ଅଜଣା ରୋଗରେ ଗୋରୁ ଆକ୍ରାନ୍ତ, ଚିନ୍ତାରେ ଗୋପାଳକ

ନିଶ୍ଚିନ୍ତକୋଇଲି,୩।୪(ସ୍ବ.ପ୍ର.): ନିଶ୍ଚିନ୍ତକୋଇଲି ବ୍ଲକରେ ଗୋରୁଙ୍କୁ ଅଜଣା ରୋଗ ପିଛା ଛାଡ଼ୁନାହିଁ। କେତେବେଳେ ଚର୍ମରୋଗ ତ କେତେବେଳେ ଫାଟୁଆ ବ୍ୟାପିବାରେ ଲାଗିଛି। ଏବେ ଋତୁ ପରିବର୍ତ୍ତନ ହୋଇଥିତ୍ବାବେଳେ ହଠାତ ଗୋରୁ ଅଜଣା ରୋଗରେ ଆକ୍ରାନ୍ତ ହେଉଛନ୍ତି। ସେମାନଙ୍କୁ ଦୁର୍ଗନ୍ଧଯୁକ୍ତ ଝାଡ଼ା ହେଉଛି। ଏଥିଯୋଗୁ ଗୋରୁମାନେ ଦୁର୍ବଳ ହେବା ସହ କ୍ଷୀର କମାଇ ଦେଉଛନ୍ତି। ଏପରିକି ବାଛୁରୀମାନେ କ୍ରମାଗତ ଝାଡ଼ାରେ ଆକ୍ରାନ୍ତ ହୋଇ ଗୁରୁତର ହୋଇପଡ଼ୁଛନ୍ତି। କେତେକାଂଶରେ ମଳରେ ରକ୍ତ ପଡ଼ୁଥିବାରୁ ଗୋପାଳକମାନେ ଭୟଭୀତ ହୋଇପଡ଼ିଛନ୍ତି। ନିଶ୍ଚିନ୍ତକୋଇଲି ପ୍ରାଣୀ ଚିକିତ୍ସାଳୟ ଡାକ୍ତର ଓ ଗୋ ଚାଷୀଙ୍କ ପାଇଁ ଏହା ମୁଣ୍ଡବ୍ୟଥାର କାରଣ ପାଲଟିଛି। ଏହାର ସୁଯୋଗ ନେଇ କିଛି ସ୍ଥାନରେ ଗାଁର କ୍ୱାକ୍‌ମାନେ ମୋଟା ଅଙ୍କର ଅର୍ଥ ଶୋଷଣ କରି ଚିକିତ୍ସା କରୁଥିବା ବେଳେ ଆଉକିଛି ସ୍ଥାନରେ ଗୋଚାଷୀ ଜଡ଼ିବୁଟି ଦେଇ ଚିକିସତ୍ା କରୁଛନ୍ତି। ତେବେ ଉପଯୁକ୍ତ ଔଷଧ ମିଳୁ ନ ଥିବାରୁ ବହୁ ସ୍ଥାନରେ ଆକ୍ରାନ୍ତ ଗୋରୁଗୁଡ଼ିକ ମରଣ ସହ ସଂଗ୍ରାମ କରୁଛନ୍ତି।
ସୂଚନାଯୋଗ୍ୟ, ନିଶ୍ଚିନ୍ତକୋଇଲି ବ୍ଲକର ୪୧ ପଞ୍ଚାୟତରେ ମାତ୍ର ୧୨ ଜଣ ଏଲଆଇ କାର୍ଯ୍ୟ କରୁଥିଲାବେଳେ ଦୀର୍ଘ ଦୁଇମାସ ହେଲା ଏଠାରେ କୌଣସି ସ୍ଥାୟୀ ପ୍ରାଣୀ ଚିକିତ୍ସାଧିକାରୀ ନାହାନ୍ତି। ନିକଟରେ ନିଶ୍ଚିନ୍ତକୋଇଲି ପ୍ରାଣୀ ଚିକିତ୍ସାଧିକାରୀ ଡାକ୍ତର ତନ୍ମୟ କୁମାର ମହାନ୍ତି କାର୍ଯ୍ୟରୁ ଅବସର ଗ୍ରହଣ କରିଛନ୍ତି। ମାତ୍ର ଜଣେ ଅତିରିକ୍ତ ମହିଳା ପ୍ରାଣୀ ଚିକିତ୍ସାଧିକାରୀ ୪୧ ପଞ୍ଚାୟତର ଦାୟିତ୍ୱରେ ଥିବା କାରଣରୁ ଗୋରୁଙ୍କୁ ଆବଶ୍ୟକ ଚିକିତ୍ସା ସେବା ମିଳିପାରୁନାହିଁ। ଅପରପକ୍ଷରେ ସାଲେପୁର ପ୍ରାଣୀ ଚିକିତ୍ସାଧିକାରୀଙ୍କୁ ନିଶ୍ଚିନ୍ତକୋଇଲି ବ୍ଲକର ଅତିରିକ୍ତ ଦାୟିତ୍ୱ ଦିଆଯାଇଥିଲେ ମଧ୍ୟ ସମ୍ପୃକ୍ତ ଅଧିକାରୀ କାର୍ଯ୍ୟବ୍ୟସ୍ତ ହେତୁ ନିଶ୍ଚିନ୍ତକୋଇଲି ଅଞ୍ଚଳ ଉପରେ ବିଶେଷ ଧ୍ୟାନ ଦେଇପାରୁନାହାନ୍ତି ବୋଲି ଅଭିଯୋଗ ହୋଇଛି। ପ୍ରଶାସନ ତରଫରୁ ତୁରନ୍ତ ଏହି ବ୍ଲକକୁ ଆବଶ୍ୟକ କର୍ମଚାରୀ,ଡାକ୍ତର ଓ ଗୋରୁଙ୍କ ଚିକିତ୍ସା ନିମନ୍ତେ ଆବଶ୍ୟକ ଔଷଧ ସାମଗ୍ରୀ ଯୋଗାଇ ଦେବାକୁ ଗୋପାଳକମାନେ ଦାବି କରିଛନ୍ତି। ଏ ସମ୍ପର୍କରେ ଗୋ-ଚାଷୀ ବଲ୍ଲଭ ପଲେଇ କୁହନ୍ତି, ଏହି ରୋଗରେ ଆକ୍ରାନ୍ତ ଗୋରୁଙ୍କୁ ପ୍ରଥମେ ପତାଳା ଝାଡ଼ା ହେଉଛି ଓ ପରେ ରକ୍ତ ଝାଡ଼ା ହେବାରୁ ଗାଈ ଦୁର୍ବଳ ହୋଇ କ୍ଷୀର ଦେଉହାନ୍ତି। ବାଛୁରୀ ଗୁରୁତର ହୋଇଯାଉଛନ୍ତି। ସରକାରୀ ଡାକ୍ତରଖାନାରେ ଏଭଳି ସ୍ଥିତିରେ ଡାକ୍ତର ନାହାନ୍ତି କି ଔଷଧ ମିଳୁନାର୍ହି। ବେସରକାରୀ ଚିକିତ୍ସକଙ୍କ ସହାୟତାରେ ଗୋ- ଚିକିତ୍ସା କରି ଅଧିକ ଖର୍ଚ୍ଚାନ୍ତ ହେବାକୁ ପଡୁଛି।
ଏ ସମ୍ପର୍କରେ ବିଭିଓଙ୍କ ଦାୟିତ୍ୱରେ ଥିବା ଅଧିକାରୀ ଦୀପକ ସେନାପତି କୁହନ୍ତି, ଏହା ଏକ ଖରାଦିନିଆ ଭୂତାଣୁଜନିତ ରୋଗ। ଏହି ରୋଗ ହେଲେ ଦୁଇ ଚାରିଦିନ ଭିତରେ ଭଲ ହୋଇଯାଏ। ଏହି ରୋଗର କୌଣସି ନିର୍ଦ୍ଦିଷ୍ଟ ପ୍ରତିଶେଧକ ନାହିଁ। ରୋଗର ଲକ୍ଷଣ ଆଧାରରେ ଔଷଧ ଦିଆଯାଏ। ଗୋ ଚାଷୀମାନେ ଡାକ୍ତରଖାନାକୁ ଆସି ମହଜୁଦ୍‌ ଥିବା ଔଷଧ ନେଇପାରିବେ। ଅପରପକ୍ଷେ ସେ ଦୁଇଟି ସ୍ଥାନର ଦାୟିତ୍ୱ ଥିବାରୁ ସବୁବେଳେ ନିଶ୍ଚିନ୍ତକୋଇଲିରେ ରହିପାରୁନାହାନ୍ତି ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଜିଠୁ ବଦଳିଲା ଏହିସବୁ ନିୟମ: ବ୍ୟାଙ୍କ, LPG, UPI, ଟ୍ରେନ ଯାତ୍ରାରେ ପଡ଼ିବ ପ୍ରଭାବ

ନୂଆଦିଲ୍ଲୀ,୧।୧୦:ଅକ୍ଟୋବର ମାସ ଆରମ୍ଭ ସହ ଦେଶରେ ବ୍ୟାଙ୍କିଂ, LPG, UPI, NPS, ଇନକମ ଟ୍ୟାକ୍ସ ଏବଂ ରେଳଯାତ୍ରା ସହ ଜଡ଼ିତ କିଛି ନିୟମରେ ପରିବର୍ତ୍ତନ ହୋଇଛି। ଏଥିରୁ…

ଗିଲ୍‌ଙ୍କୁ ମିଳିଲା ଏତିକି ଟଙ୍କାର ପୁରସ୍କାର: ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଗୁଆହାଟୀ,୧।୧୦: ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ଭାରତୀୟ ଅଧିନାୟକ ଶୁବମନ ଗିଲ ଧମାକାଦାର ଦ୍ୱିଶତକ ହାସଲ କରି ଦଳକୁ ଐତିହାସିକ ବିଜୟ ଦେବାରେ ବଡ଼ ଭୂମିକା ନେଇଛନ୍ତି।…

ଐତିହାସିକ ରେକର୍ଡ ହାସଲ କଲେ ହିଟ୍‌ମ୍ୟାନ୍‌: ଏମିତି ମାଇଲଷ୍ଟୋନ କରିବାରେ ବିଶ୍ୱର…

ଗୁଆହାଟୀ,୧।୧୦: ଭାରତୀୟ କ୍ରିକେଟ୍‌ର ଷ୍ଟାର୍‌ ବ୍ୟାଟର୍‌ ରୋହିତ ଶର୍ମା ଦିନିକିଆ ଅନ୍ତର୍ଜାତୀୟ କ୍ରିକେଟ୍‌ରେ ଆଉ ଏକ ବଡ଼ ମାଇଲଷ୍ଟୋନ ହାସଲ କରିଛନ୍ତି। ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ…

ରାଜସ୍ବ ମନ୍ତ୍ରୀଙ୍କ ବଡ଼ ଘୋଷଣା: ଦଶହରା ପୂର୍ବରୁ ମିଳିବ…

ଭୁବନେଶ୍ୱର,୧।୧୦(ସୁନିତ୍‌ ମିଶ୍ର):ରାଜୀବ ଭବନଠାରେ ବୁଧବାର ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଗଜପତି,…

ଘୂର୍ଣ୍ଣିବଳୟ ସକ୍ରିୟ: ଘଡ଼ଘଡି ସହ ବର୍ଷା ସମ୍ଭାବନା, ୟେଲୋ ୱାର୍ନିଂ

ଭୁବନେଶ୍ୱର,୧।୧୦(ସୌମ୍ୟରଞ୍ଜନ ରାଉତ):ଉତ୍ତର ମ୍ୟାନ୍‌ମାର, ବାଂଲାଦେଶ ଓ ବଙ୍ଗୋପସାଗର ଉପରେ ରହିଥିବା ସୁସ୍ପଷ୍ଟ ଲଘୁଚାପ କ୍ଷେତ୍ର ମିଜୋରାମ, ତ୍ରିପୁରା ଓ ଦକ୍ଷିଣ-ପୂର୍ବ ବାଂଲାଦେଶ ଆଡ଼କୁ ଗତି କରିବା ସହ…

ମଇଁଷି ଚରାଇବାକୁ ଯାଇ ଆଉ ଫେରିଲେନି: କେନାଲରୁ ନିଖୋଜ ବୃଦ୍ଧଙ୍କ ମୃତଦେହ ଉଦ୍ଧାର, ଗାଁରେ ଶୋକର ଛାୟା

ଦିଗପହଣ୍ଡି, ୩୦ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପ୍ରଥମ ଢେପାଗୁଡ଼ା ଗ୍ରାମର ରଘୁ ମଲ୍ଲିକ (୬୩) ନାମକ ଜଣେ ବୃଦ୍ଧଙ୍କ ମୃତଦେହ କେନାଲ ପାଣିରୁ…

ଫ୍ଲାଇଦୁବାଇ ବିମାନରେ ଆକ୍ରମଣ: ନିଜେ ଆହାତ ହୋଇ ମଧ୍ୟ ବଞ୍ଚାଇଲେ ୧୮୦ ଯାତ୍ରୀଙ୍କ ଜୀବନ, କିଏ ଏହି ପାଇଲଟ୍?

ନୂଆଦିଲ୍ଲୀ,୩୦ା୯: ଦୁବାଇରୁ ତେଲ ଅଭିଭ ଯାଉଥିବା ଫ୍ଲାଇଦୁବାଇର FZ1073 ବିମାନରେ ବୁଧବାର ଘଟିଥିବା ଘଟଣାକୁ ନେଇ ଭାରତୀୟ ପାଇଲଟ୍ ସ୍ମିତ ମଚ୍ଛରଙ୍କ ନାଁ ଚର୍ଚ୍ଚାରେ ରହିଛି। ରିପୋର୍ଟ…

ଦିଗପହଣ୍ଡି ଗଞ୍ଜେଇ ଚୋରା ଚାଲାଣ ଘଟଣା: ଗିରଫ ହେଲେ ଅଭିଯୁକ୍ତ ୨ ଭାଇ, କାରବାର ପଛର ଗୁମର ଖୋଲିଲା…

ଦିଗପହଣ୍ଡି, ୩୦ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ପୋଲିସ ଗଞ୍ଜେଇ ଚୋରା ଚାଲାଣ ମାମଲାରେ ଏକ ବଡ଼ ସଫଳତା ହାସଲ କରିଛି। ଗଞ୍ଜେଇ କାରବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?