ଜମି ଦେଇ ପଟ୍ଟା କଥା ଭୁଲିଗଲା ସିଡିଏ; ଚିନ୍ତାରେ ଅଭିନବ ବିଡ଼ାନାସୀବାସୀ

କଟକ ଅଫିସ, ୩ା୧୦: ଅଭିନବ ବିଡ଼ାନାସୀ ହେଉଛି ରାଜ୍ୟ ସରକାରଙ୍କ ଏକ ଉଚ୍ଚ ଆକାଂକ୍ଷିତ ପ୍ରକଳ୍ପ। ଯେହେତୁ ପୁରୁଣା କଟକ ଯୋଜନା ମୁତାବକ ତଥା ସୁବ୍ୟବସ୍ଥିତ ଢଙ୍ଗରେ ହୋଇନାହିଁ ଏବଂ ଏଠାରେ ନାନା ସମସ୍ୟା ରହିଛି ତେଣୁ ଅଭିନବ ବିଡ଼ାନାସୀ ପ୍ରକଳ୍ପର ପରିକଳ୍ପନା କରାଯାଇଥିଲା। ଅଭିନବ ବିଡ଼ାନାସୀବାସୀଙ୍କୁ ସମସ୍ତ ଆଧୁନିକ ସୁବିଧା ସୁଯୋଗ ଯୋଗାଇଦେବାକୁ ଲକ୍ଷ୍ୟ ରଖାଯାଇଥିଲା। ତେବେ କଟକ ଡେଭଲପମେଣ୍ଟ ଅଥରିଟି (ସିଡିଏ) ଅଧୀନ ଏହି ପ୍ରକଳ୍ପ ଏବେ ଦିଗହରା ହେବାକୁ ବସିଛି। କାରଣ ଏଠାକାର ବାସିନ୍ଦାଙ୍କୁ ସିଡିଏ ଜମି ଦେଇଥିବା ବେଳେ ପଟ୍ଟା ପାଇଁ କନ୍ଦାଉଛି। ଅଭିନବ ବିଡ଼ାନାସୀବାସୀ ଏପର୍ଯ୍ୟନ୍ତ ଜମିପଟ୍ଟା ନ ପାଇ ସରକାରୀ ସୁବିଧାରୁ ବଞ୍ଚିତ ହେବା ସହ ନାନା ସମସ୍ୟାରେ ଘାଣ୍ଟି ହେଉଛନ୍ତି।

ସରକାରଙ୍କଠାରୁ ସିଡିଏ ୨୦୮୦.୧୨୦ ଏକର ପରିମିତ ଜାଗା ଲିଜ୍‌ ସୂତ୍ରରେ ଆଣି ଭିତ୍ତିଭୂମି ବିକାଶ କରାଇ ଏଠାରେ ଜନବସତି ସ୍ଥାପନ କରାଇଥ୍‌ତ୍ଲା। ଏହାକୁ ୧୫ଟି ସେକ୍ଟରରେ ବିଭକ୍ତ କରାଯାଇଥିଲା। ପରେ ୧୫ଟି ସେକ୍ଟରରେ ବିଭିନ୍ନ ଆବାସିକ, ବ୍ୟବସାୟିକ ପ୍ଲଟ, ପାର୍କ, ମାର୍କେଟ କମ୍ପ୍ଲେକ୍ସ ଆଦି ନିର୍ମାଣ କରାଯାଇଥ୍‌ତ୍ଲା। ଏଠାରେ ପ୍ରାୟ ୧.୫ ଲକ୍ଷ ଲୋକ ରହିବାର ବ୍ୟବସ୍ଥା ହୋଇଛି। ଆବାସିକ ଅଞ୍ଚଳକୁ ଦୃଷ୍ଟିରେ ରଖି ଆବଶ୍ୟକ ବ୍ୟବସ୍ଥା କରାଯାଇଛି। ୧ରୁ ୫ ନମ୍ବର ପର୍ଯ୍ୟନ୍ତ ସେକ୍ଟରରେ ବିଭିନ୍ନ ସରକାରୀ କାର୍ଯ୍ୟାଳୟ, ଶିକ୍ଷାନୁଷ୍ଠାନ, ବ୍ୟବସାୟିକ ପ୍ରତିଷ୍ଠାନ ଲାଗି ବ୍ୟବସ୍ଥା କରାଯାଇଛି। ୬ରୁ ୧୩ ସେକ୍ଟର ମଧ୍ୟରେ ମାର୍କେଟ କମ୍ପ୍ଲେକ୍ସ ସମେତ ଆବାସିକ ପ୍ଲଟ ରହିଛି। ୧୬୬. ୮୭୦ ଏକର ପରିମିତ ଜାଗାରେ ସେକ୍ଟର ୬ ଅବସ୍ଥିତ ଥିବାବେଳେ ୧୬୮୨ଟି ଏବଂ ୧୦୭. ୯୯୦ ଏକର ଜାଗାରେ ନିର୍ମିତ ସେକ୍ଟର ୭ରେ ୨୨୧୮ଟି ଆବାସିକ ପ୍ଲଟ ଆବଣ୍ଟନ କରାଯାଇଛି। ସେହିପରି ସେକ୍ଟର ୮ରେ ୬୪.୦୪୮ ଏକର ଜାଗାରେ ୭୦୩ଟି, ସେକ୍ଟର ୯ରେ ୧୫୮.୪୭୦ ଏକର ଜାଗାରେ ୧୬୭୦ଟି, ସେକ୍ଟର ୧୦ରେ ୧୨୧.୦୭୦ ଏକର ଜାଗାରେ ୧୭୨୨ଟି, ସେକ୍ଟର ୧୧ରେ ୯୯.୯୪୨ ଏକର ଜାଗାରେ ୧୬୩୪ଟି ଆବାସିକ ପ୍ଲଟ ରହିଛି। ସେହିପରି ୧୨ ଓ ୧୩ ସେକ୍ଟରର ବିକାଶ କରାଯାଇ ଆବାସିକ ପ୍ଲଟ ଆବଣ୍ଟନ କରାଯାଇଛି। ଏହି ସମସ୍ତ ସେକ୍ଟରରେ ଏବେ ମୋଟ ପ୍ରାୟ ୭୦ହଜାରରୁ ଊର୍ଦ୍ଧ୍ୱ ଲୋକ ବସବାସ କରୁଛନ୍ତି। ତେବେ ସେହି ଅନୁପାତରେ ଆବଶ୍ୟକ ସୁବିଧା ସୁଯୋଗ ଯୋଗାଇବାରେ ସିଡିଏ ବିଫଳ ହୋଇଛି। ଏଠାକାର ବାସିନ୍ଦା ନାନା ସମସ୍ୟରେ ଘାଣ୍ଟି ହେଉଥିବାବେଳେ ଜମିମାଲିକମାନେ ନିଜ ଜମିର ପଟ୍ଟା ପାଇପାରୁନାହାନ୍ତି। ଫଳରେ ବିଭିନ୍ନ ସରକାରୀ ଯୋଜନାରୁ ବଞ୍ଚିତ ହେବା ସହ ତହସିଲ କାର୍ଯ୍ୟାଳୟରୁ ଆବାସିକ ପ୍ରମାଣପତ୍ର, ଜାତିଗତ ପ୍ରମାଣପତ୍ର, ଆୟକର ପ୍ରମାଣପତ୍ର ପ୍ରଭୃତି ପାଇପାରୁ ନାହାନ୍ତି। ଏଥିଯୋଗୁ ଏଠାକାର ବାସିନ୍ଦାଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଏ ନେଇ ସିଡିଏ ସଚିବ ଅନନ୍ୟା ଦାସଙ୍କୁ ପଚାରିବାରେ କହିଛନ୍ତି, ସିଡିଏ ଅଞ୍ଚଳରେ ଯେଉଁ ସମସ୍ୟା ରହିଛି ତାହାକୁ ଦୂର କରିବା ପାଇଁ ପ୍ରୟାସ ଜାରି ରହିଛି। ତେବେ ଜମିପଟ୍ଟା ପାଇଁ ଆମେ କିଛି କରିପାରିବୁ ନାହିଁ ା

ସିଡିଏ ତହସିଲ ନିକଟରୁ ଜମି ଲିଜ୍‌ରେ ଆଣି ଭିତ୍ତିଭୂମିର ବିକାଶ କରି ପ୍ଲଟ ଆକାରରେ ଲୋକଙ୍କୁ ଆବଣ୍ଟନ କରିଛି। ଅନ୍ୟପକ୍ଷରେ କଟକ ସଦର ତହସିଲଦାର ସମ୍ବିତ ଗଡନାୟକ କହିଛନ୍ତି, ସିଡିଏ ଲୋକଙ୍କଠାରୁ ଟଙ୍କା ନେଇ ଜମି ଆବଣ୍ଟନ କରିଛି। ସେମାନଙ୍କଠାରୁ ଗ୍ରାଉଣ୍ଡ ରେଣ୍ଟ ମଧ୍ୟ ନେଉଛି। ତେଣୁ ସିଡିଏ ଏହି ଲିଜ୍‌ ହୋଲ୍ଡ ଜମିକୁ ଫ୍ରି ହୋଲ୍ଡ କରାଇବାକୁ ପଦକ୍ଷେପ ନେବା ଦରକାର। ଯେପର୍ଯ୍ୟନ୍ତ ଏହି ଜମି ଫ୍ରି ହୋଲ୍ଡ ନ ହୋଇଛି ସେପର୍ଯ୍ୟନ୍ତ ଆମେ ପଟ୍ଟା ଦେଇପାରିବୁ ନାହିଁ। ତେବେ ତହସିଲ ପକ୍ଷରୁ ବିଭିନ୍ନ ପ୍ରମାଣପତ୍ର ଓ ଉତ୍ତରାଧିକାରୀ ପତ୍ର ଏବେ ଲୋକଙ୍କ ଲିଜ୍‌ ଡିଡ୍‌ ଆଧାରରେ ଦିଆଯାଉଛି ା

 

ସିଡିଏ ଜାଣିଶୁଣି ଜମିକୁ ଫ୍ରି ହୋଲ୍ଡ କରୁନାହିଁ
ସିଡିଏ ଜାଣିଶୁଣି ଅଭିନବ ବିଡ଼ାନାସୀର ଜମିକୁ ଫ୍ରି ହୋଲ୍ଡ କରୁନାହିଁ। ଏବେ ସିଡିଏ ବର୍ଷକୁ ଗ୍ରାଉଣ୍ଡ ରେଣ୍ଟ ବାବଦରେ ବି ପ୍ଲଟରୁ ୪୦୦ରୁ ୫୦୦ ଟଙ୍କା, ସି ପ୍ଲଟରୁ ୨୪୦ ଟଙ୍କା, ଡି ପ୍ଲଟରୁ ୧୫୦୦ରୁ ୨୦୦୦ ଟଙ୍କା, ଇ ପ୍ଲଟରୁ ୫୦୦ ଏବଂ ଏଫ୍‌ ପ୍ଲଟରୁ ୬୦୦ ଟଙ୍କା ଆଦାୟ କରୁଛି। ଏହାବ୍ୟତୀତ ସିଡିଏ ସ୍ବରେଜ ଓ ହୋଲଡିଂ ଟିକସ ଅଲଗା ଭାବେ ଆଦାୟ କରୁଛି। ଏବେ ୱାଟାର ଟ୍ୟାକ୍ସ ଅଲଗା ଭାବେ ଆଦାୟ କରିବା ପାଇଁ ସିଡିଏ ଯୋଜନା କରୁଥିବା ଶୁଣିବାକୁ ମିଳୁଛି ା
ଆଇନଜୀବୀ ପ୍ରଦୀପ ପଟ୍ଟନାୟକ, ସିଡିଏ ସେକ୍ଟର-୭

ବିଡିଏ ପାରୁଛି, ସିଡିଏ କାହିଁକି ନୁହେଁ
ଯଦି ଭୁବନେଶ୍ୱର ଡେଭଲପମେଣ୍ଟ ଅଥରିଟି (ବିଡିଏ) ଲିଜ ହୋଲ୍ଡ ଜମିକୁ ଫ୍ରି ହୋଲ୍ଡ କରିପାରୁଛି ତେବେ ସିଡିଏ କାହିଁକି କରିପାରୁନାହିଁ। କଟକ ମହାନଦୀ ବିହାର ଲିଜ ହୋଲ୍ଡ ଜମି କିପରି ଫ୍ରି ହୋଲ୍ଡ ହୋଇପାରିଲା?
ରମାକାନ୍ତ ସାହୁ, ସିଡିଏ ସେକ୍ଟର-୧


Enter your email to get our daily news in your inbox.

All Right Reserved By Dharitri.Com

ଯୁବକଙ୍କୁ ହତ୍ୟା, ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ

ବ୍ରହ୍ମପୁର,୧ା୫(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ଅତିରିକ୍ତ ଜିଲା ଦୌରାଜଜ୍‌ (ଏଡିଜେ-୧) ଡ. ଇନ୍ଦୁ ଶର୍ମା ବୁଧବାର ଏକ ହତ୍ୟା ମାମଲାର ୧୯ ବର୍ଷ ପରେ ଚୂଡ଼ାନ୍ତ...

ଗାଡ଼ି ଚଳାଉଥିବା ବେଳେ ରାସ୍ତାରେ ହେଲା ହାର୍ଟ ଆଟାକ୍‌, ଚାଲିଗଲା ଜୀବନ

ବୁଗୁଡ଼ା,୧ା୫(କାଳିଚରଣ ଦାଶ): ଗାଡ଼ି ଚଳାଇ ଆସୁଥିବା ବେଳେ ଅଧା ରାସ୍ତାରେ ହୋଇଗଲା ହାର୍ଟ ଆଟାକ୍‌। ଆଉ ଗାଡ଼ି ଭିତରେ ହିଁ ଚାଲିଗଲା ଜୀବନ ଏମିତି ଏକ...

ଭଟଲି ବିଧାନସଭା ଆସନ ପାଇଁ ନାମାଙ୍କନ ଦାଖଲ କଲେ ମହମ୍ମଦ ଶାହାରୁଖ

ବରଗଡ଼,୧ା୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଭଟଲି ବିଧାନସଭା ଆସନ ପାଇଁ ନିର୍ବାଚନ ମଇଦାନକୁ ଓହ୍ଲାଇଥିବା ଆମ୍‌ ଆଦ୍‌ମୀ ପାର୍ଟି (ଏଏପି) ପ୍ରାର୍ଥୀ ମହମ୍ମଦ ଶାହାରୁଖ ଲୋଧିଆ...

ଡବଲ ଇଞ୍ଜିନ୍‌ ଭୋଟ୍‌ ପାଇଁ କାମ କରେ, କାହିଁକି ଏମିତି କହିଲେ ପାଣ୍ଡିଆନ

ଛତ୍ରପୁର,୧ା୫(ଦିଲ୍ଲୀପ ସାମଲ): ଛତ୍ରପୁରରେ କାର୍ତ୍ତିକ ପାଣ୍ଡିଆନଙ୍କ ମାରାଥନ ପ୍ରଚାର। ସାଧାରଣ ସଭାରେ କାର୍ତ୍ତିକ ପାଣ୍ଡିଆନଙ୍କ ଉଦ୍‌ବୋଧନ ଦେଇ କହିଛନ୍ତି, ଡବଲ ଇଞ୍ଜିନ୍‌ ବୋଲି କିଛି ଲୋକ...

ବ୍ରିଜ୍‌ ଉପରେ ସାଇକେଲ ରଖି ନଦୀକୁ ଡେଇଁ ପଡ଼ିଲେ ଦଶମ ଶ୍ରେଣୀ ଛାତ୍ର

ପାରାଦୀପ,୧ା୫(ଶରତ ରାଉତ): ପାରାଦୀପ ଆଦର୍ଶଥାନା ଅନ୍ତର୍ଗତ ଅଠରବାଙ୍କି ଓଭରବ୍ରିଜ୍‌ ଉପରୁ ବୁଧବାର ଖରାବେଳେ ଜଣେ ଦଶମ ଶ୍ରେଣୀ ଛାତ୍ର ନାହିଁ କାଉଡ଼ିଆ ନଦୀରେ ପଡ଼ି ଯାଇ...

ପ୍ରାର୍ଥିପତ୍ର ଦାଖଲ କଲେ ଇରାସିସ ଆଚାର୍ଯ୍ୟ

ବରଗଡ଼,୧ା୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଭଟଲି ବିଧାନସଭା ଆସନ ପାଇଁ ନିର୍ବାଚନ ମଇଦାନକୁ ଓହ୍ଲାଇଥିବା ଭାଜପା ପ୍ରାର୍ଥୀ ଇରାସିସ ଆଚାର୍ଯ୍ୟ ବୁଧବାର ନାମାଙ୍କନପତ୍ର ଦାଖଲ କରିଛନ୍ତି।...

ରାଜଗାଙ୍ଗପୁର ବିଧାନସଭା ଆସନ ପାଇଁ ପ୍ରାର୍ଥିପତ୍ର ଦାଖଲ କଲେ ଅନିଲ ବରୁଆ

ସୁନ୍ଦରଗଡ଼,୧ା୫(ଜୟନାରାୟଣ ମେଣ୍ଡୁଳି): ରାଜଗାଙ୍ଗପୁର ବିଧାନସଭା ଆସନ ପାଇଁ ବିଜେଡି ପ୍ରାର୍ଥୀ ଅନିଲ ବରୁଆ ବୁଧବାର ନିଜର ନାମାଙ୍କନପପତ୍ର ଦାଖଲ କରିଛନ୍ତି। ଅନିଲ ସୁନ୍ଦରଗଡ଼ ଅତିରିକ୍ତ ଜିଲାପାଳ...

ନାମାଙ୍କନପତ୍ର ଦାଖଲ କଲେ ବିଧାୟକ ପ୍ରାର୍ଥୀ ରାଜେନ୍ଦ୍ର ନାଏକ

ସୁନ୍ଦରଗଡ଼,୧ା୫(ଜୟନାରାୟଣ ମେଣ୍ଡୁଳି): ସାଧାରଣ ନିର୍ବାଚନ ୨୦୨୪ ନିମନ୍ତେ ବୁଧବାର ପ୍ରାର୍ଥିପତ୍ର ଦାଖଲର ଚତୁର୍ଥ ଦିବସରେ ସୁନ୍ଦରଗଡ଼ ବିଧାନସଭା ଆସନ ପାଇଁ ଭାରତୀୟ କମ୍ୟୁନିଷ୍ଟ ପାର୍ଟି(ସିପିଆଇ) ପ୍ରାର୍ଥୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri