ରାଜ୍ୟ

ଖରସ୍ରୋତା ନଦୀବନ୍ଧ ରାସ୍ତା ଶୋଚନୀୟ: ଯାତାୟାତରେ ଅସୁବିଧା

ବିଞ୍ଝାରପୁର,୭।୭(ଡି.ଏନ.ଏ)- ବିଞ୍ଝାରପୁର ବ୍ଲକ ଅନ୍ତର୍ଗତ ଖରସ୍ରୋତା ନଦୀବନ୍ଧ ରାସ୍ତା ମରାମତି ଅଭାବରୁ ଶୋଚନୀୟ ହୋଇଛି। ନଦୀରୁ ବାଲି ଉଠାଇ ଟ୍ରାକ୍ଟର ଓ ଟ୍ରକ୍‌ଗୁଡିକ ଏହି ରାସ୍ତାଦେଇ ଯାତାୟାତ କରୁଛନ୍ତି। ଫଳରେ ବିଞ୍ଝାରପୁରଠାରୁ ସିଂହପୁର ପର୍ଯ୍ୟନ୍ତ ଖରତ୍ସୋତା ନଦୀବନ୍ଧରେ ବଡ଼ ବଡ଼ ଗର୍ତ୍ତ…

ଫୁଲକୁ ନେଇ କଣ୍ଟା ବିବାଦ

ପୁରୀ ଅଫିସ,୬ା୭: ଆରମ୍ଭରୁ ବିବାଦରେ ଫସିଥିବା ଶ୍ରୀମନ୍ଦିର ଫୁଲସଜାକୁ ନେଇ ପୁଣି ଏକ ନୂଆ ବିବାଦ ମୁଣ୍ଡ ଟେକିଛି। ଫୁଲ ପାଇଁ ଉଠିଛି କଣ୍ଟା ବିବାଦ। ମହାପ୍ରଭୁଙ୍କ ସେବା ପାଇଁ ସୁଦୂର ଦିଲ୍ଲୀରୁ ଆସିଥିବା ଭକ୍ତ କେ.କେ. ଶର୍ମା ଏହି ବିବାଦ…

ଜନ୍ମବେଦୀରେ ଦର୍ଶନ ଦେଲେ ଦାରୁଦିଅଁ : ମିଳିଲା ଆଡ଼ପ ଅବଢା, ରବିବାର ମହାପ୍ରଭୁଙ୍କ ବନକ ଲାଗି

ପୁରୀ ଅଫିସ, ୬ା୭: ଜନ୍ମବେଦୀରେ ଦର୍ଶନ ଦେଲେ ଦାରୁଦିଅଁ। ଶ୍ରୀଗୁଣ୍ଡିଚା ମନ୍ଦିର ଆଡ଼ପ ମଣ୍ଡପରେ ଶନିବାର ଲକ୍ଷାଧିକ ଶ୍ରଦ୍ଧାଳୁ ଚତୁର୍ଦ୍ଧାବିଗ୍ରହଙ୍କୁ ଦର୍ଶନ କରିଛନ୍ତି। ବର୍ଷା ଏବଂ କୋହଲା ପାଗ ସତ୍ତ୍ବେ ବିଶ୍ୱନିୟନ୍ତାଙ୍କ ଦର୍ଶନ ଲାଗି ଭକ୍ତଙ୍କ ମଧ୍ୟରେ ବେଶ୍‌ ଉତ୍ସାହ ଦେଖିବାକୁ…

ଭିତରକନିକାକୁ ଦେଶୀୟ ପକ୍ଷୀଙ୍କ ଆଗମନ

ରାଜନଗର,୬ା୭(ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲା ବିଶ୍ୱପ୍ରସିଦ୍ଧ ଭିତରକନିକା ଜାତୀୟ ଉଦ୍ୟାନକୁ ଏବେ ଦେଶୀ ପକ୍ଷୀଙ୍କ ଆଗମନ ହୋଇଛି। ମୌସୁମୀ ସ୍ପର୍ଶ ପାଇବା କ୍ଷଣି ଦେଶୀୟ ପକ୍ଷୀମାନେ ଭିତରକନିକାକୁ ସଙ୍ଗମ ପାଇଁ ଆସିଛନ୍ତି। ଦଳଦଳ ହୋଇ ନୀଳ ଆକାଶରେ ଉଡ଼ିବା ଦୃଶ୍ୟ ବେଶ୍‌ ମନୋରମ।…

ସୀମାନ୍ତରେ ପୋଲିସ-ମାଓବାଦୀ ଗୁଳି ବିନିମୟ : ୪ ମାଓବାଦୀ ନିହତ

ମାଲକାନଗିରି,୬ା୭(ଡି.ଏନ୍‌.ଏ.): ମାଲକାନଗିରି ସୀମାନ୍ତ ଛତିଶଗଡ଼ ଧମତରି ଜିଲା ଗମେଚକା ଥାନା ଅଞ୍ଚଳରେ ଶନିବାର ସକାଳେ ପୋଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଘଟି ୪ ମାଓବାଦୀ ନିହତ ହୋଇଥିବା ସୂଚନା ମିଳିଛି। ସୂଚନାନୁଯାୟୀ, ଏସ୍‌ଟିଏଫ୍‌ ଓ ଡିଏଫ୍‌ ଯବାନମାନେ ପ୍ରତିଦିନ…

ନର୍ଲା ନବୋଦୟ ବିଦ୍ୟାଳୟରୁ ଛାତ୍ର ନିଖୋଜ: ଥାନାରେ ମାମଲା ରୁଜୁ

ଭବାନୀପାଟଣା, ୬।୭ (ଡି.ଏନ୍‌.ଏ.): କଳାହାଣ୍ଡି ଜିଲା ନର୍ଲାସ୍ଥିତ ଜବାହର ନବୋଦୟ ବିଦ୍ୟାଳୟର ଅଷ୍ଠମ ଶ୍ରେଣୀ ଛାତ୍ର ସଞ୍ଜିତ ନାଏକ ଗତ ୧ତାରିଖରୁ ନିଖୋଜ ଅଛନ୍ତି। ଏ ନେଇ ଶନିବାର ପରିବାର ଲୋକେ ଅଭିଯୋଗ କରିଛନ୍ତି। ଥୁ.ରାମପୁର ବ୍ଲକ ଲୋହରାଯୋର ଗ୍ରାମର ସଞ୍ଜିତ…

ନବବିବାହିତାଙ୍କ ଆତ୍ମହତ୍ୟା: ଯୌତୁକ ଯୋଗୁ ଝିଅକୁ ହତ୍ୟା କରାଯାଇଥିବା ଅଭିଯୋଗ ଆଣିଲେ ବାପା

ଭବାନୀପାଟଣା, ୬।୭(ଡି.ଏନ୍‌.ଏ.): ଭବାନୀପାଟଣା ସଦର ଥାନା ଅନ୍ତର୍ଗତ କର୍ଲାସୋଢ଼ା ଗ୍ରାମର ଜନୈକା ନବବିବାହିତା ବେକରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି। ସେ ହେଲେ ସାବିତ୍ରୀ ରଣା। ତେବେ ସାବିତ୍ରୀଙ୍କୁ ହତ୍ୟା କରାଯାଇଥିବା ବାପା ଭାଗ୍ୟବାନ ରଣା ସଦର ଥାନାରେ ଲିଖିତ ଅଭିଯୋଗ…

ନୃଶଂସ ପୁଅଙ୍କ ଅମାନବୀୟ କାଣ୍ଡ: ବାପାଙ୍କୁ ଠେଙ୍ଗାରେ ପିଟି ଶଯ୍ୟାଶାୟୀ ମା’ଙ୍କୁ ଜିଅନ୍ତା ଜାଳିଦେଲେ

ପାଟଣାଗଡ଼, ୬।୭ (ଡି.ଏନ୍‌.ଏ.): ସାମାନ୍ୟ ବଚସାକୁ କେନ୍ଦ୍ରକରି ବାପାଙ୍କୁ ଠେଙ୍ଗାରେ ମାଡ଼ମାରିବା ପରେ ଶଯ୍ୟାଶାୟୀ ମା’ଙ୍କୁ ଜିଅନ୍ତା ଜାଳିଦେଲେ ପୁଅ। ଏଭଳି ଏକ ସ୍ପର୍ଶକାତର ଘଟଣା ଘଟିଛି ବଲାଙ୍ଗିର ଜିଲା ବେଲପଡ଼ା ଥାନା ଅନ୍ତର୍ଗତ ରାଡ଼ବାହାଲ ଗ୍ରାମରେ। ସୂଚନାନୁଯାୟୀ, ଶନିବାର ଭୋର…

ଏଏସ୍‌ଆଇ ପକ୍ଷରୁ ଶ୍ରୀମନ୍ଦିର ଗର୍ଭଗୃହ ଯାଞ୍ଚ

ପୁରୀ ଅଫିସ, ୬।୭: ଘୋଷଯାତ୍ରା ଯାଇଁ ଏବେ ଆଡ଼ପମଣ୍ଡପରେ ମହାପ୍ରଭୁ। ନଅଦିନ ବ୍ୟାପୀ ଜନ୍ମବେଦିରେ ଅବସ୍ଥାନ କରିବେ। ଏହି ଅବସରରେ ଶ୍ରୀମନ୍ଦିରର ଗର୍ଭଗୃହ ଯାଞ୍ଚ ଆରମ୍ଭ ହୋଇଛି। ରୁର୍‌କିସ୍ଥିତ ସେଣ୍ଟ୍ରାଲ ମାଇନିଂ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ(ସିବିଆର୍‌ଆଇ)ର ବିଶେଷଜ୍ଞମାନେ ଏହି ଯାଞ୍ଚରେ ସାମିଲ ଅଛନ୍ତି।…

କନିଷ୍ଠ ଯନ୍ତ୍ରୀଙ୍କୁ ଉଠ୍‌ବସ୍‌ କରିବା ଘଟଣା: ବିଧାୟକ ସରୋଜ ମେହେରଙ୍କୁ ଜାମିନ

ଭୁବନେଶ୍ୱର, ୬।୭(ବ୍ୟୁରୋ): ଜଣେ କନିଷ୍ଠ ଯନ୍ତ୍ରୀଙ୍କୁ ଉଠ୍‌ବସ୍‌ କରାଇବା ଘଟଣାରେ ଗିରଫ ହୋଇ ଜେଲ ଯାଇଥିବା ପାଟଣାଗଡ଼ ବିଧାୟକ ସରୋଜ ମେହେରଙ୍କୁ ଜାମିନ ମିଳିଛି। ଭୁବନେଶ୍ୱର ସ୍ବତନ୍ତ୍ର କୋର୍ଟ ବିଧାୟକଙ୍କୁ ଶନିବାର ଜାମିନ ପ୍ରଦାନ କରିଛନ୍ତି। ୨ ଜଣ ଜାମିନଦାର ଏବଂ…

ଆଡ଼ପ ମଣ୍ଡପରେ ଦର୍ଶନ ଦେଲେ ଦାରୁଦିଅଁ

ପୁରୀ ଅଫିସ,୬।୭: ଆଡ଼ପ ମଣ୍ଡପରେ ଆରମ୍ଭ ହୋଇଛି ମହାପ୍ରଭୁଙ୍କ ଦର୍ଶନ। ଶୁକ୍ରବାର ରାତିରେ ଜନ୍ମବେଦିକୁ ଧାଡ଼ି ପହଣ୍ଡିରେ ଯାତ୍ରା କରିଥିଲେ ଚତୁର୍ଦ୍ଧାମୂର୍ତ୍ତି। ଶନିବାର ସକାଳ ୭ଟାରୁ ହଜାର ହଜାର ଶ୍ରଦ୍ଧାଳୁ ଗୁଣ୍ଡିଚା ମନ୍ଦିର ଆଡ଼ପ ମଣ୍ଡପରେ ଠାକୁରଙ୍କୁ ଦର୍ଶନ କରିଛନ୍ତି। ବର୍ଷା…

ଘୂର୍ଣ୍ଣିବଳୟ: ଉପକୂଳ ଓଡ଼ିଶାରେ ବଢ଼ିବ ବର୍ଷା

ଭୁବନେଶ୍ୱର, ୬ା୭(ବ୍ୟୁରୋ): ଓଡ଼ିଶା ଏବଂ ଛତିଶଗଡ଼ ଉପରେ ଏକ ଘୂର୍ଣ୍ଣିବଳୟ କ୍ଷେତ୍ର ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ଉପକୂଳ ଏବଂ ଆଭ୍ୟନ୍ତରୀଣ ଓଡ଼ିଶାରେ ବର୍ଷା ପରିମାଣ ବୃଦ୍ଧି ପାଇବା ସମ୍ଭାବନା ରହିଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ କଳାହାଣ୍ଡି, ଗଞ୍ଜାମ, ପୁରୀ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?