ରାଜ୍ୟ

ପାଟକୁରା ନିର୍ବାଚନ: ସପ୍ତାହକ ମଧ୍ୟରେ ହୋଇପାରେ ତାରିଖ ଘୋଷଣା

ଭୁବନେଶ୍ୱର, ୪।୬(ବ୍ୟୁରୋ): ୨୦୧୯ ସାଧାରଣ ନିର୍ବାଚନରେ ୧୪୬ ବିଧାନସଭା ଏବଂ ୨୧ ଲୋକ ସଭା ଆସନ ପାଇଁ ଭୋଟ ଶେଷ ହୋଇଛି। ପୂର୍ବତନ ବିଧାୟକ ତଥା ବିଜେଡି ପ୍ରାର୍ଥୀ ବେଦପ୍ରକାଶ ଅଗ୍ରଓ୍ବାଲଙ୍କ ଦେହାନ୍ତ ପରେ ପାଟକୁରା ବିଧାନସଭା ନିର୍ବାଚନକୁ ସ୍ଥଗିତ ରଖାଯାଇଥିଲା।…

ଆସନ୍ତା ୮ରେ ମୋଦିଙ୍କୁ ଭେଟିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୪।୬(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତା ୮ତାରିଖରେ ନୂଆଦିଲ୍ଲୀ ଗସ୍ତରେ ଯିବେ। ଏହି ଅବସରରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି। ରାଜ୍ୟ ସ୍ବାର୍ଥ ସମ୍ବଳିତ ବିଭିନ୍ନ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀଙ୍କ ମଧ୍ୟରେ ଆଲୋଚନା ହେବାର…

ରାଜ୍ୟପାଳଙ୍କୁ ସୌଜନ୍ୟମୂଳକ ସାକ୍ଷାତ୍‌ କଲେ ବାଚସ୍ପତି

ଭୁବନେଶ୍ୱର,୪।୬(ବ୍ୟୁରୋ): ଓଡ଼ିଶା ଷୋଡ଼ଶ ବିଧାନସଭାର ନବନିର୍ବାଚିତ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ଙ୍କୁ ରାଜଭବନରେ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି। ବାଚସ୍ପତି ପାତ୍ର ବିଧାନସଭା କାର୍ଯ୍ୟ ପରିଚାଳନାରେ ରାଜ୍ୟପାଳଙ୍କ ସହଯୋଗ ଓ ମାର୍ଗଦର୍ଶନ କାମନା କରିଥିଲେ। ରାଜ୍ୟପାଳ ପ୍ରଫେସର…

ନିୟମ ମାନୁନାହାନ୍ତି ପୌରସଂସ୍ଥା

ଭୁବନେଶ୍ୱର,୪ା୬(ବ୍ୟୁରୋ): ରାଜ୍ୟରେ ବର୍ଜ୍ୟବସ୍ତୁ ବୋଝ ବଢ଼ିବାରେ ଲାଗିଛି। ଦ୍ରୁତ ସହରୀକରଣ ଏବଂ ବେପରୁଆ ବର୍ଜ୍ୟବସ୍ତୁ ପରିଚାଳନା ଯୋଗୁ ଦୈନିକ ଶହ ଶହ ମେଟ୍ରିକ ଟନ୍‌ ଅଳିଆ ଏଣେତେଣେ ପଡିରହୁଛି। ସେଗୁଡିକୁ ଠିକ୍‌ ଢଙ୍ଗରେ ପରିଚାଳନା କରା ନ ଯିବାରୁ ପରିବେଶ ଉପରେ…

ହାସ୍ୟ ଅଭିନେତା ସଲିଲ ମିତ୍ରଙ୍କ ପରଲୋକ

ଭୁବନେଶ୍ୱର ବ୍ୟୁରୋ, ୪।୬: ଜଣାଶୁଣା ହାସ୍ୟ ଅଭିନେତା ସଲିଲ ମିତ୍ରଙ୍କ ସୋମବାର ରାତି ୧୨ଟା୧୫ ମିନିଟରେ ଭୁବନେଶ୍ୱରସ୍ଥିତ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି। ଗତ ମେ ୧୨ରେ ସଲିଲ ମୟୂରଭଞ୍ଜର କରଞ୍ଜିଆ ଯାଉଥିବାବେଳେ କେନ୍ଦୁଝର ଜିଲା ଘଟଗଁା…

ବ୍ଲକଗ୍ରାଣ୍ଟ ସ୍କୁଲ ମରାମତି ପାଇଁ ପ୍ରତିଶ୍ରୁତି ଦେଲେ ମନ୍ତ୍ରୀ

ଗୋପ, ୩।୬(ଡି.ଏନ୍‌.ଏ.)-ଫନୀରେ କ୍ଷୟକ୍ଷତି ହୋଇଥିବା ଗୋପ ବ୍ଲକର ସମସ୍ତ ବ୍ଲକଗ୍ରାଣ୍ଟ ସ୍କୁଲ ଗୁଡ଼ିକୁ ଶିକ୍ଷାବର୍ଷ ପୂର୍ବରୁ ମରାମତି କରାଯିବ ବୋଲି ସୋମବାର ବିଦ୍ୟାଳୟ ଓ ଗଣଶିକ୍ଷାମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି। ଓଷ୍ଟା ପକ୍ଷରୁ ଗୋପଠାରେ ଆୟୋଜିତ ସମ୍ବର୍ଦ୍ଧନା ଉତ୍ସବରେ ମନ୍ତ୍ରୀ…

ଫନୀକୁ ବିତିଲା ମାସେ ଏବେବି ହୋଇନି ଘରଭଙ୍ଗା ତଦନ୍ତ

ଗୋପ, ୩।୬(ଡି.ଏନ୍‌.ଏ.)-ସାମୁଦ୍ରିକ ଝଡ଼ ଫନୀକୁ ମାସେ ବିତିଛି। ଏଥିରେ କ୍ଷତିଗ୍ରସ୍ତ ହୋଇଥିବା ଲୋକମାନେ ଧୀରେ ଧୀରେ ମୁଖ୍ୟଧାରାକୁ ଫେରୁଛନ୍ତି। ମାତ୍ର ଏ ପର୍ଯ୍ୟନ୍ତ ଘରଭଙ୍ଗା ତଦନ୍ତ ହୋଇନାହିଁ। ଏଭଳି ଘଟଣା ସାମ୍ନାକୁ ଆସିଛି ଗୋପ ବ୍ଲକରେ। ସବୁଠୁ ବେଶି ଆଶ୍ଚର୍ଯ୍ୟର କଥା…

ବିଳମ୍ବରେ ଆସିବ ମୌସୁମୀ

ଭୁବନେଶ୍ୱର, ୩।୬(ବ୍ୟୁରୋ): ଓଡ଼ିଶାକୁ ଏଥର ମୌସୁମୀ ବିଳମ୍ବରେ ଛୁଇଁପାରେ। ଏ ନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ପୁର୍ବାନୁମାନ କରାଯାଉଛି। ସୂଚନା ଅନୁଯାୟୀ, ମୌସୁମୀ ଏବେ ଆଣ୍ଡାମାନକୁ ପ୍ରଭାବିତ କରି ଆଗକୁ ବଢ଼ୁଛି। ପୂର୍ବ ନିର୍ଦ୍ଧାରଣ ଅନୁସାରେ ୬ ସୁଦ୍ଧା କେରଳ…

ମୁଖ୍ୟମନ୍ତ୍ରୀଙ୍କ ଭରସା ଅଛି, ଚାଲେଞ୍ଜକୁ ସାମ୍ନା କରିବି : ଦିବ୍ୟଶଙ୍କର

ଭବାନୀପାଟଣା, ୩।୬(ଡି.ଏନ୍‌.ଏ.): ବିମାନ ଉଡ଼ାଉଥିବା ପାଇଲଟରୁ ରାଜନେତା ବନିଥିବା କ୍ୟାପଟେନ୍‌ ଦିବ୍ୟଶଙ୍କର ମିଶ୍ରଙ୍କୁ ଏଥର ମନ୍ତ୍ରିମଣ୍ଡଳରେ ସ୍ଥାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ମିଶ୍ରଙ୍କୁ ରାଷ୍ଟ୍ରମନ୍ତ୍ରୀ ପଦ ମିଳିଛି। କ୍ୟାପଟେନଙ୍କୁ ଶକ୍ତି ଭଳି ଚାଲେଞ୍ଜିଂ ବିଭାଗ ସହ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ…

ମନ୍ତ୍ରୀ ହେବାପରେ ଦିବ୍ୟଶଙ୍କରଙ୍କ ପ୍ରଥମ କଳାହାଣ୍ଡି ଗସ୍ତ

ଭବାନୀପାଟଣା, ୩।୬(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା ଜୁନାଗଡ଼ ବିଧାୟକ ତଥା ରାଜ୍ୟ ଶକ୍ତି, ଶିଳ୍ପ, ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ଏବଂ ଗୃହ ବିଭାଗର ରାଷ୍ଟ୍ରମନ୍ତ୍ରୀ କ୍ୟାପ୍‌ଟେନ ଦିବ୍ୟଶଙ୍କର ମିଶ୍ର ମନ୍ତ୍ରୀ ହେବା ପରେ ରବିବାର ସନ୍ଧ୍ୟାରେ ପ୍ରଥମ ଥର ପାଇଁ…

ପଶ୍ଚିମ, ଆଭ୍ୟନ୍ତରୀଣ ଓଡ଼ିଶାରେ ତାତି: ୧୩ ଜିଲାରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା

ଭୁବନେଶ୍ୱର, ୩।୬(ବ୍ୟୁରୋ): ସୋମବାର ରାଜ୍ୟର ୧୩ଟି ଜିଲାରେ ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି। ଏ ନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟ ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଏହି ଜିଲାଗୁଡ଼ିକ ହେଲା ନୂଆପଡ଼ା, ନବରଙ୍ଗପୁର, ବଲାଙ୍ଗୀର, ବରଗଡ଼, ସୋନପୁର, ବୌଦ୍ଧ,…

୯ଟି କଲେଜରେ ଫଳ ଶୂନ: ପାସ୍‌ ହାର ବାଲେଶ୍ୱରରେ ସର୍ବାଧିକ, ଗଜପତିରେ ସର୍ବନିମ୍ନ

ଭୁବନେଶ୍ୱର, ୩।୬(ବ୍ୟୁରୋ): ସୋମବାର ପ୍ରକାଶ ପାଇଛି ଯୁକ୍ତ ୨ ବିଜ୍ଞାନ ପରୀକ୍ଷା ଫଳ। ଏଥର ଛାତ୍ରଙ୍କ ଠାରୁ ଛାତ୍ରୀଙ୍କ ପାସ୍‌ ହାର ଅଧିକ ରହିଛି। ତେବେ ୯ଟି କଲେଜରେ କୌଣସି ଛାତ୍ରୀଛାତ୍ର ପାସ୍‌ କରିନାହାନ୍ତି। ୨୯ଟି କଲେଜରେ ସମସ୍ତ ଛାତ୍ରୀଛାତ୍ର (୧୦୦%)…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri