ୍ଜୁରୀ

ଓଡ଼ିଶା ପ୍ରଥମ ରାଜ୍ୟ ଭାବେ ୨୦୨୦ରୁ ୨୦୩୦ ପର୍ଯ୍ୟନ୍ତ ଏକ ୧୦ ବର୍ଷିଆ ରାଜ୍ୟ ଜଳବାୟୁ ପରିବର୍ତ୍ତନ ଆକ୍ସନ ପ୍ଲାନ୍‌ ପ୍ରସ୍ତୁତ କରିଛି। ଏହାକୁ କେନ୍ଦ୍ର ସରକାରଙ୍କ ଅନୁମୋଦନ ମିଳିଛି। ପରିବର୍ତ୍ତିତ ପରିସ୍ଥିତି ସହିତ ଖାପ ଖୁଆଇ ଜୀବନଜୀବିକାକୁ ସୁରକ୍ଷା ଯୋଗାଇବାରେ ଏହା ସହାୟକ ହେବ। ଏହାସହ ଆଗାମୀ ଦିନରେ ଖାଦ୍ୟ ସଙ୍କଟକୁ ପ୍ରତିହତ କରିବା ଲାଗି କୃଷି ଓ ଆନୁଷଙ୍ଗିକ କ୍ଷେତ୍ର ପାଇଁ ରାଜ୍ୟ ସରକାର କେନ୍ଦ୍ର ସହଯୋଗରେ ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରିବାକୁ ସକ୍ଷମ ହେବେ।

ଭୁବନେଶ୍ୱର,୪।୯(ବ୍ୟୁରୋ): ଓଡ଼ିଶାରେ ବାରମ୍ବାର ପ୍ରାକୃତିକ ବିପର୍ଯ୍ୟୟକୁ ମୁକାବିଲା ଏବଂ ପରିଚାଳନା କରିଆସୁଥିବା ରାଜ୍ୟ ସରକାର ୨୦୨୦ ଫେବୃୟାରୀରେ ଜଳବାୟୁ ପରିବର୍ତ୍ତନ ଆକ୍ସନ ପ୍ଲାନ୍‌କୁ ଅନୁମୋଦନ କରିବା ସକାଶେ କେନ୍ଦ୍ର ସରକାରଙ୍କ ନିକଟକୁ ପଠାଇଥିଲେ। ଉକ୍ତ ପ୍ରସ୍ତାବରେ କିଛି ପରିବର୍ତ୍ତନ କରିବା ଲାଗି କେନ୍ଦ୍ର ସରକାର ପରାମର୍ଶ ଦେଇଥିଲେ। ଆବଶ୍ୟକ ସଂଶୋଧନ ପରେ ଉକ୍ତ ଆକ୍ସନ ପ୍ଲାନ୍‌କୁ ପୁନର୍ବାର ୨୦୨୧ ଜୁଲାଇରେ କେନ୍ଦ୍ର ନିକଟକୁ ପଠାଯାଇଥିଲା। ସେଥିରେ କେନ୍ଦ୍ର ମୋହର ମାରିବା ଯୋଗୁ ରାଜ୍ୟରେ ଦୀର୍ଘମିଆଦୀ ଯୋଜନା ପ୍ରସ୍ତୁତ ନେଇ ବାଧା ଦୂର ହୋଇଛି।
ଜଳବାୟୁ ପରିବର୍ତ୍ତନର ମହାବିପଦକୁ ମୁକାବିଲା ପାଇଁ ରାଜ୍ୟ ସରକାର ଜଳବାୟୁ ପରିବର୍ତ୍ତନ ଆକ୍ସନ ପ୍ଲାନ୍‌ ପ୍ରସ୍ତୁତ କରିଛନ୍ତି। ଏଥିରେ ୧୧ଟି ବିଭାଗକୁ ସାମିଲ କରାଯାଇଛି। ସେଗୁଡ଼ିକ ହେଲା ଜଙ୍ଗଲ ଓ ପରିବେଶ, କୃଷି, ଗୃହ ନିର୍ମାଣ ଓ ନଗର ଉନ୍ନୟନ, ଜଳ ସମ୍ପଦ, ଶକ୍ତି, ମତ୍ସ୍ୟ ଓ ପ୍ରାଣୀସମ୍ପଦ, ଶିଳ୍ପ, ଖଣି ଓ ଇସ୍ପାତ, ବାଣିଜ୍ୟ ଓ ପରିବହନ, ପଞ୍ଚାୟତ ଓ ପାନୀୟ ଜଳ ଏବଂ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ। ବିଭାଗଗୁଡ଼ିକ ଜଳବାୟୁ ପରିବର୍ତ୍ତନକୁ ଦେଖି ଯୋଜନା ପ୍ରସ୍ତୁତ କରିବେ। ବାୟୁମଣ୍ଡଳରୁ ଅଙ୍ଗାରକାମ୍ଳ ବାଷ୍ପର ହାର କମାଇବା ପାଇଁ ବ୍ୟାପକ ବୃକ୍ଷରୋପଣ କରାଯିବ। ଏଥିସହିତ ସମୁଦ୍ରର ଗତିବିଧି ଉପରେ ନିୟମିତ ଅଧ୍ୟୟନ କରାଯିବ। ଉପକୂଳ ଅଞ୍ଚଳରେ ଜୈବବିବିଧତା ବଜାୟ ରଖିବାକୁ ଆବଶ୍ୟକ ପଦକ୍ଷେପ ନିଆଯିବ। ସ୍ବଳ୍ପ ମିଆଦୀ ଓ କମ୍‌ ଜଳରେ ହୋଇପାରୁଥିବା ଫସଲ ଉପରେ ବିଶେଷ ଭାବେ ଧ୍ୟାନ ଦିଆଯିବ। ଜୀବନଜୀବିକା, ଜଳ ସଂରକ୍ଷଣ, ଗ୍ରୀନ୍‌ ହାଉସ ଗ୍ୟାସ୍‌ କମାଇବା, ପ୍ଲାଷ୍ଟିକ ବ୍ୟବହାର ହ୍ରାସ କରିବା ଭଳି ଅନେକ ପଦକ୍ଷେପ ନିଆଯାଇଛି।
ଜଳବାୟୁ ପରିବର୍ତ୍ତନ ଯୋଗୁ ଉପକୂଳ ଜିଲାଗୁଡ଼ିକ ବିଶେଷ ଭାବେ କ୍ଷତିଗ୍ରସ୍ତ ହେଉଛି। ଏହାକୁ ଦୃଷ୍ଟିରେ ରଖି ଇଣ୍ଡିଆନ ନ୍ୟାଶନାଲ ସେଣ୍ଟର ଫର୍‌ ଓସନ ଇନ୍‌ଫରମେଶନ ସର୍ଭିସେସ୍‌ (ଆଇଏନ୍‌ସିଓଆଇଏସ୍‌) ଦ୍ୱାରା ଓଡ଼ିଶାର କୋଷ୍ଟାଲ ଭଲନେରେବିଲିଟି ଇଣ୍ଡେକ୍ସ (ସିଭିଆଇ) ପ୍ରସ୍ତୁତ କରାଯାଇଛି। ସମୁଦ୍ର ନିକଟରୁ ୧ କିଲୋମିଟର ବ୍ୟାପୀ ଅଞ୍ଚଳକୁ ନେଇ ରିପୋର୍ଟ ପ୍ରସ୍ତୁତ ହୋଇଛି। ସମଗ୍ର ଅଞ୍ଚଳକୁ ନିମ୍ନ, ମଧ୍ୟମ ଓ ଅତି ବିପଦପୂର୍ଣ୍ଣ ଅଞ୍ଚଳରେ ବିଭକ୍ତ କରାଯାଇଛି। ସେହି ଅନୁଯାୟୀ ଓଡ଼ିଶା ଉପକୂଳର ୬ ଜିଲା ଗଞ୍ଜାମ, କେନ୍ଦ୍ରାପଡ଼ା, ପୁରୀ, ଜଗତ୍‌ସିଂହପୁର, ଭଦ୍ରକ ଏବଂ ବାଲେଶ୍ୱରକୁ ଅତ୍ୟନ୍ତ ବିପଦପୂର୍ଣ୍ଣ ଅଞ୍ଚଳ ଭାବେ ଘୋଷଣା କରାଯାଇଛି । ସମୁଦ୍ର ଉପକୂଳକୁ ଲାଗି ରହିଥିବା ଗଞ୍ଜାମ ଜିଲାର କିଛି ଅଞ୍ଚଳ, ଚିଲିକା, ପୁରୀର ଦକ୍ଷିଣ ଭାଗ ଏବଂ କେନ୍ଦ୍ରାପଡ଼ା ଜିଲାର ୭୬ କିଲୋମିଟର ଅଞ୍ଚଳକୁ କମ୍‌, ସେହି ଜିଲାଗୁଡ଼ିକର ୨୦୯ କିଲୋମିଟର ବ୍ୟାପ୍ତ ଅଞ୍ଚଳକୁ ମଧ୍ୟମ ଓ ୧୦୭ କିଲୋମିଟର ଅଞ୍ଚଳକୁ ଅତ୍ୟନ୍ତ ବିପଦପୂର୍ଣ୍ଣ ଅଞ୍ଚଳ ଭାବେ ଘୋଷଣା କରାଯାଇଛି। ପୁରୀ ଜିଲାର ଉତ୍ତର ଭାଗ, ଜଗତ୍‌ସିଂହପୁର ଜିଲାର କେତେକ ଅଞ୍ଚଳ, କେନ୍ଦ୍ରାପଡ଼ା, ଭଦ୍ରକ ଜିଲାର ଉତ୍ତର ଓ ଦକ୍ଷିଣ ଭାଗ ଏବଂ ଦକ୍ଷିଣ ବାଲେଶ୍ୱର ଅତ୍ୟନ୍ତ ବିପଦପୂର୍ଣ୍ଣ ଅଞ୍ଚଳ ଭାବେ ଚିହ୍ନଟ କରାଯାଇଛି। ଦେଶର ତଟୀୟ ଅଞ୍ଚଳଗୁଡ଼ିକ ପ୍ରତି ବିପଦ ମାଡ଼ି ଆସୁଥିବାରୁ ତୁରନ୍ତ ଏ ଦିଗରେ ପଦକ୍ଷେପ ନେବାକୁ ଉପକୂଳବର୍ତ୍ତୀ ରାଜ୍ୟଗୁଡ଼ିକୁ କେନ୍ଦ୍ର ସରକାର ପରାମର୍ଶ ଦେଇଛନ୍ତି। ନ୍ୟାଶନାଲ ଡିଟରମାଇନ କଣ୍ଟ୍ରିବ୍ୟୁଶନସ୍‌(ଏନ୍‌ଡିସି) ଯୋଜନାରେ ଏ ନେଇ ଆବଶ୍ୟକ ପଦକ୍ଷେପ ନିଆଯିବ। ଏଥିପାଇଁ ସ୍ବତନ୍ତ୍ର ବ୍ୟୟବରାଦ କରିବା ସହ ଏକ ଦୀର୍ଘମିଆଦୀ ଯୋଜନା ପ୍ରସ୍ତୁତ କରିବାକୁ ଉପକୂଳବର୍ତ୍ତୀ ରାଜ୍ୟଗୁଡ଼ିକୁ କୁହାଯାଇଛି। କେନ୍ଦ୍ର ସରକାର ଆକ୍ସନ ପ୍ଲାନ୍‌କୁ ଅନୁମୋଦନ କରିଥିବାରୁ ଏ ନେଇ ଯୋଜନା ପ୍ରସ୍ତୁତ କରାଯିବ ବୋଲି ଜଙ୍ଗଲ ଓ ପରିବେଶ ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।
ଗତ ଦୁଇ ଦଶନ୍ଧି ହେବ ରାଜ୍ୟରେ ମୌସୁମୀ ଆଗମନରେ ଅସ୍ବାଭାବିକତା ଦେଖାଦେଇଛି। ୧୨୦ ଦିନରୁ ମୌସୁମୀ ବର୍ଷା ଏବେ ୬୦ରୁ ୭୦ ଦିନକୁ ଖସି ଆସିଛି। ଏଥିଯୋଗୁ କୃଷି, ବିଦ୍ୟୁତ୍‌ ଉତ୍ପାଦନ, ଜୀବନଜୀବିକା ଉପରେ ଗଭୀର ପ୍ରଭାବ ପାଇବା ଆଶଙ୍କା ବଢ଼ିବାରେ ଲାଗିଛି। କେବଳ ସେତିକି ନୁହେଁ, ଅସ୍ବାଭାବିକ ବର୍ଷା ମଧ୍ୟ ଅଦିନିଆ ବନ୍ୟା ସୃଷ୍ଟି କରି ରାଜ୍ୟ ପାଇଁ ବିପର୍ଯ୍ୟୟ ଆଣୁଛି। ଲଗାତର ବାତ୍ୟା, ବନ୍ୟା, ମରୁଡ଼ି ଭଳି ପ୍ରାକୃତିକ ବିପଦ ମଧ୍ୟ ରାଜ୍ୟ ପାଇଁ ସତର୍କଘଣ୍ଟି ହୋଇଛି। ଚଳିତ ବର୍ଷ ମଧ୍ୟ ଦୁର୍ବଳ ମୌସୁମୀ କୃଷି ପାଇଁ ସମସ୍ୟା ସୃଷ୍ଟି କରିବ ବୋଲି କୃଷି ବିଶେଷଜ୍ଞ ଆଶଙ୍କା କଲେଣି। ତେଣୁ ରାଜ୍ୟ ସରକାର ଆକ୍ସନ ପ୍ଲାନ୍‌ ‘ସମୟର ଆହ୍ବାନ’ ଭାବେ ବିବେଚନା କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶା ଜଙ୍ଗଲରେ ବୁଲୁଛି ବିରଳ କଲରା ପତରିଆ ବାଘ, କ୍ୟାମେରାରେ କଏଦ୍ ହେଲା ଦୃଶ୍ୟ

ଭୁବନେଶ୍ୱର,୨୯।୧୧: ଓଡିଶାରେ ଜଙ୍ଗଲରେ ବୁଲୁଛି ବିରଳ କଲରା ପତରିଆ ବାଘ। ରାଜ୍ୟରେ ଏବେ ବାଘ ଜନଗଣନା ଚାଲିଥିବା ବେଳେ କଲରା ପତରିଆ ବାଘର ରୋମାଞ୍ଚକର ଦୃଶ୍ୟ...

ସରକାରଙ୍କ ସହ ଆଲୋଚନା ସଫଳ, ବସ୍ ଧର୍ମଘଟ ପ୍ରତ୍ୟାହାର

ଭୁବନେଶ୍ୱର,୨୯।୧୧: ରାଜ୍ୟ ସରକାରଙ୍କ ସହ ଆଲୋଚନା ସଫଳ ହେବା ପରେ ବସ୍ ଧର୍ମଘଟ ପ୍ରତ୍ୟାହାର କରିଛନ୍ତି ଅଲ ଓଡିଶା ଘରୋଇ ବସ ସଂଘ। ବୁଧବାର ସନ୍ଧ୍ୟାରେ...

ବନ୍ଧୁକ ଦେଖାଇ ସୁନା ଦୋକାନୀଙ୍କ ଘରୁ ଲୁଟ

ହାଟଡିହୀ,୨୯।୧୧(ଶୁଭକାନ୍ତ ନାୟକ) କେନ୍ଦୁଝର ଜିଲା ନନ୍ଦିପଦା ଥାନା ଅଞ୍ଚଳରେ ଜଣେ ସୁନା ଦୋକାନୀ ଙ୍କ ଘରୁ ମଙ୍ଗଳବାର ବିଳମ୍ବିତ ରାତିରେ ଲୁଟପାଟ ହୋଇଛି। ଥାନା ଅଧୀନ...

ରସୁଲଗଡ଼ରେ ଦୁର୍ଘଟଣା: ଜଣେ ମୃତ

ଭୁବନେଶ୍ବର,୨୯।୧୧: ଭୁବନେଶ୍ୱରର ରସୁଲଗଡ଼ ଛକ ନିକଟରେ ବୁଧବାର ଦୁର୍ଘଟଣା ଘଟିଛି। ଟ୍ରକ୍‌ ଚଢ଼ିଯିବାରୁ ଜଣେ ସ୍କୁଟି ଚାଳକଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ପରିଚୟ ମିଳିପାରି ନାହିଁ।...

ସମ୍ଭାବ୍ୟ ବାତ୍ୟା ନେଇ ୭ ଜିଲାପାଳଙ୍କୁ ଏସ୍‌ଆରସିଙ୍କ ଚିଠି 

ଭୁବନେଶ୍ବର,୨୯।୧୧: ଆଣ୍ଡାମାନ ସାଗରର ଲଘୁଚାପ କ୍ଷେତ୍ର ୱେଲ ମାର୍କଡ ଲୋ ପ୍ରେସରରେ ପରିଣତ ହୋଇଛି। ଦକ୍ଷିଣ ପୂର୍ବ ବଙ୍ଗୋପସାଗର ପାର୍ଶ୍ୱବର୍ତ୍ତୀ ଦକ୍ଷିଣ ଆଣ୍ଡାମାନ ସାଗରରେ ମଙ୍ଗଳବାର...

ସୁଦୃଶ୍ୟ ହେଲା ଲଘୁଚାପ : ୧ରୁ ସମୁଦ୍ର ଅଶାନ୍ତ

ଭୁବନେଶ୍ୱର,୨୯।୯: ଆଣ୍ଡାମାନ ସାଗରର ଲଘୁଚାପ କ୍ଷେତ୍ର ୱେଲ ମାର୍କଡ ଲୋ ପ୍ରେସରରେ ପରିଣତ ହୋଇଛି। ତେବେ ଦକ୍ଷିଣ ପୂର୍ବ ବଙ୍ଗୋପସାଗର ପାର୍ଶ୍ୱବର୍ତ୍ତୀ ଦକ୍ଷିଣ ଆଣ୍ଡାମାନ ସାଗରରେ...

ଡିଲେଶ୍ୱର ପାଇବେ ‘କେନ୍ଦ୍ର ସାହିତ୍ୟ ଏକାଡେମୀ ଯୁବ ପୁରସ୍କାର’

ଭୁବନେଶ୍ୱର,୨୯।୧୧(ଶର୍ମିଷ୍ଠା ପାଣିଗ୍ରାହୀ) : ଯୁବ ଗାଳ୍ପିକ ଡିଲେଶ୍ବର ରଣା ପାଇବେ ‘କେନ୍ଦ୍ର ସାହିତ୍ୟ ଏକାଡେମୀ ଯୁବ ପୁରସ୍କାର-୨୦୨୩’। କଳାହାଣ୍ଡି ମାଟିର ପୁଅ ଡିଲେଶ୍ବର ତାଙ୍କ ଲିଖିତ...

ସଡ଼କ ଦୁର୍ଘଟଣାରେ ଲାଗୁନି ବ୍ରେକ୍‌

ଭୁବନେଶ୍ୱର,୨୯।୧୧(ଅନିଲ ଦାସ): ସଡ଼କ ଦୁର୍ଘଟଣାରେ ଚାଲିଯାଉଛି ବହୁମୂଲ୍ୟ ଜୀବନ। ଉଜୁଡ଼ିଯାଉଛି ଘରସଂସାର। ଅନାଥ ହୋଇଯାଉଛନ୍ତି ପରିବାର। ରାଜ୍ୟରେ ସଡ଼କ ଦୁର୍ଘଟଣା ଏକ ବଡ଼ ସମସ୍ୟା ଭାବେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri