ସ୍ମାର୍ଟସିଟିରେ କମୁଛି ଗୋବଂଶ

ରାଉରକେଲା,୧୨।୧୧(ବିପ୍ଳବ ରଞ୍ଜନ ଦାଶ)ରାଉରକେଲା ସହରରେ ଦୁଗ୍ଧ ଉପତ୍ାଦନ ହ୍ରାସ ପାଉଥିବା ବେଳେ ଗାଇଗୋରୁ ଓ ଗୋପାଳକଙ୍କ ସଂଖ୍ୟା ମଧ୍ୟ କମିବାରେ ଲାଗିଛି। ୫ବର୍ଷ ତଳେ ସହରରେ ଗୋରୁଙ୍କ ସଂଖ୍ୟା ୧୦ହଜାରରୁ ଊର୍ଦ୍ଧ୍ୱ ଥିବାବେଳେ ବର୍ତ୍ତମାନ ୩୮ଶହରେ ସୀମିତ ରହିଛି। ସହରର ବାସନ୍ତୀ କଲୋନୀ, ସିଭିଲଟାଉନଶିପ୍‌, ୨୦ ନମ୍ବର ଖଟାଲ ବସ୍ତି ସହ ଶିଳ୍ପାଞ୍ଚଳରେ ରହୁଥିବା ୪ଶହ ଗୋପାଳକ ଦୁଗ୍ଧ ଉପତ୍ାଦନ କରୁଛନ୍ତି। ଆଗରୁ ଦୈନିକ ୩୦ହଜାର ଲିଟରରୁ ଊର୍ଦ୍ଧ୍ୱ ଦୁଗ୍ଧ ଉତ୍ପାଦନ ହେଉଥିବା ବେଳେ ବର୍ତ୍ତମାନ ଦୈନିକ ୧୨ହଜାର ଲିଟର ଉପତ୍ାଦନ ହେଉଥିବା ରାଉରକେଲା ପ୍ରାଣୀଧନ ବିଭାଗ ସୂତ୍ରରୁ ଜଣାପଡିଛି। ସହରରେ ଗୋରୁଗାଈଙ୍କ ସଂଖ୍ୟା ହ୍ରାସ ପାଇବା ପଛରେ ପ୍ରଶାସନିକ ଉଦାସୀନତା, ବେଆଇନ ଗୋରୁଚାଲାଣ ଓ ମାନବିକତାର ଅଭାବ ବୋଲି ସହରର ବୁଦ୍ଧିଜୀବୀ ମହଳରେ ଚର୍ଚ୍ଚା ହେଉଛି।
ହକି ବିଶ୍ୱକପ୍‌ ଆୟୋଜନ ପୂର୍ବରୁ ସହରର ବିଭିନ୍ନ ରାସ୍ତାରୁ ଶହ ଶହ ବୁଲା ଗାଈଗୋରୁ ଉଦ୍ଧାର କରି ଗୋଟିଏ ସ୍ଥାନରେ ଥଇଥାନ ପାଇଁ ସେକ୍ଟର-୧୪ ସ୍ଥିତ ୩ ଏକର ବିଶିଷ୍ଟ ଜମିରେ ନିର୍ମିତ ନିରୋଧଶାଳା କେନ୍ଦ୍ରରେ ରଖାଗଲା। ମାତ୍ର ହକି ବିଶ୍ୱକପ୍‌ ପରେ ନିରୋଧଶାଳାରୁ ଗାଈଗୋରୁ ଉଭାନ ହୋଇଗଲେ। ଏଭଲି ଭାବେ ପ୍ରତ୍ୟେହ ବିଳମ୍ବିତ ରାତିରେ ଦାଣ୍ଡିଆପାଲି, ଗର୍ଜନ, ତୁମରନ, ବିରକେରା ଏବଂ ଗୁରୁଣ୍ଡିଆ ଆଦି ଅଞ୍ଚଳ ରାସ୍ତା ଦେଇ ବିଭିନ୍ନ ସ୍ଥାନକୁ ବେଆଇନ ଗୋଚାଲାଣ ହେବା ଘଟଣା ନିତିଦିନିଆ ହେଲାଣି। ଏହାସହ ଗୋଟିଧର-କଲୁଙ୍ଗା-ବେଦବ୍ୟାସ ଦେଇ ମଧ୍ୟ ଗୋରୁଚାଲାଣ ବୃଦ୍ଧି ପାଉଛି। ଏ ନେଇ କୌଣସି ବିହିତ ପଦକ୍ଷେପ ଗ୍ରହଣ କରାଯାଉନାହିଁ। ଆଶ୍ଚର୍ଯ୍ୟର କଥା, ଗୋଟିଏ ବର୍ଷ ମଧ୍ୟରେ ପୋଲିସ ପ୍ରଶାସନ ଜଣେ ମଧ୍ୟ ଗୋଚାଲାଣକାରୀଙ୍କୁ ଧରିବାରେ ସଫଳ ହୋଇନି। କେବଳ ଗାଈଗୋରୁଙ୍କୁ ଉଦ୍ଧାର ସହ ଗାଡି ଜବତ ହେଉଛି। ମାତ୍ର ଗୋରୁ ବୋଝେଇ ଗାଡି କେଉଁଠୁ ଆସିଲା, କେଉଁ ସ୍ଥାନକୁ ଚାଲାଣ ହେଉଥିଲା ଏସବୁ ବିଷୟ ରହସ୍ୟ ହୋଇ ରହିଯାଉଛି। ଏପରିକି ଉଦ୍ଧାର ହୋଇଥିବା ଗୋରୁ ସଂଖ୍ୟା, ସେମାନଙ୍କ ସ୍ଥିତି ଓ କାହା ପାଖରେ ଜିମା ଦିଆଯାଇଛି ସେ ନେଇ ମଧ୍ୟ ପ୍ରଶାସନ ପାଖରେ କୌଣସି ଖବର ରହୁନାହିଁ। ଏଭଳି ଦିନକୁ ଦିନ ଗୋବଂଶ କମୁଥିବା ବେଳେ ଏହା ଉପରେ ବିହିତ ପଦକ୍ଷେପ ଗ୍ରହଣ କରିବାକୁ ସାଧାରଣରେ ଦାବି ହେଉଛି। ଏ ନେଇ ରାଉରକେଲା ଆରକ୍ଷୀ ଅଧୀକ୍ଷକ ମିତ୍ରଭାନୁ ମହାପାତ୍ରଙ୍କୁ ପଚାରିବାରୁ ଏ ଦିଗରେ ଆଗକୁ ବିହିତ ପଦକ୍ଷେପ ନିଆଯିବ ବୋଲି ସେ କହିଥିଲେ। ଏ ସମ୍ପର୍କରେ ରାଉରକେଲା ପ୍ରାଣୀଧନ ଅଧିକାରୀ ପ୍ରସନ୍ନ କୁମାର ମହାରଣାଙ୍କୁ ପଚାରିବାରୁ ସେ କହିଲେ, ଗୋରୁ ସଂଖ୍ୟା ହ୍ରାସ ପାଇବା ପଛରେ କେବଳ ପ୍ରଶାସନିକ ଅବହେଳା ଦାୟୀ ନୁହେଁ। ଏଥିପାଇଁ ମାନବିକତାର ଘୋର ଅଭାବ ରହୁଛି ବୋଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ରାଜ୍ୟ ରାଜନୀତିରେ ହଲଚଲ୍! କ୍ୟାପିଟାଲ୍‌ ଥାନା ପକ୍ଷରୁ ପାଣ୍ଡିଆନଙ୍କୁ ନୋଟିସ, ଏହି ଦିନ ହେବ ହାଜର

ଭୁବନେଶ୍ବର,୨୨।୭: CMOରୁ ଫାଇଲ୍‌ ଗାୟବ ମାମଲାରେ ଭିକେ ପାଣ୍ଡିଆନ୍‌ଙ୍କୁ ନୋଟିସ କରାଯାଇଛି । ପୂର୍ବତନ ଆଇଏଏସ୍‌ ଅଫିସର ଭି.କେ ପାଣ୍ଡିଆନଙ୍କୁ ଆସନ୍ତା ୨୫ ତାରିଖ ଦିନ ୧୧ଟା…

ଦିଗପହଣ୍ଡିରେ ଗୋପାଳ ସମାଜର ତୃତୀୟ ବାର୍ଷିକ ସମ୍ମିଳନୀ: କଲ୍ୟାଣ ମଣ୍ଡପ ନିମନ୍ତେ ଏମ୍.ପି. କଲେ ଶିଳାନ୍ୟାସ

ଦିଗପହଣ୍ଡି,୨୨|୭(ଅଶେଷ ନାଥ ମିଶ୍ର) : ଗଞ୍ଜାମ ଜିଲା ଦିଗପହଣ୍ଡି-ପୋଡ଼ାମାରି ରାସ୍ତାରେ ଥିବା ତିନି ତାଲୁକା ଷୋହଳ ଖଣ୍ଡ ଗୋପାଳ ସମାଜ ପରିଚାଳନା ପରିଷଦ କାର୍ଯ୍ୟାଳୟ ପରିସରରେ ଗୋପାଳ…

ହଠାତ୍‌ ପ୍ରେସ୍‌ କନ୍‌ଫରେନ୍ସ କଲେ ନଡ୍ଡା: ଛାତ୍ରମାନଙ୍କ ଆନ୍ଦୋଳନରେ ରାହୁଲ ରାଜନୈତିକ ରୁଟି ସେକୁଛନ୍ତି କହି ବର୍ଷିଲେ, ସବୁର ଜବାବ…

ନୂଆଦିଲ୍ଲୀ,୨୨।୭: ପ୍ରଶ୍ନପତ୍ର ଲିକ୍‌ ମାମଲାରେ ରାଜନୈତିକ ଘମାସାନ ଜାରି ରହିଥିବା ବେଳେ ବୁଧବାର କେନ୍ଦ୍ରମନ୍ତ୍ରୀ ଜେ.ପି. ନଡ୍ଡା ଏକ ଖବରଦାତା ସମ୍ମିଳନୀରେ କରି ବିରୋଧୀଙ୍କୁ କଡ଼ା ଜବାବ…

ବିଦ୍ରୋହ ମଧ୍ୟରେ ଆସିଲା ଧର୍ମେନ୍ଦ୍ର ପ୍ରଧାନଙ୍କ ବୟାନ, ‘୨୯ ଜୁଲାଇ ସମସ୍ତଙ୍କ ପାଇଁ….’

ନୂଆଦିଲ୍ଲୀ,୨୨।୭: କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ଶିକ୍ଷା ମନ୍ତ୍ରୀମାନଙ୍କ ଏକ ସମ୍ମିଳନୀରେ ବୁଧବାର ଦିନ ଉଦବୋଧନ ଦେଇଥିଲେ। ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି,…

ଜଣେ ମନ୍ତ୍ରୀ ଇସ୍ତଫା ଦେଇଦେଲେ ସରକାର ଭୁଶୁଡ଼ି ପଡ଼େ ନାହିଁ: ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଚିଠି ଲେଖି ଏମିତି ଅପିଲ୍‌ କଲେ…

ନୂଆଦିଲ୍ଲୀ,୨୨।୭: ଦିଲ୍ଲୀରେ NEET ପ୍ରଶ୍ନପତ୍ର ଲିକ୍‌ ଏବଂ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବିକୁ ନେଇ ଜାରି ରହିଥିବା ଆନ୍ଦୋଳନ ମଧ୍ୟରେ ପ୍ରସିଦ୍ଧ ସମାଜସେବୀ ଅନ୍ନା…

ହସ୍ପିଟାଲରୁ ପ୍ରଥମ Video ଜାରିକଲେ ସୋନମ ୱାଙ୍ଗଚୁକ୍, ସରକାରଙ୍କୁ କହିଲେ…

ନୂଆଦିଲ୍ଲୀ,୨୨।୭: ଦିଲ୍ଲୀର ସଫଦରଜଙ୍ଗ ହସ୍ପିଟାଲରୁ ଗୁରୁଗ୍ରାମର ମେଦାନ୍ତ ହସ୍ପିଟାଲକୁ ସ୍ଥାନାନ୍ତରିତ ହେବା ପରେ ସାମାଜିକ କର୍ମୀ ସୋନମ ୱାଙ୍ଗଚୁକ୍ ତାଙ୍କର ପ୍ରଥମ ଭିଡିଓ ବାର୍ତ୍ତା ଜାରି କରିଛନ୍ତି…

ଟିମ୍‌ ଇଣ୍ଡିଆରେ ମିଳିଲାନି ସୁଯୋଗ, ଏବେ ଏହି ଟିମ୍‌ ପାଇଁ ଖେଳିବେ କୁଲଦୀପ ଯାଦବ 

ନୂଆଦିଲ୍ଲୀ,୨୨।୭: ଭାରତୀୟ କ୍ରିକେଟ ଦଳର ତାରକା ସ୍ପିନର କୁଲଦୀପ ଯାଦବଙ୍କୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଇଂଲଣ୍ଡ ବିପକ୍ଷ ସୀମିତ ଓଭର ସିରିଜରେ ଭାରତୀୟ…

ଲଗାଣ ବର୍ଷାରେ ଭୁଶୁଡ଼ିଲା ବାଞ୍ଛା ପୋଲ, ଯୋଗାଯୋଗ ବିଚ୍ଛିନ୍ନ

ହାଟଡିହୀ/ଛେନାପଦୀ,୨୨ା୭(ଶୁଭକାନ୍ତ ନାୟକ/ନିରାକାର ପରିଡା): ଲଗାଣ ବର୍ଷାରେ କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଅଞ୍ଚଳରେ ପରିସ୍ଥିତି ସଙ୍ଗୀନ ହୋଇ ପଡିଛି । ଲୋକେ ଘରୁ ବାହାରିବା ମୁସ୍କିଲ ହୋଇପଡିଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri