ଯୁଦ୍ଧ ପରେ ଅସ୍ତ୍ରବିରତି

ଗାଜା ସିଟି/ଜେରୁଜେଲମ୍‌,୨୨ା୫ :ଅନ୍ତର୍ଜାତୀୟ ଚାପରେ ମୁଣ୍ଡ ନୁଆଇଛନ୍ତି ଇସ୍ରାଏଲ୍‌ ଏବଂ ପାଲେଷ୍ଟାଇନ୍‌ର ହମାସ୍‌ କଠୋରପନ୍ଥୀ। ଉଭୟ ପକ୍ଷଙ୍କ ମଧ୍ୟରେ ୧୧ ଦିନ ଧରି ଚାଲିଥିବା ସଂଘର୍ଷରେ ଶୁକ୍ରବାର ବିରାମ ଲାଗିଛି। ୨୫୨ରୁ ଊର୍ଦ୍ଧ୍ୱ ଲୋକଙ୍କ ମୃତ୍ୟୁ ପରେ ପରସ୍ପରକୁ ଆକ୍ରମଣ ନ କରିବା ପାଇଁ ଆପୋସ ବୁଝାମଣା ହୋଇଛି। ଦୁଇ ପକ୍ଷ ଏହାକୁ ନିଜ ବିଜୟ ବୋଲି ଦାବି କରିଛନ୍ତି। ଅସ୍ତ୍ରବିରତି ଲାଗୁ ହେବା ପରେ ବହୁସଂଖ୍ୟକ ପାଲେଷ୍ଟାଇନ୍‌ ନାଗରିକ ଗାଜା ରାସ୍ତାରେ ଉତ୍ସବ ମନାଇବାରେ ଲାଗିଛନ୍ତି। ତେବେ ହାତ ଟ୍ରିଗର୍‌ରୁ ହଟିନାହିଁ ଅର୍ଥାତ୍‌ ଆକ୍ରମଣ କଲେ ଜବାବ ଦେବା ପାଇଁ ପ୍ରସ୍ତୁତ ବୋଲି ହମାସ୍‌ ପକ୍ଷରୁ ଇସ୍ରାଏଲ୍‌କୁ ଚେତାବନୀ ଦିଆଯାଇଛି।

ବିବାଦୀୟ ପୂର୍ବ ଜେରୁଜେଲମ୍‌କୁ ନେଇ ଇସ୍ରାଏଲ୍‌ ଓ ପାଲେଷ୍ଟାଇନ୍‌ର ହମାସ୍‌ କଠୋରପନ୍ଥୀ ମୁହଁ।ମୁହଁ ହୋଇଥିଲେ। ମେ’ ୧୦ରେ ଗାଜାରେ ସଂଘର୍ଷ ଆରମ୍ଭ ହୋଇଥିଲା। ଉଭୟ ପକ୍ଷ ପରସ୍ପରକୁ ଟାର୍ଗେଟ କରି ରକେଟ ଓ ମୋର୍ଟାର ମାଡ଼ କରୁଥିଲେ। ଏଥିରେ ୨୪୦ରୁ ଊର୍ଦ୍ଧ୍ୱ ନିହତ ହୋଇଥିବାବେଳେ ଶତାଧିକ ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରୁ ୨୩୨ ଜଣ କେବଳ ଗାଜା ଷ୍ଟ୍ରିପ୍‌ରେ ପ୍ରାଣ ହରାଇଛନ୍ତି। ପ୍ରାୟ ୧୦୦ ମହିଳା ଓ ଶିଶୁଙ୍କ ଜୀବନ ଯାଇଥିବା ଗାଜା ସ୍ବାସ୍ଥ୍ୟ ମନ୍ତ୍ରଣାଳୟ କହିଛି। ଇସ୍ରାଏଲ୍‌ର କହିବା ହେଉଛି, ଗାଜାରେ ପ୍ରାଣ ହରାଇଥିବା ଲୋକଙ୍କ ମଧ୍ୟରୁ ଅନୂ୍ୟନ ୧୫୦ ଜଣ କଠୋରପନ୍ଥୀ। ହମାସ୍‌ ନିଜ ଲୋକଙ୍କ ମୃତ୍ୟୁ ସମ୍ପର୍କରେ ପ୍ରକୃତ ତଥ୍ୟ ସାମ୍ନାକୁ ଆଣିନାହିଁ। ଅନ୍ୟପକ୍ଷେ ଗାଜାରୁ କଠୋରପନ୍ଥୀମାନେ ଇସ୍ରାଏଲ୍‌ ଉପରେ ପ୍ରାୟ ୪,୦୦୦ ରକେଟ ମାଡ଼ କରିଥିଲେ। ଏଥିରେ ୨ ଶିଶୁଙ୍କ ସମେତ ୧୨ ପ୍ରାଣ ହରାଇଛନ୍ତି। ୫୦୦ରୁ ଊର୍ଦ୍ଧ୍ୱ ରକେଟ ଗାଜାରେ ପଡ଼ିଥିଲା। ଇସ୍ରାଏଲ୍‌ ଭିତରକୁ ଆସିଥିବା ରକେଟଗୁଡ଼ିକ ମଧ୍ୟରୁ ୯୦%କୁ ମିସାଇଲ୍‌ ନିରୋଧୀ ସିଷ୍ଟମ୍‌ ଆୟରନ୍‌ ଡୋମ୍‌ ଖସାଇଦେଇଥିଲା।
ମେ’ ୭ରେ ଜେରୁଜେଲମ୍‌ର ଅଲ୍‌-ଅକ୍ସା ମସ୍‌ଜିଦ୍‌ ନିକଟରେ ବିକ୍ଷୋଭକାରୀ ଓ ପୋଲିସ ମଧ୍ୟରେ ଅନେକ ଥର ସଂଘର୍ଷ ହୋଇଥିଲା। ଉତ୍ତେଜନା ବଢ଼ି ଚାଲିଥିବାବେଳେ ୧୦ ତାରିଖରେ ବଡ଼ ଧରଣର ଲଢ଼େଇ ଆରମ୍ଭ ହୋଇଥିଲା। ଆକ୍ରମଣ ଓ ପ୍ରତିଆକ୍ରମଣକୁ ନେଇ ବିଶ୍ୱ ସମୁଦାୟ ଚିନ୍ତାବ୍ୟକ୍ତ କରିବା ସହ ଇସ୍ରାଏଲ୍‌ ଓ ପାଲେଷ୍ଟାଇନ୍‌କୁ ସଂଯମ ହେବାକୁ ପରାମର୍ଶ ଦେଇଥିଲା। ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ତୁରନ୍ତ ଅସ୍ତ୍ରବିରତି କରିବାକୁ ବୁଧବାର ଇସ୍ରାଏଲ୍‌ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍‌ ନେତନ୍ୟାହୁଙ୍କୁ କହିଥିଲେ। ଏହାର ଦିନକ ପରେ ଇସ୍ରାଏଲ୍‌ କ୍ୟାବିନେଟରେ ନିଃସର୍ତ୍ତ ଅସ୍ତ୍ରବିରତି କରିବା ପାଇଁ ସର୍ବସମ୍ମତ ନିଷ୍ପତ୍ତି ହୋଇଥିଲା। ହମାସ୍‌ର ଜଣେ ଅଧିକାରୀ କହିଛନ୍ତି, ଆପୋସ ବୁଝାମଣାରେ ଅସ୍ତ୍ରବିରତି ଘୋଷଣା କରାଯାଇଛି। ଏହା ସ୍ଥାନୀୟ ସମୟ ଶୁକ୍ରବାର ରାତି ୨ଟାରେ ଲାଗୁ ହୋଇଛି। ଏନେଇ ବାଇଡେନ୍‌ କହିଛନ୍ତି, ଅସ୍ତ୍ରବିରତି ଉଭୟ ପକ୍ଷଙ୍କ ପାଇଁ ‘ପ୍ରଗତିର ଅସଲ’ ସୁଯୋଗ ଆଣିଦେବ। ଏହି ଅବସରରେ ସେ ପ୍ରଧାନମନ୍ତ୍ରୀ ନେତନ୍ୟାହୁଙ୍କୁ ପ୍ରଶଂସା କରିଛନ୍ତି। ସେହିପରି ଇଜିପ୍ଟ, କାତାର ଓ ଜାତିସଂଘ ମଧ୍ୟ ଇସ୍ରାଏଲ୍‌ ଓ ହମାସ୍‌ ମଧ୍ୟରେ ମଧ୍ୟସ୍ଥତା କରିବାରେ ମୁଖ୍ୟ ଭୂମିକା ନେଇଥିଲେ। ଇଜିପ୍ଟ ରାଷ୍ଟ୍ରପତି ଅଲ୍‌-ସିସି ଅସ୍ତ୍ରବିରତି ପାଇଁ ୨ ପ୍ରତିନିଧି ଦଳଙ୍କୁ ଇସ୍ରାଏଲ୍‌ ଓ ପାଲେଷ୍ଟାଇନ୍‌ କ୍ଷେତ୍ରକୁ ପଠାଇଥିଲେ। ଅନ୍ତର୍ଜାତୀୟ ସମୁଦାୟର ଉଦ୍ୟମ ଓ ଚାପ ଯୋଗୁ ଉଭୟ ପକ୍ଷ ଅସ୍ତ୍ରବିରତି କରିବାକୁ ରାଜି ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘ମୋ ପତ୍ନୀ ମଧ୍ୟ…’, ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ଏମିତି କାହିଁକି କହିଲେ ପୂର୍ବତନ ଭାରତୀୟ କ୍ରିକେଟର, ବଢିଲା ଚର୍ଚ୍ଚା

ନୂଆଦିଲ୍ଲୀ,୫।୯: ମାତ୍ର ୧୫ ବର୍ଷ ବୟସରେ କ୍ରିକେଟ ଜଗତରେ ନିଜର ଗଭୀର ଛାପ ଛାଡ଼ିଛନ୍ତି ବୈଭବ ସୂର୍ଯ୍ୟବଂଶୀ। ଏହି ଯୁବ କ୍ରିକେଟରଙ୍କ ପ୍ରତିଭାକୁ ନେଇ ଏବେ ପୂର୍ବତନ…

ମୋଦିଙ୍କ ପାଇଁ ଚକୋଲେଟ୍‌ର ‘ଇଣ୍ଡିଆ ଗେଟ୍‌’ ଆଣିଥିଲେ ବେଲଜିୟମ ପ୍ରଧାନମନ୍ତ୍ରୀ, ଭାରତରେ ପହଞ୍ଚିବା ପରେ ଘଟିଲା ଏମିତି କିଛି!

ନୂଆଦିଲ୍ଲୀ,୫।୯: ଭାରତ ଗସ୍ତରେ ଆସିଥିବା ବେଲଜିୟମ ପ୍ରଧାନମନ୍ତ୍ରୀ ବାର୍ଟ ଡି ୱେଭର୍‌ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପାଇଁ ଆଣିଥିଲେ ଏକ ଅତ୍ୟନ୍ତ ନିଆରା ଉପହାର। ଭାରତର ପ୍ରସିଦ୍ଧ…

ମନ୍ଦିର ବୁଲାଣିରେ ଅଘଟଣ, ବାଇକ୍‌କୁ ଧକ୍କା ଦେଲା ବାଇକ୍‌: ଆଉ ତା’ପରେ…

ବରଗଡ଼,୫ା୯(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ଭଟ୍‌ଲି ଥାନା ଅନ୍ତର୍ଗତ ମେଣ୍ଢାପାଲି ବନଦୁର୍ଗା ମନ୍ଦିର ନିକଟସ୍ଥ ବୁଲାଣିରେ ଏକ ପିକ୍‌ଅପ ଭ୍ୟାନ (ନଂ-ଓଡି ୧୫ଏଡି ୭୮୯୨) ଅନ୍ୟ ଏକ ବାଇକକୁ…

ବୈଦେଶିକ ମୁଦ୍ରାଭଣ୍ଡାରରେ ୧୧ ବିଲିୟନ ଡଲାର ବୃଦ୍ଧି

ନୂଆଦିଲ୍ଲୀ,୫ା୯: ଅଗଷ୍ଟ ୨୮ ସୁଦ୍ଧା ଶେଷ ହୋଇଥିବା ସପ୍ତାହରେ ଭାରତର ବୈଦେଶିକ ମୁଦ୍ରାଭଣ୍ଡାର ପରିମାଣରେ ୧୧.୪୭୫ ବିଲିୟନ ଡଲାର ବୃଦ୍ଧି ଘଟିବା ସହ ମୋଟ ଭଣ୍ଡାର ପରିମାଣ…

୧.୮୫ କୋଟି ଗ୍ରାହକଙ୍କ ସହ ଜିଓ ଓଡ଼ିଶାରେ ଅଗ୍ରଣୀ

ଭୁବନେଶ୍ୱର, ୫ା୯: ସାରା ଦେଶ ସହ ଓଡ଼ିଶାରେ ମଧ୍ୟ ରିଲାଏନ୍ସ ଜିଓ ୫ ସେପ୍ଟେମ୍ବର ୨୦୧୬ରେ ବ୍ୟବସାୟିକ ଟେଲିସେବା ଆରମ୍ଭ କରିଥିଲା। ୧୦ ବର୍ଷ ମଧ୍ୟରେ ଜିଓ…

ସେପ୍ଟେମ୍ବର ୧୫ରୁ ବନ୍ଦ ହୋଇପାରେ ଦୋକାନୀଙ୍କ ୟୁପିଆଇ

ନୂଆଦିଲ୍ଲୀ,୫ା୯: ଅନ୍‌ଲାଇନ ପେମେଣ୍ଟ ବ୍ୟବସ୍ଥାକୁ ନେଇ ଏବେ ଦେଶରେ ୧୦ ଲକ୍ଷ କ୍ଷୁଦ୍ର ବ୍ୟବସାୟୀ ସଙ୍କଟରେ ପଡ଼ିଛନ୍ତି। କାରଣ ସେମାନଙ୍କ କଓ୍ବୋଇସି ପ୍ରକ୍ରିୟା ଏ ପର୍ଯ୍ୟନ୍ତ ଶେଷ…

ନାମ, କାରଣ ଖୋଜୁଛି ଜିଲାପାଳଙ୍କ ମୋବାଇଲ: ଗୁରୁତର ସମସ୍ୟାରେ ବନ୍ୟାଞ୍ଚଳବାସୀ

ଯାଜପୁର,୫ା୯(ହର୍ଷବର୍ଦ୍ଧନ ବେହେରା):ସରକାରୀ ସେବାକୁ ସାଧାରଣ ଲୋକଙ୍କ ପାଖରେ ସହଜରେ ପହଞ୍ଚାଇବା ପାଇଁ ରାଜ୍ୟ ସରକାର ‘ଲୋକଙ୍କ ସରକାର’ କାର୍ଯ୍ୟକ୍ରମ ମାଧ୍ୟମରେ ବ୍ୟାପକ ପ୍ରୟାସ କରୁଛନ୍ତି। ଜିଲା ପ୍ରଶାସନ…

କ୍ରମାଗତ କ୍ଷତି ପରେ ଶେୟାର ବଜାରରେ ସାମାନ୍ୟ ସୁଧାର

ମୁମ୍ବାଇ,୫ା୯: ଚଳିତ ସପ୍ତାହରେ କ୍ରମାଗତ ଭାବେ ୪ଟି କାର୍ଯ୍ୟଦିବସରେ ଶେୟାର ବଜାର କାରବାର ହ୍ରାସ ପାଇ ଆସିଥିଲାବେଳେ ଶୁକ୍ରବାର କାରବାର ପରେ ସାମାନ୍ୟ ସୁଧାର ଆସିଛି। ଏହାଦ୍ୱାରା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri