ମଲ୍ରେ ବଡ଼ ଧରଣର ରେଡ୍: ୧ ଲକ୍ଷ ଜରିମାନା
ଗୁଣୁପୁର,୧୯।୫: ଖାଦ୍ୟ ସୁରକ୍ଷା ଅଧିକାରୀ ସୋମବାର ଏକ ବଡ଼ ଧରଣର ଚଢାଉ କରିଛନ୍ତି। ଅଧିକାରୀମାନେ ରାୟଗଡ଼ା ସଦର ମହକୁମାରେ ଥିବା ଏକ ମଲ୍ରେ ଚଢାଉ କରିଥିଲେ। ଚଢାଉ ବେଳେ ଅଧିକାରୀମାନ ମଲ୍ରେ ବିକ୍ରି ହେଉଥିବା ଖାଦ୍ୟ ସାମଗ୍ରୀର ଯାଞ୍ଚ କରିଥିଲେ। ଯାଞ୍ଚ…
ବାୟୁ ପ୍ରଦୂଷଣ ବଳୟରେ ପଟ୍ଟାମୁଣ୍ଡାଇ ସହର: ଗଛରୁ କମୁଛି ନଡ଼ିଆ
ପଟ୍ଟାମୁଣ୍ଡାଇ,୧୯ା୫ (କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ସହରରେ ଗ୍ରୀଷ୍ମପ୍ରବାହ ସାଙ୍ଗକୁ ଧୂଳି, ଧୂଆଁରେ ସହରାଞ୍ଚଳ ବାୟୁମଣ୍ଡଳ ଭରିଯାଉଛି। ସହରରେ ବାୟୁ ପ୍ରଦୂଷଣ ବେଳକୁବେଳ ଘାତକ ହେବାରେ ଲାଗିଛି। ବଜାରର ଜଳଖିଆ ଦୋକାନ ଆଞ୍ଚ ଧୂଆଁ ସହ ଚଳାଚଳ କରୁଥିବା ପୁରୁଣା…
ନାବାଳିକା ବଳାତ୍କାର ମାମଲା: ଅଭିଯୁକ୍ତ ବାପାଙ୍କୁ ଆଜୀବନ ଜେଲ୍
ବରଗଡ଼,୧୯ା୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ୨୦୨୦ରେ ସଂଘଟିତ ଏକ ବଳାତ୍କାର ମାମଲାର ରାୟ ସୋମବାର ପ୍ରକାଶ ପାଇଛି। ଏହି ମାମଲାରେ ଅତିରିକ୍ତ ଜିଲା ଦୌରା ଜଜ୍ ତଥା ସ୍ବତନ୍ତ୍ର ପୋକ୍ସୋ ଜଜ୍ ଅଭିଯୁକ୍ତ ବାପାଙ୍କୁ ଆଜୀବନ କାରାଦଣ୍ଡାଦେଶରେ ଦଣ୍ଡିତ କରିଛନ୍ତି ।…
ହାଇକୋର୍ଟର ସବୁ ବିଚାରପତି ପାଇବେ ପୂର୍ଣ୍ଣ ପେନ୍ସନ୍
କଟକ,୧୯ା୫: ଏଣିକି ହାଇକୋର୍ଟର ସମସ୍ତ ଅବରସରପ୍ରାପ୍ତ ବିଚାରପତି ପୂର୍ଣ୍ଣ ପେନସନ ପାଇବେ। ଏନେଇ CJIଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ଏହି ରାୟ ଶୁଣାଇଛନ୍ତି। ଯେକୌଣସି ତାରିଖରେ ଯୋଗ ଦେଇଥିଲେ ବି ପୂର୍ଣ୍ଣ ପେନ୍ସନ୍ ମିଳିବ। ଏଥିସହିତ ହାଇକୋର୍ଟର ଅତିରିକ୍ତ ବିଚାରପତିମାନେ ବି…
ବଢୁଛି ବଜ୍ରପାତ ଭୟ: ରୋକିବ ତାଳ,ଖଜୁରିଗଛ
ମହାକାଳପଡ଼ା,୧୯ା୫(ପ୍ରତାପ ଚନ୍ଦ୍ର ସ୍ବାଇଁ): ବିଶ୍ୱରେ ଜଳବାୟୁ ପରିବର୍ତ୍ତନ ଯୋଗୁ ପ୍ରାକୃତିକ ବିପର୍ଯ୍ୟୟ ବଢ଼ିବାରେ ଲାଗିଛି। ପୂର୍ବ ଅପେକ୍ଷା ବଜ୍ରପାତ ଭୟ ବୃଦ୍ଧି ପାଉଛି। ଫଳରେ ମୃତ୍ୟୁ ସଂଖ୍ୟା ବଢି ଚାଲିଛି। ଏହାକୁ ରୋକିବାକୁ କିଛି ବିକଳ୍ପ ନ ଥିବାରୁ ରାଜ୍ୟ ସରକାରଙ୍କ…
ସିନ୍ଦୂର ଉପରେ ‘ଅପରେଶନ ସିନ୍ଦୂର’
ଭୁବନେଶ୍ୱର, ୧୯।୫(ସୌମ୍ୟରଞ୍ଜନ ରାଉତ): ପହଲଗାମ୍ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ପକ୍ଷରୁ ପାକିସ୍ତାନ ଉପରେ କରାଯାଇଥିବା ‘ଅପରେଶନ୍ ସିନ୍ଦୂର’କୁ ନେଇ ଦେଶସାରା ଗୋଟେ ‘ଘୋ’ ଚାଲିଛି। ଦୁଇ ଦେଶ ମଧ୍ୟରେ ଅସ୍ତ୍ରବିରତି ସ୍ଥିତି ସୃଷ୍ଟି ହୋଇଥିଲେ ମଧ୍ୟ ଅପରେଶନ ସିନ୍ଦୂର ଭାରତୀୟଙ୍କ…
ବୋର୍ଡ ଲଗାଇବାକୁ କାଟିଦେଲେ ୧୦ବର୍ଷର ଗଛ
ଭୁବନେଶ୍ୱର,୧୯ା୫(ବନ୍ଦନା ସେଠୀ): ଅତି ଜରୁରୀ ଥିଲେ ଗୋଟିଏ ଗଛ କାଟିଲେ ୧୦ଟି ଗଛ ଲଗାଇବାର ନିୟମ ରହିଛି। ସେହିପରି କୌଣସି ଗଛ କାଟିବା ପୂର୍ବରୁ ଡିଏଫ୍ଓଙ୍କଠାରୁ ଅନୁମତି ନେବାର ବିଧି ରହିଛି। ମାତ୍ର ଖୋଦ୍ ରାଜଧାନୀରେ ପୁଣି ସରକାରୀ କାର୍ଯ୍ୟରେ ଖୁଲମ୍ଖୁଲା…
ତାଣ୍ଡବ ରଚିବ ବର୍ଷା ସହ ଝଡ଼, ୪ ଦିନ ପାଗରେ ହେବ ବଡ଼ ପରିବର୍ତ୍ତନ
ଭୁବନେଶ୍ୱର,୧୯।୫: ରାଜ୍ୟରେ ଆସନ୍ତା ୪ ଦିନ ପର୍ଯ୍ୟନ୍ତ କାଳବୈଶାଖୀ ପ୍ରଭାବରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବା ଅନୁମାନ କରାଯାଇଛି। ଆସନ୍ତା ୨୩ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଜିଲାରେ ବିଜୁଳି ଘଡଘଡି ସହ ବର୍ଷା ହେବାର ସମ୍ଭାବନା ରହିଛି । ଏ…
ଦେଶ ସ୍ବାଧୀନତାର ସ୍ବାଦ ଚାଖିନାହାନ୍ତି ଗପଦର ଗ୍ରାମବାସୀ, ଏବେ ବି ଅନେକ ଶିଶୁ ପୁସ୍ତକ ଦେଖିନାହାନ୍ତି, ବିଧାୟକଙ୍କ ସାମ୍ନାରେ…
ଭଞ୍ଜନଗର,୧୯ା୫(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଜଗନ୍ନାଥପ୍ରସାଦ ବ୍ଲକ ଅନ୍ତର୍ଗତ କଦଳିଆ ନାଳ ଓ ତତ୍ ସଲଗ୍ନ ଶାଖା ନାଳଗୁଡ଼ିକର ଜଳ ନିଷ୍କାସନ ନିମନ୍ତେ ଉକ୍ତ ନାଳର ପୁନରୁଦ୍ଧାର ପାଇଁ ରବିବାର ଶିଳାନ୍ୟାସ କରାଯାଇଥିଲା। ଏନେଇ ଭଞ୍ଜନଗର ବ୍ଲକ ଗୋଲାପଡ଼ା ପଞ୍ଚାୟତରେ ଶିଳାନ୍ୟାସ…
ଭୁଲ୍ ଜାଗାରେ ଇଞ୍ଜେକ୍ସନ: ଅଚଳ ହେଲା ଶିଶୁର ଗୋଡ଼
ପିପିଲି,୧୯ା୫ (ଦୁର୍ଗାମାଧବ ମିଶ୍ର/ପ୍ରଭାତ କୁମାର ମହାପାତ୍ର): ମଙ୍ଗଳପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ୧୪ ମାସର ଶିଶୁକୁ ଭୁଲ୍ ଜାଗାରେ ଇଞ୍ଜେକ୍ସନ ଦେବା ଦ୍ୱାରା ଉକ୍ତ ଶିଶୁର ଡାହାଣ ଗୋଡ଼ ଏବେ ଅକର୍ମଣ୍ୟ ହୋଇଯାଇଛି। ଶିଶୁଟି ଗୋଡ଼ ସଳଖ ପକାଇପାରୁନାହିଁ। ଏଭଳି ଘଟଣା ଘଟିଛି…
ଅଜଣା ରୋଗରେ ୨ ଶହ ପରିବାର ଆକ୍ରାନ୍ତ
ପଡ଼ିଆ, ୧୯ା୫(ଭାସ୍କର ରାଓ): ମାଲକାନଗିରି ଜିଲା ପଡ଼ିଆ ବ୍ଲକ ଖ୍ରୀଷ୍ଟିଆନ ସାହିରେ ଅଜଣା ରୋଗରେ ୨ଶହ ପରିବାର ଆକ୍ରାନ୍ତ ହୋଇଛନ୍ତି। ଏହି ରୋଗରେ ପ୍ରଥମେ ଗୋଡ଼ହାତ ଫୁଲିଯାଇ ଜ୍ୱର ଓ ପରେ ହାତ ଆଙ୍ଗୁଠି ଏବଂ ଗୋଡ଼ ହାତ ଗଣ୍ଠିଗୁଡିକ ଯନ୍ତ୍ରଣା…
ଅଧିକାରୀଙ୍କ ଭୁଲ୍ ପାଇଁ ସରକାର ଗଣିବେ ୨୦ କୋଟିର ତଣ୍ଡ
ଭୁବନେଶ୍ୱର,୧୯।୫(ରବିନାରାୟଣ ଜେନା): କେନ୍ଦ୍ର ସରକାରଙ୍କ କେନ୍ଦ୍ରୀୟ ପ୍ରବର୍ତ୍ତିତ ଯୋଜନା (ସିଏସ୍ଏସ୍) ଅର୍ଥ କିଭଳି ଖର୍ଚ୍ଚ କରାଯିବ, ସେନେଇ ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ବାରମ୍ବାର ରାଜ୍ୟ ସରକାରଙ୍କୁ ଅବଗତ କରାଯାଉଛି। ଏ ସଂକ୍ରାନ୍ତରେ ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ମାର୍ଗଦର୍ଶିକା ମଧ୍ୟ ଜାରି ହୋଇଛି।…
Archives


