କରୋନା ଆକ୍ରାନ୍ତଙ୍କ ସାହାରା ଅଭିନେତା ଋଷି

ଭୁବନେଶ୍ୱର, ୧୯।୫ (ବ୍ୟୁରୋ):କରୋନା ମହାମାରୀର ଭୟାବହ ପରିସ୍ଥିତିରେ ଅନେକ ସହୃଦୟ ବ୍ୟକ୍ତି ଓ ଅନୁଷ୍ଠାନ ଲୋକଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସୁଛନ୍ତି। କିଏ କରୋନା ସଂକ୍ରମିତଙ୍କୁ ମାଗଣାରେ ଖାଇବାକୁ ଦେଉଛନ୍ତି ତ ଆଉ କିଏ ସେମାନଙ୍କୁ ଅକ୍ସିଜେନ ଯୋଗାଇ ଦେଉଛନ୍ତି। ଓଲିଉଡ୍‌ ଷ୍ଟାର୍‌ ସବ୍ୟସାଚୀ ମିଶ୍ରଙ୍କ ଭଳି ଆଉଜଣେ ସେଲିବ୍ରିଟି ଋଷି ପଟ୍ଟନାୟକ କରୋନା ପୀଡିତଙ୍କ ପାଇଁ ଆଶାର କିରଣ ପାଲଟିଛନ୍ତି।
ଓଡ଼ିଆ ଚଳଚ୍ଚିତ୍ର ତଥା ଟିଭି ସିରିଏଲ୍‌ର ଜଣେ ପରିଚିତ ଚେହେରା ହେଉଛନ୍ତି ଋଷି। ଗତବର୍ଷ କରୋନା କାଳରେ ଅନେକଙ୍କୁ ସାହାଯ୍ୟ କରିଥିବା ଋଷି ଏବେ ତାଙ୍କ ୯୩୩୭୦୫୨୭୦୬ ଫୋନ୍‌ ନମ୍ବରକୁ ୨୪ଘଣ୍ଟିଆ ସେବା ପାଇଁ ଲଗାଇ ଦେଇଛନ୍ତି। ଖୋର୍ଦ୍ଧା, ଜଟଣୀ, ସୁନାବେଡା, କୋରାପୁଟ, କଳାହାଣ୍ଡି, କନ୍ଧମାଳ, ସୁନ୍ଦରଗଡ, ଗଞ୍ଜାମ, ଭଦ୍ରକ, ସମ୍ବଲପୁର, ପୁରୀ ଭଳି ବାହାର ଜିଲାରୁ ଭୁବନେଶ୍ୱରକୁ ଚିକିତ୍ସା ପାଇଁ ଆସୁଥିବା ଆକ୍ରାନ୍ତଙ୍କ ସେ ସାହାରା ପାଲଟିଛନ୍ତି। କରୋନା ସଂକ୍ରମିତଙ୍କ ପାଇଁ ଆମ୍ବୁଲାନ୍ସ ଯୋଗାଡ କରିବାଠାରୁ ଆରମ୍ଭ କରି ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରିବା, ଡାକ୍ତରଙ୍କ ପରାମର୍ଶ ଯୋଗାଇ ଦେବା, ଅକ୍ସିଜେନ୍‌ ଯୋଗାଡ କରିବା ଆଦି ବିଭିନ୍ନ କାର୍ଯ୍ୟରେ ନିଜକୁ ନିୟୋଜିତ କରିଛନ୍ତି। ଏଯାବତ୍‌ ସେ ୩ଶହରୁ ଉର୍ଦ୍ଧ୍ୱ ପରିବାରକୁ ସହାୟତା କରି ସାରିଲେଣି। ଏପରିକି ମୃତ କରୋନା ଆକ୍ରାନ୍ତଙ୍କ ଅନ୍ତିମ ସଂସ୍କାର ନିମନ୍ତେ ମଧ୍ୟ ସହଯୋଗ କରୁଛନ୍ତି। ଏହା ବ୍ୟତୀତ ସେ ସୋସିଆଲ ମିଡିଆ ମାଧ୍ୟମରେ ସଚେତନ କରିବା ସହ ଲଢ଼େଇ ପାଇଁ ଯୋଦ୍ଧାଙ୍କୁ ଉତ୍ସାହିତ କରୁଛନ୍ତି।
ଏନେଇ ଋଷି କୁହନ୍ତି, ଗତବର୍ଷ ମହାମାରୀ ସମୟରେ ଲୋକେ ଘରକୁ ଫେରିବା ପାଇଁ ପାସ୍‌ ସହ ଖାଦ୍ୟ ଓ ଆର୍ଥତ୍କ ସହାୟତା ପାଇଁ ଫୋନ୍‌ କରୁଥିଲେ। କିନ୍ତୁ ଏବର୍ଷ ଆମ୍ବୁଲାନ୍ସ ସେବା, ଡାକ୍ତରଖାନାରେ ଭର୍ତ୍ତି ହେବା ଓ ଅକ୍ସିଜେନ୍‌ ପାଇଁ ଫୋନ୍‌ କରୁଛନ୍ତି। ଯଥାସମ୍ଭବ ସମସ୍ତଙ୍କୁ ସାହାଯ୍ୟ କରିବା ପାଇଁ ଚେଷ୍ଟା କରୁଛି। ତେବେ ଏହା କେବଳ ଈଶ୍ୱରଙ୍କ କୃପା ସହ ଜନସମ୍ପର୍କ ପାଇଁ ସମ୍ଭବ ହୋଇପାରୁଛି ବୋଲି ସେ କହିଛନ୍ତି।J


Enter your email to get our daily news in your inbox.

All Right Reserved By Dharitri.Com

ଗଜପତିରେ ୭ ପରିବର୍ତ୍ତେ ୨୧ ଦିନକୁ ବୃଦ୍ଧି କରାଗଲା ସଙ୍ଗରୋଧ ଅବଧି

ଗଜପତି,୨୯।୬(ସ୍ବ.ପ୍ର.): ଗଜପତି ଜିଲାରେ ସଙ୍ଗରୋଧ ଅବଧିକୁ ୭ ଦିନ ବଦଳରେ ୨୧ ଦିନକୁ ବୃଦ୍ଧି କରାଯାଇଛି। ସୋମବାର ଜିଲାରେ ନୂଆ ନିୟମ ଲାଗୁ କରିବାକୁ ଜିଲାପାଳ...

ଆରମ୍ଭରୁ ହଟ୍ଟଗୋଳ: ୧୧.୩୦ ଯାଏ ଗୃହ ମୁଲତବୀ

ଭୁବନେଶ୍ୱର,୧୪।୭(ବ୍ୟୁରୋ): ବିଧାନସଭା ବଜେଟ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟର ଦ୍ୱିତୀୟ ଦିନ ଆରମ୍ଭରୁ ଗୃହରେ ପ୍ରବଳ ହଟ୍ଟଗୋଳ ଦେଖିବାକୁ ମିଳିଛି। ପ୍ରଶ୍ନକାଳ ଆରମ୍ଭ ହେଉ ହେଉ ବିରୋଧୀ...

ଜାତୀୟସ୍ତରରେ ପ୍ରଦର୍ଶିତ ହେବ ଓଡ଼ିଶା ଆଦିବାସୀଙ୍କ ବୀରତ୍ୱ

ଭୁବନେଶ୍ୱର,୪।୨(ବ୍ୟୁରୋ): ଦେଶର ସ୍ବାଧୀନତା ସଂଗ୍ରାମ ପାଇଁ ଲଢ଼େଇ କରି ନିଜ ସାହସିକତାର ପରିଚୟ ଦେଇଥିବା ଓଡ଼ିଆ ଆଦିବାସୀଙ୍କ ବୀରତ୍ୱ ସମ୍ପର୍କରେ ଜାତୀୟସ୍ତରରେ ପ୍ରଦର୍ଶିତ କରାଯିବ। ଗୁଜରାଟର...

ଜନସେବା କେନ୍ଦ୍ରରେ ଛାପୁଥିଲେ ନକଲି ନୋଟ

ସମ୍ବଲପୁର/ଭୁବନେଶ୍ୱର, ୧୪ା୭(ବ୍ୟୁରୋ): ସମ୍ବଲପୁର ଜିଲା ଯୁଯୁମୁରା ଥାନାର ଦୁର୍ଗମ ଅଞ୍ଚଳ ନୂଆ ଅଢ଼ାପଡା ଗ୍ରାମରେ ମଙ୍ଗଳବାର ରାତିରେ ଏସ୍‌ଟିଏଫ୍‌ ଚଢାଉ କରି ୧୫ଲକ୍ଷ ୧୨ ହଜାର...

କାଠମାଣ୍ଡୁରେ ପହଞ୍ଚିଲା କଳ୍ପନାଙ୍କ ମରଶରୀର

ଢେଙ୍କାନାଳ ଅଫିସ/ଭୁବନେଶ୍ୱର,୩୦।୪(ବ୍ୟୁରୋ): ପର୍ବତାରୋହୀ କଳ୍ପନା ଦାଶଙ୍କ ମରଶରୀର ସନ୍ଧାନ ଓ ଉଦ୍ଧାର କାର୍ଯ୍ୟ ସଫଳ ହୋଇଛି। ଗୁରୁବାର ତାଙ୍କ ମରଶରୀରକୁ ବେସ୍‌ କ୍ୟାମ୍ପ-୪ରୁ ସ୍ବତନ୍ତ୍ର ହେଲିକାପ୍ଟର...

ମନୋରଞ୍ଜନ ମନସ୍କ ହେବ ଅନୁଗୋଳ

ଅନୁଗୋଳ ଅଫିସ,୮।୪ କରୋନା କଷଣ ଯୋଗୁ ଦୀର୍ଘ ୨ ବର୍ଷ ହେବ ସଜେଇ ହୋଇ ନ ଥିବା ମଞ୍ଚ ଶୁକ୍ରବାର ସଜ୍ଜିତ ହେବ। ଲାଇଟ୍‌, ସାଉଣ୍ଡ...

ସ୍ତ୍ରୀଙ୍କୁ ନେବାକୁ ଆସି ମାଡ଼ ଖାଇଲେ ସ୍ବାମୀ

ଭୁବନେଶ୍ୱର,୧୭।୪(ବ୍ୟୁରୋ): ସ୍ତ୍ରୀଙ୍କୁ ନେବାକୁ ଆସି ମରଣାନ୍ତକ ଆକ୍ରମଣର ଶିକାର ହୋଇଛନ୍ତି ସ୍ବାମୀ। ପୁରୁଷ ବନ୍ଧୁଙ୍କ ସହ ମିଶି ସ୍ତ୍ରୀ ମାଡ଼ ମାରି ଲହୁଲୁହାଣ କରିବା ପରେ...

ପୂର୍ବତନ ପଞ୍ଚାୟତ ସମିତି ସଭ୍ୟଙ୍କ ଉପରୁ ନିଲମ୍ବନ ପ୍ରତ୍ୟାହାର

ଭୁବନେଶ୍ୱର,୧୯ା୭(ଅନିଲ ଦାସ): ପୁରୀ ଜିଲା ପୁରୀ ସଦର ବ୍ଲକର ପୋପୀନାଥପୁର ପୂର୍ବତନ ପଞ୍ଚାୟତ ସମିତି ସଭ୍ୟ ପ୍ରଭାକର ସମର୍ଥାଙ୍କ ଉପରୁ ବିଜୁ ଜନତା ଦଳ ନିଲମ୍ବନ...

Advertisement
Archives

Model This Week