ସୁବର୍ଣ୍ଣପୁର ସହର ପାଇଁ ସିସି କ୍ୟାମେରା ସ୍ବପ୍ନ

ସୋନପୁର,୨୯ା୭(ମୃତ୍ୟୁଞ୍ଜୟ ଶତପଥୀ): ସୁବର୍ଣ୍ଣପୁର ସହରର ଗୁରୁତ୍ୱପୂର୍ଣ୍ଣ ଛକ ଏବଂ ଜିଲାର ବିନିକା ଓ ତରଭା ସହରରେ ସିସି ଟିଭି କ୍ୟାମେରା ଲଗାଇବା ପାଇଁ ନିଷ୍ପତ୍ତି ହୋଇଛି। ଜାନୁୟାରୀ ମାସରେ ଜିଲା ସଡକ ସୁରକ୍ଷା କମିଟି ଓ ସଚେତନ ନାଗରିକଙ୍କୁ ନେଇ ଅନୁଷ୍ଠିତ ଜରୁରୀ ବୈଠକରେ ଏହି ନିଷ୍ପତ୍ତି ନିଆ ଯାଇଥିଲା। ଜିଲାପାଳ ଏଥିରେ ଅଧ୍ୟକ୍ଷତା କରିଥିଲେ। ଇତିମଧ୍ୟରେ ଜିଲାପାଳ ଓ ଏସ୍‌ପିଙ୍କ ବଦଳି ହୋଇସାରିଛି। ନିକଟରେ ରାଜ୍ୟରେ ସରକାର ମଧ୍ୟ ପରିବର୍ତ୍ତନ ହୋଇଛି। ତେବେ ଦୀର୍ଘ ୭ ମାସ ପରେ ବି ଏହି ନିଷ୍ପତ୍ତି କାର୍ଯ୍ୟକାରୀ ହୋଇପାରିନି। ଜିଲାର ତିନି ପ୍ରମୁଖ ସହର ଶକ୍ତିଶାଳୀ ସିସି ଟିଭି କ୍ୟାମେରା ସ୍କାନରରେ ରହିବ। ଅପରାଧ ନିୟନ୍ତ୍ରଣ ଓ ଟ୍ରାଫିକ୍‌ ସମସ୍ୟାର ସମାଧାନ ପାଇଁ ପୋଲିସକୁ ସହଜ ହେବ। ତେବେ ଏହା ସହରବାସୀଙ୍କ ପାଇଁ ସ୍ବପ୍ନ ହୋଇରହିଛି।
ସୁବର୍ଣ୍ଣପୁର ସହର ବ୍ଲକ ଛକ ଟ୍ରାଫିକ୍‌ ପୋଷ୍ଟରେ ଗତ ଜାନୁୟାରୀ ୨ ତାରିଖ ସନ୍ଧ୍ୟାରେ ସ୍କୁଟି ଉପରେ ଏକ ହାଇଓ୍ବା ଚଢି ଯାଇଥିଲା। ହାଇଓ୍ବା ତଳେ ଚାପି ହୋଇ ସ୍କୁଟିରେ ଯାଉଥିବା ବାପ ପୁଅଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା। ଏହି ମର୍ମନ୍ତୁଦ ସଡକ ଦୁର୍ଘଟଣାକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା। ଜିଲା ପ୍ରଶାସନ ପକ୍ଷରୁ ଏହି ଘଟଣା ପରେ ତତ୍ପରତା ପ୍ରକାଶ ପାଇବା ସହ ଜିଲାପାଳଙ୍କ ସମ୍ମିଳନୀ କକ୍ଷରେ ଏକ ବୈଠକ ହୋଇଥିଲା। ତତ୍କାଳୀନ ଜିଲାପାଳ ବିମଳେନ୍ଦୁ ରାୟଙ୍କ ଅଧ୍ୟକ୍ଷତାରେ ସଡକ ଦୁର୍ଘଟଣାର କାରଣ ଓ ଏହାର ନିରାକରଣ ନେଇ ବିସ୍ତୃତ ଆଲୋଚନା ହୋଇଥିଲା। ଜିଲା ସଦର ମହକୁମାର ବ୍ଲକ ଛକ, ବୁଢାରଜା ଛକ, ପଟାଭାଡି ଛକ, ନଳିନୀ ଛକ, ସ୍ମାର୍ଟ ପାର୍କ ଛକକୁ ପର୍ଯ୍ୟାୟ କ୍ରମେ ଗୋଲେଇ ଛକ କରିବା ପାଇଁ ତତ୍କାଳୀନ ଜିଲାପାଳ ପୂର୍ତ୍ତ ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ। ପ୍ରଥମ ପର୍ଯ୍ୟାୟରେ ବ୍ଲକ ଛକ ଓ ବୁଢାରଜା ଛକକୁ ଗୋଲେଇ ଛକ କରିବା ପାଇଁ ନିଷ୍ପତ୍ତି ହୋଇଥିଲା। ୬୦ ମିଟର ବ୍ୟାସାର୍ଦ୍ଧ ବିଶିଷ୍ଟ ବ୍ଲକ ଛକ ଓ ୩୦ ମିଟର ବ୍ୟାସାର୍ଦ୍ଧ ବିଶିଷ୍ଟ ବୁଢାରଜା ଛକରେ ଗୋଲେଇ ଛକ ପାଇଁ ସର୍ଭେ କରି ପ୍ଲାନ ପ୍ରସ୍ତୁତ କରିବାକୁ ପୂର୍ତ୍ତ ବିଭାଗର ଅଧିକ୍ଷଣ ଯନ୍ତ୍ରୀଙ୍କୁ ଜିଲାପାଳ ନିର୍ଦ୍ଦେଶ ଦେଇଥିଲେ। ପ୍ରମ ପର୍ଯ୍ୟାୟରେ ସହର ର ଗୁରୁତ୍ୱପୂର୍ଣ୍ଣ ନଳିନୀ ଛକ, ବ୍ଲକ ଛକ ଓ ବୁଢାରଜା ଛକରେ ସିସି କ୍ୟାମେରା ସ୍ଥାପନ ପାଇଁ ପୌର ନିର୍ବାହୀ ଅଧିକାରୀଙ୍କୁ କୁହା ଯାଇଥିଲା। ପ୍ରାକ୍ତନ ଏସ୍‌ପି ଅମରେଶ କୁମାର ପଣ୍ଡାଙ୍କ ସମେତ ଜିଲାର ବରିଷ୍ଠ ଅଧିକାରୀ, ପୌରାଧ୍ୟକ୍ଷା, ପ୍ରାକ୍ତନ ପୌରାଧ୍ୟକ୍ଷ ଓ ସଚେତନ ନାଗରିକ ମାନେ ଏହି ବୈଠକରେ ଯୋଗ ଦେଇଥିଲେ। ତେବେ ଜିଲାପାଳ ଓ ଏସ୍‌ପିଙ୍କ ବଦଳି ପରେ ମଧ୍ୟ ନିଷ୍ପତ୍ତି କାର୍ଯ୍ୟକାରୀ ହୋଇପାରିନି। ସହରରେ ସିସି କ୍ୟାମେରା ଲଗାଇବା ପାଇଁ ପୌର ପରିଷଦ ଆଗ୍ରହ ପ୍ରକାଶ କରୁନି। ଏଥିପାଇଁ ଆବଶ୍ୟକ ଅର୍ଥ ନଥିବା ପୌର କତ୍ତୃପକ୍ଷ କହୁଛନ୍ତି। ସେହିପରି ଆଞ୍ଚଳିକ ପରିବହନ ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଜିଲାର ସୁବର୍ଣ୍ଣପୁର, ବିନିକା ଓ ତରଭା ସହର ର ଗୁରୁତ୍ୱପୂର୍ଣ୍ଣ ଛକ ମାନଙ୍କରେ ସିସି କ୍ୟାମେରା ଲଗାଇବା ପାଇଁ ୧କୋଟି ୧୪ଲକ୍ଷ ଟଙ୍କାର ବ୍ୟୟ ଅଟକଳ କରାଯାଇଥିଲା। ପରିବହନ ବିଭାଗର କମିଶନରଙ୍କୁ ଆବଶ୍ୟକ ଅନୁଦାନ ପାଇଁ ଗତ ଜାନୁୟାରୀ ମାସରେ ଚିଠି ମାଧ୍ୟମରେ ଅନୁରୋଧ କରା ଯାଇଥିଲା। ତେବେ ଏହା ପରିବହନ ବିଭାଗର କାର୍ଯ୍ୟ ନୁହଁ କହି ବିଭାଗର ଉଚ୍ଚ ପଦସ୍ଥ ଅଧିକାରୀ ଏହାକୁ ଗୁରୁତ୍ୱ ଦେଇନଥିଲେ। ଫଳରେ ଜିଲାର କୌଣସି ଗୋଟିଏ ବି ସହରରେ ସରକାରଙ୍କ ପକ୍ଷରୁ ସିସି କ୍ୟାମେରା ଲାଗିପାରିନି। ନିର୍ବାଚିତ ଲୋକପ୍ରତିନିଧିମାନେ ଏଥିପାଇଁ ଆଗ୍ରହ ପ୍ରକାଶ କରୁନାହାନ୍ତି। ରାଜ୍ୟର ଅନ୍ୟ ସହର ମାନଙ୍କରେ ସିସି କ୍ୟାମେରା ଲଗାଇବା ପାଇଁ ସରକାର ସ୍ବତନ୍ତ୍ର ଅନୁଦାନ ଯୋଗାଇ ଦେଉଛନ୍ତି। କ୍ରମବର୍ଦ୍ଧିଷ୍ଣୁ ଜନସଂଖ୍ୟା ପାଇଁ ଆଇନଶୃଙ୍ଖଳା ପରିସ୍ଥିତିକୁ ଆଖି ଆଗରେ ରଖି ସହରର ବିଭିନ୍ନ ସ୍ଥାନରେ ଅପରାଧିକ କାର୍ଯ୍ୟକଳାପ ତଥା ଅନ୍ୟାନ୍ୟ ବିଷୟରେ ଦୃଷ୍ଟି ରଖିବା ପାଇଁ ସିସି କ୍ୟାମେରାର ଆବଶ୍ୟକ ଥିଲା। ତେବେ ରାଜ୍ୟର ଅନ୍ୟ ସହରରେ ସିସି କ୍ୟାମେରା ଲାଗିଥିବା ବେଳେ ସୁବର୍ଣ୍ଣପୁର ଜିଲା ଏକ୍ଷେତ୍ରରେ ପଛରେ ରହିଛି। ସିସି ଟିଭି ନଥିବା ଯୋଗୁ ଚୋର, ଡକାୟତଙ୍କୁ ଧରିବା ପୋଲିସ ପକ୍ଷେ କଷ୍ଟସାଧ୍ୟ ହେଉଛି। ଲୁଟ୍‌ କରି ଆଖି ପିଛୁଳାକେ ରାଜପଥ ଦେଇ ଲୁଟେରାମାନେ ଫେରାର ହୋଇଯାଉଛନ୍ତି। ପୋଲିସ ବିଭିନ୍ନ ସ୍ଥାନରେ ଚଢାଉ କରି ବି ଲୁଟେରାଙ୍କ ଟେର ପାଉନାହିଁ। ସେହିପରି ଟ୍ରାଫିକ୍‌ ନିୟମ ଭାଙ୍ଗୁଥିବା ଅମାନିଆଙ୍କ ଉପରେ ମଧ୍ୟ ନଜର ରଖି ହେଉନାହିଁ। ନୂଆ ସରକାର ଏଥିପ୍ରତି ଦୃଷ୍ଟି ଦେବାକୁ ବୁଦ୍ଧିଜୀବୀ ମହଲରେ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ବିପଦରେ ଅଜିତ ଅଗରକରଙ୍କ ପଦବୀ! BCCIର ନୂଆ ମୁଖ୍ୟ ଚୟନକର୍ତ୍ତା ହେବେ କି ପାର୍ଥିବ ପଟେଲ? ଏକ ପୋଷ୍ଟକୁ ନେଇ…

ନୂଆଦିଲ୍ଲୀ,୧୮।୯: ପୂର୍ବତନ ଭାରତୀୟ କ୍ରିକେଟର ପାର୍ଥିବ ପଟେଲ ପୁରୁଷ ସିନିୟର ଚୟନ କମିଟିର ଅଧ୍ୟକ୍ଷ ଭାବରେ ଅଜିତ ଅଗରକରଙ୍କ ସ୍ଥାନ ନେଇପାରନ୍ତି। ସେ ‘X’ (ଟୁଇଟର) ରେ…

ଉପନିର୍ବାଚନ ପୂର୍ବରୁ ମମତାଙ୍କୁ ମିଳିଲା ଧୋକା! ସଙ୍ଗେ ସଙ୍ଗେ ବାଜି ପଲଟାଇଦେଲେ ଦିଦି

କୋଲକାତା,୧୮।୯: ପଶ୍ଚିମବଙ୍ଗରେ ତୃଣମୂଳ କଂଗ୍ରେସ (TMC)ର ନାମ ଓ ନିର୍ବାଚନୀ ଚିହ୍ନକୁ ନେଇ ବିବାଦ ମଧ୍ୟରେ ମମତା ବାନାର୍ଜୀ ନିର୍ବାଚନ ଆୟୋଗଙ୍କ ଅନ୍ତରୀଣ ନିଷ୍ପତ୍ତି ଉପରେ ତୀବ୍ର…

ଶିକ୍ଷାବିତ୍‌ ବିମଳ ଷଡ଼ଙ୍ଗୀଙ୍କ ପରଲୋକ

ଖୋର୍ଦ୍ଧା,୧୮।୯(ପ୍ରଭାତ ପାଣିଗ୍ରାହୀ): ଉତ୍କଳ ସମ୍ମିଳନୀର ରାଜ୍ୟ ଉପସଭାପତି ବରିଷ୍ଠ ନାଗରିକ, ବୁଦ୍ଧିଜୀବୀ ତଥା ଶିକ୍ଷାବିତ, ଖବରକାଗଜର ବିଶିଷ୍ଟ ସଂଗ୍ରାହକ ଭାବେ ପରିଚିତ ଖୋର୍ଦ୍ଧା ନିବାସୀ ବିମଳ ଷଡଙ୍ଗୀ(୭୫)…

ନିର୍ବାଚନ ଚିହ୍ନ ହରାଇବା ପରେ ମମତା ବାନାର୍ଜୀଙ୍କ ପ୍ରଥମ ପ୍ରତିକ୍ରିୟା: କହିଲେ…

କୋଲକାତା,୧୮।୯: ନିର୍ବାଚନ ଆୟୋଗ ପୂର୍ବତନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏବଂ ଋତୁବ୍ରତ ବାନାର୍ଜୀଙ୍କ ନେତୃତ୍ୱାଧୀନ ଗୋଷ୍ଠୀ ପାଇଁ ନୂତନ ନାମ ଘୋଷଣା କରିଛନ୍ତି। ଏହା ସହିତ, ଉଭୟ…

ପାକିସ୍ତାନରେ ନମାଜ ସମୟରେ ଆତ୍ମଘାତୀ ଆକ୍ରମଣ; ୧୬ ମୃତ, ଅନେକ ଆହତ

ଇସଲାମାବାଦ,୧୮।୯: ପାକିସ୍ତାନର ଖାଇବର ପଖତୁନଖ୍ବା ପ୍ରଦେଶ ଅନ୍ତର୍ଗତ କୋହାଟ ଜିଲାର ‘ପୋଲିସ ଲାଇନ୍ସ’ ଅଞ୍ଚଳରେ ଶୁକ୍ରବାର (୧୮ ସେପ୍ଟେମ୍ବର, ୨୦୨୬) ଏକ ଭୟଙ୍କର ବିସ୍ଫୋରଣ ଘଟିଛି। ଏହା…

୨୦୨୭ରେ ଶନିଙ୍କ ମହାଗୋଚର: ଏହି ରାଶି ପାଇବ ସାଢେସାତୀରୁ ମୁକ୍ତି, ଆରମ୍ଭ ହେବ ଗୋଲ୍ଡେନ ଟାଇମ, ଚାକିରିରେ ପଦୋନ୍ନତି!

କର୍ମଫଳଦାତା ଶନିଦେବ ପ୍ରାୟ ଅଢ଼େଇ ବର୍ଷରେ ଥରେ ରାଶି ପରିବର୍ତ୍ତନ କରନ୍ତି। ବର୍ତ୍ତମାନ ଶନି ମୀନ ରାଶିରେ ଅବସ୍ଥାନ କରୁଥିବା ବେଳେ, ଜ୍ୟୋତିଷ ଗଣନା ଅନୁସାରେ ୩…

ଓରାଙ୍ଗଉଟାନଙ୍କୁ ନେଇ ଆସିଲା ବଡ଼ ଅପଡେଟ୍‌, ମନ୍ତ୍ରୀ କହିଲେ…

ଭୁବନେଶ୍ୱର,୧୮।୯: ଉଦ୍ଧାର ହୋଇଥିବା ଓରାଙ୍ଗଉଟାନଙ୍କୁ ନେଇ ଜଙ୍ଗଲ ମନ୍ତ୍ରୀ ଗଣେଶ ରାମସିଂ ଖୁଣ୍ଟିଆ ଶୁକ୍ରବାର ଏକ ବଡ଼ ସୂଚନା ଦେଇଛନ୍ତି। ମନ୍ତ୍ରୀ କହିଛନ୍ତି ଯେ, ଓରାଙ୍ଗଉଟାନଙ୍କ ସମ୍ପର୍କରେ…

୨୪ ଘଣ୍ଟାରେ ମମତାଙ୍କୁ ଲାଗିଲା ଦ୍ୱିତୀୟ ଝଟକା, ଯାହାକୁ ପ୍ରାର୍ଥୀ ଘୋଷଣା କରିଥିଲେ ସିଏ ଏବେ…

କୋଲକାତା: ପଶ୍ଚିମବଙ୍ଗର ନନ୍ଦୀଗ୍ରାମ ଉପନିର୍ବାଚନକୁ ନେଇ ରାଜନୈତିକ ଘଟଣାକ୍ରମ ଜୋର ଧରିଛି। ମମତା ବାନାର୍ଜୀଙ୍କ ଗୋଷ୍ଠୀ ପକ୍ଷରୁ ନନ୍ଦୀଗ୍ରାମ ପାଇଁ ପ୍ରାର୍ଥୀ ଘୋଷିତ ହୋଇଥିବା ସଞ୍ଚିତା ପ୍ରଧାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?