Posted inଫୁରସତ

ସତର୍କତାକୁ ପ୍ରାଥମିକତା

ଦୁଇଟି ହାଡ଼ କିମ୍ବା ଏକାଧିକ ହାଡ଼ର ମିଳନ ଯହିଁରେ, ସେହି ହାଡ଼ମାନେ ବିଭିନ୍ନ ଦିଗକୁ, ତଳୁ ଉପରକୁ, ପାର୍ଶ୍ୱରୁ ପାର୍ଶ୍ୱକୁ ବୁଲି ପାରନ୍ତି ଓ ସ୍ଥଳ ବିଶେଷରେ କେବଳ ପାଖକୁ ପାଖ ଲାଗି କରି ଥାଆନ୍ତି, ତାହାକୁ ଗଣ୍ଠି ବା ଖଞ୍ଜା କୁହାଯାଏ। ଆମ ଶରୀରରେ ଜନ୍ମ ସମୟରେ ପାଖାପାଖି ୨୭୦ଟି ହାଡ଼ ବା ଅସ୍ଥି ଥାଏ। ତାହା ସମୟକ୍ରମେ ୨୦୬କୁ ହ୍ରାସ ପାଇଥାଏ। ଏହାର ଅନେକ କାରଣ ରହିଛି। ସେହିପରି ଆମ ଶରୀରରେ ପାଖାପାଖି ୩୬୦ ଖଞ୍ଜା ବା ଗଣ୍ଠି ଥାଆନ୍ତି। ମୁଣ୍ଡରେ ଗୋଟିଏ ହାଡ଼ ସହ ଆଉ ଗୋଟିଏ ହାଡ଼ ଲାଗିଥାଏ, ମାତ୍ର କୌଣସି ଚଳନ ନ ଥାଏ। ସେହିପରି ଛାତି ଓ ଅନ୍ୟ ସ୍ଥାନରେ ଥିବା ଉପାସ୍ଥିମାନଙ୍କର ଗତିଶୀଳ ଖଞ୍ଜା ନ ଥାଏ। ମେରୁଦଣ୍ଡରେ ଥିବା ଖଞ୍ଜାର ଚଳନ ମଧ୍ୟ ଖୁବ୍‌ ସୀମିତ ଯଥା ସାମାନ୍ୟ ଓ ଆଗ ପଛକୁ ଥାଏ। ମାତ୍ର କାନ୍ଧ, ଆଣ୍ଠୁ ଇତ୍ୟାଦି ଅନେକ ଦିଗକୁ ବୁଲିପାରନ୍ତି। ଆଣ୍ଠୁ କେବଳ ପଛକୁ, କହୁଣି କେବଳ ପଛକୁ ଓ ଆଗକୁ ହୋଇଥାଏ। ହାଡ଼ର ଆଙ୍ଗୁଠି ଓ ପାଦର ଆଙ୍ଗୁଠି ମଧ୍ୟ ସୀମିତ ବୁଲିପାରନ୍ତି। ହିପ୍‌ ଜଏଣ୍ଟ ବା ନିତମ୍ବ ଖଞ୍ଜା ଓ କାନ୍ଧର ଖଞ୍ଜାରେ ଦୁଇଟି ହାଡ଼ ବଲ୍‌ ଓ ସକେଟ ପରି ଥାଆନ୍ତି।
ସାଧାରଣତଃ ଏଠାରେ ଅଧିକ ମାତ୍ରାରେ ଦେଖାଯାଉଥିବା ଗଣ୍ଠିବାତ ଯଥା ବଡ଼ ବଡ଼ ଖଞ୍ଜା- ଦୁଇଟି କାନ୍ଧ, ଦୁଇଟି କହୁଣି, ଦୁଇଟି ନିତମ୍ବ, ଦୁଇଟି ଆଣ୍ଠୁ, ବେକର ମେରୁଦଣ୍ଡ, ପାଦର ଓ ପାପୁଲି ଗଣ୍ଠିରେ ହେଉଥିବା କେତେକ ଗଣ୍ଠି ବା ଖଞ୍ଜା ବିଷୟରେ ଆମର କିଛି ଜ୍ଞାନ ରହିବା ନିହାତି ଦରକାର। ଆଣ୍ଠୁଗଣ୍ଠି ରୋଗ ପୁରୁଷମାନଙ୍କଠାରୁ ମହିଳାମାନଙ୍କୁ ଅଧିକ ମାତ୍ରାରେ ହୋଇଥାଏ। ପ୍ରାୟ ୬୫ ବର୍ଷରୁ ଊର୍ଦ୍ଧ୍ୱ ବ୍ୟକ୍ତିମାନଙ୍କ ମଧ୍ୟରୁ ୪୦% ଲୋକେ ଏଥିରେ ପୀଡ଼ିତ ହୋଇଥାଆନ୍ତି। ଏକ ସର୍ଭେରୁ ଜଣାପଡ଼ିଛି ଯେ, ଡାକ୍ତରଙ୍କ ପରାମର୍ଶ ପାଇଁ ଆସୁଥିବା ଲୋକମାନଙ୍କ ମଧ୍ୟରୁ ଚାରି ଜଣରୁ ଜଣଙ୍କର ଗଣ୍ଠିଜନିତ ରୋଗ ଥାଏ।
ଗଣ୍ଠିଜନିତ ରୋଗ ଯୋଗୁ ଚଳପ୍ରଚଳରେ ଅସୁବିଧା, ଗଣ୍ଠିରେ ଯନ୍ତ୍ରଣା ଓ କାର୍ଯ୍ୟ ନ କରିବା ପରି ଗୁରୁତର ଅବସ୍ଥା ହୋଇଥାଏ। ଯନ୍ତ୍ରଣା ଲାଘବ ପାଇଁ, ଦରଜ କମିବା ଔଷଧ (ପେନ୍‌କିଲର) ଖାଇଲେ ତାହା କ୍ରମଶଃ କିଡ୍‌ନୀ ଖରାପ କରିଥାଏ ଏବଂ ସ୍ଥଳ ବିଶେଷରେ ପାକସ୍ଥଳୀ ଓ ଖାଦ୍ୟନଳୀରେ କ୍ଷତ ଓ ଘାଆ ସୃଷ୍ଟି କରିଥାଏ।
ର୍ୟୁମାଟଏଡ୍‌ ଆର୍ଥ୍ରାଇଟିସ୍‌ରେ ଛୋଟ ଛୋଟ ଗଣ୍ଠି ଯଥା ଆଙ୍ଗୁଠି, ପାଦ ଇତ୍ୟାଦି ଫୁଲି ଦରଜ ହୋଇଥାଏ। ସାଧାରଣତଃ ଶରୀରର ଓଜନ ବହନ କରୁଥିବା ଆଣ୍ଠୁ, ହାତରେ ଉଠାଯାଉଥିବା ସମସ୍ତ ଜିନିଷର ଭାର କାନ୍ଧ, ଶରୀରର ଓଜନ ବହନ କରୁଥିବା, ଚାଲିବା, ଦୌଡ଼ିବା, କୁଦା ମାରିବାରେ ସାହାଯ୍ୟ କରୁଥିବା ନିତମ୍ବ ବା ହିପ୍‌ ଗଣ୍ଠିବାତ ଦ୍ୱାରା ଆକ୍ରାନ୍ତ ହୋଇଥାଏ। ଗଣ୍ଠି ମଧ୍ୟରେ ଥିବା ସାଇଜୋଭିଆଲ ତରଳ ରସରେ ହ୍ରାସ ହେଲେ, ବୟସାଧିକ କାରଣରୁ କ୍ୟାଲ୍‌ସିୟମର ଅଭାବ, ଭିଟାମିନ୍‌-ଡି’ର ଅଭାବ ପାଇଁ ଗଣ୍ଠି ରୋଗ ହୋଇଥାଏ। ଏହାବ୍ୟତୀତ ଦୁର୍ଘଟଣାରେ ଆଘାତ ଲାଗି ଯଦି ହାଡ଼ମାନଙ୍କୁ ପରସ୍ପର ସହିତ ଖଞ୍ଜାରେ ବାନ୍ଧି ରଖିଥିବା ତନ୍ତୁ ଛିଡ଼ିଯାଆନ୍ତି, ସଂକ୍ରମିତ ହୁଅନ୍ତି ଅବା ଫୁଲି ଯାଆନ୍ତି ତାହାହେଲେ ଗଣ୍ଠିରେ ଯନ୍ତ୍ରଣା ହୋଇଥାଏ। ଗାଉଟ୍‌ (gout)ରେ ଗଣ୍ଠିରେ ୟୁରିକ୍‌ ଏସିଡ୍‌ ଜମା ହୋଇ ଗଣ୍ଠିବାତ ସୃଷ୍ଟି କରିଥାଏ। କେତେକ କ୍ଷେତ୍ରରେ ଅଧିକ ମୌଳିକ କ୍ୟାଲ୍‌ସିୟମ ଫସ୍‌ଫେଟ୍‌ (BCP) ଜମା ହେବା ଦ୍ୱାରା ମଧ୍ୟ ଗଣ୍ଠି ପ୍ରଭାବିତ ହୋଇଥାଏ।
ପ୍ରତିବର୍ଷ ଅକ୍ଟୋବର ୧୨ ତାରିଖକୁ ‘ବିଶ୍ୱ ଗଣ୍ଠିବାତ ରୋଗ ଦିବସ’ (ଓ୍ବାଲର୍‌ଡ ଆର୍ଥ୍ରାଇଟିସ୍‌ ଡେ) ଭାବରେ ପାଳନ କରାଯାଇଥାଏ। ଏହି ଦିବସ ଅବସରରେ ଚଳିତବର୍ଷର ସ୍ଲୋଗାନ ହେଉଛି- ‘ଏହା ଆମ ହାତରେ ଅଛି, କାର୍ଯ୍ୟାନୁଷ୍ଠାନ ନିଅନ୍ତୁ’ (It is in your hands, take action)। ଏକ ସର୍ଭେରୁ ଜଣାପଡିଛି ଯେ, ଆମ ଦେଶରେ ପ୍ରାୟ ୧୮ କୋଟି ଲୋକ ର୍ୟୁମାଟଏଡ ଆର୍ଥ୍ରାଇଟିସ୍‌ରେ ପୀଡ଼ିତ ଏବଂ ପ୍ରତି ଚାରି ଜଣରେ ଜଣେ ଗଣ୍ଠି ରୋଗରେ ପୀଡ଼ିତ। ଏଥିପାଇଁ ଆମକୁ ବୟସ ବୃଦ୍ଧି ସହିତ ସତର୍କ ରହିବାକୁ ପଡ଼ିବ। ଶରୀରରେ ଯଦି କ୍ୟାଲ୍‌ସିୟମ ଏବଂ ଭିଟାମିନ୍‌-ଡି’ର ଅଭାବ ରହିଛି, ତାହାକୁ ପୂରଣ କରିବାକୁ ପଡ଼ିବ। ଏହା ସହ ଓଜନକୁ ନିୟନ୍ତ୍ରଣରେ ରଖିବାକୁ ପଡ଼ିବ। ଗୋଟିଏ ପୋଜିସନ୍‌ରେ ଅଧିକ ସମୟ ବସିବା ଅନୁଚିତ। ଏଭଳି ସମସ୍ୟା ଥିଲେ ଅଭିଜ୍ଞ ଡାକ୍ତରଙ୍କ ସହ ପରାମର୍ଶ କରି ଚିକିତ୍ସିତ ହୁଅନ୍ତୁ।
– ଡା. ରାମଚନ୍ଦ୍ର ରାଉତ, ବରିଷ୍ଠ ଚିକିତ୍ସକ, ଭୁବନେଶ୍ୱର
ମୋ : ୯୪୩୭୭୪୨୪୯୯

 


Enter your email to get our daily news in your inbox.

All Right Reserved By Dharitri.Com

ଐତିହାସିକ ରେକର୍ଡ ହାସଲ କଲେ ହିଟ୍‌ମ୍ୟାନ୍‌: ଏମିତି ମାଇଲଷ୍ଟୋନ କରିବାରେ ବିଶ୍ୱର…

ଗୁଆହାଟୀ,୧।୧୦: ଭାରତୀୟ କ୍ରିକେଟ୍‌ର ଷ୍ଟାର୍‌ ବ୍ୟାଟର୍‌ ରୋହିତ ଶର୍ମା ଦିନିକିଆ ଅନ୍ତର୍ଜାତୀୟ କ୍ରିକେଟ୍‌ରେ ଆଉ ଏକ ବଡ଼ ମାଇଲଷ୍ଟୋନ ହାସଲ କରିଛନ୍ତି। ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ…

ରାଜସ୍ବ ମନ୍ତ୍ରୀଙ୍କ ବଡ଼ ଘୋଷଣା: ଦଶହରା ପୂର୍ବରୁ ମିଳିବ…

ଭୁବନେଶ୍ୱର,୧।୧୦(ସୁନିତ୍‌ ମିଶ୍ର):ରାଜୀବ ଭବନଠାରେ ବୁଧବାର ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଗଜପତି,…

ଘୂର୍ଣ୍ଣିବଳୟ ସକ୍ରିୟ: ଘଡ଼ଘଡି ସହ ବର୍ଷା ସମ୍ଭାବନା, ୟେଲୋ ୱାର୍ନିଂ

ଭୁବନେଶ୍ୱର,୧।୧୦(ସୌମ୍ୟରଞ୍ଜନ ରାଉତ):ଉତ୍ତର ମ୍ୟାନ୍‌ମାର, ବାଂଲାଦେଶ ଓ ବଙ୍ଗୋପସାଗର ଉପରେ ରହିଥିବା ସୁସ୍ପଷ୍ଟ ଲଘୁଚାପ କ୍ଷେତ୍ର ମିଜୋରାମ, ତ୍ରିପୁରା ଓ ଦକ୍ଷିଣ-ପୂର୍ବ ବାଂଲାଦେଶ ଆଡ଼କୁ ଗତି କରିବା ସହ…

ଫ୍ଲାଇଦୁବାଇ ବିମାନରେ ଆକ୍ରମଣ: ନିଜେ ଆହାତ ହୋଇ ମଧ୍ୟ ବଞ୍ଚାଇଲେ ୧୮୦ ଯାତ୍ରୀଙ୍କ ଜୀବନ, କିଏ ଏହି ପାଇଲଟ୍?

ନୂଆଦିଲ୍ଲୀ,୩୦ା୯: ଦୁବାଇରୁ ତେଲ ଅଭିଭ ଯାଉଥିବା ଫ୍ଲାଇଦୁବାଇର FZ1073 ବିମାନରେ ବୁଧବାର ଘଟିଥିବା ଘଟଣାକୁ ନେଇ ଭାରତୀୟ ପାଇଲଟ୍ ସ୍ମିତ ମଚ୍ଛରଙ୍କ ନାଁ ଚର୍ଚ୍ଚାରେ ରହିଛି। ରିପୋର୍ଟ…

ଗିଲ୍‌ଙ୍କ ଦ୍ୱିଶତକ, ରୋହିତଙ୍କ ଶତକ: ୱେଷ୍ଟଇଣ୍ଡିଜକୁ ଧୂଳି ଚଟାଇଲା ଭାରତ

ଗୁଆହାଟୀ,୩୦ା୯: ଶୁବମନ ଗିଲଙ୍କ ଦ୍ୱିଶତକ ଏବଂ ରୋହିତ ଶର୍ମାଙ୍କ ଧମାକାଦାର ଶତକ ବଳରେ ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ଭାରତ ୮ ୱିକେଟ୍‌ରେ ବଡ଼ ବିଜୟ ହାସଲ…

ଖେଳୁ ଖେଳୁ ହଠାତ୍ ପଡ଼ିଆ ମଝିରେ ନାଚିଲେ ହିଟମ୍ୟାନ, ଭିଡିଓ ଦେଖିଲେ….

ଗୁଆହାଟୀ,୩୦ା୯: ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ‘ହିଟମ୍ୟାନ୍’ ରୋହିତ ଶର୍ମାଙ୍କ ବ୍ୟାଟ୍‌ରୁ ଦେଖିବାକୁ ମିଳିଛି ଧମାକାଦାର ଶତକ । ୪୦୬ ରନ୍‌ର ବିଶାଳ ଲକ୍ଷ୍ୟ ପିଛା କରୁଥିବା…

ଶିକ୍ଷା ବିଭାଗର ସମନ୍ୱୟ ଅଭାବ: ଷାଣ୍ମାସିକ ପରୀକ୍ଷା ବେଳେ ଜିଲାସ୍ତରୀୟ କ୍ରୀଡ଼ା, ପରୀକ୍ଷାରୁ ବଞ୍ଚିତ ହେଲେ ଛାତ୍ରଛାତ୍ରୀ

ଅମରପାଲି, ୩୦ା୯(ପୀତାମ୍ବର ସାହୁ): ସରକାର ଶିକ୍ଷାକୁ ସାର୍ବଜନୀନ ଓ ବାଧ୍ୟତାମୂଳକ କରିଥିବା ବେଳେ ଶିକ୍ଷା ବିଭାଗରେ ସମନ୍ୱୟର ଅଭାବକୁ ନେଇ ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକରେ ଗମ୍ଭୀର…

ବିମାନକୁ କ୍ରାଶ କରିବାକୁ….ବଡ଼ ବୟାନ ଦେଲେ ପ୍ରଧାନମନ୍ତ୍ରୀ, ବିଶ୍ବରେ ହଇଚଇ!

ଦୁବାଇରୁ ଇସ୍ରାଏଲ ଯାଉଥିବା ଏକ ଫ୍ଲାଇଦୁବାଇ ବିମାନରେ ହୋଇଥିବା ଅଘଟଣକୁ ନେଇ ପ୍ରତିକ୍ରିୟା ଦେଇଛନ୍ତି ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତନ୍ୟାହୁ । ବିମାନ ଇସ୍ରାଏଲ ନିକଟରେ ପହଞ୍ଚିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?