Posted inଖେଳ

ଆଇପିଏଲ ନିଲାମ ପ୍ରକ୍ରିୟା ଲାଗି ଯୋଗ୍ୟତା ହାସଲ କଲେ ଅର୍ଜୁନ ତେନ୍ଦୁଲକର

ମୁମ୍ବାଇ,୧୫।୧:କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ ସଚିନ ତେନ୍ଦୁଲକର ଘରୋଇ କ୍ରିକେଟରେ ପଦାର୍ପଣ କରିବାର ପ୍ରାୟ ୩୨ ବର୍ଷ ପରେ ମୁମ୍ବାଇ ପାଇଁ ସିନିୟର ସ୍ତରରେ ଖେଳିବାର ସୁଯୋଗ ପାଇଛନ୍ତି ପୁଅ ଅର୍ଜନ ତେନ୍ଦୁଲକର। ଚଳିତ ସୟଦ ମୁସ୍ତାକ ଅଲି ଟି୨୦ ଟୁର୍ନାମେଣ୍ଟରେ ହରିୟାଣା ବିପକ୍ଷରେ ଶୁକ୍ରବାର ଖେଳାଯାଇଥିବା ଗ୍ରୁପ୍‌ ଇ’ର ଏକ ମ୍ୟାଚ୍‌ରେ ମୁମ୍ବାଇ ପକ୍ଷରୁ ପ୍ରତିନିଧିତ୍ୱ କରି ଅର୍ଜୁନ ଘରୋଇ କ୍ରିକେଟ କ୍ୟାରିୟର ଆରମ୍ଭ କରିଛନ୍ତି।

ସଚିନ ପ୍ରଥମ ମ୍ୟାଚ୍‌ରେ ହିଁ ଶତକୀୟ ଇନିଂସ ଖେଳି ସଭିଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ହେଲେ ପଦାର୍ପଣ ମ୍ୟାଚ୍‌ରେ ଅର୍ଜୁନଙ୍କ ପ୍ରଦର୍ଶନ ସଭିଙ୍କୁ ନିରାଶ କରିଛି। ୧୧ ନଂ କ୍ରମରେ ବ୍ୟାଟିଂ କରିଥିବା ଅର୍ଜୁନ ଖାତା ଖୋଲି ପାରି ନ ଥିବାବେଳେ ବୋଲିଂରେ ୩ ଓଭରରେ ୩୪ ରନ୍‌ ଦେଇ ଏକ ଉଇକେଟ ହାତେଇଥିଲେ। ମୁମ୍ବାଇ ପକ୍ଷରୁ ଧାର୍ଯ୍ୟ ୧୪୪ ରନ୍‌ର ବିଜୟଲକ୍ଷ୍ୟକୁ ହରିୟାଣା ୧୭.୪ ଓଭରରେ ୨ ଉଇକେଟ ହରାଇ ହାସଲ କରି ନେଇଥିଲା।

ଘରୋଇ କ୍ରିକେଟରେ ଗୋଟିଏ ମ୍ୟାଚ୍‌ ଖେଳିଥିବାରୁ ଜୁନିୟର ତେନ୍ଦୁଲକର ଏବେ ଆଇପିଏଲ ନିଲାମ ପ୍ରକ୍ରିୟାରେ ଭାଗ ନେବା ଲାଗି ଯୋଗ୍ୟତା ହାସଲ କରିଛନ୍ତି। ଉଲ୍ଲେଖଥାଉ କି, ଆଇପିଏଲ-୧୪ ପାଇଁ ଫେବୃୟାରୀରେ ନିଲାମ ପ୍ରକ୍ରିୟା ଅନୁଷ୍ଠିତ ହେବ। ନିୟମ ଅନୁସାରେ ଘରୋଇ କ୍ରିକେଟରେ ଅତିକମ୍‌ରେ ଗୋଟିଏ ମ୍ୟାଚ୍‌ ଖେଳିଥିବା କ୍ରିକେଟର ହିଁ ଆଇପିଏଲ ନିଲାମ ପ୍ରକ୍ରିୟା ଲାଗି ନାମ ଦେଇପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଛକା, ଚୌକା ବର୍ଷା ମ୍ୟାଚରେ ରୟାଲ୍ସ ବିଜୟୀ

ଶାରଜା, ୨୩।୯ – ଇଣ୍ଡିଆନ ପ୍ରିମିୟର ଲିଗ୍‌ର ମଙ୍ଗଳବାର ଅନୁଷ୍ଠିତ ଛକା, ଚୌକା ବର୍ଷା ମ୍ୟାଚରେ ରାଜସ୍ଥାନ ରୟାଲ୍ସ ବିଜୟୀ ହୋଇଛି। ହାଇସ୍କୋରିଂ ଗେମ୍‌ରେ ଷ୍ଟିଭ୍‌...

ପ୍ରତିଶୋଧ ନେଇଗଲେ

ଶାରଜା,୨୬।୧୦: ପାକିସ୍ତାନର ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠାଇଥିଲା ନ୍ୟୁଜିଲାଣ୍ଡ କ୍ରିକେଟ ଦଳ। ଚଳିତ ଟି୨୦ ବିଶ୍ୱକପ୍‌ରେ ନ୍ୟୁଜିଲାଣ୍ଡକୁ ୫ ଉଇକେଟରେ ହରାଇ ପ୍ରତିଶୋଧ ନେଇଛି।...

ପୁରୁଣା କ୍ଲବକୁ ଫେରୁଛନ୍ତି ରୋନାଲ୍ଡୋ

ମାଞ୍ଚେଷ୍ଟର,୩୧।୮: କ୍ରିଷ୍ଟିଆନୋ ରୋନାଲ୍ଡୋଙ୍କ ପାଇଁ ଇଟାଲିର ଜୁଭେଣ୍ଟସ ସହ ଚୁକ୍ତି ପ୍ରକ୍ରିୟା ଶେଷ କରିଛି ଇଂଲିଶ କ୍ଲବ ମାଞ୍ଚେଷ୍ଟର ୟୁନାଇଟେଡ୍‌। ୩୬ ବର୍ଷୀୟ ରୋନାଲ୍ଡୋ ଆଗାମୀ...

ଜୀବନର ଦୁଇଟି ମୂଲ୍ୟବାନ୍‌ ସମ୍ପତ୍ତିର ଫଟୋ ଛାଡି ଚର୍ଚ୍ଚାରେ ଓ୍ବାଶିଂଟନ ସୁନ୍ଦର

ଅଷ୍ଟ୍ରେଲିଆ ବିପକ୍ଷ ବର୍ଡର-ଗାଭାସ୍କର ଟ୍ରଫିରେ ଚମତ୍କାର ପ୍ରଦର୍ଶନ କରି ଭାରତ ଫେରିଛନ୍ତି ଅଲରାଉଣ୍ଡର ଓ୍ବାଶିଂଟନ ସୁନ୍ଦର। ଏବେ ସେ ନିଜ ପରିବାର ସହ ସମୟ ବିତାଉଛନ୍ତି।...

ଶ୍ରୀସନ୍ଥଙ୍କ ସମେତ ୧୦୯୭ ଖେଳାଳିଙ୍କ ନାମ ପଞ୍ଜୀକୃତ

ଚେନ୍ନାଇ, ୬ା୨ (ପି.ଟି.)-ଫେବୃୟାରୀ ୧୮ରେ ହେବାକୁ ଥିବା ବହୁ ପ୍ରତୀକ୍ଷିତ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ନିଲାମ ପାଇଁ ୧୦୯୭ ଜଣ ଖେଳାଳି ସେମାନଙ୍କ ନାମ...

ଇଂଲଣ୍ଡ ପରେ ଅଷ୍ଟ୍ରେଲିଆରେ ଟେଷ୍ଟ ଖେଳିବେ ଭାରତୀୟ ମହିଳା

ନୂଆଦିଲ୍ଲୀ,୧୯।୫(ପି.ଟି.): ଦୁଇଟି ବଡ଼ ଦଳ ବିପକ୍ଷରେ ଭାରତୀୟ ମହିଳା କ୍ରିକେଟ ଦଳ ଆସନ୍ତା ମାସରେ ଟେଷ୍ଟ ଖେଳିବ। ଇଂଲଣ୍ଡରେ ଗୋଟିଏ ଟେଷ୍ଟ ଖେଳିବା ପରେ ଅଷ୍ଟ୍ରେଲିଆରେ...

ଦ୍ୱିତୀୟ ଥର ଆଞ୍ଜିଓପ୍ଲାଷ୍ଟି ପରେ ଘରକୁ ଫେରିଲେ ଗାଙ୍ଗୁଲୀ

କୋଲକାତା, ୩୧।୧: ଦ୍ୱିତୀୟ ଥର ଆଞ୍ଜିଓପ୍ଲାଷ୍ଟି ପରେ ବିସିସିଆଇ ଅଧ୍ୟକ୍ଷ କ୍ରିକେଟର ସୌରଭ ଗାଙ୍ଗୁଲୀଙ୍କୁ ରବିବାର ଆପୋଲ ହସ୍ପିଟାଲରୁ ଛୁଟି ମିଳିଛି। ଏବେ ସେ ଘରକୁ...

ଜାଡେଜାଙ୍କ ଶୋ; ଶେଷ ଓଭରରେ ମାରିଲେ ୫ ଛକା

ମୁମ୍ବାଇ,୨୫।୪ :ଦେଖିବାକୁ ମିଳିଲା ରବୀନ୍ଦ୍ର ଜାଡେଜାଙ୍କ ଶୋ। ଶେଷ ଓଭରରେ ୫ ଛକା ସହ ଆଦାୟ କରିଥିଲେ ୩୭ ରନ୍‌। ଏହା ଆଇପିଏଲ ଇତିହାସର ସବୁଠୁ...

Advertisement
Archives

Model This Week