ସତର୍କତାକୁ ପ୍ରାଥମିକତା

ଆମ ଶରୀରର ଅନ୍ୟତମ ପ୍ରମୁଖ ଅଙ୍ଗ ହେଉଛି ଯକୃତ ବା ଲିଭର। ଏହା ସୁସ୍ଥ ରହିବା ନିହାତି ଦରକାର। ନ ହେଲେ ସମୟକ୍ରମେ ଏହା ଜଟିଳ ସମସ୍ୟା ରୂପେ ଉଭା ହୋଇଥାଏ। କେବଳ ସେତିକି ନୁହେଁ, ଅଯଥାରେ ମଧ୍ୟ ଏହା ଜୀବନ ନାଶକର କାରଣ ସାଜିଥାଏ। ତେଣୁ ଯକୃତ କିପରି ସୁସ୍ଥ ରହିବ ସେନେଇ ସଚେତନତା ସୃଷ୍ଟି କରିବା ଲାଗି ପ୍ରତିବର୍ଷ ଏପ୍ରିଲ ୧୯ ତାରିଖକୁ ‘ବିଶ୍ୱ ଯକୃତ ଦିବସ’ ବା ଓ୍ବାଲର୍‌ଡ ଲିଭର ଡେ’ ଭାବେ ପାଳନ କରାଯାଇଆସୁଅଛି। ପ୍ରତିବର୍ଷ ଏହି ଦିବସ ଅବସରରେ ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ (ଓ୍ବାଲର୍‌ଡ ହେଲ୍‌ଥ ଅର୍ଗାନାଇଜେଶନ) ଏକ ପ୍ରସଙ୍ଗ ଘୋଷଣା କରିଥାଏ।

ଚଳିତ ବର୍ଷର ପ୍ରସଙ୍ଗଟି ହେଉଛି-”ସତର୍କ ରୁହ, ନିୟମିତ ସମୟ ବ୍ୟବଧାନରେ ଯକୃତ ଚେକ୍‌ଅପ୍‌ କରାଇନିଅ ଏବଂ ଫ୍ୟାଟି ଲିଭର ରୋଗର ନିରାକରଣ କର।’ ଜଣେ ବ୍ୟକ୍ତି ଯକୃତଜନିତ ରୋଗରେ ଆକ୍ରାନ୍ତ କି ନା ତାହା ଜାଣିବା ପାଇଁ ପରିସ୍ରା ଓ ରକ୍ତ ପରୀକ୍ଷା କରାଯାଏ। କେବଳ ସେତିକି ନୁହେଁ, ଆଉ କେତେକ ପ୍ରଣାଳୀରେ ମଧ୍ୟ ଏହାକୁ ନିର୍ଣ୍ଣୟ କରାଯାଏ। ସେଗୁଡ଼ିକ ହେଲା-ଅଲ୍‌ଟ୍ରାସାଉଣ୍ଡ, ସିଟି ସ୍କାନିଂ ଏବଂ ଏମ୍‌ଆର୍‌ଆଇ। ଆମ ଶରୀର ଭିତରେ ଥିବା ସମୁଦାୟ ରକ୍ତର ୧୫ ପ୍ରତିଶତ କେବଳ ଯକୃତରେ ହିଁ ଥାଏ। ପ୍ରତି ମିନିଟ୍‌ରେ ଲିଭର ମଧ୍ୟ ଦେଇ ପ୍ରାୟ ଦେଢ଼ଲିଟର ରକ୍ତ ପ୍ରବାହିତ ହୁଏ। କୌଣସି କାରଣରୁ ଯଦି ଲିଭରର କିଛି ଅଂଶ କାଟି ଦିଆଯାଏ, ତେବେ ତାହା ଆପେ ଆପେ ସମୟକ୍ରମେ ସ୍ବତଃ ପୂରଣ ହୋଇଯାଏ। ଏହା ଶରୀର ଭିତରେ ୧୦୦୦ରୁ ବେଶି ଏନ୍‌ଜାଇମ ସଂଶ୍ଳେଷଣ କରିଥାଏ। ଲିଭରରେ ସଂଶ୍ଳେଷିତ ହୁଏ କୋଲେଷ୍ଟରଲ, ଟ୍ରାଇକ୍ଲିସେରାଇଡ ଏବଂ ଫ୍ୟାଟି ଏସିଡ୍‌ ଭଳି ସ୍ନେହସାରଜାତୀୟ ଉପାଦାନ। ହୃତ୍‌ପିଣ୍ଡ ବା ହାର୍ଟ ଏବଂ ମସ୍ତିଷ୍କକୁ ଯୋଗାଇ ପାରୁଥିବା କିଟୋନ ବଡି’ ମଧ୍ୟ ଲିଭରରେ ତିଆରି ହୁଏ। ଏଥିରେ ମଧ୍ୟ ୟୁରିଆ ଏବଂ ଆମିନୋ ଏସିଡ୍‌ ସଂଶ୍ଳେଷିତ ହୋଇଥାଏ। ସବୁଠାରୁ ଖାସ୍‌ କଥା ହେଲା, ରକ୍ତରେ ଶର୍କରା ବା ଗ୍ଲୁୂକୋଜ୍‌ ପରିମାଣକୁ ସନ୍ତୁଳିତ ରଖିବାରେ ଲିଭର ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ।

ଲିଭରଜନିତ ସମସ୍ୟାର କେତୋଟି ଲକ୍ଷଣ ପ୍ରତି ସଚେତନ ରହିବା ନିହାତି ଦରକାର। ଏହାର ପ୍ରମୁଖ ଲକ୍ଷଣଗୁଡ଼ିକ ହେଲା-ଆଖି ଓ ଚର୍ମ ହଳଦିଆ ଦେଖାଯିବା, ତଳିପେଟରେ ଯନ୍ତ୍ରଣା, ବାନ୍ତି ଲାଗିବା ଏବଂ ବେଳେବେଳେ ବାନ୍ତି ହେବା, ପରିସ୍ରା ରଙ୍ଗ ଗାଢ଼ ହଳଦିଆ ହୋଇଯିବା, ଭୋକ ନ ଲାଗିବା ଏବଂ ଖାଦ୍ୟ ପ୍ରତି ଅରୁଚି ଆସିବା। ଏଭଳି ଲକ୍ଷଣ ସମ୍ପର୍କରେ ଅବଗତ ହେବା ମାତ୍ରେ ବିଳମ୍ବ ନ କରି ଅଭିଜ୍ଞ ଲିଭର ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ।


Enter your email to get our daily news in your inbox.

All Right Reserved By Dharitri.Com

ଦିନକ ଭିତରେ ଆଣ୍ଠୁମାଡ଼ିଲା ବାଂଲାଦେଶ: ଭାରତଠାରୁ ମାଗିଲା…

ନୂଆଦିଲ୍ଲୀ, ୭।୮: ବାଂଲାଦେଶ-ଭାରତ ଫ୍ରେଣ୍ଡଶିପ ପାଇପଲାଇନ ମାଧ୍ୟମରେ ଭାରତରୁ ବାଂଲାଦେଶକୁ ପ୍ରାୟ ୫,୦୦୦ ମେଟ୍ରିକ ଟନ ଡିଜେଲ ପଠାଯାଉଛି। ପଶ୍ଚିମ ଏସିଆରେ ବଢ଼ୁଥିବା ଉତ୍ତେଜନା ଯୋଗୁ ବିଶ୍ୱବ୍ୟାପୀ…

ପ୍ରଥମେ ଛେଳି କଲେ, ତା’ପରେ ତାଲା ଭାଙ୍ଗି ବ୍ୟାଙ୍କରେ ପଶିଲେ: ୩ ଜଣଙ୍କୁ…

ଅତାବିରା/ଗୋଡ଼ଭଗା, ୭/୮(ଯୁଧିଷ୍ଠିର ମହାପାତ୍ର / ସୁରେଶ ଦାଶ ): ବରଗଡ଼ ଜିଲା ଅତାବିରା ବ୍ଲକ ଅନ୍ତର୍ଗତ ଲହଣ୍ଡା ପଞ୍ଚାୟତ ସ୍ଥିତ ୟୁକୋ ବ୍ୟାଙ୍କରେ ବିଳମ୍ବିତ ରାତିରେ ଚୋରି…

ବୁଦ୍ଧାଶ୍ରମରେ ଚାଲିଗଲା ବ୍ୟବସାୟୀଙ୍କ ଜୀବନ, ଦେଖିବାକୁ ଆସିଲେନି ୩ ଝିଅ: ଭିଡିଓ କଲ୍‌ କରି କହିଲେ…

ଚଣ୍ଡିଗଡ,୭।୮: ହରିଆଣାର ସୋନିପତରୁ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ଏଠାରେ ବୃଦ୍ଧାଶ୍ରମରେ ରହୁଥିବା ଜଣେ କପଡ଼ା ବ୍ୟବସାୟୀଙ୍କ ମୃତ୍ୟୁ ପରେ ପରିବାରର କୌଣସି ସଦସ୍ୟ…

ଘୋଷଣା ହେଲା ନୂଆଁଖାଇ ଲଗ୍ନ: ପଶ୍ଚିମ ଓଡ଼ିଶାରେ ଉତ୍ସାହ ଆରମ୍ଭ

ବଲାଙ୍ଗୀର, ୭।୮( ସୁନିଲ କୁମାର ମହାନ୍ତି): ପଶ୍ଚିମ ଓଡ଼ିଶାର ମହାନ ଗଣପର୍ବ ନୂଆଁଖାଇ ପାଇଁ ଲଗ୍ନ ଧାର୍ଯ୍ୟ ହୋଇଛି। ବଲାଙ୍ଗୀର ଜିଲା ପାଇଁ ପାଟଣା ମହାରାଜାଙ୍କ ଶୈଳଶ୍ରୀ…

ଏଥର ଧୂମଧାମରେ ପାଳନ ହେବ ସ୍ବାଧୀନତା ଦିବସ: ବ୍ଲକ ଅଧ୍ୟକ୍ଷ କରିବେ ପତାକା ଉତ୍ତୋଳନ

ଦାରିଙ୍ଗବାଡି,୭।୮(ଅରୁଣ ସହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ପଞ୍ଚାୟତ ସମିତି ସଭାଗୃହଠାରେ ୮୦ତମ ବ୍ଲକ ସ୍ତରୀୟ ସ୍ବାଧୀନତା ଦିବସ ପାଳନ ପାଇଁ ବିଡିଓ ପ୍ରୀତିରଞ୍ଜନ ରଥଙ୍କ ଅଧ୍ୟକ୍ଷତାରେ ପ୍ରସ୍ତୁତି ବୈଠକ…

CNG-PNGରେ ମିଶିବ ବାୟୋଗ୍ୟାସ: ମୋଦି କ୍ୟାବିନେଟର ମଞ୍ଜୁରୀ, ଜାଣନ୍ତୁ କ’ଣ ଏହି ‘ଗୋବର୍ଦ୍ଧନ’ ଯୋଜନା

ନୂଆଦିଲ୍ଲୀ, ୭।୮: କେନ୍ଦ୍ର ସରକାର ଇଥାନଲ ବ୍ଲେଣ୍ଡିଂ ପେଟ୍ରୋଲ ପରେ ସିଏନଜି-ପିଏନଜିରେ ବାୟୋଗ୍ୟାସ ମିଶାଇ ନୂତନ ରୋଷେଇ ଗ୍ୟାସ ଆଣିବେ। ଏଥିପାଇଁ ସରକାର ଏକ ଯୋଜନା ପ୍ରସ୍ତୁତ…

ଆଜି ଜାତୀୟ ହସ୍ତତନ୍ତ ଦିବସ: ସରକାରୀ ଯୋଜନାରୁ ପ୍ରକୃତ ବୁଣାକାର ବଞ୍ଚିତ

ଅମରପାଲି,୭ା୮(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲାର ସମୃଦ୍ଧ ବାନ୍ଧକଳା ଓ ହସ୍ତତନ୍ତ ପରମ୍ପରା ସବୁବେଳେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁକୁ ଆସିଛି। ସମ୍ବଲପୁରୀ ଶାଢ଼ି ଏବଂ ସୋନପୁରୀ ବାର୍ତ୍ତାପାଟ ପାଇଁ ଦେଶବ୍ୟାପୀ…

ଫସିବେ କି ଚଞ୍ଚଳ ରାଣା: ସୁପ୍ରିମକୋର୍ଟରେ କହିଲେ ଯାଞ୍ଚ ହୋଇଛି, ଏଠି କମିଶନର କହୁଛନ୍ତି ପୋର୍ଟାଲ ତଥ୍ୟ

ଭୁବନେଶ୍ୱର,୭।୮(ରବିନାରାୟଣ ଜେନା):ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ଅଞ୍ଚଳରେ ଆବାସିକ ଘରେ ବେଆଇନ ଭାବେ ବ୍ୟବସାୟ କେନ୍ଦ୍ର ଖୋଲିବା ପ୍ରସଙ୍ଗ ଏବେ ରୋଚକ ମୋଡ଼ ନେଇଛି। ଏହି ପ୍ରସଙ୍ଗକୁ ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri