ଏସ୍‌ସିବି ମେଡିକାଲ ୱାର୍ଡରୁ ଖସିିଲା ସିଲିଂ: ରୋଗୀଙ୍କ ମୁଣ୍ଡ ଫାଟିଲା

କଟକ,୮।୧(ଶିଳ୍ପା ପ୍ରିୟଦର୍ଶିନୀ): ଶ୍ରୀରାମଚନ୍ଦ୍ର ଭଞ୍ଜ (ଏସ୍‌ସିବି) ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲର ପୁରୁଣା ଭେଷଜ ବିଭାଗରେ ବୁଧବାର ଅପରାହ୍ନରେ ଏକ ଅଘଟଣ ଘଟିଛି। ଜଣେ ରୋଗୀଙ୍କ ଉପରେ ଉକ୍ତ ବିଭାଗର ପ୍ରଥମ ମହଲା ୱାର୍ଡ ଛାତରୁ କଂକ୍ରିଟ ଖଣ୍ଡ ସହ ସିଲିଂ ଖସିପଡ଼ିଛି। ଫଳରେ ଖୋର୍ଦ୍ଧା ଅଞ୍ଚଳର ନାରାୟଣ ଦାସ (୭୦) ନାମକ ବୃଦ୍ଧ ରୋଗୀ ଗୁରୁତର ଆହତ ହୋଇଛନ୍ତି। ତାଙ୍କର ମୁଣ୍ଡ ଓ ମୁହଁ ଫାଟିଯାଇଛି। ଘଟଣା ପରେ ଦେଢ଼ଘଣ୍ଟା ଯାଏ ତାଙ୍କୁ ପ୍ରାଥମିକ ଚିକିତ୍ସା କରାଯାଇ ନ ଥିବା ତାଙ୍କ ପୁଅ ପ୍ରମୋଦ କୁମାର ଦାସ ଅଭିଯୋଗ କରିଛନ୍ତି।
ସୂଚନା ଅନୁଯାୟୀ, ଖୋର୍ଦ୍ଧା ଜିଲା ବାଘମାରୀସ୍ଥିତ ଅଟ୍ରି ଅଞ୍ଚଳର ନାରାୟଣ ମଧୁମେହ ରୋଗରେ ପୀଡ଼ିତ ହୋଇ ମଙ୍ଗଳବାର ବିଳମ୍ୱିତ ରାତିରେ ଏସ୍‌ସିବିର ପୁରୁଣା ଭେଷଜ ବିଭାଗର ପ୍ରଥମ ମହଲା ୱାର୍ଡରେ ଭର୍ତ୍ତି ହୋଇଥିଲେ। ଚିକିତ୍ସା ଜାରି ରହିଥିବାବେଳେ ହଠାତ୍‌ ବୁଧବାର ଅପରାହ୍ନରେ ନାରାୟଣ ଶୋଇଥିବା ବେଡ୍‌ ନିକଟ ଛାତରୁ କଂକ୍ରିଟ ଖଣ୍ଡ ସହ ସିଲିଂ ତାଙ୍କ ଉପରେ ଖସିପଡ଼ିଥିଲା। ଫଳରେ ତାଙ୍କ ମୁଣ୍ଡ ଓ ମୁହଁ ଫାଟି ଯାଇଥିଲା। ନିକଟରେ ଥିବା ଅନ୍ୟ ରୋଗୀଙ୍କ ସମ୍ପର୍କୀୟ ତାଙ୍କୁ ଉଦ୍ଧାର କରିଥିଲେ। ଏଭଳି ଅବ୍ୟବସ୍ଥା ଯୋଗୁ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ପରେ ସ୍ଥାନୀୟ ଫାଣ୍ଡି ପୋଲିସ ପହଞ୍ଚତ୍ ସ୍ଥିତି ଆୟତ୍ତ କରିଥିଲା। ହେଲେ ଘଟଣା ଘଟିବାର ଦେଢ଼ଘଣ୍ଟା ବିତିଥିଲେ ମଧ୍ୟ ନାରାୟଣଙ୍କୁ ପ୍ରାଥମିକ ଚିକିତ୍ସା କରାଯାଇ ନ ଥିଲା କିମ୍ୱା ମେଡିକାଲ ଅଧିକାରୀ ଓ ବିଭାଗୀୟ ଅଧିକାରୀ ସେଠାରେ ପହଞ୍ଚତ୍ ନ ଥିଲେ। ଏ ନେଇ ନାରାୟଣଙ୍କ ପୁଅ ପ୍ରମୋଦ କହିଛନ୍ତି, ମେଡିକାଲରେ ରୋଗୀଙ୍କୁ ଚିକିତ୍ସା ପରିବର୍ତ୍ତେ ମରଣ ମୁହଁକୁ ଠେଲି ଦିଆଯାଉଛି। ମୋ ବାପା ଗୁରୁତର ଆହତ ହେବା ପରେ ସେଠାରେ ଥିବା କର୍ମଚାରୀ ଦୁର୍ୱ୍ୟବହାର କରୁଛନ୍ତି, ହେଲେ ଡାକ୍ତର ଚିକିତ୍ସା କରୁନାହାନ୍ତି। ଏପରିକି କୌଣସି ଅଧିକାରୀ ମଧ୍ୟ ପହଞ୍ଚତ୍ ନାହାନ୍ତି ବୋଲି ସେ କହିଛନ୍ତି। ତେବେ ଏସ୍‌ସିବି ଭଳି ସର୍ୱବୃହତ୍‌ ମେଡିକାଲରେ ଚିକିତ୍ସା ପାଇଁ ଶତାଧିକ ରୋଗୀ ଆଶା କରି ଆସୁଥିବାବେଳେ ମେଡିକାଲରେ ରୋଗୀ ସୁରକ୍ଷା ପ୍ରତି ଧ୍ୟାନ ଦିଆଯାଉ ନ ଥିବାରୁ ରୋଗୀଙ୍କ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। ଉକ୍ତ ଘଟଣା ଓ ରୋଗୀଙ୍କ ଚିକିତ୍ସା ସମ୍ପର୍କରେ ମେଡିକାଲ ଭାରପ୍ରାପ୍ତ ଅଧୀକ୍ଷକ ପ୍ରଫେସର ଡା. ଗୌତମ ଶତପଥୀଙ୍କୁ ପଚାରିବାରୁ କହିଛନ୍ତି, କୌଣସି ଘଟଣା ସମ୍ପର୍କରେ ମୁଁ ଅବଗତ ନାହିଁ। ଯଦିଓ କୌଣସି ଘଟଣା ଘଟିଛି, ତେବେ ସେ ନେଇ ଗଣମାଧ୍ୟମରେ ପ୍ରତିକ୍ରିୟା ଦେବାକୁ ମୁଁ କ୍ଷମତାପ୍ରାପ୍ତ ନୁହେଁ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କେସିଙ୍ଗା ଅବକାରୀ ଥାନାରେ ନୂଆ ଓଆଇସିଙ୍କ ଯୋଗଦାନ

କେସିଙ୍ଗା,୫ା୯(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଅବକାରୀ ଥାନାରେ ନୂତନ ଭାବେ ମଳୟ ପ୍ରଧାନ ଓଆଇସି ଭାବେ ଯୋଗଦାନ କରିଛନ୍ତି। ସେ ଏହା ପୂର୍ବରୁ ବରଗଡ଼ରେ ଏଆଇସି…

ହୃଦୟ ଜିଣିଲେ ହାର୍ଦ୍ଦିକ ପାଣ୍ଡ୍ୟା: ଭାରତୀୟ ସୈନ୍ୟଙ୍କ ସହ…

ନୂଆଦିଲ୍ଲୀ,୫।୯: ଭାରତୀୟ କ୍ରିକେଟ ଦଳର ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଫଟୋ BSF (ସୀମା ସୁରକ୍ଷା ବଳ) କର୍ମଚାରୀଙ୍କ ସହ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ସେ…

ସ୍ତ୍ରୀ ପଛେ ପଛେ ସ୍ବାମୀଙ୍କ ମୃତ୍ୟୁ, ବ୍ୟବଚ୍ଛେଦ ପାଇଁ ମାଟି ତଳୁ ଖୋଳି ଆଣିଲେ ୨ ମୃତଦେହ, ସନ୍ଦେହରେ…

ଭଦ୍ରକ,୫ା୯(ସନାତନ ରାଉତ): ମୃତ୍ୟୁର ୨ ଦିନ ପରେ ବ୍ୟବଚ୍ଛେଦ ପାଇଁ ମାଟି ତଳୁ ଖୋଳା ହେଲା ଶବ। ସାପ କାମୁଡ଼ାରେ ମୃତ୍ୟୁ ହୋଇଥିବା ସନ୍ଦେହ କରି ପରିବାର…

‘ଯୁଗେ ଯୁଗେ ଗୁରୁ ହିଁ ଶ୍ରେଷ୍ଠ, ଗୁରୁ ହେଉଛନ୍ତି ସମାଜ ସଂସ୍କାରକ’

ଅମରପାଲି,୫ା୯(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଅମରପାଲି ହାଇସ୍କୁଲରେ ଗୁରୁଦିବସ ପାଳନ ଅବସରରେ ଛାତ୍ରୀମାନଙ୍କ ଦ୍ୱାରା ନାଟକ ତସ୍ମୈ ଶ୍ରୀ ଗୁରବେ ନମଃ ପରିବେଷଣ…

ଇରାନୀ ତୈଳ ଟ୍ୟାଙ୍କର ଉପରେ ଆକ୍ରମଣ କଲା ଆମେରିକା; ଖାର୍ଗ ଦ୍ୱୀପ ନିକଟରେ ୪ କ୍ଷେପଣାସ୍ତ୍ର ମାଡ଼

ତେହରାନ,୫।୯: ଆମେରିକା ଖାର୍ଗ ଦ୍ୱୀପ ନିକଟରେ ଏକ ଇରାନୀ ତୈଳ ଟ୍ୟାଙ୍କର ଉପରେ ଆକ୍ରମଣ କରିଛି। ଆମେରିକା ଜାହାଜ ଉପରେ ଲଗାତାର ଚାରୋଟି କ୍ଷେପଣାସ୍ତ୍ର ମାଡ଼ କରିଛି।…

ଫାଇନାଲ ମ୍ୟାଚ ପୂର୍ବରୁ ବୈଭବଙ୍କୁ ନେଇ ଏ କ’ଣ କହିଦେଲେ ଇଶାନ କିଶନ, ଚାରିଆଡେ ହେଲାଣି ଚର୍ଚ୍ଚା

ନୂଆଦିଲ୍ଲୀ, ୫।୯: ଇଷ୍ଟ ଜୋନ ଓ ସାଉଥ ଜୋନ ମଧ୍ୟରେ ରବିବାରଠାରୁ ଦୁଲୀପ ଟ୍ରଫି ୨୦୨୬ର ଫାଇନାଲ ମ୍ୟାଚ ଖେଳାଯିବ। ଚେନ୍ନାଇର ଏମଏ ଚିଦମ୍ବରମ ଷ୍ଟାଡିୟମରେ ଏହି…

ଶିକ୍ଷକ ସମ୍ମାନ ସମାରୋହ: ଆଦର୍ଶ ଶିକ୍ଷୟିତ୍ରୀ-ଶିକ୍ଷକ ସମ୍ବର୍ଦ୍ଧିତ

କଟକସଦର,୫ା୯(ସୁଶାନ୍ତ କୁମାର ଜେନା): ପବିତ୍ର ଗୁରୁଦିବସ ଉପଲକ୍ଷେ କଟକ ସଦର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବ୍ରହ୍ମପୁରଠାରେ ଶନିବାର ଶିକ୍ଷକ ସମ୍ମାନ ସମାରୋହ- ୨୦୨୬ର ଆୟୋଜନ କରାଯାଇଥିଲା। ଏହି…

ପୁଇଁତୋଳା ପରିଚାଳନା କମିଟି ପକ୍ଷରୁ ଗଣେଶ ପୂଜା ପ୍ରସ୍ତୁତି: ଯୋଗଦେବେ ଛତ୍ରପୁର ବିଧାୟକ, ଟପ୍ପର ବିଦ୍ୟାର୍ଥୀଙ୍କୁ …

୫।୯ (ବିଦ୍ୟାଧର ସାହୁ): ଆସନ୍ତା ୧୪ ତାରିଖରେ ଅଗ୍ରପୂଜ୍ୟ ଗଜାନନଙ୍କ ଶ୍ରୀଗଣେଶ ଚତୁର୍ଥୀ। ଏଥିପାଇଁ ଗାଁଠୁ ସହର ସବୁଠି ଉତ୍ସବର ମାହୋଲ ଦେଖାଦେଇଛି। ଆକର୍ଷଣୀୟ ମେଢ଼ ସାଙ୍ଗକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri