ବାଣ ବିକ୍ରିକଲେ ଭୁଲିଗଲେ ହିତାହିତ ଜ୍ଞାନ : ବାରୁଦ ଲାଗିଥିବା ବର୍ଜ୍ୟବସ୍ତୁକୁ ଗୋରୁ ଖାଇ

ଦାରିଙ୍ଗବାଡି, ୨୫।୧୦ (ଅରୁଣ ସାହୁ): ଚଳିତ ବର୍ଷ ଦାରିଙ୍ଗବାଡ଼ି ଅଞ୍ଚଳରେ ବଡ଼ ଧୁମ ଧାମରେ ଦୀପାବଳୀ ପାଳନ ହୋଇଛି। ଏଥିପାଇଁ ବାଣ ବ୍ୟବସାୟୀ ମାନେ ଲାଇସନ୍ସ କରି ପୋଲିସ ଅଗ୍ନିଶମ ବିଭାଗର ଅନୁମତି କ୍ରମେ ସହର ଠାରୁ ଦୂରରେ ହେଲିପ୍ୟାଡ଼ ପଡିଆରେ ଖୋଲା ସ୍ଥାନରେ ବାଣ ଦୋକାନ ଖୋଲଥିଲେ। ମୋଟ ୫ ଜଣ ଲାଇସାନ୍ସ ଧାରୀ ଲକ୍ଷ ଲକ୍ଷ ଟଙ୍କାର ବାଣ ବ୍ୟବସାୟ କଲେ କିନ୍ତୁ ବାଣ ପ୍ୟାକେଟରୁ ବାହାରିଥିବା ବର୍ଜ୍ୟବସ୍ତୁକୁ ପଡିଆରେ ଛାଡି ଚାଲିଗଲେ। କେହି ଜଣେବି ବ୍ୟବସାୟୀ ଏହାକୁ ସଫା କରି ଦୂରରେ ଫିଙ୍ଗିବା ବଦଳରେ ସେଠାରେ ଫୋପାଡ଼ିଥିଲେ। ାଣ ପ୍ରସ୍ତୁତ କରାଯାଇଥିବା ବାରୁଦ ଲାଗିଥିବା କାଗଜ ଗୁଡିକ ଗୋରୁ ଗାଈ ଖାଉଥିବା ଓ ବିଭିନ୍ନ ରୋଗର ଶୀକାର ହେଉଥିବା ନେଇ ଅସନ୍ତୋଷ ଦେଖାଯାଇଛି । ଏଭଳି ଘଟଣାକୁ ଅଞ୍ଚଳବାସୀ ନାପସନ୍ଦ କରିଛନ୍ତି । ଏନେଇ ଦାରିଙ୍ଗବାଡି ଡିଏସପି ତଥା ଥାନା ଅଧିକାରୀ କନକ ମାଝୀଙ୍କ ସହ ଯୋଗାଯୋଗ କରାଯିବାରୁ ସେ ଏହି ବ୍ୟବସାୟ କରିଥିବା ବ୍ୟବସାୟିଙ୍କୁ ସେଠାରୁ ତୁରନ୍ତ ବର୍ଜ୍ୟବସ୍ତୁ ହଟାଇବାକୁ ନିର୍ଦ୍ଦେଶ ଦିଆଯିବ ନ ହେଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ବସଷ୍ଟାଣ୍ଡ ନାହିଁ, ରାଜପଥରେ ‘ଆମ ବସ’ ପାର୍କିଂ ଯୋଗୁ ବଢୁଛି ଟ୍ରାଫିକ ସମସ୍ୟା

ହାଟଡିହୀ/ଛେନାପଦୀ,୮।୮(ଶୁଭକାନ୍ତ ନାୟକ/ନିରାକାର ପରିଡା): କେନ୍ଦୁଝର ଜିଲା ହାଟଡିହୀ ବ୍ଲକରେ ସ୍ଥାୟୀ ବସ ଷ୍ଟାଣ୍ଡ ନାହିଁ କି ପାର୍କିଂ ପାଇଁ ନିର୍ଦ୍ଦିଷ୍ଟ ସ୍ଥାନ ନାହିଁ, ଯାହାଫଳରେ ବାଧ୍ୟ ହୋଇ…

ଫୁଟବଲ ପ୍ରତିଯୋଗିତା: ସୋନପୁରକୁ ହରାଇ ଫାଇନାଲରେ ଜିଏମ୍‌ୟୁ ସମ୍ବଲପୁର

ଅତାବିରା, ୮ା୮(ଯୁଧିଷ୍ଠିର ମହାପାତ୍ର): ଅତାବିରା ବାଳକ ହାଇସ୍କୁଲ ପଡ଼ିଆରେ ଦୁଇଦିନିଆ ଫୁଟବଲ ପ୍ରତିଯୋଗିତା ଶନିବାର ଉଦ୍‌ଘାଟିତ ହୋଇଯାଇଛି l ଅତାବିରା ଫୁଟବଲ ଟିମ୍‌ ପକ୍ଷରୁ ଆୟୋଜିତ ଏହି…

ଚୁଲି ନିକଟରେ ବସି ନିଆଁ ପୋଉଁଥିଲେ, ଭାଙ୍ଗି ପଡ଼ିଲା କାନ୍ଥ: ଚାଲିଗଲା ବୃଦ୍ଧଙ୍କ ଜୀବନ

ପାଟଣା ,୮।୮(ବୀର କିଶୋର ଦାଶ): କେନ୍ଦୁଝର ଜିଲା ସାହାରପଡ଼ା ବ୍ଲକ ଅନ୍ତର୍ଗତ ଖୁଣ୍ଟାପଡ଼ା ପଞ୍ଚାୟତ ଖୁଣ୍ଟାପଡ଼ା ଗ୍ରାମର ଢିପା ସାହିରେ ଏକ ଅଭାବନୀୟ ଘଟଣା ଘଟିଛି। ରୋଷେଇ…

ସମୁଦ୍ରରେ ଗାଧୋଇ ଶ୍ୱେତଗଙ୍ଗାକୁ ଯାଇଥିଲେ, ଗୋଡ଼ ଖସିଯିବାରୁ ବୁଡ଼ିଯାଇ ଚାଲିଗଲା ଯୁବକଙ୍କ ଜୀବନ

ପୁରୀ, ୮।୮(ଅଜିତ୍‌ କୁମାର ମହାନ୍ତି): ପୁରୀର ପଞ୍ଚ ପୁଷ୍କରିଣୀ ମଧ୍ୟରେ ଅନ୍ୟତମ ପବିତ୍ର ତୀର୍ଥ ପୁଷ୍କରିଣୀ ଶ୍ୱେତଗଙ୍ଗାରେ ଶନିବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ପୁଷ୍କରିଣୀରେ…

ବନ୍ୟଜନ୍ତୁ ପ୍ରେମୀଙ୍କ ଲାଗି ଖୁସି ଖବର: ଜନ୍ମ ହେଲା ହାତୀ ଛୁଆ

କେନ୍ଦୁଝର,୮।୮(ନରେଶ ଚନ୍ଦ୍ର ପଟ୍ଟନାୟକ): ବନ୍ୟଜନ୍ତୁ ପ୍ରେମୀଙ୍କ ପାଇଁ ଏକ ଖୁସି ଖବର ସାମ୍ନାକୁ ଆସିଛି। ପାଟନା ବନାଞ୍ଚଳରେ ଏକ ମା’ ହାତୀ ଛୁଆ ହାତୀକୁ ଜନ୍ମ ଦେଇଥିବା…

ନିଖୋଜ ଥିଲେ ମହିଳା, ଚାଷ ଜମିରୁ ଉଦ୍ଧାର ହେଲା ଗଳିତ ମୃତଦେହ: ପରିବାରରେ…

କୋକସରା, ୮।୮(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ଆମପାଣି ଥାନା ଅନ୍ତର୍ଗତ ବଡ଼କେନ୍ଦୁଗୁଡ଼ା ଗ୍ରାମରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ମଙ୍ଗଳବାରଠାରୁ…

ଠିକା କାମରୁ ୩୦ ପ୍ରତିଶତ ଦାଦାବଟି ଦେବା ପାଇଁ ପଡୋଶୀଙ୍କୁ ଧମକ, ଅଭିଯୁକ୍ତ ଗଲେ ଜେଲ

ଦିଗପହଣ୍ଡି,୮।୮(ଅଶେଷ ନାଥ ମିଶ୍ର): ଦାଦାବଟି ନଦେବାରୁ ପଡ଼ୋଶୀଙ୍କୁ ହତ୍ୟା ଧମକ ଦେଇଥିବା ଅଭିଯୁକ୍ତକୁ କେ. ନୂଆଗାଁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ଗଞ୍ଜାମ ଜିଲା…

ପଡିକଲଙ୍କ ଶତକ, ଦ୍ୱିତୀୟ ଦିନ ଶେଷ ସୁଦ୍ଧା ଭାରତ ୩୫୭/୬

କଲମ୍ବୋ,୮ା୮: ଶ୍ରୀଲଙ୍କା ଏକାଦଶ ବିପକ୍ଷରେ ଚାଲିଥିବା ଓ୍ବାର୍ମଅପ୍‌ ମ୍ୟାଚ୍‌ର ଦ୍ୱିତୀୟ ଦିନ ଶେଷ ସୁଦ୍ଧା ଦେବଦତ୍ତ ପଡିକଲଙ୍କ ଅପରାଜିତ ଶତକ ବଳରେ ଭାରତ ୬ ଉଇକେଟ ହରାଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri