ଯୁଦ୍ଧ ପରେ ଅସ୍ତ୍ରବିରତି

ଗାଜା ସିଟି/ଜେରୁଜେଲମ୍‌,୨୨ା୫ :ଅନ୍ତର୍ଜାତୀୟ ଚାପରେ ମୁଣ୍ଡ ନୁଆଇଛନ୍ତି ଇସ୍ରାଏଲ୍‌ ଏବଂ ପାଲେଷ୍ଟାଇନ୍‌ର ହମାସ୍‌ କଠୋରପନ୍ଥୀ। ଉଭୟ ପକ୍ଷଙ୍କ ମଧ୍ୟରେ ୧୧ ଦିନ ଧରି ଚାଲିଥିବା ସଂଘର୍ଷରେ ଶୁକ୍ରବାର ବିରାମ ଲାଗିଛି। ୨୫୨ରୁ ଊର୍ଦ୍ଧ୍ୱ ଲୋକଙ୍କ ମୃତ୍ୟୁ ପରେ ପରସ୍ପରକୁ ଆକ୍ରମଣ ନ କରିବା ପାଇଁ ଆପୋସ ବୁଝାମଣା ହୋଇଛି। ଦୁଇ ପକ୍ଷ ଏହାକୁ ନିଜ ବିଜୟ ବୋଲି ଦାବି କରିଛନ୍ତି। ଅସ୍ତ୍ରବିରତି ଲାଗୁ ହେବା ପରେ ବହୁସଂଖ୍ୟକ ପାଲେଷ୍ଟାଇନ୍‌ ନାଗରିକ ଗାଜା ରାସ୍ତାରେ ଉତ୍ସବ ମନାଇବାରେ ଲାଗିଛନ୍ତି। ତେବେ ହାତ ଟ୍ରିଗର୍‌ରୁ ହଟିନାହିଁ ଅର୍ଥାତ୍‌ ଆକ୍ରମଣ କଲେ ଜବାବ ଦେବା ପାଇଁ ପ୍ରସ୍ତୁତ ବୋଲି ହମାସ୍‌ ପକ୍ଷରୁ ଇସ୍ରାଏଲ୍‌କୁ ଚେତାବନୀ ଦିଆଯାଇଛି।

ବିବାଦୀୟ ପୂର୍ବ ଜେରୁଜେଲମ୍‌କୁ ନେଇ ଇସ୍ରାଏଲ୍‌ ଓ ପାଲେଷ୍ଟାଇନ୍‌ର ହମାସ୍‌ କଠୋରପନ୍ଥୀ ମୁହଁ।ମୁହଁ ହୋଇଥିଲେ। ମେ’ ୧୦ରେ ଗାଜାରେ ସଂଘର୍ଷ ଆରମ୍ଭ ହୋଇଥିଲା। ଉଭୟ ପକ୍ଷ ପରସ୍ପରକୁ ଟାର୍ଗେଟ କରି ରକେଟ ଓ ମୋର୍ଟାର ମାଡ଼ କରୁଥିଲେ। ଏଥିରେ ୨୪୦ରୁ ଊର୍ଦ୍ଧ୍ୱ ନିହତ ହୋଇଥିବାବେଳେ ଶତାଧିକ ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରୁ ୨୩୨ ଜଣ କେବଳ ଗାଜା ଷ୍ଟ୍ରିପ୍‌ରେ ପ୍ରାଣ ହରାଇଛନ୍ତି। ପ୍ରାୟ ୧୦୦ ମହିଳା ଓ ଶିଶୁଙ୍କ ଜୀବନ ଯାଇଥିବା ଗାଜା ସ୍ବାସ୍ଥ୍ୟ ମନ୍ତ୍ରଣାଳୟ କହିଛି। ଇସ୍ରାଏଲ୍‌ର କହିବା ହେଉଛି, ଗାଜାରେ ପ୍ରାଣ ହରାଇଥିବା ଲୋକଙ୍କ ମଧ୍ୟରୁ ଅନୂ୍ୟନ ୧୫୦ ଜଣ କଠୋରପନ୍ଥୀ। ହମାସ୍‌ ନିଜ ଲୋକଙ୍କ ମୃତ୍ୟୁ ସମ୍ପର୍କରେ ପ୍ରକୃତ ତଥ୍ୟ ସାମ୍ନାକୁ ଆଣିନାହିଁ। ଅନ୍ୟପକ୍ଷେ ଗାଜାରୁ କଠୋରପନ୍ଥୀମାନେ ଇସ୍ରାଏଲ୍‌ ଉପରେ ପ୍ରାୟ ୪,୦୦୦ ରକେଟ ମାଡ଼ କରିଥିଲେ। ଏଥିରେ ୨ ଶିଶୁଙ୍କ ସମେତ ୧୨ ପ୍ରାଣ ହରାଇଛନ୍ତି। ୫୦୦ରୁ ଊର୍ଦ୍ଧ୍ୱ ରକେଟ ଗାଜାରେ ପଡ଼ିଥିଲା। ଇସ୍ରାଏଲ୍‌ ଭିତରକୁ ଆସିଥିବା ରକେଟଗୁଡ଼ିକ ମଧ୍ୟରୁ ୯୦%କୁ ମିସାଇଲ୍‌ ନିରୋଧୀ ସିଷ୍ଟମ୍‌ ଆୟରନ୍‌ ଡୋମ୍‌ ଖସାଇଦେଇଥିଲା।
ମେ’ ୭ରେ ଜେରୁଜେଲମ୍‌ର ଅଲ୍‌-ଅକ୍ସା ମସ୍‌ଜିଦ୍‌ ନିକଟରେ ବିକ୍ଷୋଭକାରୀ ଓ ପୋଲିସ ମଧ୍ୟରେ ଅନେକ ଥର ସଂଘର୍ଷ ହୋଇଥିଲା। ଉତ୍ତେଜନା ବଢ଼ି ଚାଲିଥିବାବେଳେ ୧୦ ତାରିଖରେ ବଡ଼ ଧରଣର ଲଢ଼େଇ ଆରମ୍ଭ ହୋଇଥିଲା। ଆକ୍ରମଣ ଓ ପ୍ରତିଆକ୍ରମଣକୁ ନେଇ ବିଶ୍ୱ ସମୁଦାୟ ଚିନ୍ତାବ୍ୟକ୍ତ କରିବା ସହ ଇସ୍ରାଏଲ୍‌ ଓ ପାଲେଷ୍ଟାଇନ୍‌କୁ ସଂଯମ ହେବାକୁ ପରାମର୍ଶ ଦେଇଥିଲା। ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ତୁରନ୍ତ ଅସ୍ତ୍ରବିରତି କରିବାକୁ ବୁଧବାର ଇସ୍ରାଏଲ୍‌ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍‌ ନେତନ୍ୟାହୁଙ୍କୁ କହିଥିଲେ। ଏହାର ଦିନକ ପରେ ଇସ୍ରାଏଲ୍‌ କ୍ୟାବିନେଟରେ ନିଃସର୍ତ୍ତ ଅସ୍ତ୍ରବିରତି କରିବା ପାଇଁ ସର୍ବସମ୍ମତ ନିଷ୍ପତ୍ତି ହୋଇଥିଲା। ହମାସ୍‌ର ଜଣେ ଅଧିକାରୀ କହିଛନ୍ତି, ଆପୋସ ବୁଝାମଣାରେ ଅସ୍ତ୍ରବିରତି ଘୋଷଣା କରାଯାଇଛି। ଏହା ସ୍ଥାନୀୟ ସମୟ ଶୁକ୍ରବାର ରାତି ୨ଟାରେ ଲାଗୁ ହୋଇଛି। ଏନେଇ ବାଇଡେନ୍‌ କହିଛନ୍ତି, ଅସ୍ତ୍ରବିରତି ଉଭୟ ପକ୍ଷଙ୍କ ପାଇଁ ‘ପ୍ରଗତିର ଅସଲ’ ସୁଯୋଗ ଆଣିଦେବ। ଏହି ଅବସରରେ ସେ ପ୍ରଧାନମନ୍ତ୍ରୀ ନେତନ୍ୟାହୁଙ୍କୁ ପ୍ରଶଂସା କରିଛନ୍ତି। ସେହିପରି ଇଜିପ୍ଟ, କାତାର ଓ ଜାତିସଂଘ ମଧ୍ୟ ଇସ୍ରାଏଲ୍‌ ଓ ହମାସ୍‌ ମଧ୍ୟରେ ମଧ୍ୟସ୍ଥତା କରିବାରେ ମୁଖ୍ୟ ଭୂମିକା ନେଇଥିଲେ। ଇଜିପ୍ଟ ରାଷ୍ଟ୍ରପତି ଅଲ୍‌-ସିସି ଅସ୍ତ୍ରବିରତି ପାଇଁ ୨ ପ୍ରତିନିଧି ଦଳଙ୍କୁ ଇସ୍ରାଏଲ୍‌ ଓ ପାଲେଷ୍ଟାଇନ୍‌ କ୍ଷେତ୍ରକୁ ପଠାଇଥିଲେ। ଅନ୍ତର୍ଜାତୀୟ ସମୁଦାୟର ଉଦ୍ୟମ ଓ ଚାପ ଯୋଗୁ ଉଭୟ ପକ୍ଷ ଅସ୍ତ୍ରବିରତି କରିବାକୁ ରାଜି ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?