ପାଟକୁରା ନିର୍ବାଚନ; ବିଜେଡି-ଭାଜପା ଫ୍ରେଣ୍ଡଲି ଲଢୁଛନ୍ତି : ତାରା

ଭୁବନେଶ୍ୱର,୭।୭(ବ୍ୟୁରୋ): କେନ୍ଦ୍ରାପଡ଼ା ଜିଲା ପାଟକୁରା ନିର୍ବାଚନ ତାରିଖ ଘୋଷଣା ପରେ ପୁଣି ଓଡ଼ିଶା ରାଜନୀତି ପାଣିପାଗ ସରଗରମ ହୋଇଉଠିଛି। ଅପରପକ୍ଷେ ରାଜ୍ୟ ସଭା ଆସନ ଲାଗି ବିଜେଡି-ଭାଜପା ବୁଝାମଣା ପରେ ଉଭୟ ଦଳକୁ କଟାକ୍ଷ କରିବାକୁ ପଛାଉ ନାହାନ୍ତି କଂଗ୍ରେସ ନେତା। ଏହି କ୍ରମରେ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ପାଟକୁରାରେ ବିଜେଡି-ଭାଜପା ଫ୍ରେଣ୍ଡଲି ଲଢ଼ୁଛନ୍ତି ବୋଲି ରବିବାର କହିଛନ୍ତି। ଉଭୟଙ୍କ ମଧ୍ୟରେ ମ୍ୟାଚ୍‌ ଫିକ୍ସିଂ ହୋଇଛି। ସେଠାରେ ଏବେ ଡ୍ରାମା ଚାଲିଛି। ଭାଜପା ପ୍ରାର୍ଥୀ କରିଥିବା ବିଜୟ ମହାପାତ୍ର ବିଧାନସଭା ନ ଆସନ୍ତୁ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚାହୁଁଛନ୍ତି। ସାଧାରଣ ନିର୍ବାଚନରେ ଉଭୟ ପରସ୍ପର ବିରୋଧରେ ଲଢ଼ୁଥିଲେ। କିନ୍ତୁ ଉଭୟଙ୍କ ମଧ୍ୟରେ ସେବେଠୁ ଭିତିରି ବୁଝାମଣା ଥିଲା ବୋଲି ତାରା କହିଛନ୍ତି।
ସୂଚନାଯୋଗ୍ୟ, ଚତୁର୍ଥ ପର୍ଯ୍ୟାୟରେ ପାଟକୁରା ନିର୍ବାଚନମଣ୍ଡଳୀ ନିର୍ବାଚନ ଲାଗି ଦିନଧାର୍ଯ୍ୟ କରାଯାଇଥିଲା। ହେଲେ ବିଜେଡି ପ୍ରାର୍ଥୀ ବେଦପ୍ରକାଶ ଅଗ୍ରଓ୍ବାଲଙ୍କ ଦେହାନ୍ତ ପରେ ନିର୍ବାଚନ ସ୍ଥଗିତ ହୋଇଥିଲା। ପରବର୍ତ୍ତୀ ସମୟରେ ମେ ୧୯ରେ ନିର୍ବାଚନ ହୋଇଥାନ୍ତା, ମାତ୍ର ବାତ୍ୟା ‘ଫନୀ’ ପାଇଁ ନିର୍ବାଚନକୁ ପୁଣି ୨ ମାସ ଘୁଞ୍ଚାଇ ଦିଆଯାଇଥିଲା। ଏ ନେଇ ଗୁରୁବାର ନିର୍ବାଚନ କମିଶନ ତାରିଖ ଘୋଷଣା କରିଛନ୍ତି। ଆସନ୍ତା ୨୦ ତାରିଖରେ ଏହି ଆସନ ଲାଗି ଭୋଟ ଗ୍ରହଣ କରାଯିବ। ସେହିଭଳି ଜୁଲାଇ ୨୪ରେ ଭୋଟଗଣତି, ୨୬ ସୁଦ୍ଧା ନିିର୍ବାଚନର ସମସ୍ତ ପ୍ରକ୍ରିୟା ଶେଷ ହେବ ବୋଲି ଧାର୍ଯ୍ୟ ହୋଇଛି। ତାରିଖ ଘୋଷଣା ସହ ଜିଲାରେ ଆଦର୍ଶ ଆଚରଣ ବିଧି ଲାଗୁ କରାଯାଇଛି। ତେବେ ଏହି ନିର୍ବାଚନମଣ୍ଡଳୀରେ ବିଜେଡି ପ୍ରାର୍ଥୀ ଭାବେ ସାବିତ୍ରୀ ଅଗ୍ରଓ୍ବାଲ ଏବଂ ଭାଜପା ପ୍ରାର୍ଥୀ ବିଜୟଙ୍କ ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳିବ ବୋଲି କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

IPLରେ ଇତିହାସ ରଚିଲା RCB: ଦ୍ୱିତୀୟ ଥର ପାଇଁ ହାତେଇଲା ଟାଇଟଲ

ଅହମଦାବାଦ, ୩୧।୫- ନରେନ୍ଦ୍ର ମୋଦି ଷ୍ଟାଡିୟମରେ ରବିବାର ଖେଳାଯାଇଥିବା ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୧୯ତମ ସଂସ୍କରଣର ଫାଇନାଲ ମ୍ୟାଚ୍‌ରେ ଇତିହାସ ରଚିଛି ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ(ଆର୍‌ସିବି)।…

ବିସ୍ଫୋରକ ଗଚ୍ଛିତ ଥିବା ଗୋଦାମରେ ଭୟଙ୍କର ବିସ୍ଫୋରଣ, ୫୦ରୁ ଅଧିକ ମୃତ

ମିଆଁମାରର ନମଖାମର ଏକ ଗୋଳାବାରୁଦ ଡିପୋରେ ଭୟଙ୍କର ବିସ୍ଫୋରଣ ହୋଇଛି । ଏଥିରେ ପ୍ରାୟ ୫୦ରୁ ଉର୍ଦ୍ଧ୍ବ ଲୋକଙ୍କ ମୃତ୍ୟୁ ହୋଇଥିବା ନେଇ ଅନୁମାନ କରାଯାଉଛି ।…

ବରଗଡ଼ ଆସୁଛନ୍ତି ଓଏସସିପିସିଆର୍‌ ସଭ୍ୟା, ଛତୁଆ କେନ୍ଦ୍ରରେ ତଦନ୍ତ କରିବ ଶିଶୁ ସୁରକ୍ଷା ଆୟୋଗ

ବରଗଡ଼,୩୧ା୫(ପ୍ରେମାନନ୍ଦ ଖମାରୀ):  ଓଡ଼ିଶା ରାଜ୍ୟ ଶିଶୁ ସୁରକ୍ଷା ଅଧିକାର ଆୟୋଗ (ଓଏସସିପିସିଆର୍‌) ସଭ୍ୟା କଳ୍ପନା ଲେଙ୍କା ସୋମବାର ବରଗଡ଼ ଗସ୍ତରେ ଆସୁଥିବା ସୂଚନା ମିଳିଛି । ସେ…

ରାଜପଥରେ ଲୁଟ୍‌ପାଟ୍‌: ଡ୍ରାଇଭରଙ୍କଠାରୁ ଲୁଟି ବନ୍ଧାହେଲେ ୩ ଅଭିଯୁକ୍ତ

ବରଗଡ଼,୩୧ା୫(ପ୍ରେମାନନ୍ଦ ଖମାରୀ): ଲୁହାପାତ୍ର(ଆଇରନ୍‌ ଭେସେଲ୍‌) ବୋଝେଇ କରି ଏକ ଗାଡ଼ି ରାୟପୁରରୁ ଅନୁଗୁଳ ଅଭିମୁଖେ ଯାଉଥିଲା । ଶନିବାର ରାତିରେ ୫୩ନମ୍ବର ଜାତୀୟ ରାଜପଥର ବରଗଡ଼ ଗ୍ରାମାଞ୍ଚଳ…

ମମତା ବାନାର୍ଜୀଙ୍କ ବୈଠକରେ ୮୦ରୁ ୬୦ ବିଧାୟକ ଗାୟବ, ଟିଏମସିରେ ହେବକି…..

କୋଲକାତା,୩୧ା୫: ୨୦୨୬ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ​​ଏକ ବଡ଼ ପରାଜୟ ପରେ, ତୃଣମୂଳ କଂଗ୍ରେସ (ଟିଏମସି) ଏକ ନୂତନ ଚ୍ୟାଲେଞ୍ଜର ସମ୍ମୁଖୀନ ହେଉଥିବା ପରି ମନେ ହେଉଛି…

ବିସ୍ଫୋରକ ଇନିଂସ, ୬ ବଲରେ ୬ ଛକା

ନୂଆଦିଲ୍ଲୀ, ୩୧ା୫: ନେପାଳର କୁଶାଲ ଭୁର୍ତେଲ ରବିବାର ଚାଇନା ବିପକ୍ଷ ୨୦୨୬ ଏସିଆନ ଗେମ୍ସ ଟି୨୦ଆଇ କ୍ୱାଲିଫାୟର ମ୍ୟାଚ୍‌ରେ ୬ ବଲରେ ୬ ଛକା ମାରିଛନ୍ତି। ସେ…

IPL Final: ୧୫୫ ରନ୍‌ରେ ଅଟକିଲା ଗୁଜରାଟ, ଟାଇଟଲ ଲକ୍ଷ୍ୟରେ ବେଙ୍ଗାଲୁରୁ

ଅହମଦାବାଦ, ୩୧ା୫- ନରେନ୍ଦ୍ର ମୋଦି ଷ୍ଟାଡିୟମରେ ରବିବାର ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୧୯ତମ ସଂସ୍କରଣର ଫାଇନାଲ ମ୍ୟାଚ୍‌ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ(ଆର୍‌ସିବି) ଏବଂ ଗୁଜରାଟ ଟାଇଟନ୍ସ(ଜିଟି)…

ହରିଣ ମାରି ମାଂସ କାଟୁଥିବା ବେଳେ ମାଡ଼ି ବସିଲା ବନ ବିଭାଗ, ଧନୁ ତୀର…

ପାଟଣା/କେନ୍ଦୁଝର,୩୧।୫(ବୀର କିଶୋର ଦାଶ/ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ତଣ୍ଡୋବିଟ ଅଟେଇ ସଂରକ୍ଷିତ ବଣମହୁଲଡିହା ନିକଟରୁ ରବିବାର ସକାଳୁ ଏକ ଅଣ୍ଡିରା ହରିଣକୁ ଶିକାରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri