Posted inଖେଳ

ଆକାଶକୁ ଉଡି ଧରିଲେ କ୍ୟାଚ, ଭିଡିଓ ଭାଇରାଲ

କେପଟାଉନ,୧୬।୧: ଆଜିକାଲି ଦକ୍ଷିଣ ଆଫ୍ରିକାରେ ସାଉଥ୍‌ ଆଫ୍ରିକା ୨୦ ଲିଗ ଚାଲିଛି । ଏହି ଟୁର୍ନାମେଣ୍ଟରେ ଖେଳାଳିମାନେ ପଡ଼ିଆରେ ଦମଦାର ସର୍ଟ ମାରୁଥିବା ଦେଖାଯାଉଛି। ବର୍ତ୍ତମାନ ଆଫ୍ରିକୀୟ ଲିଗରେ ଏଭଳି ଫିଲ୍ଡିଂ ପ୍ରୟାସ ଦେଖିବାକୁ ମିଳିଥିଲା, ଯାହା ଆପଣଙ୍କୁ ଆଶ୍ଚର୍ଯ୍ୟ କରିବ। କ୍ରିକେଟ କ୍ଷେତ୍ରରେ ଫିଲ୍ଡିଂର ମାନ ଦିନକୁ ଦିନ ଅଧିକ ହେବାରେ ଲାଗିଛି। ଖେଳାଳିମାନେ ଏପରି ଫିଲ୍ଡିଂ କରିବା ଆରମ୍ଭ କରିଛନ୍ତି ଯାହା କାଳ୍ପନିକ ଭଳି ଲାଗୁଛି।

ଦକ୍ଷିଣ ଆଫ୍ରିକା ଟି -୨୦ ଲିଗରେ ଇଂରାଜୀ ଖେଳାଳି ଟମ ଆବେଲ ତାଙ୍କ ଚମତ୍କାର ଫିଲ୍ଡିଂ ଉଦ୍ୟମ ହେତୁ ତାଙ୍କ ଦଳ ସନରାଇଜର୍ସ ଇଷ୍ଟର୍ଣ୍ଣ କେପ ପାଇଁ ଏକ ଛକା ବଞ୍ଚାଇଥିଲେ। ଆବେଲଙ୍କ ଫିଲ୍ଡିଂ ପ୍ରୟାସ ପ୍ରକୃତରେ ଦେଖିବା ଯୋଗ୍ୟ ଥିଲା । କିଛି କ୍ଷଣ ପାଇଁ ଲାଗିଲା ଯେପରି କେହି ଜଣେ ଆବେଲଙ୍କ ଭିଡିଓ ଏଡିଟ କରିଛନ୍ତି, କିନ୍ତୁ ତାହା ହୋଇ ନ ଥିଲା, ଆବେଲ ଲାଇଭ ମ୍ୟାଚ ସମୟରେ ଏକ ଚମତ୍କାର ଫିଲ୍ଡିଂ ପ୍ରୟାସ କରି ନିଜ ଦଳ ପାଇଁ ରନ ସଞ୍ଚୟ କରିଥିଲେ।
ସନରାଇଜର୍ସ ଇଷ୍ଟର୍ଣ୍ଣ କେପ ଖେଳାଳୀ ଟମ ଆବେଲଙ୍କ ଚକିତ ଫିଲ୍ଡିଂର ଭିଡିଓ SA20 ର ଅଫିସିଆଲ ସୋସିଆଲ ମିଡିଆ ମାଧ୍ୟମରେ ଶେୟାର କରାଯାଇଥିଲା। ଭିଡିଓରେ ଏହା ଦେଖିବାକୁ ମିଳେ ଯେ ଡର୍ବାନ ସୁପର ଜଏଣ୍ଟ୍ସର ଜେଜେ ସ୍ମୁଟ୍ସ ବ୍ୟାଟଙ୍କ ଲେ ସାଇଡକୁ ଖୁ ବଜୋରରେ ବୁଲାଇ ଦେଇଛନ୍ତି ଏବଂ ବଲ ୬ ପାଇଁ ଯାଉଥିବା ସମୟରେ ଫିଲ୍ଡରେ ଉପସ୍ଥିତ ଥିବା ଟମ ଆବେଲ ଆକାଶରେ ଉଚ୍ଚକୁ ଡେଇଁ ବଲକୁ ଏମିତି ଭାବେ ଧରିଛନ୍ତି ଯେ ଉକ୍ତ ବଲରେ ଛକା ହୋଇନାହିଁ। ଏହି ସମୟରେ, ଟମ ନିଜେ ସୀମା ରେଖା ବାହାରେ ପଡିଥିଲେ କିନ୍ତୁ ସେ ବଲକୁ ଅଟକାଇବାରେ ସମ୍ପୂର୍ଣ୍ଣ ସଫଳ ହୋଇଥିଲେ। ଶେଷ ମୁହୂର୍ତ୍ତରେ ଆବେଲ ସୀମା ଭିତରେ ବଲ ଫିଙ୍ଗିଥିଲେ। ବଲ ପବନରେ ଏତେ ଉଚ୍ଚ ଥିଲା ଯେ ଯଦି ଏହାକୁ ବନ୍ଦ କରାଯାଇ ନଥାନ୍ତା ତେବେ ବ୍ୟାଟିଂ ଦଳ ବିନା ଦ୍ୱିଧାରେ ୬ରନ ରନ ପାଇଥାନ୍ତେ।


Enter your email to get our daily news in your inbox.

All Right Reserved By Dharitri.Com

RCB ପ୍ଲେଇଂ ୧୧ରୁ ବାଦ୍‌ ପଡ଼ିଲେ ବିରାଟ କୋହଲି, କାହିଁକି ନିଆଗଲା ଏଭଳି ବଡ଼ ନିଷ୍ପତ୍ତି?

ବେଙ୍ଗାଲୁରୁ,୧୫।୪: ଆଇପିଏଲ୍‌ ୨୦୨୬ର ୨୩ତମ ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) ଏବଂ ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳୁଛି। ବେଙ୍ଗାଲୁରୁର…

ଫୁଲବାଣୀ ଜେଲରେ ବିଚାରଧିନ କଏଦୀଙ୍କ ମୃତ୍ୟୁ, ଆଦର୍ଶ ଥାନା ପୋଲିସକୁ ଦାୟୀ କଲେ ପରିବାର

ଫୁଲବାଣୀ,୧୫।୪(ରାକେଶ କୁମାର ରାଉତ): କନ୍ଧମାଳ ଜିଲା ଫୁଲବାଣୀ ସର୍କଲ ଜେଲରେ ଥିବା ଜଣେ ବିଚାରଧିନ କଏଦୀଙ୍କ ମୃତ୍ୟୁକୁ ନେଇ ବୁଧବାର ଉତ୍ତେଜନା ପ୍ରକାଶ ପାଇଛି । ତେବେ…

ଦଣ୍ଡନାଚ ଦେଖିବା ବେଳେ ଠେଲାପେଲାକୁ ନେଇ ମାରପିଟ; ୫ ଆହାତ, ମାମଲା ରୁଜୁ କଲା ପୋଲିସ

ଦିଗପହଣ୍ଡି,୧୫।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ରାମଚନ୍ଦ୍ରପୁର ପଞ୍ଚାୟତ ଭାଲିଆଝୋଳା ଗ୍ରାମରେ ଦଣ୍ଡନାଚ ଚାଲିଥିବା ବେଳେ ଠେଲାପେଲା । ମଙ୍ଗଳବାର ବିଳମ୍ବିତ ରାତି ପ୍ରାୟ…

ଚା’ ପିଇବାକୁ ଯାଉଥିବା ବେଳେ ବୃଦ୍ଧଙ୍କୁ ଧକ୍କା ଦେଲା ବାଇକ୍, ତାପରେ…

ଦିଗପହଣ୍ଡି,୧୫।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଖଲିଙ୍ଗି ପଞ୍ଚାୟତ ଗୁଣସାଗର ଗ୍ରାମରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଚାହା ପିଇବାକୁ ଘର ନିକଟ ଦୋକାନକୁ…

କାର୍ ଭିତରୁ ୮.୪୭ଲକ୍ଷର ଜାଲ ନୋଟ ଜବତ, ବରଗଡ-ଛତିଶଗଡକୁ ଲମ୍ବିଛି ଚେର

ସୋନପୁର,୧୫।୪(ମୃତ୍ୟୁଞ୍ଜୟ ଶତପଥୀ): ସୁବର୍ଣ୍ଣପୁର ସହର ସ୍ଥିତ ଏସ୍‌ବିଆଇ ମୁଖ୍ୟ ଶାଖା ସମ୍ମୁଖରେ ପୋଲିସ ଚଢାଉ କରି ବିପୁଳ ପରିମାଣର ଜାଲ ନୋଟ ଜବତ କରିଛି । ଏଥିରେ…

ଟ୍ରେନ୍‌ରେ ଯାତ୍ରା କରିବା ହେଲା ଶସ୍ତା! ଟିକେଟ ବୁକ୍‌ କଲେ ମିଳିବ ରିହାତି, ଏମିତି ଉଠାନ୍ତୁ… 

ନୂଆଦିଲ୍ଲୀ,୧୫।୪: ଭାରତୀୟ ରେଳବାଇ ଯାତ୍ରୀମାନଙ୍କ ପାଇଁ ଏକ ଖୁସି ଖବର ଆଣିଛି। ଏବେ ଟ୍ରେନ ଟିକେଟ ବୁକ୍‌ କଲେ ଆପଣଙ୍କୁ ମିଳିବ ସ୍ବତନ୍ତ୍ର ରିହାତି। ରେଳବାଇର ନୂଆ…

ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ନବୀନ, ସ୍ବତନ୍ତ୍ର ଅଧିବେଶନ ଡାକିବାକୁ କଲେ ଦାବି

ଭୁବନେଶ୍ବର,୧୫।୪: ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଚିଠି ଲେଖିଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ଡିଲିମିଟେସନ ପ୍ରସଙ୍ଗ ଉଠାଇ ବିଧାନସଭା ସ୍ବତନ୍ତ୍ର ଅଧିବେଶନ ଡାକିବାକୁ ଚିଠିରେ…

କ୍ଳଚ ତାରରେ ସ୍ତ୍ରୀର ତଣ୍ଟି ଚିପି ହତ୍ୟା ମାମଲା, ଆଜୀବନ କାରାଦଣ୍ଡ ଶୁଣାଇଲେ କୋର୍ଟ

ପାରଳାଖେମୁଣ୍ଡି,୧୫।୪(ଗିରିଧାରୀ ପରିଛା): ବିବାହର ମାତ୍ର ବର୍ଷେ ପରେ ଅଧିକ ଯୌତୁକ ଦାବି କରି ଥରକୁ ଥର ମାନସିକ ଓ ଶାରୀରିକ ନିର୍ଯ୍ୟାତନା ଦେଇ ଶେଷରେ କ୍ଳଚ ତାରରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri