ସୁବର୍ଣ୍ଣପୁର ସହର ପାଇଁ ସିସି କ୍ୟାମେରା ସ୍ବପ୍ନ

ସୋନପୁର,୨୯ା୭(ମୃତ୍ୟୁଞ୍ଜୟ ଶତପଥୀ): ସୁବର୍ଣ୍ଣପୁର ସହରର ଗୁରୁତ୍ୱପୂର୍ଣ୍ଣ ଛକ ଏବଂ ଜିଲାର ବିନିକା ଓ ତରଭା ସହରରେ ସିସି ଟିଭି କ୍ୟାମେରା ଲଗାଇବା ପାଇଁ ନିଷ୍ପତ୍ତି ହୋଇଛି। ଜାନୁୟାରୀ ମାସରେ ଜିଲା ସଡକ ସୁରକ୍ଷା କମିଟି ଓ ସଚେତନ ନାଗରିକଙ୍କୁ ନେଇ ଅନୁଷ୍ଠିତ ଜରୁରୀ ବୈଠକରେ ଏହି ନିଷ୍ପତ୍ତି ନିଆ ଯାଇଥିଲା। ଜିଲାପାଳ ଏଥିରେ ଅଧ୍ୟକ୍ଷତା କରିଥିଲେ। ଇତିମଧ୍ୟରେ ଜିଲାପାଳ ଓ ଏସ୍‌ପିଙ୍କ ବଦଳି ହୋଇସାରିଛି। ନିକଟରେ ରାଜ୍ୟରେ ସରକାର ମଧ୍ୟ ପରିବର୍ତ୍ତନ ହୋଇଛି। ତେବେ ଦୀର୍ଘ ୭ ମାସ ପରେ ବି ଏହି ନିଷ୍ପତ୍ତି କାର୍ଯ୍ୟକାରୀ ହୋଇପାରିନି। ଜିଲାର ତିନି ପ୍ରମୁଖ ସହର ଶକ୍ତିଶାଳୀ ସିସି ଟିଭି କ୍ୟାମେରା ସ୍କାନରରେ ରହିବ। ଅପରାଧ ନିୟନ୍ତ୍ରଣ ଓ ଟ୍ରାଫିକ୍‌ ସମସ୍ୟାର ସମାଧାନ ପାଇଁ ପୋଲିସକୁ ସହଜ ହେବ। ତେବେ ଏହା ସହରବାସୀଙ୍କ ପାଇଁ ସ୍ବପ୍ନ ହୋଇରହିଛି।
ସୁବର୍ଣ୍ଣପୁର ସହର ବ୍ଲକ ଛକ ଟ୍ରାଫିକ୍‌ ପୋଷ୍ଟରେ ଗତ ଜାନୁୟାରୀ ୨ ତାରିଖ ସନ୍ଧ୍ୟାରେ ସ୍କୁଟି ଉପରେ ଏକ ହାଇଓ୍ବା ଚଢି ଯାଇଥିଲା। ହାଇଓ୍ବା ତଳେ ଚାପି ହୋଇ ସ୍କୁଟିରେ ଯାଉଥିବା ବାପ ପୁଅଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା। ଏହି ମର୍ମନ୍ତୁଦ ସଡକ ଦୁର୍ଘଟଣାକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା। ଜିଲା ପ୍ରଶାସନ ପକ୍ଷରୁ ଏହି ଘଟଣା ପରେ ତତ୍ପରତା ପ୍ରକାଶ ପାଇବା ସହ ଜିଲାପାଳଙ୍କ ସମ୍ମିଳନୀ କକ୍ଷରେ ଏକ ବୈଠକ ହୋଇଥିଲା। ତତ୍କାଳୀନ ଜିଲାପାଳ ବିମଳେନ୍ଦୁ ରାୟଙ୍କ ଅଧ୍ୟକ୍ଷତାରେ ସଡକ ଦୁର୍ଘଟଣାର କାରଣ ଓ ଏହାର ନିରାକରଣ ନେଇ ବିସ୍ତୃତ ଆଲୋଚନା ହୋଇଥିଲା। ଜିଲା ସଦର ମହକୁମାର ବ୍ଲକ ଛକ, ବୁଢାରଜା ଛକ, ପଟାଭାଡି ଛକ, ନଳିନୀ ଛକ, ସ୍ମାର୍ଟ ପାର୍କ ଛକକୁ ପର୍ଯ୍ୟାୟ କ୍ରମେ ଗୋଲେଇ ଛକ କରିବା ପାଇଁ ତତ୍କାଳୀନ ଜିଲାପାଳ ପୂର୍ତ୍ତ ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ। ପ୍ରଥମ ପର୍ଯ୍ୟାୟରେ ବ୍ଲକ ଛକ ଓ ବୁଢାରଜା ଛକକୁ ଗୋଲେଇ ଛକ କରିବା ପାଇଁ ନିଷ୍ପତ୍ତି ହୋଇଥିଲା। ୬୦ ମିଟର ବ୍ୟାସାର୍ଦ୍ଧ ବିଶିଷ୍ଟ ବ୍ଲକ ଛକ ଓ ୩୦ ମିଟର ବ୍ୟାସାର୍ଦ୍ଧ ବିଶିଷ୍ଟ ବୁଢାରଜା ଛକରେ ଗୋଲେଇ ଛକ ପାଇଁ ସର୍ଭେ କରି ପ୍ଲାନ ପ୍ରସ୍ତୁତ କରିବାକୁ ପୂର୍ତ୍ତ ବିଭାଗର ଅଧିକ୍ଷଣ ଯନ୍ତ୍ରୀଙ୍କୁ ଜିଲାପାଳ ନିର୍ଦ୍ଦେଶ ଦେଇଥିଲେ। ପ୍ରମ ପର୍ଯ୍ୟାୟରେ ସହର ର ଗୁରୁତ୍ୱପୂର୍ଣ୍ଣ ନଳିନୀ ଛକ, ବ୍ଲକ ଛକ ଓ ବୁଢାରଜା ଛକରେ ସିସି କ୍ୟାମେରା ସ୍ଥାପନ ପାଇଁ ପୌର ନିର୍ବାହୀ ଅଧିକାରୀଙ୍କୁ କୁହା ଯାଇଥିଲା। ପ୍ରାକ୍ତନ ଏସ୍‌ପି ଅମରେଶ କୁମାର ପଣ୍ଡାଙ୍କ ସମେତ ଜିଲାର ବରିଷ୍ଠ ଅଧିକାରୀ, ପୌରାଧ୍ୟକ୍ଷା, ପ୍ରାକ୍ତନ ପୌରାଧ୍ୟକ୍ଷ ଓ ସଚେତନ ନାଗରିକ ମାନେ ଏହି ବୈଠକରେ ଯୋଗ ଦେଇଥିଲେ। ତେବେ ଜିଲାପାଳ ଓ ଏସ୍‌ପିଙ୍କ ବଦଳି ପରେ ମଧ୍ୟ ନିଷ୍ପତ୍ତି କାର୍ଯ୍ୟକାରୀ ହୋଇପାରିନି। ସହରରେ ସିସି କ୍ୟାମେରା ଲଗାଇବା ପାଇଁ ପୌର ପରିଷଦ ଆଗ୍ରହ ପ୍ରକାଶ କରୁନି। ଏଥିପାଇଁ ଆବଶ୍ୟକ ଅର୍ଥ ନଥିବା ପୌର କତ୍ତୃପକ୍ଷ କହୁଛନ୍ତି। ସେହିପରି ଆଞ୍ଚଳିକ ପରିବହନ ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଜିଲାର ସୁବର୍ଣ୍ଣପୁର, ବିନିକା ଓ ତରଭା ସହର ର ଗୁରୁତ୍ୱପୂର୍ଣ୍ଣ ଛକ ମାନଙ୍କରେ ସିସି କ୍ୟାମେରା ଲଗାଇବା ପାଇଁ ୧କୋଟି ୧୪ଲକ୍ଷ ଟଙ୍କାର ବ୍ୟୟ ଅଟକଳ କରାଯାଇଥିଲା। ପରିବହନ ବିଭାଗର କମିଶନରଙ୍କୁ ଆବଶ୍ୟକ ଅନୁଦାନ ପାଇଁ ଗତ ଜାନୁୟାରୀ ମାସରେ ଚିଠି ମାଧ୍ୟମରେ ଅନୁରୋଧ କରା ଯାଇଥିଲା। ତେବେ ଏହା ପରିବହନ ବିଭାଗର କାର୍ଯ୍ୟ ନୁହଁ କହି ବିଭାଗର ଉଚ୍ଚ ପଦସ୍ଥ ଅଧିକାରୀ ଏହାକୁ ଗୁରୁତ୍ୱ ଦେଇନଥିଲେ। ଫଳରେ ଜିଲାର କୌଣସି ଗୋଟିଏ ବି ସହରରେ ସରକାରଙ୍କ ପକ୍ଷରୁ ସିସି କ୍ୟାମେରା ଲାଗିପାରିନି। ନିର୍ବାଚିତ ଲୋକପ୍ରତିନିଧିମାନେ ଏଥିପାଇଁ ଆଗ୍ରହ ପ୍ରକାଶ କରୁନାହାନ୍ତି। ରାଜ୍ୟର ଅନ୍ୟ ସହର ମାନଙ୍କରେ ସିସି କ୍ୟାମେରା ଲଗାଇବା ପାଇଁ ସରକାର ସ୍ବତନ୍ତ୍ର ଅନୁଦାନ ଯୋଗାଇ ଦେଉଛନ୍ତି। କ୍ରମବର୍ଦ୍ଧିଷ୍ଣୁ ଜନସଂଖ୍ୟା ପାଇଁ ଆଇନଶୃଙ୍ଖଳା ପରିସ୍ଥିତିକୁ ଆଖି ଆଗରେ ରଖି ସହରର ବିଭିନ୍ନ ସ୍ଥାନରେ ଅପରାଧିକ କାର୍ଯ୍ୟକଳାପ ତଥା ଅନ୍ୟାନ୍ୟ ବିଷୟରେ ଦୃଷ୍ଟି ରଖିବା ପାଇଁ ସିସି କ୍ୟାମେରାର ଆବଶ୍ୟକ ଥିଲା। ତେବେ ରାଜ୍ୟର ଅନ୍ୟ ସହରରେ ସିସି କ୍ୟାମେରା ଲାଗିଥିବା ବେଳେ ସୁବର୍ଣ୍ଣପୁର ଜିଲା ଏକ୍ଷେତ୍ରରେ ପଛରେ ରହିଛି। ସିସି ଟିଭି ନଥିବା ଯୋଗୁ ଚୋର, ଡକାୟତଙ୍କୁ ଧରିବା ପୋଲିସ ପକ୍ଷେ କଷ୍ଟସାଧ୍ୟ ହେଉଛି। ଲୁଟ୍‌ କରି ଆଖି ପିଛୁଳାକେ ରାଜପଥ ଦେଇ ଲୁଟେରାମାନେ ଫେରାର ହୋଇଯାଉଛନ୍ତି। ପୋଲିସ ବିଭିନ୍ନ ସ୍ଥାନରେ ଚଢାଉ କରି ବି ଲୁଟେରାଙ୍କ ଟେର ପାଉନାହିଁ। ସେହିପରି ଟ୍ରାଫିକ୍‌ ନିୟମ ଭାଙ୍ଗୁଥିବା ଅମାନିଆଙ୍କ ଉପରେ ମଧ୍ୟ ନଜର ରଖି ହେଉନାହିଁ। ନୂଆ ସରକାର ଏଥିପ୍ରତି ଦୃଷ୍ଟି ଦେବାକୁ ବୁଦ୍ଧିଜୀବୀ ମହଲରେ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ବିବାହିତା ମହିଳାଙ୍କୁ ବଳାତ୍କାର, ଗିରଫ ହେଲେ ରାୟଗଡ଼ା ଅତିରିକ୍ତ ଅଗ୍ନିଶମ ଅଧିକାରୀ

ରାୟଗଡ଼ା,୨୦।୭(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡ଼ା ଅଗ୍ନିଶମ ବିଭାଗର ଅତିରିକ୍ତ ଅଗ୍ନିଶମ ଅଧିକାରୀ ରମେଶ ଚନ୍ଦ୍ର ବେହେରାଙ୍କୁ ବଳାତ୍କାର ମାମଲାରେ ରାୟଗଡ଼ା ଟାଉନ ଥାନା ପୋଲିସ ରବିବାର...

ଗାଜଲବାଡ଼ି ଘାଟିରେ ଫସିଛି ଟ୍ୟାଙ୍କର; ଦାରିଙ୍ଗବାଡ଼ିରୁ ବ୍ରହ୍ମପୁର, ଭଞ୍ଜନଗର ଯାତାୟାତ ଠପ୍‌

ଦାରିଙ୍ଗବାଡି, ୨୦।୭ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଦେଇ ଯାଇଥିବା ଗୋପାଳପୁର -ରାଇପୁର ୫୯ନଂ ଜାତୀୟ ରାଜପଥର ଗାଜଲବାଡି ଘାଟିରେ ଯାତାୟାତ ଠପ ହୋଇଯାଇଛି।...

ଦିଲ୍ଲୀ ଏୟାରଲିଫ୍ଟ ହେଲେ ବଳଙ୍ଗା ପୀଡ଼ିତା 

ଭୁବନେଶ୍ୱର,୨୦।୭: AIIMSରେ ଚିକିତ୍ସାଧୀନ ବଳଙ୍ଗା ପୀଡ଼ିତା ଏୟାରଲିଫ୍ଟ ହୋଇଛନ୍ତି। ଭୁବନେଶ୍ବର ବିମାନବନ୍ଦରରୁ ଦିଲ୍ଲୀକୁ ଏୟାରଲିଫ୍ଟ ହୋଇଛନ୍ତି ପୀଡ଼ିତା। ଦିଲ୍ଲୀ AIIMSରେ ପୀଡ଼ିତାଙ୍କ ଅଧିକ ଚିକିତ୍ସା କରାଯିବ।...

ଟୋଲ୍‌ପ୍ଲାଜା ବୁଥ୍‌ ଉପରକୁ ଚଢ଼ିଗଲା କାର୍‌: ଜଣଙ୍କ ଜୀବନ ଗଲା, ଜଣେ ଗୁରୁତର

ବୈଶିଙ୍ଗା,୨୦ା୭(ରତନ ଦାଶ): ମୟୂରଭଞ୍ଜ ଜିଲାର ବୈଶିଙ୍ଗା ଥାନା ଅର୍ନ୍ତଗତ ୧୮ ନଂ ଜାତୀୟ ରାଜପଥର ପଦ୍ମନାଭପୁର ଟୋଲ୍‌ପ୍ଲାଜା ନିକଟରେ ରବିବାର ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ...

ରେଲୱେରେ ଚାକିରି କରାଇବା ନାଁ ରେ ଯୁବତୀଙ୍କୁ …

ଦିଗପହଣ୍ଡି,୨୦।୭(ଅଶେଷ ନାଥ ମିଶ୍ର) ରେଲୱେରେ ଚାକିରି କରାଇବା ନାଁରେ ଜଣେ ଯୁବତୀଙ୍କଠାରୁ ୧୩ ଲକ୍ଷ ଟଙ୍କା ଠକେଇ ହୋଇଥିବା ଅଭିଯୋଗ ହୋଇଛି। ଏନେଇ ଦିଗପହଣ୍ଡି ଥାନା...

ଅବ୍ୟବସ୍ଥା ଘେରରେ କର୍ଲାମୁଣ୍ଡା ବ୍ଲକ କାର୍ଯ୍ୟାଳୟ: ଖାଲିପଡ଼ିଛି ଅନେକ ପଦବୀ, ଲୋକେ ପାଉନାହାନ୍ତି ସେବା

କର୍ଲାମୁଣ୍ଡା,୨୦ା୭(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଅବ୍ୟବସ୍ଥା ଘେରରେ ରହୁଥିବାରୁ ଲୋକେ ଉପଯୁକ୍ତ ସମୟରେ ସରକାରୀ ସେବାଗୁଡ଼ିକ ଠିକ୍‌ ଭାବେ ପାଇପାରୁ ନ...

ସାଉଦି ଆରବର ‘ସ୍ଲିପିଂ ପ୍ରିନ୍ସ’ଙ୍କ ଦେହାନ୍ତ; ୨୦ ବର୍ଷ ଧରି ଥିଲେ କୋମାରେ, ଜାଣନ୍ତୁ କିଏ ଥିଲେ…

ରିଆଧ,୨୦।୭: ସାଉଦୀ ଆରବର ‘ସ୍ଲିପିଂ ପ୍ରିନ୍ସ’ ଆଲୱାଲିଦ ବିନ ଖାଲିଦଙ୍କର ୨୦ ବର୍ଷ କୋମାରେ ରହିବା ପରେ ଦେହାନ୍ତ ହୋଇଛି। ସେ ସାଉଦି ରାଜ ପରିବାରର...

ବଳଙ୍ଗା ଘଟଣା: ଯୁବତୀଙ୍କ ଦେହରେ କିଏ ଲଗାଇଲା ନିଆଁ? ସାଂଘାତିକ ଖୁଲାସା କଲା!

ଭୁବନେଶ୍ୱର,୨୦।୭: ଫକୀରମୋହନ ସ୍ବୟଂଶାସିତ ମହାବିଦ୍ୟାଳୟର ଛାତ୍ରୀ ସୌମ୍ୟାଶ୍ରୀଙ୍କ ମୃତ୍ୟୁ ଘଟଣା ରାଜ୍ୟରେ ନ ଲିଭୁଣୁ ବଳଙ୍ଗା ଘଟଣା ଏବେ ସାରା ରାଜ୍ୟରେ ଚର୍ଚ୍ଚାରେ ଅଛି। ଶନିବାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri