୨ ଖଣି ଅଧିକାରୀଙ୍କ କ୍ୱାର୍ଟର୍ସରେ ସିବିଆଇର ବଡ଼ଧରଣର ଚଢ଼ାଉ

ସୁନ୍ଦରଗଡ଼,୮ା୧(ଜୟନାରାୟଣ ମେଣ୍ଡୁଳି): ଆଇରନ ମାଇନ୍ସର ୨ ବରିଷ୍ଠ ଅଧିକାରୀଙ୍କ କ୍ବାର୍ଟର୍ସରେ ବୁଧବାର ସିବିଆଇ ବଡ଼ଧରଣର ଚଢ଼ାଉ କରିଛି। ବରସୁଆଁ ସେଲ୍‌ ଆଇରନ ମାଇନ୍ସର ୨ ଉଚ୍ଚପଦସ୍ଥ ଅଧିକାରୀ ସରୋଜ ପଟ୍ଟନାୟକ ଏବଂ ସୁନନ୍ଦ ପରିଡ଼ାଙ୍କ କ୍ବାର୍ଟର୍ସରେ ଏହି ଚଢ଼ାଉ ଚାଲିଛି। ଉଚ୍ଚମାନର ଲୁହାପଥରକୁ ନିମ୍ନମାନର ଦର୍ଶାଇ ବିକି କରିବା ଅଭିଯୋଗରେ ଚଢ଼ାଉ ଚାଲିଥିବା ଜଣାପଡ଼ିଛି। ୨୦୨୪ ସେପ୍ଟେମ୍ବରରେ ରାଉରକେଲାର ଟେନ୍‌ସାସ୍ଥିତ ମାଇନ କାର୍ଯ୍ୟାଳୟରେ ମଧ୍ୟ ଚଢ଼ାଉ ହୋଇଥିଲା। ‘ସେଲ’ର ଭିଜିଲାନ୍ସ ଟିମ୍‌ ଯାଞ୍ଚ ପରେ ମାମଲା ସିବିଆଇକୁ ଯାଇଥିଲା।

ସେହିପରି ଆଜି ଆଉ ଜଣେ ଖଣି ବ୍ୟବସାୟୀ ରତ୍ନାକର ରାଉତଙ୍କ ଘରେ ଇଡି ଚଢ଼ାଉ କରିଛି । ଢେଙ୍କାନାଳ ଘର ଓ ଫାର୍ମହାଉସ, ହିନ୍ଦୋଳସ୍ଥିତ ବ୍ୟବସାୟିକ ସଂସ୍ଥା, ଭୁବନେଶ୍ବରର ୩ଟି ସ୍ଥାନରେ ଇଡି ରେଡ କରୁଛି। ବେଆଇନ ଅର୍ଥ କାରବାର ନେଇ ଚଢାଉ କରାଯାଉଥିବା ଜଣାପଡିଛି। ଚଢ଼ାଉ ବେଳେ ଟଙ୍କା କାରବାରର ଗୁରୁତ୍ୱପୂର୍ଣ୍ଣ କାଗଜ ଜବତ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଶେଷ ଧାଡ଼ିର ସ୍ବର

ଜଣେ ସରଳ, ଆଦିବାସୀ ମଣିଷର ବ୍ୟାଙ୍କକୁ ‘ଗୁହାରି’ ସାରା ବିଶ୍ୱକୁ ଚକିତ କଲା। ନିଜ ମୃତ ଭଉଣୀର ଖାତାରେ ଥିବା ଟଙ୍କା ଉଠାଣ ପାଇଁ କେତେଥର ବ୍ୟାଙ୍କକୁ…

ପରା ଓ ଅପରା ବିଦ୍ୟା

ବିଦ୍ୟା ୟା ବିମୁକ୍ତୟେ’ ଏମନ୍ତ ଆପ୍ତ ବାକ୍ୟ ସହିତ ସମସ୍ତେ ଊଣା ଅଧିକେ ଅବଗତ। ବିଷ୍ଣୁ ପୁରାଣରେ ଉଲ୍ଲିଖିତ ଏହି କଥାଟି ଏକ ଅବିସମ୍ବାଦିତ ସତ୍ୟ ଭାବରେ…

Election Results 2026: ପଶ୍ଚିମବଙ୍ଗରେ BJP-TMC ଭିତରେ କଡ଼ା ଟକ୍କର, ଆସାମରେ ଆଗରେ BJP, କେରଳରେ ଖାତା ଖୋଲିଲା…

ନୂଆଦିଲ୍ଲୀ,୪।୫: ପଶ୍ଚିମବଙ୍ଗ ସମେତ ସମସ୍ତ ପାଞ୍ଚଟି ରାଜ୍ୟରେ ବିଧାନସଭା ନିର୍ବାଚନ ପାଇଁ ଭୋଟ ଗଣତି ଆରମ୍ଭ ହୋଇଛି। ଖୁବ ଶୀଘ୍ର ଫାଷ୍ଟ ରାଉଣ୍ଡ ପ୍ରକାଶ ପାଇବାର ଆଶା…

ଦ୍ରୁତଗତିରେ ଆସି ବୋଲେରୋକୁ ସାମ୍ନାପଟୁ ଧକ୍କା ଦେଲା କାର୍‌, ଆଉ ତା’ପରେ…

ଦେବଡ଼,୪ା୫(ଶଶାଙ୍କ ଶେଖର ଝାଙ୍କର): ବାରକୋଟ ଥାନା ଅନ୍ତର୍ଗତ ବଲଣ୍ଡା ନିକଟ ରାଜ୍ୟ ରାଜପଥରେ ରବିବାର ରାତିରେ ଏକ ବୋଲେରୋ ଏବଂ କାର୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି।…

ପଶ୍ଚିମବଙ୍ଗ,ତାମିଲନାଡୁ,କେରଳ ସମେତ ୫ ରାଜ୍ୟର ଫଳାଫଳ ପାଇଁ କାଉଣ୍ଟଡାଉନ ଆରମ୍ଭ; ବଙ୍ଗଳା ଉପରେ ସାରା ଦେଶର ନଜର, ଭାଜପା କରୁଛି ବଡ଼ ଦାବି

ନୂଆଦିଲ୍ଲୀ,୪।୫: ପଶ୍ଚିମବଙ୍ଗ, ତାମିଲନାଡୁ, କେରଳ, ଆସାମ ଏବଂ ପଣ୍ଡିଚେରୀରେ ବିଧାନସଭା ନିର୍ବାଚନର ଫଳାଫଳ ଆଜି ଘୋଷଣା କରାଯିବ। ଭୋଟ ଗଣତି ସକାଳ ୮ ଟାରେ ଆରମ୍ଭ ହେବ,…

ସୀମା ଉପରେ ନଜର ରଖିବ ‘ଦୃଷ୍ଟି’

ବେଙ୍ଗାଲୁରୁ,୪ା୫: ବେଙ୍ଗାଲୁରୁର ସ୍ପେସ୍‌ ଷ୍ଟାର୍ଟଅପ୍‌ ଗାଲାକ୍ସଆଇ ରବିବାର ଏହାର ପ୍ରଥମ ବ୍ୟବସାୟିକ ସାଟେଲାଇଟ୍‌ ‘ଦୃଷ୍ଟି’କୁ କାଲିଫର୍ନିଆର ଭଣ୍ଡେନ୍‌ବର୍ଗରୁ ସ୍ପେସ୍‌ଏକ୍ସର ଫାଲ୍‌କନ-୯ ରକେଟ ସହାୟତାରେ କକ୍ଷପଥରେ ସ୍ଥାପନ କରିଛି। ଏହା…

ବିଜେଡିରୁ ଶୁଭେନ୍ଦୁ ସାମଲ ନିଲମ୍ୱିତ

ଭୁବନେଶ୍ୱର,୩।୫: ବିଜୁ ଜନତା ଦଳ(ବିଜେଡି) ପକ୍ଷରୁ ରବିବାର ଚୌଦ୍ୱାର ମ୍ୟୁନିସିପାଲିଟି ଉପାଧ୍ୟକ୍ଷ ଶୁଭେନ୍ଦୁ ସାମଲଙ୍କୁ ଦଳରୁ ନିଲମ୍ୱନ କରାଯାଇଛି। ଦଳ ବିରୋଧୀ କାର୍ଯ୍ୟ ପାଇଁ ଶୁଭେନ୍ଦୁଙ୍କୁ ନିଲମ୍ୱନ…

ଖାରବେଳଙ୍କ ଉପରୁ ଉଠିଲା ନିଲମ୍ୱନ

ଭୁବନେଶ୍ୱର,୩।୫: ବରିଷ୍ଠ ଭାଜପା ନେତା ଐର ଖାରବେଳ ସ୍ୱାଇଁଙ୍କ ଉପରୁ ରବିବାର ନିଲମ୍ୱନ ଆଦେଶ ପ୍ରତ୍ୟାହୃତ ହୋଇଛି। ଭାଜପା ରାଜ୍ୟ ଶୃଙ୍ଖଳା କମିଟି ଆବାହକ ସୁଦର୍ଶନ ନାୟକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri