ସୁନ୍ଦରୀ ହେବାକୁ କରିଥିଲେ ସର୍ଜରୀ, ହେଲେ ଜୀବନ ନେଲା…

ବମ୍ବେ: ଅଭିନେତା ତଥା ଅଭିନେତ୍ରୀମାନେ ନିଜର ସୌନ୍ଦର୍ଯ୍ୟକୁ ବଜାୟ ରଖିବା ପାଇଁ ନାନାଦି ଉପାୟ ଆପଣାଇଥାନ୍ତି। ସେଥିରୁ ଗୋଟିଏ ହେଲା ସର୍ଜରୀ। ଅନେକେ ସର୍ଜରି କରି ପୂର୍ବଠାରୁ ଅଧିକ ସୁନ୍ଦରୀ ହୋଇଥିବା ବେଳେ କିଛିଙ୍କ କ୍ଷେତ୍ରରେ ଓଲଟା ହୋଇଛି। ଏପରିକି କେତେଜଣଙ୍କ ସର୍ଜରୀ ପରେ ମୃତ୍ୟୁ ଘଟିଛି।

ଦକ୍ଷିଣ ସିନେମାଜଗତର ଜଣାଶୁଣା ଷ୍ଟାର ଆରତୀ ଅଗ୍ରଓ୍ବାଲଙ୍କ ୩୧ ବର୍ଷ ବୟସରେ ନିଧନ ହୋଇଥିଲା। ସେ ଲିପୋସକ୍ସନ୍‌ ସର୍ଜରୀ କରାଇଥିଲେ ହେଁ ଏହା ସଫଳ ହୋଇ ନ ଥିଲା। ଶେଷରେ ଆମେରିକାର ଏକ ଡାକ୍ତରଖାନାରେ ହୃଦ୍‌ଘାତ ଯୋଗୁ ତାଙ୍କର ମୃତ୍ୟୁ ହୋଇ ନ ଥିଲା। ଆରତୀ ୨୫ରୁ ଅଧିକ ଫିଲ୍ମରେ ନଜର ଆସିଥିବା ବେଳେ ଶେଷ ଫିଲ୍ମ ‘ସନମ ୨’ ମୃତ୍ୟୁର ଗୋଟିଏ ଦିନ ପୂର୍ବରୁ ରିଲିଜ ହୋଇଥିଲା।

‘ତାରକ ମେହତା କା ଉଲଟା ଚଷମା’ରେ ନଜର ଆସିଥିବା ଅଭିନେତା କବି କୁମାରଙ୍କ ମୃତ୍ୟୁ ସମସ୍ତଙ୍କୁ ଚକିତ କରିଥିଲା। ସେ ୨୦୦ କିଲୋଗ୍ରାମ ଓଜନର ଥିବା ବେଳେ ସର୍ଜରୀ କରି ୮୦ କିଗ୍ରା ଓଜନ କରିଥିଲେ। ଏହା ସଫଳ ହୋଇଥିଲେ ହେଁ ଶାରିରିକ ସମସ୍ୟା ବଢ଼ିଥିଲା। ୨୦୧୮ରେ ହଠାତ୍‌ ହୃଦ୍‌ଘାତରେ ତାଙ୍କର ନିଧନ ହୋଇଥିଲା।

ଅଭିନେତ୍ରୀ ରାକେଶ ଦିବାନା ମୋଟାପଣ କମ୍‌ କରିବାକୁ ଯାଇ ସର୍ଜରୀ କରାଇଥିଲେ। ଏହାର ଠିକ୍‌ ୪ ଦିନ ପରେ ତାଙ୍କର ନିଧନ ହୋଇଥିଲା। ବଙ୍ଗାଳି ଫିଲ୍ମ ଅଭିନେତ୍ରୀ ମିଷ୍ଟି ମୁଖାର୍ଜୀଙ୍କ କିଟୋ ଡାଇଟ୍‌ କାରଣରୁ ମୃତ୍ୟୁ ଘଟିଥିଲା। କାରଣ ତାଙ୍କର ଦୁଇଟି ଯାକ କିଡନୀ ଖରାପ ହୋଇଯାଇଥିଲା।

ସେହିଭଳି ଫ୍ୟାଶନ ଶୋ’ରେ ଭାଗ ନେବା ବେଳେ ଏନୋରେକ୍ସିଆ ନର୍ବୋସା ଯୋଗୁ ଲୁଇସେଲ ରାମୋସ ଙ୍କ ମୃତ୍ୟୁ ଘଟିଥିଲା। ସେତେବେଳେ ସେ ମାତ୍ର ୨୨ ବର୍ଷର ଥିଲେ। ସେ ଅନେକ ଦିନ ଯାଏ କିଛି ନ ଖାଇ ନ ପିଇ ଥିବାରୁ ତାଙ୍କର ମୃତ୍ୟୁ ଘଟିଥିବା ବାପା କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପଡିକଲଙ୍କ କ୍ରମାଗତ ଦ୍ୱିତୀୟ ଶତକ, ଭାରତ ୩୦୦/୫

କଲମ୍ବୋ, ୨୩ା୮- ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ରବିବାରଠାରୁ ଦ୍ୱିତୀୟ ଟେଷ୍ଟ କ୍ରିକେଟ ମ୍ୟାଚ୍‌ ଆରମ୍ଭ ହୋଇଯାଇଛି। ଦେବଦତ୍ତ ପଡିକଲଙ୍କ ଶତକ ବଳରେ ଭାରତ ପ୍ରଥମ ଦିନ…

ସମବାୟ ସମିତିରୁ ରାତିରେ ସାର ଚାଲାଣ ଅଭିଯୋଗ, ବଢ଼ିଲା ଚାଷୀ ଅସନ୍ତୋଷ

ହାଟଡିହୀ/ଛେନାପଦୀ,୨୩।୮(ଶୁଭକାନ୍ତ ନାୟକ/ନିରାକାର ପରିଡ଼ା): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ସମଣା ସେବା ସମବାୟ ସମିତିରେ ଚାଷୀଙ୍କ ପାଇଁ ମହଜୁଦ ଥିବା ସାରକୁ ବିକ୍ରି ଉଦ୍ଦେଶ୍ୟରେ ରାତିରେ ଅନ୍ୟତ୍ର…

କୋକସରାରେ ବର୍ଷା ବିତ୍ପାତ, ଘରେ ପଶିଲା ପାଣି

କୋକସରା,୨୩।୮(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ଶନିବାରଠାରୁ ଲାଗି ରହିଥିବା ଲଗାଣ ବର୍ଷା ଯୋଗୁ କଳାହାଣ୍ଡି ଜିଲା କୋକସରା ଅଞ୍ଚଳରେ ବେହାଳ ପରିସ୍ଥିତି ସୃଷ୍ଟି ହୋଇଛି। ପ୍ରାୟ ୩୦ ଘଣ୍ଟାରୁ…

ଇମ୍ରାନ୍ ଖାନଙ୍କ ପାଇଁ ଆଗକୁ ଆସିଲେ ଗାଭାସ୍କର-କପିଲ ଦେବ, ପ୍ରଧାନମନ୍ତ୍ରୀଙ୍କୁ ଲେଖିଲେ ଚିଠି

ଇସଲାମବାଦ,୨୩।୮: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତା ପ୍ରକାଶ କରିଛନ୍ତି ଆନ୍ତର୍ଜାତୀୟ କ୍ରିକେଟର ୨୨ ଜଣ ପୂର୍ବତନ ଅଧିନାୟକ। ଇମ୍ରାନ ଖାନଙ୍କୁ ଉନ୍ନତ ଚିକିତ୍ସା ସୁବିଧା…

ଲୋକଙ୍କୁ ବିକୁଥିଲେ ନକଲି ବ୍ରାଣ୍ଡ୍‌ ଘଣ୍ଟା, ୪ଜଣଙ୍କୁ ବାନ୍ଧିଲା ପୋଲିସ

ରାଉରକେଲା,୨୩।୮(ସଙ୍ଗୀତା ଜେନା): ନକଲି ବ୍ରାଣ୍ଡ୍‌ ଘଣ୍ଟା ବିକ୍ରି ଅଭିଯୋଗରେ ପ୍ଲାଣ୍ଟସାଇଟ୍‌ ଥାନା ପୋଲିସ ୪ ଜଣଙ୍କୁ ରବିବାର ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ବିଶ୍ରା ଜିନତ…

ବସ୍‌ଷ୍ଟାଣ୍ଡରେ ବିକୁଥିଲେ କଫ୍‌ସିରପ୍‌, ମାଡ଼ି ବସିଲା ପୋଲିସ

ବରଗଡ଼,୨୩।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ଥାନା ପୋଲିସ ଶନିବାର ରାତିରେ ବେଆଇନ ଭାବେ ଚାଲିଥିବା କଫସିରପ୍‌ କାରବାରକୁ ଠାବ କରିଛି। ପୋଲିସ ଏହି କାରବାରରେ ୨ଜଣ…

ଅନଲାଇନ ପେମେଣ୍ଟ କଲେ ଦିଗପହଣ୍ଡି ଚାଷୀଙ୍କୁ ମିଳୁଛି ସାର, ହନ୍ତସନ୍ତ ହେଉଛନ୍ତି….

ଦିଗପହଣ୍ଡି,୨୩।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳରେ ଥିବା ପ୍ରାଥମିକ ସେବା ସମବାୟ ସମିତିରେ ଚଳିତବର୍ଷ ଅନଲାଇନ୍ ଜରିଆରେ ଚାଷୀଙ୍କୁ ସାର ବିକ୍ରୀ ବ୍ୟବସ୍ଥାକୁ ନେଇ…

ଅବ୍ୟବସ୍ଥାରେ ବଡ଼ଛତ୍ରଙ୍ଗ ହାଇସ୍କୁଲ, ଛାତରୁ ଝରୁଛି ପାଣି, ନାହାନ୍ତି ଶିକ୍ଷକ

ଥୁଆମୂଳ ରାମପୁର,୨୩।୮(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ଐତିହାସିକ ସରକାରୀ ଉଚ୍ଚ ବିଦ୍ୟାଳୟ ବଡ଼ଛତ୍ରଙ୍ଗରେ ଶିକ୍ଷାବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡ଼ିଛି। ୧୯୬୬ରୁ ସ୍ଥାପିତ ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri