ସତର୍କତାକୁ ପ୍ରାଥମିକତା

ଆମ ଶରୀରର ଅନ୍ୟତମ ପ୍ରମୁଖ ଅଙ୍ଗ ହେଉଛି ଯକୃତ ବା ଲିଭର। ଏହା ସୁସ୍ଥ ରହିବା ନିହାତି ଦରକାର। ନ ହେଲେ ସମୟକ୍ରମେ ଏହା ଜଟିଳ ସମସ୍ୟା ରୂପେ ଉଭା ହୋଇଥାଏ। କେବଳ ସେତିକି ନୁହେଁ, ଅଯଥାରେ ମଧ୍ୟ ଏହା ଜୀବନ ନାଶକର କାରଣ ସାଜିଥାଏ। ତେଣୁ ଯକୃତ କିପରି ସୁସ୍ଥ ରହିବ ସେନେଇ ସଚେତନତା ସୃଷ୍ଟି କରିବା ଲାଗି ପ୍ରତିବର୍ଷ ଏପ୍ରିଲ ୧୯ ତାରିଖକୁ ‘ବିଶ୍ୱ ଯକୃତ ଦିବସ’ ବା ଓ୍ବାଲର୍‌ଡ ଲିଭର ଡେ’ ଭାବେ ପାଳନ କରାଯାଇଆସୁଅଛି। ପ୍ରତିବର୍ଷ ଏହି ଦିବସ ଅବସରରେ ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ (ଓ୍ବାଲର୍‌ଡ ହେଲ୍‌ଥ ଅର୍ଗାନାଇଜେଶନ) ଏକ ପ୍ରସଙ୍ଗ ଘୋଷଣା କରିଥାଏ।

ଚଳିତ ବର୍ଷର ପ୍ରସଙ୍ଗଟି ହେଉଛି-”ସତର୍କ ରୁହ, ନିୟମିତ ସମୟ ବ୍ୟବଧାନରେ ଯକୃତ ଚେକ୍‌ଅପ୍‌ କରାଇନିଅ ଏବଂ ଫ୍ୟାଟି ଲିଭର ରୋଗର ନିରାକରଣ କର।’ ଜଣେ ବ୍ୟକ୍ତି ଯକୃତଜନିତ ରୋଗରେ ଆକ୍ରାନ୍ତ କି ନା ତାହା ଜାଣିବା ପାଇଁ ପରିସ୍ରା ଓ ରକ୍ତ ପରୀକ୍ଷା କରାଯାଏ। କେବଳ ସେତିକି ନୁହେଁ, ଆଉ କେତେକ ପ୍ରଣାଳୀରେ ମଧ୍ୟ ଏହାକୁ ନିର୍ଣ୍ଣୟ କରାଯାଏ। ସେଗୁଡ଼ିକ ହେଲା-ଅଲ୍‌ଟ୍ରାସାଉଣ୍ଡ, ସିଟି ସ୍କାନିଂ ଏବଂ ଏମ୍‌ଆର୍‌ଆଇ। ଆମ ଶରୀର ଭିତରେ ଥିବା ସମୁଦାୟ ରକ୍ତର ୧୫ ପ୍ରତିଶତ କେବଳ ଯକୃତରେ ହିଁ ଥାଏ। ପ୍ରତି ମିନିଟ୍‌ରେ ଲିଭର ମଧ୍ୟ ଦେଇ ପ୍ରାୟ ଦେଢ଼ଲିଟର ରକ୍ତ ପ୍ରବାହିତ ହୁଏ। କୌଣସି କାରଣରୁ ଯଦି ଲିଭରର କିଛି ଅଂଶ କାଟି ଦିଆଯାଏ, ତେବେ ତାହା ଆପେ ଆପେ ସମୟକ୍ରମେ ସ୍ବତଃ ପୂରଣ ହୋଇଯାଏ। ଏହା ଶରୀର ଭିତରେ ୧୦୦୦ରୁ ବେଶି ଏନ୍‌ଜାଇମ ସଂଶ୍ଳେଷଣ କରିଥାଏ। ଲିଭରରେ ସଂଶ୍ଳେଷିତ ହୁଏ କୋଲେଷ୍ଟରଲ, ଟ୍ରାଇକ୍ଲିସେରାଇଡ ଏବଂ ଫ୍ୟାଟି ଏସିଡ୍‌ ଭଳି ସ୍ନେହସାରଜାତୀୟ ଉପାଦାନ। ହୃତ୍‌ପିଣ୍ଡ ବା ହାର୍ଟ ଏବଂ ମସ୍ତିଷ୍କକୁ ଯୋଗାଇ ପାରୁଥିବା କିଟୋନ ବଡି’ ମଧ୍ୟ ଲିଭରରେ ତିଆରି ହୁଏ। ଏଥିରେ ମଧ୍ୟ ୟୁରିଆ ଏବଂ ଆମିନୋ ଏସିଡ୍‌ ସଂଶ୍ଳେଷିତ ହୋଇଥାଏ। ସବୁଠାରୁ ଖାସ୍‌ କଥା ହେଲା, ରକ୍ତରେ ଶର୍କରା ବା ଗ୍ଲୁୂକୋଜ୍‌ ପରିମାଣକୁ ସନ୍ତୁଳିତ ରଖିବାରେ ଲିଭର ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ।

ଲିଭରଜନିତ ସମସ୍ୟାର କେତୋଟି ଲକ୍ଷଣ ପ୍ରତି ସଚେତନ ରହିବା ନିହାତି ଦରକାର। ଏହାର ପ୍ରମୁଖ ଲକ୍ଷଣଗୁଡ଼ିକ ହେଲା-ଆଖି ଓ ଚର୍ମ ହଳଦିଆ ଦେଖାଯିବା, ତଳିପେଟରେ ଯନ୍ତ୍ରଣା, ବାନ୍ତି ଲାଗିବା ଏବଂ ବେଳେବେଳେ ବାନ୍ତି ହେବା, ପରିସ୍ରା ରଙ୍ଗ ଗାଢ଼ ହଳଦିଆ ହୋଇଯିବା, ଭୋକ ନ ଲାଗିବା ଏବଂ ଖାଦ୍ୟ ପ୍ରତି ଅରୁଚି ଆସିବା। ଏଭଳି ଲକ୍ଷଣ ସମ୍ପର୍କରେ ଅବଗତ ହେବା ମାତ୍ରେ ବିଳମ୍ବ ନ କରି ଅଭିଜ୍ଞ ଲିଭର ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ।


Enter your email to get our daily news in your inbox.

All Right Reserved By Dharitri.Com

ସୃଷ୍ଟି ହେଲା ଆଉ ଏକ ଲଘୁଚାପ, ପ୍ରବଳ ବର୍ଷିବ

ଭୁବନେଶ୍ୱର, ୨୬ା୭(ଅନୁରାଧା ମହାରଣା) – ଲଘୁଚାପ ପ୍ରଭାବରେ ଓଡ଼ିଶାରେ ତୁହାକୁ ତୁହା ବର୍ଷା ଲାଗିରହିଥିବାବେଳେ ପ୍ରାୟ ସବୁ ଜିଲାରେ ସ୍ଥିତି ବିଗିଡ଼ିବାରେ ଲାଗିଛି। ବର୍ଷା ଯୋଗୁ...

ମମତାଙ୍କୁ ଚିଠି ଲେଖିବା ନେଇ ନବୀନଙ୍କୁ ଟାର୍ଗେଟ କଲା ଭାଜପା

ଭୁବନେଶ୍ୱର, ୨୬।୭(ସୁନିତ୍‌ ମିଶ୍ର): ନିଜ ୨୪ ବର୍ଷ ଶାସନରେ ନବୀନ ପଟ୍ଟନାୟକଙ୍କ ନେତୃତ୍ୱାଧୀନ ବିଜେଡି ସରକାର ଓଡ଼ିଶାକୁ କୌଣସି କ୍ଷେତ୍ରରେ ଆତ୍ମନିର୍ଭରଶୀଳ ରାଜ୍ୟ ଭାବେ ଗଢ଼ି...

କୃଷି ବିଭାଗରେ ସରକାରୀ କାର୍ଯ୍ୟ ଓଡ଼ିଆ ଭାଷାରେ କରିବାକୁ ନିର୍ଦ୍ଦେଶ

ଭୁବନେଶ୍ୱର,୨୬।୭(ଶର୍ମିଷ୍ଠା ପାଣିଗ୍ରାହୀ): କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଏହାର ନିର୍ଦ୍ଦେଶାଳୟ ଏବଂ ବିଭାଗ ଅଧିନରେ ଥିବା ଅନ୍ୟ ଅଧସ୍ତନ କାର୍ଯ୍ୟାଳୟଗୁଡିକରେ ସମସ୍ତ ସରକାରୀ କାର୍ଯ୍ୟ...

ଅଗ୍ନିବୀର ଯୋଜନା ନେଇ ବଡ଼ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝି

ଭୁବନେଶ୍ୱର,୨୬।୭: ଅଗ୍ନିବୀରଙ୍କୁ ପାଇଁ ବଡ଼ ଘୋଷଣା କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ମାଝି। ରାଜ୍ୟର ସବୁ ୟୁନିଫର୍ମ ସେବାରେ ସେମାନଙ୍କୁ ଗ୍ରହଣ କରାଯିବ ବୋଲି ଘୋଷଣା...

ଜୀବିକା ଦେଇଛି ବାଉଁଶ କାରିଗରୀ

କୋକସରା,୨୬ା୭ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ବରାଡଙ୍ଗା ପଞ୍ଚାୟତର ଏକ ଆଦିବାସୀ ବହୁଳ ଗ୍ରାମ ଝୁଲେନବର। ଜଙ୍ଗଲ ପରିବେଷ୍ଟିତ ଗାଁରେ ପ୍ରାୟ...

ଆଳୁ ଦରକୁ ନେଇ ଯୋଗାଣ ମନ୍ତ୍ରୀଙ୍କ ବଡ଼ ବୟାନ, ୨ ଦିନ ମଧ୍ୟରେ…

ଭୁବନେଶ୍ୱର,୨୬।୭: ଆଳୁ ଦର ସମୀକ୍ଷା ପରେ ଗଣମାଧ୍ୟମରେ ପ୍ରତିକ୍ରୟା ଦେଇଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ୨ ଦିନ ମଧ୍ୟରେ ସମସ୍ୟାର ସମାଧାନ ହେବ କହଛନ୍ତି...

ଗିରଫ ହେଲେ କୁବେର ଯନ୍ତ୍ରୀ, ଚଢାଉ ପରେ ଧରାପଡିଲା ଅମାପ ଅମାପ ସମ୍ପତ୍ତି

ଭୁବନେଶ୍ୱର,୨୬।୭: ଗିରଫ ହେଲେ କୁବେର ନିର୍ମାଣ ଯନ୍ତ୍ରୀ ସୁନୀଲ ରାଉତ। ଆୟ ବର୍ହିଭୂତ ସମ୍ପତ୍ତି ଠୂଳ ଅଭିଯୋଗରେ ଶୁକ୍ରବାର ଯନ୍ତ୍ରୀ ସୁନୀଲ ରାଉତଙ୍କୁ ଗିରଫ କରିଛି...

ସୁଭଦ୍ରା ଯୋଜନାକୁ ନେଇ ଭାଜପା ଉପରେ ବର୍ଷିଲେ ଲେଖାଶ୍ରୀ, କହିଲେ…

ଭୁବନେଶ୍ୱର,୨୬।୭: ରାଜ୍ୟ ସରକାର ବିଧାନସଭାରେ ତାଙ୍କର ପ୍ରଥମ ବଜେଟ ଗୁରୁବାର ଉପସ୍ଥାପନ କରିଥିଲେ । ଦୁଇ ବିରୋଧୀ ଦଳ ବିଜେଡି ଓ କଂଗ୍ରେସ ବଜେଟ୍‌ରେ ରାଜ୍ୟର...

Advertisement
Mettle Meet 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri