ସିସିଆଇ ନୋଟିସ ଉପରେ ରୋକ ଲଗାଯାଉ

ନୂଆଦିଲ୍ଲୀ, ୨୨ା୬: ନୂତନ ଗୋପନୀୟତା ନୀତିର ଅନୁସନ୍ଧାନ ବାବଦରେ ସୂଚନା ଦେବାକୁ କୁହାଯାଇ କମ୍ପିଟେଶନ କମିଶନ ଅଫ୍‌ ଇଣ୍ଡିଆ(ସିସିଆଇ) ପକ୍ଷରୁ ଜାରି କରାଯାଇଥିବା ନୋଟିସ୍‌ ଉପରେ ରୋକ ଲଗାଇବାକୁ ସୋସିଆଲ ମିଡିଆ ପ୍ଲାଟଫର୍ମ ଫେସ୍‌ବୁକ୍‌ ଏବଂ ହ୍ବାଟ୍ସଆପ୍‌ ସୋମବାର ଦିଲ୍ଲୀ ହାଇକୋର୍ଟରେ ଆବେଦନ କରିଛନ୍ତି। ଜଷ୍ଟିସ୍‌ ଅନୁପ ଜଏରାମ ଭମ୍ବାନୀ ଏବଂ ଜସ୍‌ମିତ୍‌ ସିଂଙ୍କ ଖଣ୍ଡପୀଠ ଏହି ଆବେଦନ ଉପରେ ଏକ ନିର୍ଦ୍ଦେଶ ଜାରି କରିବେ ବୋଲି କହିଛନ୍ତି। ଏହା ଏକ ଅବକାଶକାଳୀନ ଖଣ୍ଡପୀଠ ହୋଇଥିବାରୁ ଏବଂ ମୁଖ୍ୟ ପିଟିଶନ୍‌ ସୁପ୍ରିମକୋର୍ଟରେ ପ୍ରଧାନ ବିଚାରପତିଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠଙ୍କ ଅଧୀନରେ ବିଚାରାଧୀନ ଥିବାରୁ ମାମଲାର ଗୁଣବତ୍ତା ଜାଣିବାକୁ ଚାହିଁ ନ ଥିଲେ ବୋଲି ଶୁଣାଣିବେଳେ ହାଇକୋର୍ଟ କହିଥିଲେ। ଏହି ମାମଲା ଜୁଲାଇ ୯(ମୁଖ୍ୟ ପିଟିଶନ ପାଇଁ ମଧ୍ୟ ସମାନ ତାରିଖ ରହିଛି) ପାଇଁ ସୂଚୀବଦ୍ଧ କରାଯାଇଛି।
ପ୍ରିଭେସି ପଲିସିର ସିସିଆଇ ତଦନ୍ତ ବିରୋଧରେ ପୂର୍ବରୁ ଫେସ୍‌ବୁକ୍‌ ଓ ହ୍ବାଟ୍‌ଆପ୍‌ ପକ୍ଷରୁ ଆଗତ ଆବେଦନକୁ ଏକକ ବିଚାରପତି ଖାରଜ କରିଦେଇଥିଲେ। ତେବେ ଗତ ଜୁନ୍‌ ୪ରେ ଜାରି ହୋଇଥିବା ସିସିଆଇ ନୋଟିସ୍‌ର ଉତ୍ତର ରଖିବାକୁ ସୋମବାର ଶେଷ ଦିନ ଥିବାବେଳେ ଏହାକୁ ସ୍ଥଗିତ ରଖିବାକୁ ଉକ୍ତ ଦୁଇ ସୋସିଆଲ ପ୍ଲାଟଫର୍ମ ପକ୍ଷରୁ ସଦ୍ୟ ଆବେଦନ ହୋଇଛି। ମାମଲା ସୁପ୍ରିମକୋର୍ଟରେ ଥିବାରୁ ସିସିଆଇ ନୋଟିସ୍‌ ଜାରି କରାଯିବାର କିଛି କାରଣ ନାହିଁ ବୋଲି ଫେସ୍‌ବୁକ୍‌ ଓ ହ୍ବାଟ୍ସଆପ୍‌ ପକ୍ଷ ଓକିଲ କହିଛନ୍ତି। ଗତ ଜାନୁୟାରୀରେ ହ୍ବାଟ୍ସଆପ୍‌ର ନୂଆ ପ୍ରିଭେସି ପଲିସି ଉପରେ ବିଭିନ୍ନ ଖବରକୁ ନେଇ ସିସିଆଇ ନିଜଆଡ଼ୁ ଏହାର ତଦନ୍ତ କରିବାକୁ ସ୍ଥିର କରିଥିଲା।

 


Enter your email to get our daily news in your inbox.

All Right Reserved By Dharitri.Com

୫ କୋଟି ଚାରା ରୋପଣ କରିବେ ନୀତିଶ ସରକାର

ପାଟନା,୧।୧୨: ବିହାରରେ ୨୦୨୧ରେ ୫ କୋଟି ଚାରା ରୋପଣ କରାଯିବ। ଏନେଇ ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ସରକାର ଯୋଜନା ପ୍ରସ୍ତୁତ କରିଛନ୍ତି। ସରକାରଙ୍କ ପକ୍ଷରୁ ଜାରି...

ହାଇକୋର୍ଟରେ କଙ୍ଗନାଙ୍କୁ ଝଟ୍‌କା, ମାନହାନି ମାମଲା ରଦ୍ଦ ଆବେଦନ ଖାରଜ…

ମୁମ୍ବାଇ,୯।୯: ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାୱତଙ୍କୁ ବମ୍ବେ ହାଇକୋର୍ଟରୁ ବଡ଼ ଝଟ୍‌କା ମିଳିଛି। ତଙ୍କେ ବିରୋଧରେ ଜାଭେଦ ଅଖତର ମାନହାନି ମକଦ୍ଦମା ଦାଏର କରିଥିଲେ। ଏହି...

ରାମାୟଣ କନକ୍ଲେଭର ଉଦ୍‌ଘାଟନ କଲେ ରାଷ୍ଟ୍ରପତି

ଲକ୍ଷ୍ନୌ,୨୯ ।୮: ରାଷ୍ଟ୍ରପତି ରାମନାଥ କୋବିନ୍ଦ ଦିନିକିଆ ଅଯୋଧ୍ୟା ଗସ୍ତରେ ଅଛନ୍ତି । ରବିବାର ତାଙ୍କର ସୁରକ୍ଷା ଓ ସ୍ୱାଗତକୁ ନେଇ ସମସ୍ତ ବ୍ୟବସ୍ଥା କରାଯାଇଛି...

ଭୋଟ ଗ୍ରହଣ କେନ୍ଦ୍ରର ୨ଶହ ମିଟର ଦୂରରୁ ମିଳିଲା ଆଇଇଡ଼ି

ରାୟପୁର,୨୩।୯: ଛତିଶଗଡ଼ ଦନ୍ତଓ୍ବାଡ଼ା ବିଧାନସଭା ଆସନ ଉପନିର୍ବାଚନ ପାଇଁ ସୋମବାର ସକାଳୁ ଭୋଟଗ୍ରହଣ ଆରମ୍ଭ ହୋଇଛି। ସ୍ଥାନୀୟ କଟେକଲ୍ୟାଣ ଅଞ୍ଚଳର ପରଚେଲି ଭୋଟଗ୍ରହଣ କେନ୍ଦ୍ରଠାରୁ ୨...

ଭିକ ମାଗି ଜୌହର ବିଶ୍ୱବିଦ୍ୟାଳୟ ଗଢ଼ିଛନ୍ତି ଆଜମ ଖାନ: ମୁଲାୟମ ସିଂ ଯାଦବ

ଲକ୍ଷ୍ନୌ,୩।୯: ବହୁତ ଦିନର ନୀରବତା ପରେ ସମାଜବାଦୀ ପାର୍ଟି ନେତା ମୁଲାୟମ ସିଂ ଯାଦବ ଗଣମାଧ୍ୟମ ସାମ୍ନାକୁ ଆସିଛନ୍ତି। ଏକ ଖବରଦାତା ସମ୍ମିଳନୀରେ ସେ ରାମପୁର...

ବୃତ୍ତ ଚିହ୍ନରେ ଠିଆହୋଇ ସାମଗ୍ରୀ କିଣିବେ ଲୋକେ: ହାଟ, ବଜାରରେ ଲକ୍ଷ୍ମଣରେଖା ଟାଣିଲା ବିଏମ୍‌ସି

ଭୁବନେଶ୍ୱର, ୨୬ା୩ (ବ୍ୟୁରୋ): କରୋନା ପାଇଁ ସାରା ଦେଶ ଏବେ ୨୧ଦିନ ପାଇଁ ଲକ୍‌ ଡାଉନ୍‌। ଆବଶ୍ୟକତା ହେଉ ଅବା ଅଧିକ ଅତ୍ୟାବଶ୍ୟକ ସାମଗ୍ରୀ ଘରେ...

ଟିଏମ୍‌ସି ଆତଙ୍କବାଦୀ ପ୍ରସ୍ତୁତକାରୀ କମ୍ପାନୀ: ଭାଜପା

କୋଲକାତା,୩୦ ।୧୧: ପଶ୍ଚିମବଙ୍ଗରେ ଆସନ୍ତା ବର୍ଷ ହେବାକୁ ଯାଉଛି ବିଧାନସଭା ନିର୍ବାଚନ । ହେଲେ ଏବେଠାରୁ ସବୁ ରାଜନୈତିକ ଦଳ ପ୍ର୍‌ସ୍ତୁତି ଆରମ୍ଭ କରି ସାରିଲେଣି...

‘ସିଜେଆଇଙ୍କୁ ସମାଲୋଚନା ସର୍ବୋଚ୍ଚ ଅଦାଲତଙ୍କ ପ୍ରଭୁତ୍ୱକୁ ନୂ୍ୟନ କରୁନାହିଁ’

ନୂଆଦିଲ୍ଲୀ, ୪ା୮:ସୁପ୍ରିମକୋର୍ଟରେ ଅଦାଲତ ଅବମାନନା ମାମଲାର ସମ୍ମୁଖୀନ ହୋଇଥିବା ବରିଷ୍ଠ ଆଇନଜୀବୀ ପ୍ରଶାନ୍ତ ଭୂଷଣ ଏକ ସତ୍ୟପାଠ ଦାଖଲ କରି କହିଛନ୍ତି, ଭାରତର ପ୍ରଧାନ ବିଚାରପତି...

Advertisement
Archives

Model This Week