ପୂଜାପାଠ ପରେ ବିକିଥାନ୍ତେ ବାଘଛାଲ, ପୂର୍ବରୁ ଧରାପଡ଼ିଗଲେ ଅବସରପ୍ରାପ୍ତ ପୋଲିସ ଏଏସ୍‌ଆଇଙ୍କ ସହ…

ଭଞ୍ଜନଗର,୩୧ା୮(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଉତ୍ତର ଘୁମୁସର ବନଖଣ୍ଡ କର୍ମଚାରୀ ରବିବାର ସକାଳେ ଏକ କଲରାପତରିଆ ବାଘଛାଲକୁ ଜବତ କରିଛନ୍ତି। ଏହି ମାମଲାରେ ଜଣେ ଅବସରପ୍ରାପ୍ତ ପୋଲିସ ଏଏସ୍‌ଆଇ, ଜଣେ ବାବାଜୀଙ୍କ ସମେତ ୭ ଜଣକୁ ଗିରଫ କରାଯାଇଛି। ଏହି ମାମଲାରେ ଜଡ଼ିତ ଆଉ ଜଣେ ଫେରାର ହୋଇଯାଇଛନ୍ତି। ତାଙ୍କୁ ଧରିବା ପାଇଁ ବିଭାଗୀୟ କର୍ମଚାରୀମାନେ ଚେଷ୍ଟା ଚଳାଇଛନ୍ତି। ଗିରଫ ୭ ଜଣ ହେଲେ ଗଜପତି ଜିଲା ରାମଗିରି ଥାନା ବେଡିଙ୍ଗି ଗ୍ରାମର ଅବସରପ୍ରାପ୍ତ ପୋଲିସ ଏଏସ୍‌ଆଇ କାଳୀଚରଣ ଜାନୀ, ରାମଗିରି ଥାନା ଆଡ଼ମଙ୍ଗି ଗ୍ରାମର ବିପିନ ଚରଣ ପ୍ରଧାନ, ବେଲଗୁଣ୍ଠା ଥାନା ଗୁଣ୍ଡୁରିବାଡ଼ିର ସୁରେନ୍ଦ୍ର ପ୍ରଧାନ ଓ ତାଙ୍କ ପୁଅ ଲକ୍ଷ୍ମଣ ପ୍ରଧାନ, ବେଲ ଗୁଣ୍ଠାଥାନା ପନ୍ତିଖାଡିର ସୁଶାନ୍ତ ଡାକୁଆ, ମୋହନା ଥାନା ଗୋଛାଗଡ଼ାର କ୍ଷେତ୍ରୀୟ ମଲ୍ଲିକ ଓ ପୁରଷତ୍ତମପୁର ଥାନା ସୋମା ଗ୍ରାମର ତ୍ରିନାଥ ବିଶ୍ବାଳ । ଏଥିସହ ସେମାନଙ୍କ ଠାରୁ ଗୋଟିଏ କାତି, ଦୁଇଟି ଭୁଜାଲି, ୫ଟି ମୋବାଇଲ, ବାଘଛାଲ ପୂଜାରେ ବ୍ୟବହୃତ ଜିନିଷକୁ ଜବତ କରାଯାଇଥିବା ଜଣାପଡ଼ିଛି। ରବିବାର ସ୍ଥାନୀୟ ମୁଜାଗଡ଼ ରେଞ୍ଜ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ ଡିଏଫ୍‌ଓ ହିମାଂଶୁ ଶେଖର ମହାନ୍ତି ପ୍ରକାଶ କରିଛନ୍ତି।

ଘଟଣାରୁ ପ୍ରକାଶ ଯେ, ଗଜପତି ଜିଲାର ୩ ଜଣ ଏବଂ ପୁରୁଷୋତ୍ତମପୁରର ଜଣେ ମିଶି ଏକ ବାଘଛାଲ ଧରି ଭଞ୍ଜନଗର ଅଭିମୁଖେ ଆସି ଶନିବାର ବାବାଜୀ ସୁରେନ୍ଦ୍ର ପ୍ରଧାନଙ୍କୁ ଦେଇଥିଲେ। ଏହାପରେ ବାବାଜୀ ଅନ୍ୟମାନଙ୍କ ସହାୟତାରେ ତାହାକୁ ପୂଜାପାଠ ରାତିରେ କରିଥିଲେ। ବାଘ ଛାଲକୁ ପୂଜା ପାଠ କଲେ ଧନ ବଢ଼ିବ ବୋଲି ସେମାନଙ୍କ ବିଶ୍ବାସ। ଏହାପରେ ତାକୁ ରବିବାର କେଉଁ ଆଡ଼େ ବିକ୍ରି କରିବା ଯୋଜନା ଥିଲା। ଏହା ପୂର୍ବରୁ ଡିଏଫ୍‌ଓ ହିମାଂଶୁ ଶେଖର ମହାନ୍ତି କୌଣସି ସୂତ୍ରରୁ ଖବର ପାଇ ଅଭିଯୁକ୍ତମାନଙ୍କୁ ଗିରଫ ପାଇଁ ଯୋଜନା କରିଥିଲେ। ରାତିରେ ତୁରନ୍ତ ୫ ଟିମ୍‌ ଗଠନ ହୋଇଥିଲା। ଏହାପରେ କର୍ମଚାରୀମାନେ ବ୍ୟବସାୟୀ, ଚାଷୀ ବେଶରେ ଯାଇ ପ୍ରଥମେ ବାବାଜୀଙ୍କ ଘରେ ଆଜି ସକାଳ ୮ ଟାରେ ଚଢ଼ାଉ କରିଥିଲେ। ସେଠାରୁ ବାଘ ଛାଲ ମିଳିଥିଲା। ଏହାପରେ ସେଠାରୁ ୩ ଜଣଙ୍କୁ ଗିରଫ କରାଯାଇଥିଲା । ଏଥିସହ ସେମାନଙ୍କ ଠାରୁ ସୂଚନା ପାଇ ଭଞ୍ଜନଗର ରାଜ ପ୍ୟାଲେସରେ ଥିବା ଅନ୍ୟ ୪ ଜଣକୁ ଗିରଫ କରାଯାଇଥିଲା। ଏହି ମାମଲାରେ ଆଉ ଜଣେ ଖସି ପଳାଇଛନ୍ତି।

ଚଢ଼ାଉର ନେତୃତ୍ୱ ଏସିଏଫ୍‌ ବିବେକ କୁମାର ଦାସ, ଭଞ୍ଜନଗର ଥାନା ଅଧିକାରୀ ଜିବନା ନନ୍ଦ ଜେନା, ରେଞ୍ଜର ପୃଥିବୀ ରାଜ ପ୍ରଧାନ, ଜଗନ୍ନାଥପ୍ରସାଦ ରେଞ୍ଜର ସୁଜାତା ରାଣୀ ପଣ୍ଡା, ମୁଜାଗଡ଼ ରେଞ୍ଜର ବିମ୍ବାଧର ସାହୁ, ବନପାଳ ଅନୁପ କୁମାର ବିଷୋୟୀ, ଜୀବନ ତ୍ରିପାଠୀ, ବବୁଲ ସେଠୀ ପ୍ରମୁଖ ନେଇଥିଲେ। ଜବତ ଛାଲଟି ୧୫ ଦିନ ତଳର। ଜବତ ଛାଲରେ ଗୁଳି ବାଜିଥିବା ଚିରହ୍ନ ଅଛି। ତେଣୁ ବାଘକୁ କେଉଁଠି ଗୁଳି କରି ମାରିବା ପରେ ତାକୁ ବିକ୍ରି କରିବା ପାଇଁ ଯୋଜନା ଚାଲିଥିଲା। ଏହି ରାକେଟରେ ଆହୁରି ଅନେକ ଲୋକ ଜଡ଼ିତ ଥିବା ସମ୍ଭାବନା ରହିଛି। କେଉଁ ବନଖଣ୍ଡରେ ବାଘକୁ ଶିକାର କରାଯାଇଛି ତା’ର ପ୍ରମାଣ ମିଳିନାହିଁ। ତେଣୁ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଏହାର ତଦନ୍ତ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମୋବାଇଲ୍‌ ନ ଦେବାକୁ ଚରମ ନିଷ୍ପତ୍ତି ନେଲେ ସପ୍ତମ ଶ୍ରେଣୀ ଛାତ୍ର: ଘରେ ଖେଳିଗଲା…

ସୁରତ,୫।୮:ଗୁଜରାଟର ସୁରତରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ମୋବାଇଲ ଫୋନ ନିଶା ପିଲାମାନଙ୍କ ଜୀବନ ଉପରେ କେତେ ପ୍ରଭାବ ପକାଇପାରେ ତାହାର ଏକ ହୃଦୟ ବିଦାରକ…

ସାହାଜଲଥା ସ୍କୁଲରେ ଯୋଗଦେଲେ ନୂଆ ଶିକ୍ଷକ: ଖୁସି ବ୍ୟକ୍ତ କଲେ ଛାତ୍ରୀଛାତ୍ର, ଅଭିଭାବକ

ଅମରପାଲି,୫ା୮(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଖଣ୍ଡହତା ପଞ୍ଚାୟତର ଉପାନ୍ତ ତଥା ଜଙ୍ଗଲଘେରା ସାହାଜଲଥା ଗ୍ରାମ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଦୀର୍ଘଦିନ ଧରି ଲାଗି…

ଆଜିଠୁ ଚମକିବ ଏହି ୬ ରାଶିର ଭାଗ୍ୟ: ବୁଧଦେବ କର୍କଟ ରାଶିରେ ପ୍ରବେଶ….

ଆଜି ବୁଧ ମିଥୁନ ରାଶିରୁ କର୍କଟ ରାଶିକୁ ପ୍ରବେଶ କରୁଛନ୍ତି। ଜ୍ୟୋତିଷ ଶାସ୍ତ୍ରରେ ବୁଧକୁ ବୁଦ୍ଧି, ଯୋଗାଯୋଗ, ଶିକ୍ଷା, ବ୍ୟବସାୟ, ଧନ ଏବଂ ଚିନ୍ତା ପ୍ରକ୍ରିୟାର ମୁଖ୍ୟ…

ଲାଞ୍ଚ ନେବା ପଡିଲା ମହଙ୍ଗା: ପଞ୍ଚାୟତ ସମିତିର ବରିଷ୍ଠ ରାଜସ୍ବ ସହାୟକଙ୍କୁ ଚାକିରିରୁ ନିଲମ୍ବନ କଲେ ଜିଲାପାଳ

ଖଡ଼ିଆଳ,୫।୮(ସୁଜିତ କୁମାର ପ୍ରଧାନ ): ଦୁର୍ନୀତି ପ୍ରତି ନୂଆପଡ଼ା ଜିଲା ପ୍ରଶାସନର ଶୂନ୍ୟ ସହନଶୀଳତା ନୀତିକୁ ପୁନର୍ବାର ସ୍ପଷ୍ଟ କରି ଜିଲାପାଳ ମଧୁସୂଦନ ଦାଶ ଜଣେ ସରକାରୀ…

ଆମେରିକାରେ ହଇଚଇ: ଟ୍ରମ୍ପଙ୍କୁ ହତ୍ୟା କରିବାକୁ ଷଡ଼ଯନ୍ତ୍ର! ଗଲ୍ଫ କ୍ଲବ ନିକଟରୁ ବନ୍ଧୁକଧାରୀ ସନ୍ଦିଗ୍ଧ ଗିରଫ

ଓ୍‌ବାଶିଂଟନ୍‌,୫।୮: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ କାଲିଫର୍ଣ୍ଣିଆସ୍ଥିତ ଗଲ୍ଫ କ୍ଲବ ନିକଟରୁ ୩୮ ବର୍ଷୀୟ ଜଣେ ବ୍ୟକ୍ତିଙ୍କୁ ପୋଲିସ ହେପାଜତକୁ ନେଇଛି। ଯାଞ୍ଚ ବେଳେ ତାଙ୍କ ନିକଟରୁ…

ଜାମିନ୍‌ରୁ ଆସି ପିତା ଷ୍ଟାଲିନଙ୍କୁ ଭେଟିଲେ ଉଦୟନିଧି, କହିଲେ- ‘ମୋ ସହ ଆତଙ୍କବାଦୀଙ୍କ ଭଳି…’

ନୂଆଦିଲ୍ଲୀ,୫।୮: ତାମିଲନାଡୁର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ଉଦୟନିଧି ଷ୍ଟାଲିନଙ୍କୁ ମଙ୍ଗଳବାର ପୋଲିସ ହେପାଜତକୁ ନେଇଥିଲା। ସେହି ଦିନ ତାଙ୍କୁ ମୁକ୍ତ ମଧ୍ୟ କରାଯାଇଥିଲା। ମୁକ୍ତି ପାଇବା ପରେ ଉଦୟନିଧି…

‘ଆପଣ ପୁରୁଷ ହୋଇଥିଲେ…’ ତ୍ରିଶାଙ୍କୁ ନେଇ ଷ୍ଟାଲିନଙ୍କ ବିବାଦୀୟ ମନ୍ତବ୍ୟ ପରେ ଏମିତି କହିଲେ ଭାଜପା ନେତ୍ରୀ

ନୂଆଦିଲ୍ଲୀ,୫।୮: ଡିଏମକେ (DMK) ନେତା ଉଦୟନିଧି ଷ୍ଟାଲିନ ଅଭିନେତ୍ରୀ ତ୍ରିଶା କୃଷ୍ଣନଙ୍କୁ ନେଇ କରିଥିବା ବିବାଦୀୟ ମନ୍ତବ୍ୟ ପରେ ଭାରି ବିବାଦରେ ଫସିଯାଇଛନ୍ତି। ମଙ୍ଗଳବାର ପୋଲିସ ତାଙ୍କୁ…

ରାଷ୍ଟ୍ରପତି ଭବନରେ ପ୍ରଦର୍ଶିତ ହେବ ରଥଚକ

ଭୁବନେଶ୍ୱର,୫ା୮:ଓଡ଼ିଶାର ଆଧ୍ୟାତ୍ମିକ ଓ ସାଂସ୍କୃତିକ ଐତିହ୍ୟର ପ୍ରତୀକ ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରା ଏବେ ଦେଶର ସର୍ବୋଚ୍ଚ କାର୍ଯ୍ୟାଳୟ ରାଷ୍ଟ୍ରପତି ଭବନରେ ସ୍ଥାନ ପାଇବାକୁ ଯାଉଛି। ପୁରୀ ରଥଯାତ୍ରାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri