ବେଧଡକ ଚାଲିଛି ଗୋଚାଲାଣ : ୧ ଗୋରୁ ମୃତ, ୨୭ ଉଦ୍ଧାର

କେନ୍ଦୁଝର, ୧୯ା୨ (ସ୍ବ.ପ୍ର.)-ବ୍ୟାପକ ଧରପଗଡ ସତ୍ତ୍ୱେ କେନ୍ଦୁଝର ଜିଲା ଦେଇ ବାହାର ରାଜ୍ୟ ଓ ଦେଶକୁ ଗୋଚାଲାଣ ବନ୍ଦ ହେଉ ନ ଥିବାରୁ ଅସନ୍ତୋଷ ବଢିବାରେ ଲାଗିଛି। ଏହାକୁ ରୋକିବା ପାଇଁ ପ୍ରଶାସନ ପକ୍ଷରୁ ଆଦୌ ଦୃଢ ପଦକ୍ଷେପ ନିଆଯାଉ ନ ଥିବାରୁ ଗୋ-ବେପାରୀ ମାନେ ବିଭିନ୍ନ ଉପାୟରେ ପଶୁ ନିର୍ଯାତନା ଆଇନକୁ ଖୋଲା ଖୋଲି ଉଲଘଂନ କରି ଗୋ ଚାଲାଣ କରୁଛନ୍ତି। କେତେବେଳେ ରାସ୍ତାରେ ଚଲାଇ ଚଲାଇ ତ କେତେବେଳେ କଣ୍ଟେନର ଟ୍ରକ ଆଦିରେ ଲୋଡ କରି ଚାଲାଣ କରୁଛନ୍ତି। ଫଳରେ ଏହାକୁ ନେଇ ଘୋର ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗୁଥିବା ବେଳେ ଏବେ ଗୋ ରକ୍ଷା ପାଇଁ ସାଧାରଣ ଲୋକ ରାସ୍ତା କୁ ଓହ୍ଲାଇବାକୁ ବାଧ୍ୟ ହୋଇଛନ୍ତି ା
ଗୁରୁବାର କାଞ୍ଜିପାଣି ଥାନା ଅନ୍ତର୍ଗତ କାଞ୍ଜିପାଣି ଘାଟିରେ ଏକ ଗୋରୁ ବୋଝେଇ ଟ୍ରକକୁ ବଜରଙ୍ଗ ଦଳ ତଥା ଗୋ ରକ୍ଷା ସାମାଜିକ କର୍ମୀ ମାନେ ଧରିଛନ୍ତି। ଦୟନୀୟ ଅବସ୍ଥାରେ ସମ୍ବଲପୁର ଆଡୁ ପଶ୍ଚିମବଙ୍ଗ ଅଭିମୁଖେ ଏନ୍‌ଏଚ୍‌ ୪୯ ରେ ଯାଉଥିବା ପଶ୍ଚିମବଙ୍ଗ ନମ୍ବର ଥିବା ଟ୍ରକରେ ୨୮ ଟି ଗୋରୁକୁ ନିର୍ଦ୍ଦୟ ଭାବରେ ଲୋଡ କରି ନେଉଥିବା ବେଳେ ଅଟକାଇଥିଲେ ା ସେଥିରୁ ଗୋଟିଏ ଗୋରୁ ମୃତ୍ୟୁବରଣ କରିଥିଲା। ସରୋଜ କୁମାର ନାୟକ, ପ୍ରକାଶ ମଲ୍ଲିକ, ସଞ୍ଜୟ ମହାନ୍ତି, କିରଣବାଳା ନାୟକ, ରଞ୍ଜିତ ବାରିକଙ୍କ ସମେତ ଅନ୍ୟ ଗୋ-ରକ୍ଷକମାନେ ଗୋରୁଙ୍କୁ ଉଦ୍ଧାର କରି ସେମାନଙ୍କୁ ଖାଦ୍ୟ ପାନୀୟ ଦେବା ସହ ସେବାଶୂଶ୍ରୂଷା କରିବା ସହ ପୋଲିସ କୁ ଜଣାଇଥିଲେ। ପୂର୍ବରୁ ଏଭଳି ବେଆଇନ ଗୋରୁ ବୋଝେଇ କଣ୍ଟେନର, ଟ୍ରକ, ପିକଅପ ଭ୍ୟାନ ଜବତ ହୋଇଥିବା ବେଳେ ଦୁର୍ଘଟଣାରେ ଗୋରୁଗାଇ ମୃତ୍ୟୁ ଭଳି ଘଟଣା ଘଟିଥିବାରୁ ବଜରଙ୍ଗ ଦଳ, ଗୋ ରକ୍ଷକ ମାନେ ତୀବ୍ର ଅସନ୍ତୋଷ ବ୍ୟକ୍ତି କରି ଆସୁଛନ୍ତି ା ଏଣୁ ଏହାକୁ ରୋକା ନ ଗଲେ ଆଗାମୀ ଦିନରେ କେନ୍ଦୁଝର ବାସୀ ତଥା ହିନ୍ଦୁ ସମାଜ ଏନେଇ ସମବେତ ବିରୋଧ କରିବାକୁ ବାଧ୍ୟ ହେବ ବୋଲି ଚେତାବନୀ ଦେଇଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

ରାଜ୍ ପ୍ରସାଦ ରାୟଗଡ଼ାର ନୂଆ ଏସ୍ପି; ଦାୟିତ୍ବ ଗ୍ରହଣ କରୁକରୁ କହିଦେଲେ ଏହି କଥା, ଛାନିଆ…

ଗୁଣପୁର,୨୭।୫(ସୁଜାତା ପାଢ଼ୀ): ରାୟଗଡ଼ା ଜିଲାର ନୂତନ ଏସପି ଭାବେ ରାଜ୍ ପ୍ରସାଦ ବୁଧବାର କାର୍ଯ୍ୟରେ ଯୋଗଦାନ କରିଛନ୍ତି । ପୂର୍ବତନ ଏସପି ସ୍ୱାତି ଏସ କୁମାରଙ୍କ ଠାରୁ…

କର୍ନାଟକରେ ସତ୍ତା ପରିବର୍ତ୍ତନ ପାଇଁ ପ୍ରସ୍ତୁତି ଶେଷ! କାଲି ଏହି ସମୟରେ ଇସ୍ତଫା ଦେବେ ମୁଖ୍ୟମନ୍ତ୍ରୀ

ବେଙ୍ଗାଲୁରୁ,୨୭।୫: କର୍ନାଟକରେ ଆଗାମୀ ଦୁଇ ଦିନ ମଧ୍ୟରେ କ୍ଷମତା ପରିବର୍ତ୍ତନ ନେଇ କଳ୍ପନାଜଳ୍ପନା ତୀବ୍ର ହେଉଥିବା ବେଳେ, କଂଗ୍ରେସ ବିଧାୟକ ଆର.ଭି. ଦେଶପାଣ୍ଡେ ଏକ ଗୁରୁତ୍ୱପୂର୍ଣ୍ଣ ବୟାନ…

ବେଆଇନ ଗୋହତ୍ୟା ରୋକିବାକୁ ଜିଲାପାଳ, ଥାନାଧିକାରୀଙ୍କୁ ସ୍ମାରକପତ୍ର

ବନ୍ତ,୨୭ା୫(କିଶୋର କୁମାର ସେଠୀ): ମୁସଲମାନ ସମ୍ପ୍ରଦାୟର ପର୍ବ ଇଦ-ଉଲ-ଜୁହା (ବକ୍ରିଦ) ପର୍ବ ପାଳନ ହେବାକୁ ଯାଉଥିବା ବେଳେ, ଏହି ସମୟରେ ବେଆଇନ ଗୋହତ୍ୟା ଏବଂ ଗୋ-ଚାଲାଣକୁ ସମ୍ପୂର୍ଣ୍ଣ…

ଭାଇ-ଭାଇ ବିବାଦ ଯୋଗୁଁ ମା’ର କଲେନି ଅନ୍ତିମସଂସ୍କାର, ପୋଲିସ ଆସି କାନ୍ଧେଇଲା ଶବ

ବାଲେଶ୍ୱର,୨୭ା୫( ବାଞ୍ଛାନିଧି ଦେ): ଦୁଇ ପୁଅ ମଧ୍ଯରେ ବିବାଦ ପାଇଁ ବଳି ପଡିଲେ ମା’ । ଏମିତି କି ମା’ର ଶବସତ୍କାର କଲେନି ଦୁଇ ପୁଅ ।…

OCS ପରୀକ୍ଷାରେ ଚାଷୀ ପୁଅଙ୍କ କମାଲ୍, ପ୍ରଥମ ପ୍ରୟାସରେ ସଫଳ ହୋଇ…

ବରଗଡ଼,୨୭।୫(ପ୍ରେମାନନ୍ଦ ଖମାରୀ): ଓଡିଶା ସର୍ଭିସ୍ କମିଶନ(OPSC ) ପରିଚାଳିତ ଓଡ଼ିଶା ସିଭିଲ ସର୍ଭିସ୍ (ଓସିଏସ୍) ପରୀକ୍ଷାରେ ବରଗଡ଼ ଜିଲା ଭଟଲି ବ୍ଲକ ଅନ୍ତର୍ଗତ ବାଘମୁଣ୍ଡା(ଭିଞ୍ଜେତୋରା) ଗ୍ରାମର ନିବାସ…

ଭାଜପାରେ ଯୋଗଦେଇ ଭୁବନେଶ୍ବର ଫେରିବା ପରେ ବଡ଼ ଗୁମର ଖୋଲିଦେଲେ ଦେବାଶିଷ, ବିଜେଡିର ଅବସ୍ଥା….

ଭୁବନେଶ୍ବର,୨୭ା୫: ବିଜେଡି ଛାଡି ଭାଜପାରେ ଯୋଗ ଦେଇଛନ୍ତି ପୂର୍ବତନ ରାଜ୍ୟ ସଭା ଏମ୍‌ପି ଦେବାଶିଷ ସାମନ୍ତରାୟ । ସୋମବାର ଦେବାଶିଷ ଦଳର ପ୍ରାଥମିକ ସଦସ୍ୟତାରୁ ଇସ୍ତଫା ଦେଇଥିଲେ…

ପେଟ୍ରୋଲ ପମ୍ପରେ ତେଲ ବଳିଥିବାବେଳେ ଯଦି ଦାମ୍ ବଢ଼େ; ତେବେ କାହା ପକେଟ୍‌କୁ ଯାଏ ବର୍ଦ୍ଧିତ ଟଙ୍କା, ମାଲିକ ନା କମ୍ପାନୀ?

ନୂଆଦିଲ୍‌ଲୀ,୨୭।୫: ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଉତ୍ତେଜନା ଯୋଗୁଁ ଗତ କିଛି ଦିନ ହେବ ପେଟ୍ରୋଲ ଏବଂ ଡିଜେଲ ଦର ଅନେକ ଥର ବୃଦ୍ଧି ପାଇଛି। ନିକଟରେ ପେଟ୍ରୋଲ ଲିଟର…

ଓଡ଼ିଶାବାସୀଙ୍କ ପାଇଁ ଗୌରବର ମୁହୂର୍ତ୍ତ, ଏସୀୟ ଇନ୍‌ଡୋର ଆଥଲେଟିକ୍ସ ନେଇ ମୁଖ୍ୟମନ୍ତ୍ରୀ କଲେ ବଡ଼ ଘୋଷଣା

ଭୁବନେଶ୍ବର,୨୭ା୫: ଓଡ଼ିଶାରେ ହେବ ୨୦୨୭ ଏସୀୟ ଇନ୍‌ଡୋର ଆଥଲେଟିକ୍ସ ଚାମ୍ପିଅନସିପ୍ । ଏନେଇ ଏକ୍ସରେ ସୂଚନା ଦେଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ହଂକଂଠାରେ ଅନୁଷ୍ଠିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri